ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ସାତଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶକୁ ଉତ୍ସର୍ଗ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରକ୍ଷା ମନ୍ତ୍ରୀ ଶ୍ରୀ ରାଜ ନାଥ ସିଂହ ଏବଂ ରକ୍ଷା ରାଜ୍ୟ ମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ଅନ୍ୟମାନଙ୍କ ସହିତ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆଜି ବିଜୟାଦଶମୀର ଶୁଭ ଉତ୍ସବ ତଥା ଏହି ଦିନ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପୂଜା କରିବାର ପରମ୍ପରାକୁ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଭାରତରେ ଆମେ ଶକ୍ତିକୁ ସୃଷ୍ଟିର ମାଧ୍ୟମ ଭାବରେ ଦେଖୁ । ସେ କହିଛନ୍ତି ଯେ ସମାନ ଆବେଗ ସହିତ ରାଷ୍ଟ୍ର ଶକ୍ତିଶାଳୀ ଦିଗରେ ଗତି କରୁଛି ।
ସେ ଡଃ. ଏପିଜେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଡଃ. କଲାମ ନିଜ ଜୀବନକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା କହିଥିଲେ ଏବଂ ଯୁଦ୍ଧାସ୍ତ୍ର କାରଖାନାର ପୁନଃ ର୍ନିମାଣ ଏବଂ ୭ ଟି କମ୍ପାନୀ ଗଠନ ତାଙ୍କ ସୁଦୃଢ ଭାରତର ସ୍ୱପ୍ନକୁ ଶକ୍ତି ଦେବ । ନୂତନ ପ୍ରତିରକ୍ଷା କମ୍ପାନୀଗୁଡିକ ବିଭିନ୍ନ ସଂକଳ୍ପଗୁଡିକର ଏକ ଅଂଶ ଯାହାକି ଭାରତର ସ୍ୱାଧୀନତାର ଏହି ଅମୃତ କାଳ ସମୟରେ ଦେଶ ପାଇଁ ଏକ ନୂତନ ଭବିଷ୍ୟତ ଗଢିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କମ୍ପାନୀଗୁଡିକ ସୃଷ୍ଟି କରିବାର ନିଷ୍ପତ୍ତି ଦୀର୍ଘ ଦିନ ଧରି ଅଟକି ରହିଥିଲା ଏବଂ ଏହି ୭ ଟି ନୂତନ କମ୍ପାନୀ ଭବିଷ୍ୟତରେ ଦେଶର ସାମରିକ ଶକ୍ତି ପାଇଁ ଏକ ଦୃଢ ଆଧାର ସୃଷ୍ଟି କରିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ଭାରତୀୟ ଯୁଦ୍ଧାସ୍ତ୍ର କାରଖାନାର ଗୌରବମୟ ଅତୀତକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି କମ୍ପାନୀଗୁଡିକର ନବୀକରଣକୁ ଅଣଦେଖା କରାଯାଇଥିଲା, ଯାହା ଦ୍ୱାରା ଅସ୍ତ୍ରଶସ୍ତ୍ର ଆବଶ୍ୟକତା ପାଇଁ ବିଦେଶୀ ଯୋଗାଣକାରୀଙ୍କ ଉପରେ ଦେଶର ର୍ନିଭରଶୀଳତା ଦେଖାଦେଇଥିଲା । ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବାରେ ଏହି ୭ ପ୍ରତିରକ୍ଷା କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ନୂତନ କମ୍ପାନୀଗୁଡ଼ିକ ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ ସହିତ ଆମଦାନୀ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ୬୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଖରିଦ ପାଇଁ ବରାଦ ପାଇବା ଏହି କମ୍ପାନୀଗୁଡିକରେ ଦେଶର ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।
ନିକଟ ଅତୀତରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଂସ୍କାରକୁ ସେ ମନେ ପକାଇ ଦେଇଛନ୍ତି ଯାହା ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱାସ, ସ୍ୱଚ୍ଛତା ଏବଂ ପ୍ରଯୁକ୍ତିବିଦ୍ୟା ଚାଳିତ ଆଭିମୁଖ୍ୟ ସୃଷ୍ଟି କରିଛି । ଜାତୀୟ ସୁରକ୍ଷା ମିଶନରେ ଆଜି ବେସରକାରୀ ଏବଂ ସରକାରୀ କ୍ଷେତ୍ର ହାତ ମିଳାଉଛନ୍ତି ବୋଲି ସେ କହିଛନ୍ତି । ସେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁ ପ୍ରତିରକ୍ଷା କରିଡରକୁ ନୂତନ ଆଭିମୁଖ୍ୟର ଉଦାହରଣ ଦେଇଛନ୍ତି । ଯୁବପିଢୀ ଓ ଏମଏସ୍ଏମଇ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଥିବାବେଳେ ବିଗତ ବର୍ଷଗୁଡିକରେ ନୀତି ପରିବର୍ତ୍ତନର ଫଳାଫଳକୁ ଦେଶ ଦେଖୁଥିବାର ସେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଆମର ପ୍ରତିରକ୍ଷା ରପ୍ତାନି ୩୨୫ ପ୍ରତିଶତ ବୃଦ୍ଧି ପାଇଛି ।
ସେ କହିଛନ୍ତି ଯେ ଏହା ଆମର ଲକ୍ଷ୍ୟ ଯେ ଆମର କମ୍ପାନୀଗୁଡିକ କେବଳ ସେମାନଙ୍କ ଉତ୍ପାଦରେ ପାରଦର୍ଶୀତା ପ୍ରତିଷ୍ଠା କରନ୍ତି ନାହିଁ ବରଂ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୁଅନ୍ତି । ସେ ଅନୁରୋଧ କରିଛନ୍ତି ଯେ ପ୍ରତିଯୋଗିତାମୂଳକ ମୂଲ୍ୟ ଆମର ଶକ୍ତି, ଗୁଣବତ୍ତା ଏବଂ ବିଶ୍ୱସନୀୟତା ଏବଂ ଆମର ପରିଚୟ ହେବା ଉଚିଚ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଯେକୌଣସି ରାଷ୍ଟ୍ର କିମ୍ବା କୌଣସି କମ୍ପାନୀର ଅଭିବୃଦ୍ଧି ଏବଂ ବ୍ରାଣ୍ଡ ମୂଲ୍ୟ ଏହାର ଆରଆଣ୍ଡଡି ଏବଂ ନୂତନତ୍ୱ ଦ୍ୱାରା ର୍ନିଣ୍ଣୟ କରାଯାଏ । ସେ ନୂତନ କମ୍ପାନୀଗୁଡିକୁ ନିବେଦନ କରିଛନ୍ତି ଯେ ଗବେଷଣା ଏବଂ ନବସୃଜନ ସେମାନଙ୍କ କାର୍ଯ୍ୟ ସଂସ୍କୃତିର ଏକ ଅଂଶ ହେବା ଉଚିତ, ଯାହା ଦ୍ୱାରା ସେମାନେ କେବଳ ଏହାକୁ ଧରିବେ ନାହିଁ ବରଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ନେତୃତ୍ୱ ନେବେ । ଏହି ପୁନଃ ର୍ନିମାଣ ନୂତନ କମ୍ପାନୀଗୁଡିକୁ ନୂତନତ୍ୱ ଏବଂ ପାରଦର୍ଶୀତା ପାଇଁ ଅଧିକ ସ୍ୱାଧୀନତା ପ୍ରଦାନ କରିବ ଏବଂ ନୂତନ କମ୍ପାନୀଗୁଡିକ ଏହିପରି ପ୍ରତିଭାକୁ ଉତ୍ସାହିତ କରିବା ଉଚିତ ବୋଲି ସେ କହିଛନ୍ତି । ପରସ୍ପରର ଗବେଷଣା ଏବଂ ପାରଦର୍ଶିତାକୁ ଏହି କମ୍ପାନୀଗୁଡିକ ମାଧ୍ୟମରେ ଏହି ନୂତନ ଯାତ୍ରାର ଏକ ଅଂଶ ହେବାକୁ ସେ ଷ୍ଟାର୍ଟ ଅପ୍ ମାନଙ୍କୁ ଅନୁରୋଧ କରିଥିଲେ ।
ସେ କହିଛନ୍ତି ଯେ ସରକାର ଏହି ନୂତନ କମ୍ପାନୀଗୁଡ଼ିକୁ କେବଳ ଏକ ଉତ୍ତମ ଉତ୍ପାଦନ ପରିବେଶ ନୁହେଁ ବରଂ ସଂପୂର୍ଣ୍ଣ କାର୍ଯ୍ୟ ସ୍ୱାଧୀନତା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ କର୍ମଚାରୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣରୂପେ ସୁରକ୍ଷିତ ରଖିବାକୁ ସରକାର ନିଶ୍ଚିତ କରିଛନ୍ତି ।
ଉନ୍ନତ କାର୍ଯ୍ୟ ସ୍ୱାଧୀନତା, ଦକ୍ଷତାବୃଦ୍ଧି, ନୂତନ ଅଭିବୃଦ୍ଧି ସମ୍ଭାବନା ଏବଂ ଉଦ୍ଭାବନକୁ ଉନ୍ମୁକ୍ତ କିରବାକୁ ଯୁଦ୍ଧାସ୍ତ୍ର କାରଖାନା ବୋର୍ଡକୁ ଏକ ସରକାରୀ ବିଭାଗରୁ ସାତଟି ୧୦୦% ସରକାରୀ ମାଲିକାନା କର୍ପୋରେଟ୍ ସଂସ୍ଥାରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ୭ଟି କମ୍ପାନୀ ଗଠନ ହୋଇଛି ଏବଂ ଏହି କମ୍ପାନୀଗୁଡ଼ିକ ହେଉଛି: ମୁନିସନ୍ ଇଣ୍ଡିଆ ଲିମିଟେଡ୍ (ଏମ୍ଆଇଏଲ); ଆରମୋର୍ଡ ଭେଇକିଲ୍ ନିଗମ ଲିମିଟେଡ୍ (ଏଭିଏଏନ୍ଆଇ); ଆଡଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ୍ (ଏଡବ୍ଲ୍ୟୁଇ ଇଣ୍ଡିଆ); ଟ୍ରୁପ୍ କମ୍ଫଟ୍ସ ଲିମିଟେଡ୍ (ଟିସିଏଲ); ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ୍); ଇଣ୍ଡିଆ ଅପ୍ଟେଲ ଲିମିଟେଡ୍ (ଆଇଓଏଲ୍) ଏବଂ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ୍ (ଜିଆଇଏଲ୍) ।
आज ही पूर्व राष्ट्रपति, भारतरत्न, डॉक्टर A. P. J. अब्दुल कलाम जी की जयंती भी है।
कलाम साहब ने जिस तरह अपने जीवन को शक्तिशाली भारत के निर्माण के लिए समर्पित किया, ये हम सभी लिए प्रेरणा है: PM @narendramodi
— PMO India (@PMOIndia) October 15, 2021
41 ऑर्डिनेन्स फैक्ट्रीज़ को नए स्वरूप में किए जाने का निर्णय, 7 नई कंपनियों की ये शुरुआत, देश की इसी संकल्प यात्रा का हिस्सा हैं।
ये निर्णय पिछले 15-20 साल से लटका हुआ था।
मुझे पूरा भरोसा है कि ये सभी सात कंपनियाँ आने वाले समय में भारत की सैन्य ताकत का एक बड़ा आधार बनेंगी: PM
— PMO India (@PMOIndia) October 15, 2021
कुछ समय पहले ही रक्षा मंत्रालय ने ऐसे 100 से ज्यादा सामरिक उपकरणों की लिस्ट जारी की थी जिन्हें अब बाहर से आयात नहीं किया जाएगा।
इन नई कंपनियों के लिए भी देश ने अभी से ही 65 हजार करोड़ रुपए के ऑर्डर्स प्लेस किए हैं।
ये हमारी डिफेंस इंडस्ट्री में देश के विश्वास को दिखाता है: PM
— PMO India (@PMOIndia) October 15, 2021
मैं देश के स्टार्टअप्स से भी कहूँगा, इन 7 कंपनियों के जरिए आज देश ने जो नई शुरुआत की है, आप भी इसका हिस्सा बनिए।
आपकी रिसर्च, आपके products कैसे इन कंपनियों के साथ मिलकर एक-दूसरे की क्षमताओं से लाभान्वित हो सकते हैं, इस ओर आपको सोचना चाहिए: PM @narendramodi
— PMO India (@PMOIndia) October 15, 2021
HS
Dedicating seven new defence companies to the nation. https://t.co/13GpYvGyFm
— Narendra Modi (@narendramodi) October 15, 2021
आज ही पूर्व राष्ट्रपति, भारतरत्न, डॉक्टर A. P. J. अब्दुल कलाम जी की जयंती भी है।
— PMO India (@PMOIndia) October 15, 2021
कलाम साहब ने जिस तरह अपने जीवन को शक्तिशाली भारत के निर्माण के लिए समर्पित किया, ये हम सभी लिए प्रेरणा है: PM @narendramodi
इस वर्ष भारत ने अपनी आजादी के 75वें साल में प्रवेश किया है।
— PMO India (@PMOIndia) October 15, 2021
आज़ादी के इस अमृतकाल में देश एक नए भविष्य के निर्माण के लिए नए संकल्प ले रहा है।
और जो काम दशकों से अटके थे, उन्हें पूरा भी कर रहा है: PM @narendramodi
41 ऑर्डिनेन्स फैक्ट्रीज़ को नए स्वरूप में किए जाने का निर्णय, 7 नई कंपनियों की ये शुरुआत, देश की इसी संकल्प यात्रा का हिस्सा हैं।
— PMO India (@PMOIndia) October 15, 2021
ये निर्णय पिछले 15-20 साल से लटका हुआ था।
मुझे पूरा भरोसा है कि ये सभी सात कंपनियाँ आने वाले समय में भारत की सैन्य ताकत का एक बड़ा आधार बनेंगी: PM
विश्व युद्ध के समय भारत की ऑर्डिनेन्स फैक्ट्रीज़ का दम-खम दुनिया ने देखा है।
— PMO India (@PMOIndia) October 15, 2021
हमारे पास बेहतर संसाधन होते थे, वर्ल्ड क्लास स्किल होता था।
आज़ादी के बाद हमें जरूरत थी इन फैक्ट्रीज़ को upgrade करने की, न्यू एज टेक्नोलॉजी को अपनाने की!
लेकिन इस पर बहुत ध्यान नहीं दिया गया: PM
आत्मनिर्भर भारत अभियान के तहत देश का लक्ष्य भारत को अपने दम पर दुनिया की बड़ी सैन्य ताकत बनाने का है, भारत में आधुनिक सैन्य इंडस्ट्री के विकास का है।
— PMO India (@PMOIndia) October 15, 2021
पिछले सात वर्षों में देश ने ‘मेक इन इंडिया’ के मंत्र के साथ अपने इस संकल्प को आगे बढ़ाने का काम किया है: PM @narendramodi
आज देश के डिफेंस सेक्टर में जितनी transparency है, trust है, और technology driven approach है, उतनी पहले कभी नहीं रही।
— PMO India (@PMOIndia) October 15, 2021
आज़ादी के बाद पहली बार हमारे डिफेंस सेक्टर में इतने बड़े reforms हो रहे हैं, अटकाने-लटकाने वाली नीतियों की जगह सिंगल विंडो सिस्टम की व्यवस्था की गई है: PM