ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବିଜ୍ଞାନ ପ୍ରଯୁକ୍ତି ଏବଂ ଉଦ୍ଭାବନ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଡେନମାର୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ବିଷୟରେ ଅବଗତ ହୋଇଥିଲେ ।
ଭାରତ ଏବଂ ଡେନମାର୍କ ମଧ୍ୟରେ ବିଜ୍ଞାନ ପ୍ରଯୁକ୍ତି ଏବଂ ଉଦ୍ଭାବନ କ୍ଷେତ୍ରରେ ସହଯୋଗ ଲାଗି ଏକ ବ୍ୟବସ୍ଥା ଉପରେ 22 ମେ, 2018ରେ ସ୍ୱାକ୍ଷର କରାଯାଇଥିଲା । ଯାହାଦ୍ୱାରା ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉଭୟ ଦେଶର ସମ୍ପର୍କ ଏକ ଐତିହାସିକ ମୋଡ଼ରେ ପହଁଚିଯାଇଛି ।
ଏହାଦ୍ୱାରା ଉଭୟ ଦେଶର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଲାଗି ଏକ ନୂତନ ଅଧ୍ୟାୟ ଖୋଲିବ, କାରଣ ଉଭୟ ପକ୍ଷ ଏବେ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ପରସ୍ପରର ଲାଭକାରୀ କ୍ଷମତାର ଫାଇଦା ଉଠାଇପାରିବେ । ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନ କ୍ଷେତ୍ରରେ ଆପୋସ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଭାରତ ଏବଂ ଡେନମାର୍କ ମଧ୍ୟରେ ସହଯୋଗ ସୁନିଶ୍ଚିତ କରିବା ଏବଂ ଏହାକୁ ପ୍ରୋତ୍ସାହିତ ତଥା ବିକଶିତ କରିବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ । ଏହାର ହିତାଧିକାରୀଙ୍କ ମଧ୍ୟରେ ଭାରତ ଏବଂ ଡେନମାର୍କର ବିଜ୍ଞାନ ସଂସ୍ଥାନ, ଶିକ୍ଷାବିତ, ଗବେଷଣା ଏବଂ ବିକାଶ (ଆରଏଣ୍ଡଡି) ଗବେଷଣାଗାର ଏବଂ କମ୍ପାନୀଗୁଡ଼ିକର ଗବେଷକ ସାମିଲ ରହିବେ । ତତକାଳୀନ ସହଯୋଗ ଲାଗି ସମ୍ଭାବ୍ୟ କ୍ଷେତ୍ର ରୂପରେ ଅକ୍ଷୟ ଶକ୍ତି, ଜଳ, ପଦାର୍ଥ ବିଜ୍ଞାନ, ସୁଲଭ ସ୍ୱାସ୍ଥ୍ୟସେବା, କୃତ୍ରିମ ଜୀବ ବିଜ୍ଞାନ, ଫଙ୍କସନାଲ ଫୁଡ ଏବଂ ସାମୁଦ୍ରିକ ଅର୍ଥବ୍ୟବସ୍ଥା ସାମିଲ ରହିଛି ।
**********