ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପ୍ରଧାନମନ୍ତ୍ରୀ ମହିଳା କିଶାନ ଡ୍ରୋନ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରର ଏମ୍ସ ଠାରେ ୧୦,୦୦୦ ତମ ଜନ ଔଷଧି କେନ୍ଦ୍ରକୁ ଉତ୍ସର୍ଗ କରିଥିଲେ ।
ଏଥିସହ ଦେଶରେ ଜନ ଔଷଧି କେନ୍ଦ୍ର ଗୁଡିକର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମହିଳା ଏସ୍ଏଚ୍ଜି ମାନଙ୍କୁ ଡ୍ରୋନ୍ ଯୋଗାଇବା ପାଇଁ ଏବଂ ଜନ ଔଷଧି କେନ୍ଦ୍ରର ସଂଖ୍ୟାକୁ ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଏହି ପ୍ରତିଶ୍ରୁତି ଗୁଡ଼ିକର ପୂରଣର ପ୍ରତୀକ ଅଟେ ।
ଆନ୍ଧ୍ରପ୍ରଦେଶର ପ୍ରାକସମ୍ ଜିଲ୍ଲାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ କୋମଲାପତି ଭେଙ୍କଟା ରାବନାମ୍ମା କୃଷି ଉଦ୍ଦେଶ୍ୟରେ ଡ୍ରୋନ୍ ଉଡ଼ିବା ଶିଖିବାର ଅଭିଜ୍ଞତା ବାଣ୍ଟିଥିଲେ । ଡ୍ରୋନ୍ ଉଡ଼ାଇବା ପାଇଁ ତାଲିମ ଶେଷ କରିବାକୁ ତାଙ୍କୁ ୧୨ ଦିନ ସମୟ ଲାଗିଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।
ଗ୍ରାମ ଗୁଡିକରେ କୃଷି ପାଇଁ ଡ୍ରୋନ୍ ବ୍ୟବହାର କରିବାର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଜିଜ୍ଞାସା ପରେ ସେ କହିଛନ୍ତି ଯେ ଏହା ଜଳ ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତର ମହିଳା ମାନଙ୍କ ଶକ୍ତି ଉପରେ ସନ୍ଦେହ କରୁଥିବା ଲୋକଙ୍କ ପାଇଁ ଶ୍ରୀମତୀ ଭେଙ୍କଟାଙ୍କ ଭଳି ମହିଳାମାନେ ଗୋଟିଏ ଗୋଟିଏ ଉଦାହରଣ । କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ନିକଟ ଭବିଷ୍ୟତରେ ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ଉଭା ହେବ ବୋଲି ସେ କହିଛନ୍ତି । ସେ ମଧ୍ୟ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାରେ ମହିଳା ମାନଙ୍କର ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
*****
SSP
Viksit Bharat Sankalp Yatra aims to achieve saturation of government schemes and ensure benefits reach citizens across the country.
— Narendra Modi (@narendramodi) November 30, 2023
https://t.co/fqgyl5uXJJ
हर जगह विकसित भारत संकल्प यात्रा में शामिल होने के लिए लोग उमड़ रहे हैं। pic.twitter.com/DeIwym7noW
— PMO India (@PMOIndia) November 30, 2023
भारत अब, न रुकने वाला है और न थकने वाला है। pic.twitter.com/QQarG9jvAD
— PMO India (@PMOIndia) November 30, 2023
Viksit Bharat Sankalp Yatra aims to extend government schemes and services to those who have been left out till now. pic.twitter.com/ZPxsn8lDz9
— PMO India (@PMOIndia) November 30, 2023
विकसित भारत का संकल्प- 4 अमृत स्तंभों पर टिका है।
— PMO India (@PMOIndia) November 30, 2023
ये अमृत स्तंभ हैं – हमारी नारीशक्ति, हमारी युवा शक्ति, हमारे किसान और हमारे गरीब परिवार। pic.twitter.com/4fUJq5UBSk