Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାହୁବଳୀ ମହାମସ୍ତକାଭିଷେକ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶ୍ରବଣବେଲାଗୋଲା ଗସ୍ତ (19.02.2018)

ବାହୁବଳୀ ମହାମସ୍ତକାଭିଷେକ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶ୍ରବଣବେଲାଗୋଲା ଗସ୍ତ (19.02.2018)

ବାହୁବଳୀ ମହାମସ୍ତକାଭିଷେକ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶ୍ରବଣବେଲାଗୋଲା ଗସ୍ତ (19.02.2018)

ବାହୁବଳୀ ମହାମସ୍ତକାଭିଷେକ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶ୍ରବଣବେଲାଗୋଲା ଗସ୍ତ (19.02.2018)


ପରମପୂଜ୍ୟ ଆଚାର୍ଯ୍ୟ ମହାରାଜ ମହୋଦୟ, ସମସ୍ତ ପୂଜ୍ୟ ମୁନିରାଜ ମହୋଦୟ, ଏବଂ ପୂଜ୍ୟ ଗଣନୀୟ ମାତା ମହୋଦୟ, ଏବଂ ସମସ୍ତ ଆର୍ଯ୍ୟକା ମାତାମହୋଦୟ ଏବଂ ମଂଚରେ ବିରାଜମାନ କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀମାନ ବଜୁଭାଇ ୱାଲା, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ସଦାନନ୍ଦ ଗୌଡ଼ା ମହୋଦୟ, ଅନନ୍ତ କୁମାର ମହୋଦୟ, ପୀୟୂଷ ଗୋୟଲ ମହୋଦୟ, ରାଜ୍ୟର ମନ୍ତ୍ରୀ ଶ୍ରୀ ମଞ୍ଜୁ ମହୋଦୟ, ଏଠାକାର ପରିଚାଳନା ସମିତିର ଶ୍ରୀମାନ ବାସ୍ତ୍ରିଶ୍ରୀ ଚାରୁକେ ଭଟ୍ଟାରକା ସ୍ୱାମୀ ମହୋଦୟ, ଜିଲ୍ଲା ପଂଚାୟତ ହସନର ଅଧ୍ୟକ୍ଷା ଶ୍ରୀମତି ବିଏସ ଶ୍ୱେତା ଦେବରାଜ ମହୋଦୟ, ବିଧାୟକ ଶ୍ରୀ ଏନ ବାଲକୃଷ୍ଣ ମହୋଦୟ ଏବଂ ବହୁସଂଖ୍ୟାରେ ଆସିଥିବା, ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ, ମାତା, ଭଉଣୀ ଏବଂ ଭାଇମାନେ ।

ମୋର ଏହା ସୌଭାଗ୍ୟ ଯେ 12 ବର୍ଷରେ ଥରେ ଯେଉଁ ମହାପର୍ବ ହୋଇଥାଏ, ସେହି କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ରୂପରେ ଦେଶର ସେବା କରିବା ଲାଗି ମୋତେ ଦାୟିତ୍ୱ ମିଳିଛି । ଏଣୁ ସେଥିପାଇଁ ପ୍ରଧାନମନ୍ତ୍ରୀର ଦାୟିତ୍ୱ ଅନ୍ତର୍ଗତ ସେହି ସମୟରେ ମୋତେ ଏହି ପବିତ୍ର ଅବସରରେ ଆପଣମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସୌଭାଗ୍ୟ ମିଳିଲା ।

ଶ୍ରବଣବେଲଗୋଲା ଆସି ଭଗବାନ ବାହୁବଳୀ, ମହାମସ୍ତକ ଅଭିଷେକମ, ଏହି ଅବସରର ଏବଂ ଆଜି ଏଠାରେ ଏତେ ଆଚାର୍ଯ୍ୟ, ଭଗବନ୍ତ, ମୁନି ଏବଂ ମାତାମହୋଦୟଙ୍କୁ ଏକ ସଙ୍ଗେ ଦର୍ଶନ କରିବା, ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବା, ଏହା ମୋ ପାଇଁ ଏକ ବହୁତ ବଡ଼ ସୌଭାଗ୍ୟ ।

ଏବେ ଭାରତ ସରକାରଙ୍କ ନିକଟକୁ କେତେକ ପ୍ରସ୍ତାବ ଆସିଥିଲା, ଏଠାରେ ଯାତ୍ରୀଙ୍କ ସୁବିଧାକୁ ଦେଖି, ସେପରି କେତେକ ବ୍ୟବସ୍ଥା ଏଠି ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ କେତେକ କାର୍ଯ୍ୟ କରିବାରେ ଅନେକ ଅସୁବିଧା ହେଉଥିଲା । କେତେକ ଏପରି ଆଇନ ଏବଂ ନିୟମ ରହିଛି, କିନ୍ତୁ ସେ ସବୁ ସତ୍ତ୍ୱେ ଭାରତ ସରକାର ଏଠାକୁ ଆସୁଥିବା ଯାତ୍ରୀଙ୍କ ସୁବିଧା ଲାଗି ଯେତେ ପରିଚାଳନାରେ ଭାଗ ନେଇପାରିବେ, ଯାହା ଯାହା ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି, ସେ ସବୁଥିରେ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱ ସହିତ ନିଜର ଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରୟାସ କରିଛନ୍ତି ଏବଂ ଏହା ଆମ ପାଇଁ ଅତ୍ୟନ୍ତ ସନ୍ତୋଷର ବିଷୟ ।

ଆଜି ମୋତେ ଏକ ଡାକ୍ତରଖାନାର ଲୋକାର୍ପଣ ସୁଯୋଗ ମଧ୍ୟ ମିଳିଲା । ବହୁତ ଲୋକମାନଙ୍କ ମାନ୍ୟତା ଏପରି ଯେ ଆମ ଦେଶରେ ଧାର୍ମିକ ପ୍ରବୃତ୍ତି ଅଧିକ କିନ୍ତୁ ସାମାଜିକ ପ୍ରବୃତ୍ତି କମ । ଏହିପରି ଧାରଣା ଠିକ ନୁହେଁ । ଭାରତର ସନ୍ଥ, ମହନ୍ତ, ଆଚାର୍ଯ୍ୟ, ମୁନି, ଭଗବନ୍ତ-ସମସ୍ତେ ଯେଉଁଠି ଅଛନ୍ତି, ଯେଉଁରୂପରେ ଅଛନ୍ତି, ସମାଜ ପାଇଁ କିଛି ନା କିଛି ଭଲ କାର୍ଯ୍ୟ କରିବା ଲାଗି କାର୍ଯ୍ୟରତ ଅଛନ୍ତି ।

ଆଜି ମଧ୍ୟ ଆମର ଏପରି ମହାନ ସନ୍ଥ ପରମ୍ପରା ରହିଛି ଯେ 20-25କିଲେମିଟର ଦୂରତା ଅତିକ୍ରମ କରି କୌଣସି କ୍ଷୁଧାର୍ତ୍ତ ମନୁଷ୍ୟ ଯଦି ଆସିଛି ତା’ହେଲେ ଆମର ସନ୍ଥ ପରମ୍ପରାର ବ୍ୟବସ୍ଥା ଏପରି ହୋଇଛି ଯେ କେଉଁଠି ନା କେଉଁଠି ତା’ର ପେଟ ପୂରାଇବା ଲାଗି କୌଣସି ନା କୌଣସି ସନ୍ଥଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବ ।

ଅନେକ ସାମାଜିକ କାର୍ଯ୍ୟ- ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ- ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ-ଲୋକମାନଙ୍କୁ ନିଶାମୁକ୍ତ କରିବାର କାମ, ଏହି ଅନେକ କାର୍ଯ୍ୟକଳାପ ଆମର ଏହି ମହାନ ପରମ୍ପରାରେ ଆଜି ମଧ୍ୟ ଆମର ଋଷି-ମୁନିଙ୍କ ଦ୍ୱାରା ଏତେ ଅଧିକ ପ୍ରୟାସ କରାଯାଇ ଚାଲିଛି ।

ଆଜି ଯେତେବେଳେ ଗୋମଟେକସୁଦୀ ଆଡ଼କୁ ମୁଁ ଚାହୁଁଥିଲି ଯାହା ମୋର ଅନୁଭବ ଥିଲା ସେଥିରୁ ଆଜି କିଛି ମୁଁ ଆପଣଙ୍କ ସମ୍ମୁଖରେ ଉଦ୍ଧୃତ କରିବି । ଗୋମଟେକସୁଦୀରେ ଯେପରି ବାହୁବଳୀଙ୍କ ବର୍ଣ୍ଣନା କରାଯାଇଛି; ଗୋମଟେକ, ଏହି ସମ୍ପୂର୍ଣ୍ଣ ସ୍ଥାନର ଯେଉଁ ବର୍ଣ୍ଣନା କରାଯାଇଛି-

ଅଚ୍ଛାୟ ସ୍ୱଚ୍ଛଂ ଜଳକଂତ ଗଣ୍ଡମ, ଆବାହୁ ଦୌରତମ ସୁକନ୍ନ ପାସମଂ

ଗୟେଂଦ ସିନ୍ଧୁ ଜଳ ବାହୁଦଣ୍ଡମ, ତମ ଗୋମଟେଶମ ପନଣାମିର୍ଚମ । ।

ଏହାର ଅର୍ଥ ହେଉଛି-ଯାହାଙ୍କ ଦେହ ଆକାଶ ଭଳି ନିର୍ମଳ, ଯାହାଙ୍କ ଦୁଇ କପୋଳ ଜଳ ଭଳି ସ୍ୱଚ୍ଛ, ଯାହାଙ୍କ କର୍ଣ୍ଣ ପଲ୍ଲବ ସ୍କନ୍ଧ ଭଳି ଦୋଳାୟିତ, ଯାହାଙ୍କ ଦୁଇ ବାହୁ ଗଜରାଜର ଶୁଣ୍ଢ ଭଳି ଲମ୍ବା ଏବଂ ସୁନ୍ଦର ଅଟେ-ସେହି ଗୋମଟେଶ ସ୍ୱାମୀଙ୍କୁ ମୁଁ ପ୍ରତିଦିନ ପ୍ରଣାମ କରୁଛି ।

ପୂଜ୍ୟ ସ୍ୱାମୀମହୋଦୟ ମୋ ଉପରେ ଯେତେ ଆଶୀର୍ବାଦ ବର୍ଷା କରିପାରନ୍ତି, କରନ୍ତୁ । ମୁଁ ମୋ ମା’ଙ୍କୁ ମଧ୍ୟ ସ୍ମରଣ କଲି । ମୁଁ ତାଙ୍କ ପ୍ରତି ବହୁତ ଅଧିକ କୃତଜ୍ଞ, ଏହି ଆଶୀର୍ବାଦ ଦେବା ଲାଗି । ଦେଶରେ ସମୟ ବଦଳୁଥିବା ସମାଜିକ ଜୀବନରେ ପରିବର୍ତ୍ତନର ପରମ୍ପରା, ଏହା ଭାରତୀୟ ସମାଜର ବିଶେଷତ୍ୱ । ଯେଉଁ ବସ୍ତୁ କାଳବାହ୍ୟ ଅଟେ, ସମାଜରେ ଯେଉଁ କୁସଂସ୍କାର ପ୍ରବେଶ କରିଯାଇଥାଏ ଏବଂ ବେଳେ ବେଳେ ଏହାକୁ ଆସ୍ଥାର ରୂପ ଦିଆଯାଇଥାଏ ।

ଏହା ଆମର ସୌଭାଗ୍ୟ ଯେ ଆମ ସମାଜ ବ୍ୟବସ୍ଥାରୁ ହିଁ ଏପରି ସିଦ୍ଧ ପୁରୁଷ ଜନ୍ମ ନିଅନ୍ତି, ଏପରି ସନ୍ଥ ପୁରୁଷ ଜନ୍ମ ନିଅନ୍ତି, ଏପରି ମୁନି ଜନ୍ମ ନିଅନ୍ତ, ଏପରି ଆଚାର୍ଯ୍ୟ ଭଗବନ୍ତ ଜନ୍ମ ନିଅନ୍ତି, ଯେଉଁମାନେ ସେ ସମୟରେ ସମାଜକୁ ସଠିକ ମାର୍ଗ ଦେଖାଇ ଯାହା କାଳବାହ୍ୟ ବସ୍ତୁ ଅଟେ ସେଥିରୁ ମୁକ୍ତି ପାଇ ସମୟାନୁକୂଳ ଜୀବନ ବଂଚିବା ଲାଗି ପ୍ରେରଣା ଯୋଗାଇଥାଏ ।

ପ୍ରତ୍ୟେକ 12 ବର୍ଷରେ ହେଉଥିବା ଏକପ୍ରକାରର କୁମ୍ଭର ଏହି ଅବସର । ଏଠାରେ ସମସ୍ତ ମିଶି ସାମାଜିକ ଚିନ୍ତନ କରିଥାନ୍ତି । ସମାଜକୁ ପରବର୍ତ୍ତୀ 12 ବର୍ଷ ଲାଗି କେଉଁ ଦିଗରେ ନେଇଯିବାକୁ ହେବ, ସମାଜକୁ ଏବେ ସେହି ରାସ୍ତା ଛାଡ଼ି ଏହି ରାସ୍ତାରେ ନେଇଯିବାକୁ ହେବ କାରଣ ଦେଶର ପ୍ରତ୍ୟେକ କୋଣରୁ, ସନ୍ଥ, ମୁନି, ଭଗବନ୍ତ, ଆଚାର୍ଯ୍ୟ, ସମସ୍ତ ମାତାମହୋଦୟ, ସେସବୁ ଅଂଚଳର ଅଭିଜ୍ଞତା ନେଇ ଆସନ୍ତି । ଚିନ୍ତନ-ମନନ ହୋଇଥାଏ, ବିଚାର-ବିମର୍ଷ ହୋଇଥାଏ । ଏବଂ ସେଥିରେ ସମାଜ ଲାଗି ଅମୃତ ରୂପରେ କିଛି ବସ୍ତୁ ଆମ ପାଇଁ ପ୍ରସାଦ ରୂପରେ ପ୍ରାପ୍ତ ହୋଇଥାଏ । ଏବଂ ଯାହାକୁ ଆମେ ଜୀବନରେ ଉତାରିବା ଲାଗି ଭରପୂର ପ୍ରୟାସ କରିଥାଉ ।

ଆଜିର ବଦଳୁଥିବା ଯୁଗରେ ମଧ୍ୟ ଆଜି ଏଠାରେ ଏକ ଡାକ୍ତରଖାନାକୁ ଲୋକାର୍ପଣ କରିବା ଲାଗି ମୋତେ ସୁଯୋଗ ମିଳିଲା । ଏତେ ବଡ଼ ସୁଯୋଗ ସହିତ ଏକ ବହୁତ ବଡ଼ ସାମାଜିକ କାର୍ଯ୍ୟ । ଆପଣମାନେ ଦେଖିଥିବା ଏଥରର ବଜେଟରେ ଆମ ସରକାର ଏକ ବହୁତ ବଡ଼ ମହତ ପଦକ୍ଷେପ ନେଇଛନ୍ତି ।

ଆୟୁଷ୍ମାନ ଭାରତ-ଏହି ଯୋଜନା ଅନ୍ତର୍ଗତ କୌଣସି ଗୋଟିଏ ଗରିବ ପରିବା, ସେଥିରେ ଯଦି ପରିବାରର କେହି ସଦସ୍ୟ ରୋଗଗ୍ରସ୍ତ ହେଲେ କେବଳ ଜଣେ ବ୍ୟକ୍ତି ରୋଗରେ ପଡ଼ିନଥାଏ, ଏକ ପ୍ରକାରେ ସେହି ପରିବାରର ଦୁଇ-ତିନି ପିଢ଼ି ରୋଗଗ୍ରସ୍ତ ହୋଇପଡ଼ନ୍ତି କାରଣ ଏତେ ଆର୍ଥିକ ଋଣ ହୋଇଯାଇଥାଏ ଯେ ପିଲାମାନେ ମଧ୍ୟ ଶୁଝିପାରିନଥା’ନ୍ତି ଏବଂ ସାରା ପରିବାର ବରବାଦ ହୋଇଥାଏ । ଗୋଟିଏ ରୋଗ ସାରା ପରିବାରକୁ ଖାଇଯାଏ ।

ଏପରି ସମୟରେ ସମାଜ ଏବଂ ସରକାର, ଆମ ସମସ୍ତ ଦାୟିତ୍ୱ ଯେ ଏପରି ପରିବାରର ସଂକଟ ସମୟରେ ଆମକୁ ତା’ର ହାତ ଧରିବାକୁ ହେବ, ଚିନ୍ତା କରିବାକୁ ହେବ । ଏଣୁ ସେଥିପାଇଁ ଭାରତ ସରକାର ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଗୋଟିଏ ବର୍ଷ ମଧ୍ୟରେ ପରିବାରର କୌଣସି ବ୍ୟକ୍ତି ରୋଗରେ ପଡ଼ିଗଲେ । ଗୋଟିଏ ବର୍ଷ ପାଇଁ 5 ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ, ଔଷଧ, ଅପରେସନ ଖର୍ଚ୍ଚ, ହସପିଟାଲରେ ରହିବାର ଖର୍ଚ୍ଚ, 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚର ବ୍ୟବସ୍ଥା ବୀମା ମଧ୍ୟମରେ ଭାରତ ସରକାର କରିବେ । ଏହା ସ୍ୱାଧୀନତା ପରେ ଭାରତରେ ନିଆଯାଇଥିବା ସବୁଠୁ ବଡ଼ ପଦକ୍ଷେପ, ସାରା ବିଶ୍ୱରେ, ସାରା ଦୁନିଆରେ ଏତେ ବଡ଼ ପଦକ୍ଷେପ  ବିଷୟରେ କେହି ଚିନ୍ତା ମଧ୍ୟ କରିନାହାନ୍ତି, କେହି କେବେ ନେଇନାହାନ୍ତି, ଯାହା ଆମ ସରକାର ନେଇଛନ୍ତି ।

ଏବଂ ଏହା ସେତେବେଳେ ସମ୍ଭବ ହୋଇଛି ଯେତେବେଳେ ଆମର ଶାସ୍ତ୍ର, ଆମର ଋଷିମାନେ, ଆମର ମୁନିମାନେ ଆମକୁ ଉପଦେଶ ଦେଇଛନ୍ତି-

ସର୍ବେ ସୁଖୀନା ଭବନ୍ତୁ । ସର୍ବେ ସନ୍ତୁ ନିରାମୟା ।

ଏବଂ ଏହି ସର୍ବେ ସନ୍ତୁ ନିରାମୟା- ଏହି ସଂକଳ୍ପକୁ ପୂରଣ କରିବା ଲାଗି ଆମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛୁ । ମୋତେ ଆଜି ସମସ୍ତ ଆଚାର୍ଯ୍ୟଗଣଙ୍କ, ସମସ୍ତ ମୁନିବରଙ୍କ, ସମସ୍ତ ମାତାମହୋଦୟଙ୍କ ଆଶୀର୍ବାଦ ମିଳିଲା, ପୂଜ୍ୟ ସ୍ୱାମୀମହୋଦୟଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସୁଯୋଗ ମିଳିଲା, ମୁଁ ନିଜକୁ ସୌଭାଗ୍ୟଶାଳୀ ଭାବୁଛି ।

ମୁଁ ପୁଣିଥରେ ଏହି ପବିତ୍ର ଅବସରକୁ ଆସି ନିଜକୁ ଧନ୍ୟ ମନେ କରୁଛି ।

ବହୁତ ବହୁତ ଧନ୍ୟବାଦ ।

 

**********