ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନ ସମ୍ରାଟ ମହାମହୀମ ଶେଖ ହମଦ ବିନ ଇସା ଅଲ ଖଲିଫାଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଉଭୟ ନେତା ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ମହାମାରୀ କୋଭିଡ଼-19 ସଂକଟ ଏବଂ ଏହାର ପରିଣାମ, ଏଥିପାଇଁ ଆବଶ୍ୟକ ଲଜିଷ୍ଟିକ୍ସ ଚେନ୍ ତଥା ଆର୍ଥିକ ବଜାର ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।
ମହାମହୀମ ସମ୍ରାଟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ବର୍ତ୍ତମାନର ସ୍ୱାସ୍ଥ୍ୟ ସଂକଟ ପରିସ୍ଥିତିରେ ବାହାରିନରେ ବସବାସ କରୁଥିବା ବିଶାଳ ଭାରତୀୟ ସମୁଦାୟଙ୍କ ସୁରକ୍ଷା ତଥା କଲ୍ୟାଣ ସଂପର୍କରେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ସେ ଦେଶରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ପ୍ରତି ବାହାରିନ କର୍ତ୍ତୃପକ୍ଷ ସଦାବେଳେ ପ୍ରଦର୍ଶନ କରି ଆସିଥିବା ଯତ୍ନ ତଥା ସ୍ନେହ ଲାଗି ପ୍ରଧାନମନ୍ତ୍ରୀ ସେ ଦେଶର ନରେଶଙ୍କ ପ୍ରତି ହୃଦୟର କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଉଭୟ ନେତା ସହମତ ହୋଇଛନ୍ତି ଯେ କୋଭିଡ଼-19 ଭଳି ଆହ୍ଵାନର ସଫଳ ମୁକାବିଲା ସକାଶେ ଦୁଇ ରାଷ୍ଟ୍ରର ଅଧିକାରୀମାନେ ପରସ୍ପର ସହ ନିରନ୍ତର ସଂପର୍କରେ ରହିବେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାହାରିନର ସମ୍ରାଟଙ୍କୁ ସୂଚୀତ କରିଛନ୍ତି ଯେ ଭାରତ ସଦାବେଳେ ବାହାରିନକୁ ନିଜର ସଂପ୍ରସାରିତ ପ୍ରତିବେଶୀକ ରାଷ୍ଟ୍ରର ଗୁରୁତ୍ୱ ଦେଇଆସିଛି । ଏହି ଅବସରରେ ଗତ ବର୍ଷ ପ୍ରଧାନମନ୍ତ୍ରୀ ବାହାରିନ ଗସ୍ତରେ ଯାଇଥିବା ଅନୁଭୂତି ସଂପର୍କରେ ସେ ଦେଶ ସମ୍ରାଟଙ୍କୁ ସ୍ମରଣ କରାଇଥିଲେ ।
*******
Spoke to HM Hamad Bin Isa Al Khalifa, King of the Kingdom of Bahrain. We discussed the prevailing situation due to COVID-19 and how we can work together to fight the pandemic. Thanked him for the care extended by Bahrain towards the Indian diaspora there. https://t.co/V6HCFpSUsh
— Narendra Modi (@narendramodi) April 6, 2020