Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାସବ ଜୟନ୍ତୀ ୨୦୧୭ର ଉଦ୍ଘାଟନ ଏବଂ ବାସବ ସମିତିର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ବାସବ ଜୟନ୍ତୀ ୨୦୧୭ର ଉଦ୍ଘାଟନ ଏବଂ ବାସବ ସମିତିର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଆପଣ ସମସ୍ତଙ୍କୁ ଭଗବାନ ବାସବେଶ୍ୱରଙ୍କ ଜୟନ୍ତୀ ଅବସରରେ ଅନେକ ଅନେକ ଶୁଭକାମନା । ବାସବ ସମିତି ନିଜର  ୫୦ ବର୍ଷ ପୂରଣ କରି ଏକ ଉତ୍ତମ କାର୍ଯ୍ୟ ଦ୍ୱାରା ଭଗବାନ ବାସବେଶ୍ୱରଙ୍କ ରଚନା ଗୁଡିକର ପ୍ରସାର କରିବାରେ ଏକ ପ୍ରମୁଖ ଭୂମିକା ତୁଲାଇଛି । ମୁଁ ହୃଦୟର ସହିତ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ମୁଁ ଆମର ପୂର୍ବ ଉପରାଷ୍ଟ୍ରପତି ଶ୍ରୀମାନ ଜତି ସାହେବଙ୍କୁ ମଧ୍ୟ ଆଦରର ସହିତ ସ୍ମରଣ କରିବାକୁ ଚାହିଁବି । ସେ ଏହି ପବିତ୍ର କାର୍ଯ୍ୟକୁ ଆରମ୍ଭ କରିଥିଲେ, ଆଗକୁ ବଢାଇଥିଲେ । ମୁଁ ଆଜି ସ୍ୱତନ୍ତ୍ର ଭାବେ ଏହାର ମୁଖ୍ୟ ସଂସ୍ଥାପକ ଯେ କି ଆଜି ଆମ ଗହଣରେ ନାହାନ୍ତି, ସ୍ଵର୍ଗତ କାଲବୁର୍ଗିଜୀଙ୍କୁ ମଧ୍ୟ ପ୍ରଣାମ କରୁଛି । ଯିଏ ଏହି କାମ ପାଇଁ ନିଜକୁ ନିଜେ ଯୋଡି ହୋଇ ଯାଇଥିଲେ । ତାଙ୍କୁ ସବୁଠାରୁ ଅଧିକ ସନ୍ତୋଷ ହୋଇଥିବ । ଯେଉଁ କାମକୁ ସେ କରିଥିଲେ ତାହା ଆଜି ପୂର୍ଣ୍ଣର୍ତାରେ ପହଂଚିଯାଇଛି । ଆମେ ସମସ୍ତେ ହେଉଛୁ ରାଜନୀତିରୁ ଆସିଥିବା ପଙ୍କରେ ବୁଡି ଥିବା ଲୋକ । ଚଉକିର ଆଖପାଖରେ ଆମ ଦୁନିଆଁ ଚାଲୁଅଛି । ଆଉ ଅଧିକାଂଶ ସମୟ ଆମେ ଦେଖିଛୁ ଯେ ଯେବେ କେହି ରାଜନେତା, କେହି ରାଜପୁରୁଷଙ୍କର ସ୍ୱର୍ଗବାସ ହୁଏ, ବିଦାୟ ନିଅନ୍ତି ତ ବଡ଼ ଗମ୍ଭୀର ମୁହଁ ସହିତ ତାଙ୍କ ପରିବାରର ଲୋକ ଜନତା ଜନାର୍ଦ୍ଦନଙ୍କ ସାମ୍ନାରେ କୁହନ୍ତି ଯେ ମୁଁ ମୋ ବାପାଙ୍କ ଅସଂପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ କରିବି । ଏବେ ଆପଣ ବି ଜାଣନ୍ତି ମୁଁ ମଧ୍ୟ ଜାଣଛି, ଯେବେ ରାଜନେତାଙ୍କ ପୁଅ କହେ ଯେ ତାଙ୍କ ଅସଂପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ କରିବି । ଅର୍ଥାତ କ’ଣ କରିବି । ରାଜନୈତିକ ଦଳର ଲୋକ ମଧ୍ୟ ଜାଣନ୍ତି ଯେ ଇଏ ଯେବେ କହିଦେଲା ଯେ ଅସଂପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ କରିବି, ତ ଏହାର ଅର୍ଥ କ’ଣ ହୋଇଥାଏ । କିନ୍ତୁ ମୁଁ ଅରବିନ୍ଦ ଜୀଙ୍କୁ ବଧାଇ ଦେଉଛି ଯେ ପ୍ରକୃତ ଅର୍ଥରେ ଏଭଳି କାମ କିଭଳି ସଂପୂର୍ଣ୍ଣ କରାଯାଇଥାଏ । ଏହି ଦେଶର ଉପ ରାଷ୍ଟ୍ରପତି ପଦରେ ଗୌରବପୂର୍ଣ୍ଣ ଜୀବନ ଯିଏ ବିତାଇଥିଲେ, ଦେଶ ଯାହାଙ୍କୁ ମନେ ପକାଉଛି । ତାଙ୍କ ପୁଅ ପିତାଙ୍କର ଅସଂପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ କରିବାର ଅର୍ଥ ହେଉଛି ଭଗବାନ ବାସବାରାଜଙ୍କ କଥାକୁ ଜନ ଜନଙ୍କ ପାଖରେ ପହଂଚାଇବା । ହିନ୍ଦୁସ୍ଥାନର କୋଣ ଅନୁକୋଣରେ ପହଂଚାଇବା । ଆଗାମୀ ପିଢୀ ପାଖରେ ପହଂଚାଇବା । ଜତି ସାହେବ ତ ସ୍ୱୟଂ ଆମ ସାମ୍ନାରେ ବହୁତ ଆଦର୍ଶ କଥା ରଖି ଯାଇଛନ୍ତି । କିନ୍ତୁ ଭାଇ ଅରବିନ୍ଦ ମଧ୍ୟ ନିଜର ଏହି ଉତମ କାର୍ଯ୍ୟ ଦ୍ୱାରା ବିଶେଷ କରି ରାଜନୈତିକ ପରିବାରଗୁଡିକ ପାଇଁ ଏକ ଆଦର୍ଶ ପ୍ରସ୍ତୁତ କରିଛନ୍ତି । ମୁଁ ଏଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।

ସମିତିର ୫୦ ବର୍ଷ ପୂରଣ ହେବା ଅବସରରେ ଏହି କାମରେ ଦୁଇ ଦୁଇଟି ପିଢୀ ଲାଗି ଯାଇଥିବେ । ତାଙ୍କ ଲୋକମାନେ ନିଜର ସମୟ ଦେଇଥିବେ । ଶକ୍ତି ଲଗାଇଥିବେ । ୫୦ ବର୍ଷ ମଧ୍ୟରେ ଯେଉଁ ଯେଉଁ ଲୋକମାନେ ଯାହା ଯାହା ଯୋଗଦାନ ଦେଇଛନ୍ତି ସେ ସମସ୍ତଙ୍କୁ ମଧ୍ୟ ମୁଁ ଆଜି ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ସେମାନଙ୍କୁ ବଧାଇ ଦେବାକୁ ଚାହୁଁଛି ।

ମୋର ପ୍ରିୟ ଭାଇ ଭଉଣୀମାନେ, ଭାରତର ଇତିହାସ କେବଳ ହାରିଯାଇଥିବାର ଇତିହାସ ନୁହେଁ, ପ୍ରାଚ୍ୟର ଇତିହାସ ନୁହେଁ । କେବଳ ପରାଧିନତାର ଇତିହାସ ନୁହେଁ । କେବଳ ଅନ୍ୟାୟ ଅତ୍ୟାଚାର ସହ୍ୟ କରୁଥିବା ଲୋକଙ୍କର ଇତିହାସ ନୁହେଁ । କେବଳ ଗରିବୀ, ଭୁଭୂକ୍ଷୁ ଏବଂ ଅଶିକ୍ଷା ଆଉ ସାପ ଓ ନେଉଳ ଲଢେଇର ଇତିହାସ ମଧ୍ୟ ନୁହେଁ । ସମୟ ସହିତ ଦେଶରେ ଅଲଗା ଆହ୍ୱାନ ସବୁ ଆସିଛି । କେତେଗୁଡିଏ ଏହିଠାରେ ଜମା ହୋଇ ରହିଯାଇଛି । କିନ୍ତୁ ଏହି ସବୁ ସମସ୍ୟା, ଏହି ସବୁ ଅଭାବବୋଧ, ଏହି ସବୁ ଖରାପକଥା ଏହା ଆମର ପରିଚୟ ନୁହେଁ । ଆମର ପରିଚୟ ହେଉଛି ଏହି ସମସ୍ୟା ଗୁଡିକରୁ ମୁକୁଳିବା ପାଇଁ ଆମର କୌଶଳ, ଆମର ଦୃଷ୍ଟିକୋଣ । ଭାରତ ହେଉଛି ସେହି ଦେଶ, ଯିଏ ସାରା ବିଶ୍ୱକୁ ମାନବତାର, ଲୋକତନ୍ତ୍ରର, ସୁ-ଶାସନର, ଅହିଂସାର, ସତ୍ୟାଗ୍ରହର, ସଂଦେଶ ଦେଇଛି । ଅଲଗା ଅଲଗା ସମୟରେ ଆମ ଦେଶରେ ଏଭଳି ମହାନ ଆତ୍ମା ଅବତରିତ ହୋଇଛନ୍ତି, ଯେଉଁମାନେ ସଂପୂର୍ଣ୍ଣ ମାନବତାକୁ, ନିଜ ଚିନ୍ତାଧାରାରେ, ନିଜ ଜୀବନରେ ମାର୍ଗ ଦେଖାଇଛନ୍ତି । ଯେତେବେଳେ ଦୁନିଆର ବଡ଼ ବଡ଼ ଦେଶଗୁଡିକ ପଶ୍ଚିମର ବଡ଼ ବଡ଼ ବୁଦ୍ଧିମାନ ବ୍ୟକ୍ତିମାନେ ଲୋକତନ୍ତ୍ରକୁ, ସମସ୍ତଙ୍କୁ ସମାନ ଅଧିକାରକୁ ଏକ ନୂଆ ଦୃଷ୍ଟିକୋଣରେ ଦେଖିବା ଆରମ୍ଭ କଲେ ତାହାର ଶତାବ୍ଦୀ ପୂର୍ବେ କୌଣସି ହିନ୍ଦୁସ୍ଥାନୀ ଏହି କଥାକୁ ଅନୁଭବ କରିଥିଲା । ଭାରତ ଏହି ମୂଲ୍ୟବୋଧ ଗୁଡିକୁ ନା କେବଳ ଆତ୍ମସାର କରିଥିଲା ବରଂ ନିଜର ଶାସନ ପଦ୍ଧତୀରେ ସାମିଲ ମଧ୍ୟ କରିଥିଲା । ଏକାଦଶ ଶତାବ୍ଦୀରେ ଭଗବାନ ବାସବେଶ୍ୱର ମଧ୍ୟ ଏକ ଲୋକତାନ୍ତ୍ରିକ ବ୍ୟବସ୍ଥାର ସୃଜନ କଲେ । ସେ ଅନୁଭବ ମଣ୍ଡପ ନାମରେ ଏକ ଏଭଳି ବ୍ୟବସ୍ଥା ବିକଶିତ କଲେ ଯେଉଁଥିରେ ସବୁ ବର୍ଗର ଲୋକ ଗରିବ, ଦଳିତ, ପୀଡିତ, ଶୋଷିତ, ବଂଚିତ, ସେଠାରେ ଆସି ସମସ୍ତଙ୍କ ସାମ୍ନାରେ ନିଜ ବିଚାର ରଖି ପାରିବେ । ଏହା ଲୋକତନ୍ତ୍ରର ଏକ ବଡ଼ ଅଦ୍ଭୁତ ଶକ୍ତି ଥିଲା । ଏକ ପ୍ରକାରରେ ଏହା ଦେଶର ପ୍ରଥମ ସଂସଦ ଥିଲା । ଏଠାରେ ସମସ୍ତେ ସମାନ ଥିଲେ । ନଥିଲା ଉଚ୍ଚ ନିଚ୍ଚ,  ମୋର ତୋର ଭେଦଭାବ । ଭଗବାନ ବାସବେଶ୍ୱର କହୁଥିଲେ ଯେବେ ବିଚାରର ଆଦାନ ପ୍ରଦାନ ନ ହେବ, ଯେବେ ତର୍କ ସହିତ ଆଲୋଚନା ନ ହେବ, ତେବେ ଅନୁଭବର ଗୋଷ୍ଠୀ ପ୍ରାସଙ୍ଗିକତା ମଧ୍ୟ ରୁହେ ନାହିଁ ଆଉ ଯେଉଁଠାରେ ଏଭଳି ହୁଏ ସେଠାରେ ଈଶ୍ୱର ବାସ କରନ୍ତି ନାହିଁ । ଅର୍ଥାତ ସେ ବିଚାରର ଏହି ମନ୍ଥନକୁ ଇଶ୍ୱରଙ୍କ ଭଳି ଶକ୍ତିଶାଳୀ ଏବଂ ଇଶ୍ୱରଙ୍କ ଭଳି ମଧ୍ୟ ଆବଶ୍ୟକ କରିଥିଲେ । ଏହାଠାରୁ ବଡ଼ ଜ୍ଞାନର କେହି କଳ୍ପନା କରି ପାରିବେ । ଅର୍ଥାତ ଶହ ଶହ ବର୍ଷ ପୂର୍ବେ ବିଚାରର ସାମର୍ଥ୍ୟ, ଜ୍ଞାନର ସାମର୍ଥ୍ୟ ଈଶ୍ୱରଙ୍କ ସମକକ୍ଷ ଥିଲା । ଏହି କଳ୍ପନା ଆଜି ବୋଧହୁଏ ଦୁନିଆ ପାଇଁ ଆଶ୍ଚର୍ଯ୍ୟ ଜନକ ହେବ । ଅନୁଭବ ମଣ୍ଡପରେ ନିଜ ବିଚାର ସହିତ ମହିଳାମାନଙ୍କୁ ମୁକ୍ତ କଣ୍ଠରେ କହିବାର ସ୍ୱାଧୀନତା ଥିଲା । ଆଜି ଯେତେବେଳେ ଏହି ଦୁନିଆ ଆମକୁ ମହିଳା ସଶକ୍ତିକରଣର ପାଠ ପଢାଉଛି । ଭାରତକୁ ନ୍ୟୁନ ଦେଖାଇବା ପାଇଁ ଏଭଳି ସବୁ କଳ୍ପନା ବିଶ୍ୱରେ ପ୍ରଚାରିତ କରାଯାଉଛି ।  କିନ୍ତୁ ଶହ ଶହ ବର୍ଷର ପୁରୁଣା ଇତିହାସ ଆମ ସାମ୍ନାରେ ଉପଲବ୍ଧ ଅଛି, ଭଗବାନ ବାସବେଶ୍ୱର ମହିଳା ସଶକ୍ତିକରଣ, ସମାନ ଭାଗିଦାରୀତା ଆଦି ଉତ୍ତମ ବ୍ୟବସ୍ଥାକୁ ସାକାର କରିଥିଲେ, କେବଳ କହି ନ ଥିଲେ ବ୍ୟବସ୍ଥାକୁ ସାକାର କରିଥିଲେ । ସମାଜର ପ୍ରତ୍ୟେକ ବର୍ଗରୁ ଆସିଥିବା ମହିଳାମାନେ ନିଜର ବିଚାର ବ୍ୟକ୍ତ କରୁଥିଲେ ।

କେତେକ ମହିଳା ଏପରି ମଧ୍ୟ ଥିଲେ ଯେଉଁମାନଙ୍କୁ ସାଧାରଣ ସମାଜର କୁ-ପ୍ରଥା ଆଧାରରେ ତିରସ୍କୃତ କରାଯାଉଥିଲା । ଆମର ଏଠାରେ କିଛି କୁ ପ୍ରଥା ଥିଲା । ପୀଡିତ ମହିଳାମାନଙ୍କୁ ମଧ୍ୟ ଆସି ଅନୁଭବ ମଣ୍ଡପରେ ନିଜ କଥା ରଖିବାର ସଂପୂର୍ଣ୍ଣ ଅଧିକାର ଥିଲା ।

 

ମହିଳା ସଶକ୍ତିକରଣକୁ ନେଇ ସେ ସମୟରେ କେତେବଡ଼ ପ୍ରୟାସ ଥିଲା, କେତେ ବଡ଼ ଆନ୍ଦୋଳନ ଥିଲା । ଆମେ ଅନୁମାନ ଲଗାଇ ପାରିବା । ଆଉ ଆମ ଦେଶର ବିଶେଷତ୍ୱ ରହିଛି । ହଜାର ହଜାର ବର୍ଷର ପୁରୁଣା ହେଉଛି ଆମର ପରମ୍ପରା । ତେଣୁ କୁ-ପ୍ରଥା ଆସିବା ଅନୁଚିତ । ଆସିଲା, କିନ୍ତୁ ସେହି କୁ-ପ୍ରଥା ବିରୁଦ୍ଧରେ ଲଢେଇ ଲଢିବାର ଝୁଙ୍କ ମଧ୍ୟ ଆମ ଭିତରେ ସୃଷ୍ଟି ହୋଇଛି । ଯେଉଁ ସମୟରେ ରାଜା ରାମ ମୋହନ ରାୟ ବିଧବା ବିବାହର କଥା ରଖିଥିବେ ସେହି ସମୟର ସମାଜ ତାଙ୍କର କେତେ ସମାଲୋଚନା କରିନଥିବ । କେତେ କଷ୍ଟ ଆସିଥିବ । କିନ୍ତୁ ସେ ଦୃଢ ରହିଲେ । ମାଆ ଭଉଣୀମାନଙ୍କ ସହିତ ଏ ହେଉଛି ଘୋର ଅନ୍ୟାୟ । ଅପରାଧ ହେଉଛି ଏହି ସଂଦେଶ ସମାଜକୁ ଯିବା ଦରକାର । କରି ଦେଖାଇଲେ ।

ଆଉ ଏଥିପାଇଁ ମୁଁ କେବେ କେବେ ଭାବୁଛି । ତିନ ତଲାକକୁ ନେଇ ଆଜି ଏତେ ବଡ ଚର୍ଚ୍ଚା ଚାଲୁ ରହିଛି । ଭାରତର ମହାନ ପରମ୍ପରାକୁ ଦେଖି ମୋ ଭିତରେ ଏକ ଆଶାର ସଂଚାର ହୋଇଛି । ମୋ ମନରେ ଏକ ଆଶା ଜାଗି ଉଠିଛି ଯେ ଏ ଦେଶରେ ସମାଜ ଭିତରୁ ହିଁ ଶକ୍ତିଶାଳୀ ଲୋକ ବାହାରନ୍ତି । ଯେଉଁମାନେ ପ୍ରଚଳିତ ପରମ୍ପରାଗୁଡିକୁ ଭାଙ୍ଗିଥାଆନ୍ତି, ନଷ୍ଟ କରନ୍ତି, ଆଧୁନିକ ବ୍ୟବସ୍ଥାଗୁଡିକୁ ବିକଶିତ କରନ୍ତି । ମୁସଲମାନ ସମାଜରୁ ମଧ୍ୟ ଏ ଭଳି ପ୍ରବୃଦ୍ଧ ଲୋକ ଜନ୍ମ ହେବେ । ଆଗକୁ ଆସିବେ ଏବଂ ମୁସଲିମ୍ ଝିଅମାନଙ୍କୁ ସେମାନଙ୍କ ସହିତ ଯାହା ହେଉଛି  ତା ବିରୁଦ୍ଧରେ ସେ ନିଜେ ଲଢେଇ ଲଢିବେ ଏବଂ କେବେ ନା କେବେ ରାସ୍ତା ବାହାର କରିବେ । ଆଉ ହିନ୍ଦୁସ୍ଥାନରୁ ହିଁ ପ୍ରବୃଦ୍ଧ ମୁସଲମାନ ବାହାରିବେ ଯିଏ ସାରା ଦୂନିଆର ମୁସଲମାନ ମାନଙ୍କୁ ରାସ୍ତା ଦେଖାଇବାର ଶକ୍ତି ରଖିବେ । ଏ ହେଉଛି ଏହି ମାଟିର ଶକ୍ତି । ସେତେବେଳେ ତ ସେହି ସମୟରେ ଉଚ୍ଚ-ନିଚ୍ଚ, ଛୁଆଁ-ଅଛୁଆଁ ପ୍ରଥା ଚାଲୁଥିବ । ତେବେ ମଧ୍ୟ ଭଗବାନ ବାସବେଶ୍ୱର କହୁଥିଲେ, ଅନୁଭବ ମଣ୍ଡପକୁ ଆସିକରି ସେହି ମହିଳାଙ୍କୁ ନିଜ କଥା କହିବାର ହକ୍ ଅଛି । ଶହ ଶହ ବର୍ଷ ପୂର୍ବେ ଏହି ଭାରତ ମାଟିର ଶକ୍ତି ଥିଲା । ତିନି ତଲାକ ଅସୁବିଧା ମଧ୍ୟରେ ଗତି କରୁଥିବା ଆମର ମାଆ ଭଉଣୀମାନଙ୍କୁ ବଂଚାଇବା ପାଇଁ ସେହି ସମାଜରୁ ଲୋକ ଆସିବେ । ଆଉ ମୁଁ ମୁସଲମାନ ସମାଜର ଲୋକଙ୍କୁ ଅନୁରୋଧ କରିବି ଯେ ଏହି ମାମଲାକୁ ରାଜନୀତି ପରିସର ମଧ୍ୟକୁ ଯିବାକୁ ଦିଅନ୍ତୁ ନାହିଁ । ଆପଣ ଆଗକୁ ଆସନ୍ତୁ ଏହି ସମସ୍ୟାର ସମାଧାନ କରନ୍ତୁ । ଆଉ ସେହି ସମାଧାନର ଆନନ୍ଦ ଅନ୍ୟ କିଛି ହେବ । ଆଗାମୀ ପିଢୀ ସେଥିରୁ ଶକ୍ତି ଗ୍ରହଣ କରିବ ।

ସାଥୀମାନେ ଭଗବାନ ବାସବେଶ୍ୱରଙ୍କ ବାଣୀରେ ତାଙ୍କ ଶିକ୍ଷାରୁ ପ୍ରସ୍ତୁତ ହୋଇଥିବା ସାତ ସିଦ୍ଧାନ୍ତ ଇନ୍ଦ୍ରଧନୁର ସାତ ରଙ୍ଗ ଭଳି ଆଜି ମଧ୍ୟ ଏହି ଜାଗାକୁ ଗୋଟିଏ ପକ୍ଷରୁ ଅନ୍ୟ ପକ୍ଷ ସହିତ ଯୋଡି ରଖିଛି । ଆସ୍ଥା କାହା ପ୍ରତି ମଧ୍ୟ ହେଉ, କାହାର ମଧ୍ୟ ହେଉ, ପ୍ରତ୍ୟେକଙ୍କର ସମ୍ମାନ ହେଉ । ଜାତି ପ୍ରଥା, ଛୁଆଁ ଅଛୁଆଁ ଭଳି ଖରାପ କଥା ନ ରହୁ ସମସ୍ତଙ୍କୁ ସମାନ ଅଧିକାର ମିଳୁ ଏହାକୁ ସେ ବହୁ

ଜୋର୍ ସମର୍ଥନ କରୁଥିଲେ । ସେ ପ୍ରତ୍ୟେକ ମଣିଷ ମଧ୍ୟରେ ଭଗବାନଙ୍କୁ ଦେଖିଥିଲେ । ସେ କହିଥିଲେ ଏ ଶରୀର ହେଉଛି ଏକ ମନ୍ଦିର । ଯେଉଁଥିରେ ଆତ୍ମା ହିଁ ହେଉଛି ଭଗବାନ ।

ସମାଜରୁ ଉଚ୍ଚ ନିଚ୍ଚର ଭେଦଭାବ ଶେଷ ହେଉ ।

ସମସ୍ତଙ୍କୁ ସମ୍ମାନ ମିଳୁ । ଯୁକ୍ତି ଏବଂ ବୈଜ୍ଞାନିକ ଆଧାରରେ ସମାଜର ଚିନ୍ତାଧାରା ବିକଶିତ କରାଯାଉ । ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କର ସଶକ୍ତିକରଣ ହେଉ । ଏହି ସିଦ୍ଧାନ୍ତ କୌଣସି ବି ଲୋକତନ୍ତ୍ର କୌଣସି ବି ସମାଜ ପାଇଁ ହେଉଛି ଏକ ମଜବୁତ ମୂଳଦୁଆ ପରି, ମଜବୁତ ନିଅଁ ପରି । । ଏ ଲୋକ ହେଉଛି ଆମର । ଆମ ସମସ୍ତଙ୍କ ମଧ୍ୟରୁ ହେଉଛି ଜଣେ । ଏହି ମୂଳଦୁଆ ଉପରେ ଏକ ମଜବୁତ ରାଷ୍ଟ୍ରର ନିର୍ମାଣ ହେଉଛି ।  ଏହି ସିଦ୍ଧାନ୍ତ ଗୋଟିଏ ରାଷ୍ଟ୍ର ପାଇଁ ନୀତି ନିର୍ଦ୍ଦେଶର କାମ କରିଥାଏ । ଆମ ପାଇଁ ଏହା ବହୁତ ଗର୍ବର ବିଷୟରେ ଯେ ଭାରତ ଭୂଇଁରେ ୮୦୦ ବର୍ଷ ପୂର୍ବେ ଏହି ବିଚାରଗୁଡିକୁ ଭଗବାନ ବାସବେଶ୍ୱର ଜନ ଭାବନା ଆଉ ଜନତନ୍ତ୍ରର ଆଧାର କରିଥିଲେ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ତାଙ୍କ ବାଣୀରେ ସେହି ପ୍ରତିଧ୍ୱନୀ ଅଛି ଯାହା ହେଉଛି ଏହି ସରକାରର ସମସ୍ତଙ୍କର ସହିତ ସମସ୍ତଙ୍କର ବିକାଶର ମନ୍ତ୍ର । ବିନା ଭେଦଭାବରେ ଏହି ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ଘର ହେବା ଦରକାର । ଭେଦଭାବ ରହିବା ଦରକାର ନାହିଁ । ବିନା ଭେଦଭାବରେ ପ୍ରତ୍ୟେକଙ୍କୁ ୨୪ ଘଂଟା ବିଜୁଳି ମିଳିବା ଦରକାର । ବିନା ଭେଦଭାବରେ ପ୍ରତ୍ୟେକ ଗାଁରେ ରାସ୍ତା ହେବା ଦରକାର । ବିନା ଭେଦଭାବରେ ପ୍ରତ୍ୟେକ କୃଷକଙ୍କୁ ଜଳ ସେଚନ ପାଇଁ ପାଣି ମିଳିବା ଦରକାର । ସାର ମିଳିବା ଦରକାର, ଫସଲ ପାଇଁ ବୀମା ମିଳିବା ଦରକାର । ଏହାତ ହେଉଛି ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ । ସମସ୍ତଙ୍କୁ ସାଙ୍ଗରେ ନେବା ଆଉ ଏହାର ଦେଶରେ ବହୁତ ଆବଶ୍ୟକ ଅଛି । ସମସ୍ତଙ୍କୁ ସାଙ୍ଗରେ ନେଇ, ସମସ୍ତଙ୍କ ପ୍ରୟାସରେ, ସମସ୍ତଙ୍କ ପ୍ରଯତ୍ନରେ ସମସ୍ତଙ୍କର ବିକାଶ କରାଯାଇ ପାରିବ ।

ଆପଣ ସମସ୍ତେ ଭାରତ ସରକାରଙ୍କର ମୁଦ୍ରା ଯୋଜନା ବିଷୟରେ ଶୁଣିଥିବେ । ଏହି ଯୋଜନା ଦେଶର ଯୁବକମାନଙ୍କୁ ବିନା ଭେଦ ଭାବରେ ବିନା ବ୍ୟାଙ୍କ ଗ୍ୟାରେଂଟିରେ ନିଜ ଗୋଡରେ ଛିଡା ହେବା ପାଇଁ ନିଜ ରୋଜଗାର ପାଇଁ ଋଣ ଦେବା ପାଇଁ ଆରମ୍ଭ କରାଯାଇଛି । ବିନା ଗ୍ୟାରେଂଟିରେ, ବର୍ତମାନ ସୁଦ୍ଧା, ଦେଶର ସାଢେ ତିନି କୋଟି ଲୋକଙ୍କୁ ଏହି ଯୋଜନା ଅଧିନରେ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଦିଆଯାଇ ସାରିଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେଇଯିବେ କି ଏହି ଯୋଜନା ଅଧିନରେ ଋଣ ନେଲାବାଲାଙ୍କ ମଧ୍ୟରୁ ୭୬ % ହେଉଛନ୍ତି ମହିଳା । ସତ କହିବାକୁ ଗଲେ ଯେତେବେଳେ ଏହି ଯୋଜନା ଆରମ୍ଭ କରାଯାଇଥିଲା, ତ ଆମ ସମସ୍ତଙ୍କର ଏହି ଆଶା ନ ଥିଲା କି ମହିଳାମାନେ ଏତେ ବଡ଼ ସଂଖ୍ୟାରେ ଆଗକୁ ଆସିବେ ଏଥିରେ ଯୋଡି ହେବେ । ଆଉ ନିଜେ ଉଦ୍ୟୋଗୀ ହେବା ଦିଗରେ କାମ କରିବେ । ଆଜି ଏହି ଯୋଜନା ମହିଳା ସଶକ୍ତିକରଣର ଏକ ବହୁତ ବଡ଼ ଭୂମିକା ତୁଲାଉଛି । ଗାଁରେ, ଗଳିରେ ଛୋଟ ଛୋଟ ବସ୍ତିରେ ମୁଦ୍ରା ଯୋଜନା ମହିଳା ଉଦ୍ୟମୀମାନଙ୍କର ଏକ ପ୍ରକାରରେ ବଡ଼ ଧାଡି ଲାଗି ରହିଛି । ଭାଇ ଓ ଭଉଣୀମାନେ ଭଗବାନ ବାସବେଶ୍ୱରଙ୍କ ବାଣୀ କେବଳ ଜୀବନର ସତ୍ୟ ହିଁ ନୁହେଁ । ଏହା ସୁଶାସନ, ପ୍ରଶାସନ, ରାଜକର୍ତାମାନଙ୍କ ପାଇଁ ମଧ୍ୟ ଉପଯୋଗୀ । ସେ କହୁଥିଲେ କି ଜ୍ଞାନର ବଳରେ ହେଉଛି ଅଜ୍ଞାନର ବିନାଶ । ଜ୍ୟୋତି ବଳରେ ହେବ ଅନ୍ଧକାରର ବିନାଶ । ସତ୍ୟ ବଳରେ ହେବ ଅସତ୍ୟର ବିନାଶ । ପାରସ ବଳରେ ହେବ ଲୌହତ୍ୱର ବିନାଶ । ବ୍ୟବସ୍ଥା ମାଧ୍ୟମରେ ଅସତ୍ୟକୁ ଦୂର କରିବାର ଅଛି ତ ସୁଶାସନ ମାଧ୍ୟମରେ ସମ୍ଭବ ।

ଯେତେବେଳେ ଗରିବ ମୂଲ୍ୟଯୁକ୍ତ ରିହାତି ସଠିକ୍ ଲୋକଙ୍କ ହାତକୁ ଯାଇଥାଏ, ଯେତେବେଳେ ଗରିବ ଲୋକର

କଂଟ୍ରୋଲ ସାମଗ୍ରୀ ତା ପାଖରେ ପହଂଚିଥାଏ, ଯେତେବେଳେ ନିଯୁକ୍ତି ପାଇଁ ସୁପାରିଶ ବନ୍ଦ ହୋଇଥାଏ ,ଯେତେବେଳେ ଗରିବ ବ୍ୟକ୍ତିଙ୍କୁ ଭ୍ରଷ୍ଟାଚାର ଆଉ କଳାଧନରୁ ମୁକ୍ତିର ପ୍ରୟାସ କରାଯାଇଥାଏ, ତ ବ୍ୟବସ୍ଥାରେ ସତ୍ୟତାର ହିଁ ମାର୍ଗ ବଢିଥାଏ ଆଉ ତାହାହିଁ ତ ଭଗବାନ ବାସବେଶ୍ୱର କହିଛନ୍ତି । ଯାହା ହେଉଛି ମିଥ୍ୟା, ଭୁଲ, ତାକୁ ଦୂର କରିବା ,ସେଥିରେ ପାରଦର୍ଶିତା ଆଣିବା ସ୍ୱଚ୍ଛତା ଆଣିବା ହେଉଛି ସୁଶାସନ ।

ଭଗବାନ ବାସବେଶ୍ୱର କହୁଥିଲେ, ମନୁଷ୍ୟ ଜୀବନ ନିସ୍ୱାର୍ଥ କର୍ମ ଯୋଗ ଦ୍ୱାରା ହିଁ ପ୍ରକାଶିତ ହୋଇଥାଏ । ନିସ୍ୱାର୍ଥ କର୍ମ ଯୋଗ । ସେ ମାନୁଥିଲେ ସମାଜରେ ନିସ୍ୱାର୍ଥ କର୍ମ ଯୋଗ ଯେତେ ବଢିବ ସମାଜରୁ ସେତେ ଭ୍ରଷ୍ଟ ଆଚରଣ ମଧ୍ୟ କମ୍ ହୋଇଯିବ । ଭ୍ରଷ୍ଟ ଆଚରଣ ହେଉଛି ଏମିତି ଏକ ଉଈ, ଯାହା ଆମର ଲୋକତନ୍ତ୍ରକୁ ଆମର ସାମାଜିକ ବ୍ୟବସ୍ଥାକୁ ଭିତରୁ ଫମ୍ପା କରୁଛି । ଏହା ମଣିଷଠାରୁ ସମାନତାର ଅଧିକାର ଛଡାଇ ନେଉଛି । ଗୋଟିଏ ଲୋକ ଯିଏ ପରିଶ୍ରମ କରି ସଚ୍ଚୋଟତାର ସହ ରୋଜଗାର କରୁଛି, ଯେବେ ସେ ଦେଖିଥାଏ କି ଭ୍ରଷ୍ଟାଚାର କରି କମ୍ ପରିଶ୍ରମ କରି ଅନ୍ୟଜଣେ ନିଜ ଜୀବନ ସହଜ କରି ନେଇଥାଏ । ତ ଗୋଟିଏ କ୍ଷଣ ପାଇଁ, ଗୋଟିଏ କ୍ଷଣ କାହିଁକି ନ ହେଉ କିନ୍ତୁ ସେ ଠିକ୍ କରି ନିଶ୍ଚୟ ଭାବିଥାଏ ବୋଧହୁଏ ସେ ରାସ୍ତା ତ ଠିକ୍ ନୁହେଁ । ସତ୍ୟତାର ମାର୍ଗ ଛାଡିବା ପାଇଁ କେବେ କେବେ ବାଧ୍ୟ ହୋଇଯାଇଥାଏ । ଅସମାନତାର ଏହି ଅନୁଭବକୁ ଦୂରକରିବା ଆମ ସମସ୍ତଙ୍କର ହେଉଛି କର୍ତବ୍ୟ । ଆଜି ବାସବାଚାର୍ଯ୍ୟ ଜୀଙ୍କ ଏହି ବାଣୀ ତାଙ୍କ ବିଚାରର ପ୍ରବାହ କର୍ଣ୍ଣାଟକର ସୀମାରୁ ବାହାରି ଲଣ୍ଡନର ଥେମସ ନଦୀ ପର୍ଯ୍ୟନ୍ତ ଦେଖା ଦେଉଛି ।

ମୋର ସୌଭାଗ୍ୟ କି ମତେ ଲଣ୍ଡନରେ ବାସବାଚାର୍ଯ୍ୟଜୀଙ୍କ ପ୍ରତିମାକୁ ଅନାବରଣ କରିବାର ଅବସର ମିଳିଲା ଯେଉଁ ଦେଶ ବିଷୟରେ କୁହାଯାଉଥିଲା କି ଏଠାରେ କେବେ ସୂର୍ଯ୍ୟାସ୍ତ ହୁଏ ନାହିଁ । ସେଠାକାର ସଂସଦର ସାମ୍ନାରେ ଲୋକତନ୍ତ୍ରକୁ ସଙ୍କଳ୍ପିତ କରିଥିବା ବାସବାଚାର୍ଯ୍ୟ ଜୀଙ୍କ ପ୍ରତିମା କୌଣସି ତୀର୍ଥସ୍ଥଳଠାରୁ କମ୍ ନୁହେଁ । ମୋର ଆଜି ମଧ୍ୟ ମନେ ଅଛି । ସେ ସମୟରେ କେତେ ବର୍ଷା ହେଉଥିଲା ଆଉ ଯେବେ ବାସବାଚାର୍ଯ୍ୟ ଜୀଙ୍କ ପ୍ରତିମା ସ୍ଥାପନ କରାଯାଉଥିଲା ତ ସ୍ୱୟଂ ମେଘରାଜା ମଧ୍ୟ ଅମୃତ ବର୍ଷା କରୁଥିଲେ । ଆଉ ଥଣ୍ଡା ମଧ୍ୟ ଥିଲା । କିନ୍ତୁ ତା ପରେ ମଧ୍ୟ ଏତେ ମନଯୋଗ ସହିତ ଲୋକ ଭଗବାନ ବାସବେଶ୍ୱରଙ୍କ ବିଷୟରେ ଶୁଣୁଥିଲେ ତାଙ୍କର କୌତୁହଳ ହେଉଥିଲା ଯେ ଶତାବ୍ଦୀ ପୂର୍ବେ ଆମ ଦେଶରେ ଲୋକତନ୍ତ୍ର, ନାରୀ ସଶକ୍ତି କରଣ, ସମାନତା ଏହା ବିଷୟରେ କେତେ ଚର୍ଚ୍ଚା ଥିଲା । ମୁଁ ଭାବୁଛି ସେମାନଙ୍କ ପାଇଁ ବଡ଼ ଅଦ୍ଭୁତ ଥିଲା । ସାଥୀଗଣ, ଏବେ ଏହା ଆମ ଶିକ୍ଷା ବ୍ୟବସ୍ଥାର ଅଭାବେବୋଧ ବୋଲି ଭାବନ୍ତୁ କିମ୍ବା ନିଜର ଇତିହାସକୁ ଭୁଲିଯିବାର ଦୁର୍ବଳତା ବୋଲି ମାନନ୍ତୁ । କିନ୍ତୁ ଆଜି ମଧ୍ୟ ଆମ ଦେଶରେ ଲକ୍ଷ-ଲକ୍ଷ, କୋଟି-କୋଟି ଯୁବକଙ୍କୁ, ଏ ବିଷୟରେ ଜଣା ନ ଥିବ ଯେ ୮୦୦ – ୯୦୦ ବର୍ଷ ପୂର୍ବେ ହଜାର ବର୍ଷ ପୂର୍ବେ ଆମ ଦେଶରେ ସାମାଜିକ ମୂଲ୍ୟଗୁଡିକର ପୁନଃସ୍ଥାପନା ପାଇଁ ଜନ ଜାଗୃତିର କିଭଳି ସମୟ ଚାଲୁଥିଲା । ସମାଜରେ ବ୍ୟାପିଥିବା କୁ-ପ୍ରଥା ଗୁଡିକୁ ଶେଷ କରିବା ପାଇଁ ସେହି ସମୟର କିଭଳି ଆନ୍ଦୋଳନ ଚାଲୁଥିଲା ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରେ । ପରାଧିନତାର ସେ ଦିନ ଥିଲା । ଆମ ଋଷିମାନେ ସନ୍ଥମାନେ ଜନ ଆନ୍ଦୋଳନର ମୂଳଦୁଆ ରଖିଥିଲେ । ସେ ଜନ ଆନ୍ଦୋଳନକୁ ଭକ୍ତି ସହିତ ଯୋଡିଥିଲେ । ଭକ୍ତି ଈଶ୍ୱରଙ୍କ ପ୍ରତି ଆଉ ଭକ୍ତି ସମାଜ ପ୍ରତି ଦକ୍ଷିଣରୁ ଆରମ୍ଭ ହୋଇ ଭକ୍ତି ଆନ୍ଦୋଳନର ବିସ୍ତାର ମହାରାଷ୍ଟ୍ର ଆଉ ଗୁଜୁରାଟ ଦେଇ ଉତର ଭାରତ ପର୍ଯ୍ୟନ୍ତ ହୋଇଗଲା । ଏହି ସମୟରେ ଅଲଗା ଅଲଗା ଭାଷାରେ ଅଲଗା ବର୍ଗର ଲୋକମାନେ ସମାଜରେ ଚେତନା ଜାଗ୍ରତ କରିବାରେ ପ୍ରୟାସ କଲେ । ଏମାନେ ସମାଜ ପାଇଁ ଏକ ଆଇନା ଭଳି କାମ କଲେ । ଯାହା ସବୁ ଭଲ ଥିଲା ଯାହା ସବୁ ଖରାପ ଥିଲା ସେମାନେ ତାକୁ ନା କେବଳ କାଚ ଭଳି ଲୋକଙ୍କ ସାମ୍ନାରେ ରଖିଲେ ବରଂ ଖରାପ ଭିତରୁ ଭକ୍ତିର ରାସ୍ତା ମଧ୍ୟ ଦେଖାଇଲେ । ମୁକ୍ତି ମାର୍ଗକୁ ଆପଣାଇଲେ । କେତେ ନାମ ଆମେ ଶୁଣୁଛୁ । ରାମାନୁଜାଚାର୍ଯ୍ୟ, ମାଧବାଚାର୍ଯ୍ୟ, ନିମ୍ବକାଚାର୍ଯ୍ୟ, ସନ୍ଥ ତୁକାରାମ, ମୀରାବାଈ, ନରସିଂହ ମେହେଟ୍ଟା, କବିର ଦାସ, ସନ୍ଥ ରେୟ ଦାସ, ଗୁରୁ ନାନକ ଦେବ, ଚୈତନ୍ୟ ମହାପ୍ରଭୁ ଅନେକ ଅନେକ ମହାନ ବ୍ୟକ୍ତିଙ୍କ ସମାଗମ ଦ୍ୱାରା ଭକ୍ତି ଆନ୍ଦୋଳନ ମଜବୁତ ହେଲା । ଏହାର ପ୍ରଭାବରେ ଦେଶ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ଚେତନାକୁ ସ୍ଥିର ରଖି ନିଜ ଆତ୍ମାକୁ ବଂଚାଇ ପାରିଲା । ଆଉ ଗୋଟିଏ କଥା ଉପରେ ଆପଣ ଧ୍ୟାନ ଦିଅନ୍ତୁ, ତ ଆପଣ ଜାଣି ପାରିବେ ଯେ ସମସ୍ତେ ବହୁତ ସରଳ ଏବଂ ସହଜ ଭାଷାରେ ସମାଜରେ ନିଜ କଥା ପହଂଚାଇବାର ପ୍ରୟାସ କରିଥିଲେ । ଭକ୍ତି ଆନ୍ଦୋଳନ ସମୟରେ ଧର୍ମ, ଦର୍ଶନ, ସାହିତ୍ୟର ଏଭଳି ତ୍ରିବେଣୀ ସ୍ଥାପିତ ହୋଇଥିଲା ଯାହା ଆଜି ମଧ୍ୟ ଆମକୁ ପ୍ରେରଣା ଦିଏ । ସେମାନଙ୍କ ଦୋହା, ବାଣୀ, ଚୌପାଇ ,କବିତା ଓ ଗୀତ ଆଜି ମଧ୍ୟ ଆମ ସମାଜ ପାଇଁ ସେତିକି ମୂଲ୍ୟବାନ । ସେମାନଙ୍କ ଦର୍ଶନ ଯେ କୌଣସି ସମୟର କସଟିରେ ସମ୍ପୂର୍ଣ୍ଣ ଫିଟ ହେଉଛି । ୮୦୦ ବର୍ଷ ପୂର୍ବେ ବାସବେଶ୍ୱରଜୀ ଯାହା କହିଥିଲେ, ଆଜି ମଧ୍ୟ ଠିକ୍ ଲାଗୁଛି ନା ଲାଗୁ ନାହିଁ ।

ସାଥୀଗଣ ଆଜି ଭକ୍ତି ଆନ୍ଦୋଳନର ସେହି ଭାବକୁ ସେହି ଦର୍ଶନକୁ ସମଗ୍ର ବିଶ୍ୱରେ ପ୍ରଚାରିତ କରାଯିବାର ଆବଶ୍ୟକତା ଅଛି । ମୁଁ ଖୁସୀ ଯେ ୨୩ଟି ଭାଷାରେ ଭଗବାନ ଭାସବେଶ୍ୱରଙ୍କ କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରାଯାଇଛି । ଅନୁବାଦ କାର୍ଯ୍ୟରେ ଲାଗିଥିବା ସମସ୍ତ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ପ୍ରୟାସରୁ ଭଗବାନ ବାସବେଶ୍ୱରଙ୍କ ବାଣୀ ଏବେ ଘରେ-ଘରେ ପହଂଚିବ । ଆଜି ଏହି ଅବସରରେ ମୁଁ ବସବା ସମିତିକୁ ମଧ୍ୟ କିଛି ଅନୁରୋଧ କରିବି । କରିବି ନା, ଲୋକତନ୍ତ୍ରରେ ଜନତାଙ୍କୁ ପଚାରି କରିବା ଭଲ ହୋଇଥାଏ । ଗୋଟିଏ କାମ ଆମେ କରିପାରିବା କି ? ଏହି ବାଣୀ ଆଧାରରେ ଏକ କୁଇଜ୍ ବ୍ୟାଙ୍କ କରାଯାଉ । ପ୍ରଶ୍ନ ଏବଂ ସମସ୍ତ ବାଣୀ ଡିଜିଟାଲ ହେଉ, ଆଉ ପ୍ରତ୍ୟେକ ବର୍ଷ ଅଲଗା ଅଲଗା ବୟସର ଲୋକ ଏହି କୁଇଜ୍ ପ୍ରତିଯୋଗିତାରେ ଅନଲାଇନ ଭାଗ ନିଅନ୍ତୁ । ତହସିଲ ସ୍ତରରେ, ଜିଲ୍ଳା ସ୍ତରରେ, ରାଜ୍ୟ ସ୍ତରରେ, ଆନ୍ତରାଜ୍ୟ, ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା ବର୍ଷସାରା ଚାଲୁ ରହୁ । ପ୍ରୟାସ କରିବା ପଚାଶ ଲକ୍ଷ ଏକ କୋଟି ଲୋକ ଆସନ୍ତୁ । କୁଇଜ୍ ପ୍ରତିଯୋଗିତାରେ ଭାଗ ନିଅନ୍ତୁ । ସେଥିପାଇଁ ତାହାକୁ ବଚନାମୃତର ଏକ ଛାତ୍ରଭାବେ ଅଧ୍ୟୟନ କରିବାକୁ ପଡିବ । କୁଇଜ୍ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ । ଆଉ ମୁଁ ମାନୁଛି ଅରବିନ୍ଦ ଜୀ, ଏହି କାମକୁ ଆପଣ ଅବଶ୍ୟ କରି ପାରିବେ । ନଚେତ କ’ଣ ହେବ କି ଏହି ଜିନିଷକୁ ଆମେ ଭୁଲି ଯିବା । ଯେଉଁ ଦିନ ସଂସଦରେ ମୋ ସହିତ ତାଙ୍କର ସାକ୍ଷାତ ହେଲା, ସେ କହିଲେ କି ସେତେବେଳେ ବିମୁଦ୍ରୀକରଣକୁ ନେଇ ଚର୍ଚ୍ଚା ଥିଲା । ଲୋକ ପକେଟରେ ହାତ ଲଗାଇ ବୁଲୁଥିଲେ । ଯେଉଁମାନେ ପ୍ରଥମେ ଅନ୍ୟ ପକେଟରେ ହାତ ପୁରାଉଥିଲେ, ସେହି ଦିନ ନିଜ ପକେଟରେ ହାତ ପୁରାଇଲେ । ଆଉ ସେହି ସମୟରେ ଅରବିନ୍ଦ ଜୀ ମତେ ବସବାଚାର୍ଯ୍ୟଜୀଙ୍କର ଏକ ଉଦ୍ଧୃତାଂଶ ଶୁଣାଇଥିଲେ । ଏତେ ତୃଟିଶୂନ୍ୟ ଥିଲା । ଯଦି ସେ ମତେ ୭ ତାରିଖରେ ମିଳିଯାଇଥାନ୍ତା ତ ମୁଁ ଆଠ ତାରିଖରେ ଯାହା କହିଲି ସେଥିରେ ନିଶ୍ଚିତ ତାହାର ଉଲ୍ଲେଖ କରିଥାନ୍ତି । ଆଉ ଏଥିପାଇଁ ମୁଁ ଚାହିଁବି କି ଏହି କାମକୁ ଆଗକୁ ନିଆଯାଉ । ଏହିଠାରେ ରୋକା ନ ଯାଉ । ଆଜି ଯେଉଁ ନୂଆ ପିଢୀ ଅଛନ୍ତି ତ ସେମାନଙ୍କର ଗୁଗୁଲ ଗୁରୁ ଅଛନ୍ତି ।  ବହୁତ ବଡ଼ ମାତ୍ରାରେ ଏହାକୁ ଅନ୍ୟମାନେ ମଧ୍ୟ କରିପାରିବେ । ଏହି ବଚନ ଅମୃତ ଆଉ ଆଜିର ବିଚାର ଦୁଇଟି କୁଇଜ୍ ପ୍ରତିଯୋଗିତା ହୋଇପାରିବ । ଲୋକଙ୍କୁ ଲାଗିବ ବିଶ୍ୱର କୌଣସି ବି ବଡ଼ ମହାପୁରୁଷଙ୍କ ଠାରୁ ଅଧିକ ଜ୍ଞାନ, ୮୦୦-୯୦୦    ବର୍ଷ ପୁର୍ବରୁ ଆମ ମାଟିର ସନ୍ତାନଙ୍କ ଠାରେ ଥିଲା । ଆମେ ଏହା ବିଷୟରେ ଭାବି ପାରିବା । ଆଉ ଏକ କାମ, ଏଠାରେ ସଦନରେ ଯେଉଁ ଲୋକ ଅଛନ୍ତି ସେମାନେ, ଯେଉଁମାନେ ଦେଶ ଦୁନିଆରେ ଏହି କାର୍ଯ୍ୟକ୍ରମକୁ ଦେଖୁଛନ୍ତି ସେମାନେ ମଧ୍ୟ, ୨୦୨୨ରେ  ଆମ ଦେଶର ସ୍ୱାଧୀନତାର ୭୫ ବର୍ଷ ହେଉଛି । ୭୫  ବର୍ଷ ଯେମିତି ବିତି ଗଲା କ’ଣ ସେମିତି ହିଁ ସେହି ବର୍ଷକୁ ମଧ୍ୟ ବିତାଇ ଦେବାର ଅଛି । ଆଉ ଏକ ବର୍ଷ ଆଉ ଏକ ସମାରୋହ ଏମିତି ହିଁ କରିବା କି  । ଆଜ୍ଞା ନୁହେଁ, ଆଜିଠାରୁ ହିଁ ଆମେ ସ୍ଥିର କରିବା । ୨୦୨୨ ପର୍ଯ୍ୟନ୍ତ କେଉଁଠାରେ ପହଂଚିବାର ଅଛି । ବ୍ୟକ୍ତି ହୁଅନ୍ତୁ, ସଂସ୍ଥା ହେଉ, ପରିବାର ହେଉ, ନିଜ ଗାଁ ହେଉ, ନଗର ହେଉ, ସହର ହେଉ, ପ୍ରତ୍ୟେକଙ୍କର ସଂକଳ୍ପ ହେବା ଦରକାର । ଦେଶ ସ୍ୱାଧୀନତା ପାଇଁ ଯେଉଁମାନେ ନିଜର ଜୀବନ ବାଜି ଲଗାଇଦେଇ ଥିଲେ, ଜେଲରେ  ନିଜର ଜୀବନ ବିତାଇଦେଲେ, ଦେଶ ପାଇଁ ଅର୍ପଣ କରିଦେଲେ । ସେମାନଙ୍କର ସ୍ୱପ୍ନ ଅସଂପୂର୍ଣ୍ଣ ରହିଛି ତାହାକୁ ସଂପୁର୍ଣ୍ଣ କରିବା ହେଉଛି ଆମର ଦାୟିତ୍ୱ । ଯଦି ଶହେ ପଚିଶ କୋଟି ଦେଶବାସୀଙ୍କ ସହଯୋଗରେ ୨୦୨୨ରେ ଦେଶକୁ ସେଠାକୁ ନେଇଯିବାକୁ ହେବ । ନଚେତ ଉପଦେଶ ଦେଲାବାଲା ତ ବହୁତ ମିଳିବେ । ସରକାରଙ୍କୁ ଏହା କରିବା ଦରକାର ,ଏହା କରିବା ଦରକାର ନାହିଁ । କିଏ କହୁଛି କି ଦୁନିଆରେ ବାସବାଚାର୍ଯ୍ୟଜୀଙ୍କ ସ୍ୱପ୍ନର ଦେଶ ତିଆରି କରିବାରେ ଆମେ କମ୍ ରହି ପାରିବା ନାହିଁ, ସେହି ଶକ୍ତି ନେଇ କରି ଆମେ ଏକା ସାଙ୍ଗରେ ଚାଲିବା । ଆଉ ଏଥିପାଇଁ  ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଆପଣ ଏହି ସମିତି ଦ୍ୱାରା ଏହି ବିଚାରକୁ ନେଇ ବହୁତ ଭଲ କାମ କରିଛନ୍ତି । ଆଜି ମତେ ମଧ୍ୟ ସରସ୍ୱତୀଙ୍କ ପୁତ୍ରଙ୍କୁ ଭେଟିବାର, ଦର୍ଶନ କରିବାର ସୌଭାଗ୍ୟ ମିଳିଲା ।  ଯେଉଁମାନେ ଏହାକୁ ସଂପୂର୍ଣ୍ଣ କରିବାରେ ସେମାନଙ୍କ ରାତି ଦିନ ଏକ କରିଦେଇଛନ୍ତି । କିଏ କନ୍ନଡ ଭାଷାରେ କରିଥିବେ, କିଏ ଗୁଜୁରାତିରେ କରିଥିବେ, କେହି ସ୍ପେନୀୟରେ କରିଥିବେ, କିଏ ଉର୍ଦ୍ଦୁରେ କରିଥିବେ, ସମସ୍ତଙ୍କୁ ଆଜି ମତେ ଭେଟିବାର ସୁଯୋଗ ମିଳିଲା ମୁଁ ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଏହି କାମକୁ ପରିପୂର୍ଣ୍ଣ କରିବାକୁ ସେମାନେ ନିଜର ସମୟ ଦେଲେ, ଶକ୍ତି ଦେଲେ, ନିଜ ଜ୍ଞାନ ଅର୍ଜନ ଏହି କାମ କଲେ ।  ଏହି ପବିତ୍ର ସମାରୋହରେ ଆପଣମାନଙ୍କ ପାଖକୁ ଆସିବା ପାଇଁ ମତେ ସୌଭାଗ୍ୟ ମିଳିଲା । ସେହି ମହାନ ବାଣୀକୁ ଶୁଣିବାର ଅବସର ମିଳିଲା ଆଉ ଏହି ବାହାନାରେ ମତେ ସେହି ଆଡକୁ ଯିବାର ସୁଯୋଗ ମିଳିଲା । ମୁଁ ମଧ୍ୟ ଧନ୍ୟ ହୋଇଗଲି, ମତେ ଭେଟିବାର ସୌଭାଗ୍ୟ ମିଳିଲା ମୁଁ ପୁଣି ଆପଣ ସମସ୍ତଙ୍କୁ ଆଉ ଥରେ ଧନ୍ୟବାଦ ଦେଉଛି । ବହୁତ ବହୁତ ଶୁଭ କାମନା ଦେଉଛି ।

 

***********