ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ବାରାଣସୀର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 220 କୋଟି ଟଙ୍କା ମୂଲ୍ୟର 16ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସେ କହିଛନ୍ତି ଯେ ଏଥିସହିତ 400 କୋଟି ଟଙ୍କା ମୂଲ୍ୟର ଅନ୍ୟ 14ଟି ଯୋଜନାର କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି ।
ଆଜି ଯେଉଁସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି ସେଥିମଧ୍ୟରେ ରହିଛି ସାରନାଥର ଲାଇଟ ଓ ସାଉଣ୍ଡ ଶୋ ବ୍ୟବସ୍ଥା, ରାମନଗର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ହସ୍ପିଟାଲର ଉନ୍ନତୀକରଣ, ସହରରେ ଏକାଧିକ ସ୍ୱରେଜର ବିକାଶ କାର୍ଯ୍ୟ, ଗୋ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି, ବହୁମୁଖୀ ବିହନ ଭଣ୍ଡାର ଘର, 100 ମେଟ୍ରିକ୍ ଟନ କ୍ଷମତା ବିଶିଷ୍ଟ କୃଷିଜାତ ସାମଗ୍ରୀ ୱେୟାର ହାଉସ, ଆଇପିଡିଏସ୍ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ, ସଂପୂର୍ଣ୍ଣାନନ୍ଦ ଷ୍ଟାଡିୟମ ପରିସରରେ ଖେଳାଳିମାନଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ, ବାରାଣସୀ ସିଟି ସ୍ମାର୍ଟ ଲାଇଟିଂ ବ୍ୟବସ୍ଥା, 105ଟି ଅଙ୍ଗନବାଡି କେନ୍ଦ୍ର ଓ 102ଟି ଗୋରୁ ଆଶ୍ରୟ କେନ୍ଦ୍ର ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାରାଣସୀ ନଗରୀ ଏବଂ ଏହାର ଆଖପାଖ ଗ୍ରାମରେ ପର୍ଯ୍ୟଟନ ବିକାଶ ସାମଗ୍ରିକ ଉନ୍ନୟନ ଯୋଜନାର ଏକ ଅଂଶ । ଏହିସବୁ ଉନ୍ନୟନ ପ୍ରାଚୀନ ନଗରୀ ବାରାଣସୀର ସର୍ବାଙ୍ଗୀନ ବିକାଶରେ ଏକ ଉଦାହରଣ ପାଲଟିଛି । ଗଙ୍ଗା ସଫେଇ, ସ୍ୱାସ୍ଥ୍ୟସେବା ଯୋଗାଣ, ଉତ୍ତମମାନର ରାସ୍ତା ନିର୍ମାଣ, ବିଭିନ୍ନ ଭିତ୍ତିଭୂମି ସୃଷ୍ଟି, ପର୍ଯ୍ୟଟନ, ବିଦ୍ୟୁତ, ଯୁବ ବିକାଶ, କ୍ରୀଡା, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ବାରାଣସୀ ନଗରୀ ଦ୍ରୁତଗତିରେ ପ୍ରଗତିପଥରେ ଅଗ୍ରସର । ସେ କହିଛନ୍ତି ଯେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପୁନରୁଦ୍ଧାର ସହିତ ନଗରୀର ଗଙ୍ଗା ସଫେଇ ପ୍ରକଳ୍ପ ଆଜି ଶେଷ ହୋଇଛି । ନଗରୀର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାରାଣସୀର ଘାଟଗୁଡିକୁ ଏବେ ସୁସଜ୍ଜିତ କରାଯାଇଛି । ପ୍ରଦୂଷଣ ରୋକିବାକୁ ସିଏନ୍ଜି ବ୍ୟବସ୍ଥା କରାଯାଇଥିବାବେଳେ ଦଶାଶ୍ୱମେଧ ଘାଟରେ ଏକ ଟୁରିଷ୍ଟ ପ୍ଲାଜା ନିର୍ମିତ ହୋଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଙ୍ଗାର ପରିଚ୍ଛନ୍ନତା ରକ୍ଷା ପାଇଁ ନଗରୀରେ ଯେଉଁସବୁ କାର୍ଯ୍ୟ କରାଯାଇଛି କାଶୀରେ ମଧ୍ୟ ତାହା କାର୍ଯ୍ୟକାରୀ ହେବ । କାରଣ ଏହା ଉଭୟ କାଶୀ ଓ ବାରାଣସୀର ମିଳିତ ବିକାଶ କାର୍ଯ୍ୟକ୍ରମର ଅଂଶବିଶେଷ । କ୍ରମଶଃ ଗଙ୍ଗାର ବିଭିନ୍ନ ଘାଟର ଉନ୍ନତି ହେଉଛି । ଗଙ୍ଗା ଘାଟର ପରିଚ୍ଛନ୍ନତା ଏବଂ ସୌନ୍ଦର୍ଯ୍ୟକରଣ ସହିତ ସାରନାଥ ମଧ୍ୟ ଏକ ନୂଆ ରୂପ ଧାରଣ କରିଛି । ସେଠି ଉଦ୍ଘାଟିତ ହୋଇଥିବା ଲାଇଟ ଏଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ସାରନାଥର ଔଜଲ୍ୟ ବଢାଇବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାଶୀ ନଗରୀର ସମସ୍ୟାଗୁଡିକୁ କ୍ରମଶଃ ସମାଧାନ କରାଯାଉଛି । ସେଠାରେ ତଳକୁ ନଇଁ ପଡିଥିବା ବିଜୁଳି ତାରଗୁଡିକୁ ହଟାଇ ଦିଆଯାଇଛି । ନୂଆକରି ଭୂମିତଳେ କେବୁଲ ମାଧ୍ୟମରେ ଲୋକଙ୍କୁ ବିଜୁଳି ଯୋଗାଇ ଦିଆଯାଉଛି । ଆଜି ଏହି କାର୍ଯ୍ୟର ଗୋଟିଏ ପର୍ଯ୍ୟାୟ ଶେଷ ହୋଇଛି । ଏହା ସହିତ କାଶୀର ରାସ୍ତାଘାଟ ଏବେ ଏଲ୍ଇଡି ଲାଇଟରେ ଝଲସିବ ଏବଂ ଏହାର ସୌନ୍ଦର୍ଯ୍ୟ ବଢାଇବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ବାରାଣସୀର ସଂଯୋଗ ବ୍ୟବସ୍ଥାକୁ ସରକାର ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି । ସେଥିପାଇଁ ନୂଆ ଭିତ୍ତିଭୂମିମାନ ତିଆରି କରାଯାଉଛି । ଏହା ଫଳରେ କାଶୀର ଜନସାଧାରଣ ଏବଂ ପର୍ଯ୍ୟଟକ ଆଉ ଟ୍ରାଫିକ ଜାମରେ ହଇରାଣ ହେବେ ନାହିଁ କିମ୍ବା ସେମାନଙ୍କର ସମୟ ଅପଚୟ ହେବନାହିଁ । ବାବତ୍ପୁରରୁ ନଗରୀକୁ ସଂଯୋଗ କରୁଥିବା ରାସ୍ତାର ପୁନଃନିର୍ମାଣ ଓ ବିକାଶ ପରେ ବାରାଣସୀ ଏକ ନୂଆ ପରିଚୟ ପାଇଛି । ସେହିଭଳି ବାରାଣସୀ ବିମାନ ବନ୍ଦରରେ ଦୁଇଟି ପାସେଞ୍ଜର ବୋର୍ଡିଂ ବ୍ରିଜର ଆବଶ୍ୟକତା 6 ବର୍ଷ ତଳୁ ଅନୁଭୂତ ହେଉଥିଲା । କାରଣ ଏହି ବିମାନ ବନ୍ଦରକୁ ଦୈନିକ ସେତେବେଳେ 12ଟି ବିମାନ ଆସୁଥିବାବେଳେ ଏବେ 48ଟି ବିମାନ ଆତଯାତ କରୁଛି । ତେଣୁ ସେଠାରେ ଅଧିକ ଯାତ୍ରୀ ସୁବିଧାର ଆବଶ୍ୟକତା ରହିଛି । ବାରାଣସୀରେ ଯେଉଁ ଆଧୁନିକ ଭିତ୍ତିଭୂମିମାନ ତିଆରି ହେଉଛି, ତଦ୍ଦ୍ୱାରା ସ୍ଥାନୀୟ ଲୋକଙ୍କର ସୁବିଧା ହେବା ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ଜୀବନଯାତ୍ରା ସୁଗମ ହେବ । ସମଗ୍ର ବାରାଣସୀ ନଗରୀରେ କାର୍ଯ୍ୟକାରୀ ହେଉଥିବା ରାସ୍ତା ଭିତ୍ତିଭୂମିର ଏକ ବିବରଣୀ ଏହି ଅବସରରେ ସେ ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 6 ବର୍ଷ ଧରି ବାରାଣସୀର ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି । ଏବେ ବାରାଣସୀ କେବଳ ଉତ୍ତର ପ୍ରଦେଶ ନୁହେଁ, ବରଂ ସମଗ୍ର ପୂର୍ବାଞ୍ଚଳ ପାଇଁ ଏକ ସ୍ୱାସ୍ଥ୍ୟ ହବ୍ରେ ପରିଣତ ହେବାକୁ ଯାଉଛି । ରାମନଗର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ହସ୍ପିଟାଲର ଆଧୁନିକୀକରଣ ସମେତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟର ହିସାବ ସେ ଦେଇଥିଲେ ।
ପ୍ରଧାନମନ୍ତୀ କହିଛନ୍ତି ଯେ ଏବେ ବାରାଣସୀର ସାମଗ୍ରିକ ବିକାଶ କାର୍ଯ୍ୟ ଚାଲିଛି । ଏହାଦ୍ୱାରା ପୂର୍ବାଞ୍ଚଳ ସମେତ ସମଗ୍ର ପୂର୍ବ ଭାରତ ଉପକୃତ ହେବ । ଛୋଟମୋଟ କାମରେ ଏଣିକି ପୂର୍ବାଞ୍ଚଳର ଲୋକଙ୍କୁ ଆଉ ଦିଲ୍ଲୀ କିମ୍ବା ମୁମ୍ବଇକୁ ଯିବାକୁ ପଡିବ ନାହିଁ ।
ସେ କହିଛନ୍ତି ଯେ ବାରାଣସୀର କୃଷକ ସମୁଦାୟଙ୍କ ସମେତ ସମଗ୍ର ପୂର୍ବାଞ୍ଚଳର ଚାଷୀ ନୂଆ ଭିତ୍ତିଭୂମି ନିର୍ମାଣ ଫଳରେ ଉପକୃତ ହେବେ । ସେମାନଙ୍କ ପାଇଁ ଏବେ ନିଜ ଉତ୍ପାଦିତ ସାମଗ୍ରୀର ଭଣ୍ଡାରଣ ଓ ପରିବହନର ସୁବିଧା ତିଆରି କରାଯାଇଛି । ଏଠାରେ ମଧ୍ୟ ଆନ୍ତର୍ଜାତିକ ଧାନ ପ୍ରତିଷ୍ଠାନର ଏକ କେନ୍ଦ୍ର ଖୋଲିଛି । ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ଓ ପଚନଶୀଳ ସାମଗ୍ରୀର ସୁରକ୍ଷା ନିମନ୍ତେ ଏକ କେନ୍ଦ୍ର ଖୋଲା ଯାଇଛି । ଏଭଳି ଭିତ୍ତିଭୂମି ଦ୍ୱାରା ଚାଷୀମାନେ ବିଶେଷ ଉପକୃତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଚଳିତବର୍ଷ ପ୍ରଥମ ଥର ପାଇଁ ଫଳ, ପନିପରିବା ଏବଂ ଧାନ ଆଦି ବାରାଣସୀ ଅଞ୍ଚଳରୁ ବିଦେଶକୁ ରପ୍ତାନୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଜି ନଗରୀରେ 100 ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଯେଉଁ କୃଷିଜାତ ଗୋଦାମ ଉଦ୍ଘାଟିତ ହେଲା ତଦ୍ଦ୍ୱାରା ଚାଷୀମାନେ ଉପକୃତ ହେବେ । କାଶୀରେ କୃଷିଜାତ ସାମଗ୍ରୀର ଭଣ୍ଡାରଣ ସୁବିଧା ବୃଦ୍ଧି ପାଇବ । ସେହିଭଳି ନଗରୀ ସନ୍ନିକଟ ଜନ୍ସାରେ ଯେଉଁ ବହୁମୁଖୀ ବିହନ ୱେୟାର ହାଉସ୍ ଆଜି କାର୍ଯ୍ୟକ୍ଷମ ହେଲା ତାହା ଚାଷ ଓ ଚାଷୀଙ୍କ ଉନ୍ନତିରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଗ୍ରାମାଞ୍ଚଳର ଗରିବ ଏବଂ ଚାଷୀମାନେ ଆତ୍ମନିର୍ଭର ଭାରତ ଅଭିଯାନର ସବୁଠୁ ବଡ଼ ସ୍ତମ୍ଭ ଏବଂ ସବୁଠୁ ବଡ଼ ହିତାଧିକାରୀ ମଧ୍ୟ । ଏବେ ଯେଉଁ କୃଷି ସଂସ୍କାରମାନ କାର୍ଯ୍ୟକାରୀ ହୋଇଛି ତଦ୍ଦ୍ୱାରା ଚାଷୀମାନେ ସିଧାସଳଖ ଉପକୃତ ହେବେ । ଏବେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ଷ୍ଟ୍ରିଟ ଭେଣ୍ଡରମାନେ ସହଜ ଓ ସୁବିଧାରେ ଋଣ ପାଉଛନ୍ତି । ଏହା ଫଳରେ ମହାମାରୀ ପରେ ସେମାନେ ପୁନର୍ବାର ସେମାନଙ୍କ ବେଉଷା ଆରମ୍ଭ କରିପାରିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସେମାନଙ୍କର ଜମି ଏବଂ ଘର ଉପରେ ଆଇନଗତ ଅଧିକାର ଦେବା ପାଇଁ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାରେ ଲୋକଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରାଯିବା ପରେ ଆଉ ସମ୍ପତ୍ତିଗତ ବିବାଦ ରହିବ ନାହିଁ । ସେ ଆହୁରି କହିଛନ୍ତି ଯେ ଏହାଦ୍ୱାରା ଗ୍ରାମାଞ୍ଚଳର ଘର ବା ଜମି ଉପରେ ଏବେ ବ୍ୟାଙ୍କରୁ ଋଣ ପାଇବା ସହଜ ହୋଇପାରିବ ।
ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଦୀପାବଳି, ଗୋବର୍ଦ୍ଧନ ପୂଜା ଓ ଭାୟାଦୁଜର ଅଭିନନ୍ଦନ ଜଣାଇଥିଲେ । ଦୀପାବଳି ଉତ୍ସବ ପାଳନ ପାଇଁ ଲୋକେ ସ୍ଥାନୀୟଭାବେ ନିର୍ମିତ ଜିନିଷପତ୍ର ଅଧିକରୁ ଅଧିକ କିଣି ସେ ସବୁ ସାମଗ୍ରୀର ମହତ୍ୱ ବଢାଇବା ସହିତ ଗର୍ବର ସହ ତାହାର ପ୍ରଚାର ଓ ପ୍ରସାର କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
**********
Inaugurating various development works in Varanasi. https://t.co/dGJswQi68N
— Narendra Modi (@narendramodi) November 9, 2020
मां गंगा को लेकर ये प्रयास, ये प्रतिबद्धता काशी का संकल्प भी है, और काशी के लिए नई संभावनाओं का रास्ता भी है।
— PMO India (@PMOIndia) November 9, 2020
धीऱे-धीरे यहां के घाटों की तस्वीर बदल रही है।
गंगा घाटों की स्वच्छता और सुंदरीकरण के साथ-साथ सारनाथ भी नए रंगरूप में निखर रहा है: PM
काशी की एक बड़ी समस्या यहां लटकते बिजली के तारों के जाल की रही है।
— PMO India (@PMOIndia) November 9, 2020
आज काशी का बड़ा क्षेत्र बिजली के तारों के जाल से भी मुक्त हो रहा है।
तारों को अंडरग्राउंड करने का एक और चरण, आज पूरा हो चुका है: PM
बाबतपुर से शहर को कनेक्ट करने वाली सड़क भी अब बनारस की नई पहचान बनी है।
— PMO India (@PMOIndia) November 9, 2020
आज एयरपोर्ट पर 2 Passenger Boarding Bridge का लोकार्पण होने के बाद इन सुविधाओं का और विस्तार होगा।
6 वर्ष पहले जहां बनारस से हर दिन 12 फ्लाइट्स चलती थीं, आज इससे 4 गुणा फ्लाइट्स चलती हैं: PM
बीते 6 सालों से बनारस में Health Infrastructure पर भी अभूतपूर्व काम हुआ है।
— PMO India (@PMOIndia) November 9, 2020
आज काशी यूपी ही नहीं, बल्कि एक तरह से पूरे पूर्वांचल के लिए स्वास्थ्य सुविधाओं का हब बनता जा रहा है: PM
बनारस और पूर्वांचल के किसानों के लिए तो स्टोरेज से लेकर ट्रांसपोर्ट तक की अनेक सुविधाएं यहां तैयार की गई हैं।
— PMO India (@PMOIndia) November 9, 2020
International Rice Institute का Centre हो,
Milk Processing Plant हो,
Perishable Cargo Center का निर्माण हो,
ऐसी अनेक सुविधाओं से किसानों को बहुत लाभ हो रहा है: PM
गांव में रहने वाले लोगों को, गांव की जमीन, गांव के घर का, कानूनी अधिकार देने के लिए ‘स्वामित्व योजना’ शुरू की गई है।
— PMO India (@PMOIndia) November 9, 2020
गाँवों में घर मकान को लेकर जो विवाद होते थे, इस योजना से मिले प्रॉपर्टी कार्ड के बाद, उनकी गुंजाइश नहीं रह जाएगी: PM
आजकल, ‘लोकल के लिए वोकल’ के साथ ही, #Local4Diwali के मंत्र की गूंज चारो तरफ है।
— PMO India (@PMOIndia) November 9, 2020
हर एक व्यक्ति जब गर्व के साथ लोकल सामान खरीदेगा,
नए-नए लोगों तक ये बात पहुंचाएगा कि हमारे लोकल प्रोडक्ट कितने अच्छे हैं,
किस तरह हमारी पहचान हैं, तो ये बातें दूर-दूर तक जाएंगी: PM
मां गंगा की स्वच्छता से लेकर स्वास्थ्य सेवाओं तक,
— Narendra Modi (@narendramodi) November 9, 2020
रोड और इंफ्रास्ट्रक्चर से लेकर पर्यटन तक,
बिजली से लेकर युवाओं के लिए खेलकूद तक
और किसान से लेकर गांव-गरीब तक,
हर क्षेत्र में बनारस ने विकास की नई गति प्राप्त की है। pic.twitter.com/IQITes0Rfd
कनेक्टिविटी हमेशा से हमारी सरकार की सर्वोच्च प्राथमिकता रही है।
— Narendra Modi (@narendramodi) November 9, 2020
बनारस में तैयार हो रहा आधुनिक इंफ्रास्ट्रक्चर, यहां रहने वाले और यहां आने वाले, दोनों ही तरह के लोगों का जीवन आसान बना रहा है।
यही नहीं, यह क्षेत्र Waterways की Connectivity में भी एक मॉडल बन रहा है। pic.twitter.com/2OD4mArhBX
गांव-गरीब और किसान आत्मनिर्भर भारत अभियान के सबसे बड़े स्तंभ भी हैं और सबसे बड़े लाभार्थी भी।
— Narendra Modi (@narendramodi) November 9, 2020
हाल में जो कृषि सुधार हुए हैं, उनका लाभ बनारस और पूर्वांचल सहित उत्तर प्रदेश के किसानों को भी होने वाला है। बाजार से उनकी सीधी कनेक्टिविटी सुनिश्चित होने वाली है। pic.twitter.com/FhCm2yW2Ql