ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଧ୍ୟାରେ ବାରଣାସୀର ଐତିହାସିକ ତୁଳସୀ ମାନସ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେଠାରେ ସେ ରାମାୟଣ ଶୀର୍ଷକ ଡାକ ଟିକଟ ଉନ୍ମୋଚନ କରିଥିଲେ ।
ଏହି ସମାରୋହର ଗୁରୁତ୍ୱ ସଂପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୁଳସୀ ମାନସ ମନ୍ଦିର ପରିସରରେ ରାମାୟଣ ବିଷୟବସ୍ତୁ ସମ୍ବନ୍ଧିତ ଡାକ ଟିକଟ ଉନ୍ମୋଚନ ହେବା ଏକ ଅନନ୍ୟ ଘଟଣା । ସମାଜରେ ଡାକ ଟିକଟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆମର ଇତିହାସ ଓ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ଡାକ ଟିକଟର ଚମତ୍କାର ଭୂମିକା ରହିଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଓ ଆଦର୍ଶ କିପରି ଜନଜୀବନକୁ ପ୍ରେରଣା ଯୋଗାଇଥାଏ ସେ ସଂପର୍କରେ ପ୍ରଧାନମନ୍ତ୍ରୀ ସମ୍ୟକ ଭାବେ ବର୍ଣ୍ଣନା କରିଥିଲେ ।
ପରିଶେଷରେ ପ୍ରଧାନମନ୍ତ୍ରୀ ବାରଣାସୀର ଦୁର୍ଗା ମାତା ମନ୍ଦିର ଏବଂ ଦୁର୍ଗା କୁଣ୍ଡ ପରିଦର୍ଶନ କରିଥିଲେ ।
******
Released postage stamps on the Ramayana. pic.twitter.com/E6wYPh2hmy
— Narendra Modi (@narendramodi) September 22, 2017
Honoured to pray at the Tulsi Manas Mandir, one of Kashi’s historical temples. pic.twitter.com/7RYqFVl59Q
— Narendra Modi (@narendramodi) September 22, 2017
From the Darshan at the Durga Mata Temple and visit to Durga Kund. pic.twitter.com/bstURnNdYB
— Narendra Modi (@narendramodi) September 22, 2017