ଗଣମାଧ୍ୟମର ପ୍ରତିନିଧିଗଣ,
ଭାରତରେ ମହାମହିମ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସ୍ୱାଗତ କରି ବାସ୍ତବରେ ଅତ୍ୟନ୍ତ ଖୁସି ଲାଗୁଛି ।
ମହାମହିମ, ଆପଣଙ୍କ ଭାରତ ଗସ୍ତ ଶୁଭ ସମୟରେ ପୋୟଲା ବୈଶାଖୀର ଠିକ୍ ଆଗମନ ପୂର୍ବରୁ ହୋଇଛି । ମୁଁ ଏହି ସୁଯୋଗରେ ଆପଣ ଓ ବାଂଲାଦେଶର ଲୋକମାନଙ୍କୁ ଶୁଭୋ ନବା ବର୍ଷୋର କାମନା ଜଣାଉଛି । ଆପଣଙ୍କ ଗସ୍ତ ଆମର ଲୋକ ଓ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱର ଆଉ ଏକ ସୁନେଲୀ ଅଧ୍ୟାୟ(ସୁବର୍ଣ୍ଣ ଯୁଗ) । ଆମ ସମ୍ପର୍କରେ ଅସାଧାରଣ ପରିବର୍ତ୍ତନ ଓ ଭାଗିଦାରୀର ଉପଲବ୍ଧୀ ଆପଣଙ୍କ ଦୃଢ଼ ଓ ନିର୍ଣ୍ଣାୟକ ନେତୃତ୍ୱର ସ୍ପଷ୍ଟ ପରିଚୟ ଦେଉଛି । 1971 ମୁକ୍ତି ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଯବାନଙ୍କ ପ୍ରତି ସମ୍ମାନ ଦେବାର ଆପଣଙ୍କ ନିଷ୍ପତ୍ତି ଭାରତୀୟ ଲୋକଙ୍କୁ ଗଭୀର ଭାବେ ଛୁଇଁପାରିଛି । ପ୍ରତ୍ୟେକ ଭାରତୀୟ ଜାଣି ଗର୍ବ କରେ ଯେ ଭାରତୀୟ ସୈନିକ ଓ ବୀର ମୁକ୍ତି ଯୋଦ୍ଧାମାନେ ଆତଙ୍କବାଦର ଶାସନରୁ ବାଂଲାଦେଶକୁ ମୁକ୍ତ କରିବା ପାଇଁ ଏକାଠି ଲଢ଼ିଥିଲେ ।
ବନ୍ଧୁଗଣ
ଏବେ, ମହାମହିମ ଶେଖ୍ ହସିନା ଓ ମୁଁ ଆମର ଭାଗିଦାରୀର ସମସ୍ତ ଦିଗ ଉପରେ ଫଳପ୍ରଦ ଓ ବିସ୍ତୃତ ଆଲୋଚନା କରିଛୁ । ଆମ ସହଭାଗିତାର ଏଜେଣ୍ଡା ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଉପରେ ପୂର୍ବଭଳି କେନ୍ଦ୍ରିତ ରହିବା ପାଇଁ ଆମେ ସହମତ ହୋଇଛୁ । ଆମେ ବିଶେଷକରି ଆମର ସମ୍ପର୍କକୁ ଆଗେଇ ନେବା ପାଇଁ ନୂଆ ମାର୍ଗ ଓ ସୁଯୋଗ ଉପରେ ଧ୍ୟାନକେନ୍ଦ୍ରିତ କରିଛୁ । ଆମେ ନୂଆ କ୍ଷେତ୍ର, ବିଶେଷକରି ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଭାଗିତା ସ୍ଥାପନ କରିବାକୁ ଚାହୁଁଛୁ ଯାହା ଆମର ଉଭୟ ସମାଜର ଯୁବବର୍ଗଙ୍କୁ ଗଭୀର ଭାବେ ଯୋଡ଼ି ରଖିବ । ଏଥିରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତବିଦ୍ୟା, ସାଇବର ସୁରକ୍ଷା, ମହାକାଶ ଗବେଷଣା, ବେସାମରିକ ପରମାଣୁ ଶକ୍ତି ଓ ଅନ୍ୟାନ୍ୟ ଅଂଚଳ ସାମିଲ ଅଛି ।
ବନ୍ଧୁଗଣ
ଭାରତ ସର୍ବଦା ବାଂଲାଦେଶ ଓ ତା’ର ଲୋକଙ୍କ ସମୃଦ୍ଧି ପାଇଁ ଛିଡ଼ା ହୋଇଛି । ଆମେ ବାଂଲାଦେଶର ଦୀର୍ଘକାଳୀନ ଓ ବିଶ୍ୱସନୀୟ ବିକାଶ ସହଯୋଗୀ । ଭାରତ ଓ ବାଂଲାଦେଶ ଏହା ନିର୍ଦ୍ଧାରିତ କରୁଛନ୍ତି ଯେ ଆମ ସମ୍ପର୍କର ଫଳ ନିଶ୍ଚିତ ଭାବେ ଆମ ଲୋକଙ୍କ ପାଇ ଲାଭଦାୟକ ହେବ । ଏହି ପରିପ୍ରେକ୍ଷୀରେ ମୁଁ ଖୁସିର ସହ ବାଂଲାଦେଶର ପ୍ରାଥମିକତା କ୍ଷେତ୍ରର ପ୍ରକଳ୍ପ କାର୍ଯ୍ୟାନ୍ୱୟନ ନିମନ୍ତେ 4.5ବିଲିୟନ ଡଲାର ରିହାତିଯୁକ୍ତ ଋଣ ଘୋଷଣା କରୁଛି । ଏହା ଦ୍ୱାରା ଗତ 6ବର୍ଷ ମଧ୍ୟରେ ବାଂଲାଦେଶରେ ଆମର ସମ୍ବଳ ଆବଂଟନ 8 ବିଲିୟନରୁ ଅଧିକ ହୋଇଛି । ଶକ୍ତି ସୁରକ୍ଷା ହେଉଛି ଆମ ବିକାଶ ଭାଗିଦାରୀତାର ଏକ ପ୍ରମୁଖ ଦିଗ । ଆଉ ଆମର ଶକ୍ତି ଭାଗିଦାରୀ ବୃଦ୍ଧି ପାଇବାରେ ଲାଗିଛି । ଆମେ ଭାରତରୁ ବାଂଲାଦେଶକୁ ଯାଉଥିବା 600 ମେଗାୱାଟର ବିଦ୍ୟୁତ ସହ ଅତିରିକ୍ତ 60 ମେଗାୱାଟ ବିଦ୍ୟୁତ ସାମିଲ କରିଛୁ । ପ୍ରଚଳିତ ଆନ୍ତଃ ସଂଯୋଗ ଦ୍ୱାରା ଅତିରିକ୍ତ 500 ମେଗାୱାଟ୍ ବିଦ୍ୟୁତ ସରବରାହ ହେଉଛି । ନୁମାଲିଗଡ଼ରୁ ପାର୍ବତୀପୁରକୁ ଡିଜେଲ୍ ତୈଳ ପାଇପଲାଇନ ନିମନ୍ତେ ଅର୍ଥ ଯୋଗାଇ ଦେବାକୁ ଆମେ ରାଜି ହୋଇଛୁ । ବାଂଲାଦେଶକୁ ହାଇସ୍ପିଡ୍ ଡିଜେଲ୍ ଯୋଗାଣ ପାଇଁ ଆମ କମ୍ପାନୀ ଦୀର୍ଘକାଳୀନ ଚୁକ୍ତିନାମା କ୍ଷେତ୍ରରେ ପ୍ରବେଶ କରିଛନ୍ତି । ପାଇପଲାଇନ ନିର୍ମାଣ ସରିବା ପର୍ଯ୍ୟନ୍ତ ନିୟମିତ ଯୋଗାଣ ପାଇଁ ଏକ ସମୟସାରଣୀ ନିମନ୍ତେ ଆମେ ସହମତ ହୋଇଛୁ । ଆମେ ଉଭୟ ଦେଶର ଘରୋଇ କ୍ଷେତ୍ରକୁ ଏଥିରେ ପ୍ରବେଶ ପାଇଁ ପ୍ରୋତ୍ସାହିତ କରୁଛୁ । ଆଗାମୀ ଦିନରେ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ବାଂଲାଦେଶର ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଅନେକ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରୁଛୁ । ବାଂଲାଦେଶର ଶକ୍ତି ଆବଶ୍ୟକତା ପୂରଣ ଓ 2021 ସୁଦ୍ଧା ସମସ୍ତଙ୍କୁ ବିଦ୍ୟୁତ ଯୋଗାଣ ସଫଳତା ହାସଲ ନିମନ୍ତେ ଭାରତ ସର୍ବଦା ଇଚ୍ଛୁକ ଭାଗିଦାର ହୋଇ ରହିବ ।
ବନ୍ଧୁଗଣ,
ଦ୍ୱିପାକ୍ଷିକ ବିକାଶ ଭାଗିଦାରୀ, ଉପ-ଆଞ୍ଚଳିକ ଆର୍ଥିକ ପରିଯୋଜନାର ସଫଳତା ଏବଂ ବୃହତ ଆଂଚଳିକ ଆର୍ଥିକ ସମୃଦ୍ଧି ପାଇଁ ଯୋଗାଯୋଗ ମହତ୍ୱପୂର୍ଣ୍ଣ । ଆଜି, ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀଙ୍କ ସହ ଆମେ ଆମର ବର୍ଦ୍ଧିତ ଯୋଗାଯୋଗ ପାଇଁ କେତେକ ନୂଆ ଲିଙ୍କ୍ ଯୋଡ଼ିଛୁ । କୋଲକାତା ଓ ଖୁଲ୍ନା, ରାଧିକାପୁର-ବିରୋଲ ମଧ୍ୟରେ ବସ ଓ ଟ୍ରେନ ସେବା ଆଜିଠୁ କାର୍ଯ୍ୟକ୍ଷମ ହୋଇଛି । ଆନ୍ତଃ ଜଳପଥ ମାର୍ଗକୁ ଅନୁକୂଳ କରାଯାଉଛି । ଏବଂ ଉପକୂଳ ଜାହାଜ ଚଳାଚଳ ଚୁକ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି । ବି.ବି.ଆଇ.ଏନ୍ ମୋଟର ଯାନ ଚୁକ୍ତିନାମାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଆମେ ପଦକ୍ଷେପ ନେଉଛୁ । ଏହା ଉପ-ଆଞ୍ଚଳିକ ଏକତ୍ରୀକରଣର ଏକ ନୂଆ ଯୁଗରେ ପ୍ରବେଶ କରାଇବ ।
ବନ୍ଧୁଗଣ
ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ମୁଁ ଆମର ବାଣିଜ୍ୟିକ ଗତିବିଧିର ବିବିଧ ଆବଶ୍ୟକତାକୁ ଚିହ୍ନଟ କରିଛୁ । ନା କେବଳ ଆମ ଦୁଇ ଅର୍ଥବ୍ୟବସ୍ଥା ମଧ୍ୟରେ ବ୍ୟାପକ ବାଣିଜ୍ୟ ଭାଗିଦାରୀ ସ୍ଥାପନ ନୁହେଁ ବରଂ ବୃହତର ଆଂଚଳିକ ଫାଇଦା ମଧ୍ୟ ଏଥିରେ ରହିଛି । ତେଣୁ ଏହି ପ୍ରୟାସର ପ୍ରମୁଖ ଅଂଶ ଦୁଇ ଦେଶର ବାଣିଜ୍ୟ ଓ ଶିଳ୍ପ ଦ୍ୱାରା ହେବା ଉଚିତ୍ । ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ଉଚ୍ଚକ୍ଷମତାସମ୍ପନ୍ନ ବ୍ୟବସାୟିକ ପ୍ରତିନିଧିଙ୍କୁ ସ୍ୱାଗତ କରି ଆମେ ଖୁସି । ନୂଆ ସୀମାନ୍ତ ହାଟମାନ ଖୋଲିବାକୁ ଆମେ ସହମତ ହୋଇଛୁ । ଏହା ମାଧ୍ୟମରେ ବାଣିଜ୍ୟ ଓ ସେମାନଙ୍କ ଜୀବନଜୀବିକାରେ ଯୋଗଦାନ କରିହେବ ।
ବନ୍ଧୁଗଣ
ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ମୁଁ ଆମର ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ପଦକ୍ଷେପର ସଫଳତାକୁ ଉଲ୍ଲେଖ କରିଛୁ । ଭାରତରେ 1500 ବାଂଲାଦେଶୀ ପ୍ରଶାସନିକ କର୍ମଚାରୀଙ୍କ ପ୍ରଶିକ୍ଷଣ ପ୍ରାୟତଃ ଶେଷ ହେବା ଉପରେ । ଆମେ ସମାନ ଶୈଳୀରେ ଆମର ନ୍ୟାୟିକ ଏକାଡେମୀଗୁଡ଼ିକରେ ବାଂଲାଦେଶର 1500 ବିଚାର ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ଯାଉଛୁ ।
ବନ୍ଧୁଗଣ
ଆମର ଭାଗିଦାରୀ ଆମ ଲୋକଙ୍କ ପାଇଁ ସମୃଦ୍ଧି ଆଣୁଥିବାବେଳେ ଏହା ମଧ୍ୟ ସେମାନଙ୍କୁ ଉଗ୍ରବାଦ ଓ ଆତଙ୍କବାଦ ଶକ୍ତିଙ୍କଠାରୁ ସୁରକ୍ଷା ଦେବାର କାର୍ଯ୍ୟ କରୁଛି । ସେମାନଙ୍କର ପ୍ରସାର କେବଳ ଭାରତ ଓ ବାଂଲାଦେଶରେ ନୁହେଁ, ବରଂ ସମଗ୍ର ଅଂଚଳ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିଛି । ଆତଙ୍କବାଦର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଦୃଢ଼ ସଂକଳ୍ପ ଆମ ପାଇଁ ସବୁଠୁ ବଡ଼ ସମ୍ମାନ । ଆତଙ୍କବାଦ ପ୍ରତି ତାଙ୍କ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତି ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଆମ ଲୋକମାନଙ୍କ ପାଇଁ ଓ ଅଂଚଳ ପାଇଁ ଶାନ୍ତି, ସୁରକ୍ଷା ଓ ବିକାଶ ଆମ ଭାଗିଦାରୀର କେନ୍ଦ୍ର ରହିବ ବୋଲି ଆମେ ସହମତ ହୋଇଛୁ । ଆଜି ଆମେ ନିଜର ସଶସ୍ତ୍ର ବଳ ମଧ୍ୟରେ ନିବିଡ଼ ସହଯୋଗ ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରି ଏକ ଦୀର୍ଘ ଅଧୁରା ପଦକ୍ଷେପକୁ ପୂରଣ କରିଛୁ । ବାଂଲାଦେଶର ପ୍ରତିରକ୍ଷା ସମ୍ବନ୍ଧୀୟ କ୍ରୟ ନିମନ୍ତେ 500 ନିୟୁତ ଆମେରିକୀୟ ଡଲାର ଋଣ ସହାୟତା ଘୋଷଣା କରି ମୁଁ ଖୁସି । ଏହି ଋଣକୁ ଲାଗୁ କରିବାରେ ଆମେ ବାଂଲାଦେଶର ଆବଶ୍ୟକତା ଓ ପ୍ରାଥମିକତାକୁ ମାର୍ଗଦର୍ଶନ କରିବୁ ।
ବନ୍ଧୁଗଣ,
ଆମ ଦୁଇ ଦେଶ ସବୁଠୁ ଦୀର୍ଘତମ ଭୂ-ସୀମାର ଅଂଶବିଶେଷ । 2015 ଜୁନ୍ରେ ମୋର ଢ଼ାକ୍କା ଗସ୍ତ ସମୟରେ ଆମେ ଭୂ-ସୀମା ଚୁକ୍ତିର ନିର୍ଯ୍ୟାସ ବାହାର କରିଥିଲୁ । ଏହାର କାର୍ଯ୍ୟାନ୍ୱୟନ ଏବେ ଚାଲିଛି । ଆମର ମିଳିତ ଭୂମି ସୀମା ସହ ଆମର ମିଳିତ ନଦୀ ମଧ୍ୟ ରହିଛି । ଏହା ଆମର ଲୋକଙ୍କୁ ସ୍ଥାୟିତ୍ୱ ଓ ଜୀବନଜୀବିକା ଯୋଗାଇଛି । ଆଉ ସବୁଠୁ ଯିଏ ଆକର୍ଷଣ କରିଛି ତାହା ହେଉଛି ତିସ୍ତା । ଏହା ଭାରତ ପାଇଁ, ବାଂଲାଦେଶ ପାଇଁ ଓ ଭାରତ-ବାଂଲାଦେଶ ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଁ ଖୁସି ଯେ ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ଆଜି ମୋର ସମ୍ମାନିତ ଅତିଥି । ମୁଁ ଜାଣେ ବାଂଲାଦେଶ ପ୍ରତି ତାଙ୍କର ଭାବନା ମଧ୍ୟ ମୋ ଭଳି ଉଚ୍ଛ୍ଵସିତ । ଆମର ପ୍ରତିଶ୍ରୁତିବଦ୍ଧତା ଓ ନିରନ୍ତର ପ୍ରୟାସ ପାଇଁ ମୁଁ ଆପଣଙ୍କୁ ଓ ବାଂଲାଦେଶର ଲୋକଙ୍କୁ ଆଶ୍ୱସ୍ତ କରୁଛି । ମୁଁ ଦୃଢ଼ ବିଶ୍ୱାସ ଅଛି ଯେ କେବଳ ମୋ’ ସରକାର ଓ ମହାମହିମ ଶେଖ୍ ହସିନା ଆପଣଙ୍କ ସରକାର ହିଁ ତିସ୍ତା ଜଳ ବଣ୍ଟନର ଶୀଘ ସମାଧାନ ବାହାର କରିପାରିବେ ।
ବନ୍ଧୁଗଣ
ବଙ୍ଗବନ୍ଧୁ ଶେଖ୍ ମୁଜିବର ରହମନ ଭାରତର ପ୍ରିୟ ବନ୍ଧୁ ଥିଲେ ଓ ଜଣେ ବିଶାଳ ନେତା ଥିଲେ । ବାଂଲାଦେଶର ପିତାଙ୍କ ପ୍ରତି ଆମର ସମ୍ମାନ ଓ ଗଭୀର ପ୍ରଶଂସା ଭାବେ ଆମେ ରାଜଧାନୀର ଏକ ପ୍ରମୁଖ ସଡ଼କର ନାମ ତାଙ୍କ ନାଁରେ ନାମିତ କରିଛୁ । ଆମେ ମିଳିତ ଭାବେ ତାଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ସହମତି ଜଣାଇଛୁ ଓ 2020ରେ ବଙ୍ଗବନ୍ଧୁଙ୍କ ଜନ୍ମ ଶତାବ୍ଦୀ ବର୍ଷରେ ରିଲିଜ୍ ହେବ । ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ ମୁଁ ବଙ୍ଗବନ୍ଧୁଙ୍କ ‘ଅସମାପ୍ତ ସ୍ମୃତି’ର ହିନ୍ଦି ଅନୁବାଦକୁ ଉନ୍ମୋଚନ କରିବାର ସମ୍ମାନ ଲାଭ କରିଛି । ବାଂଲାଦେଶ ଗଠନ ପାଇଁ ତାଙ୍କର ଜୀବନୀ, ସଂଗ୍ରାମ ଓ ଯୋଗଦାନ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ । 2021ରେ ବାଂଲାଦେଶ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ବର୍ଷର ସ୍ମରଣରେ ଆମେ ମିଳିତ ଭାବେ ବାଂଲାଦେଶ ମୁକ୍ତି ସଂଗ୍ରାମ ଯୁଦ୍ଧ ଉପରେ ଏକ ଡକୁମେଣ୍ଟାରି ଫିଲ୍ମ ବା ପ୍ରାମାଣିକ ଚିତ୍ର ନିର୍ମାଣ ପାଇଁ ସହମତ ହୋଇଛୁ ।
ମହାମହିମ,
ଆପଣ ଏବେ ସଫଳତାର ସହ ବଙ୍ଗବନ୍ଧୁଙ୍କ ଆଭିମୁଖ୍ୟ ଓ ଉତ୍ତରାଧିକାରକୁ ଆଗେଇ ନେଉଛନ୍ତି । ବାଂଲାଦେଶ ଉଚ୍ଚ ଅଭିବୃଦ୍ଧି ଓ ବିକାଶ ଦିଗରେ ଆଗକୁ ବଢ଼ୁଛି । ବାଂଲାଦେଶ ସହ ଆମର ସମ୍ପର୍କକୁ ନେଇ ଆମେ ଭାରତରେ ଆନନ୍ଦିତ ଅଛୁ । ସମ୍ପର୍କ ଯାହା ରକ୍ତରେ ଗଢ଼ା ଓ ସମ୍ପର୍କୀୟଙ୍କ ପିଢ଼ି । ସମ୍ବନ୍ଧ ଯାହା ଆମର ଲୋକଙ୍କ ପାଇଁ ଉତ୍ତମ ଓ ସୁରକ୍ଷିତ ଭବିଷ୍ୟ ଚାହୁଁଛି । ଏହି ଶବ୍ଦ ସହ, ମହାମହିମ, ମୁଁ ପୁଣିଥରେ ଆପଣ ଓ ଆପଣଙ୍କ ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ କରୁଛୁ ।
ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ
**********
It is an absolute honour to host PM Sheikh Hasina. We held fruitful & wide-ranging talks on the full spectrum of India-Bangladesh relations. pic.twitter.com/HnqdtoZhb3
— Narendra Modi (@narendramodi) April 8, 2017
PM Sheikh Hasina & I reviewed existing cooperation & discussed new avenues of extensive cooperation that will benefit our nations & region.
— Narendra Modi (@narendramodi) April 8, 2017
Collaboration in commerce, boosting connectivity, capacity building & cooperation between our armed forces were vital areas discussed.
— Narendra Modi (@narendramodi) April 8, 2017
We greatly admire Prime Minister Sheikh Hasina’s firm resolve in dealing with terrorism. Her ‘zero tolerance’ policy inspires us.
— Narendra Modi (@narendramodi) April 8, 2017
We recall the towering leader & a friend of India’s, Sheikh Mujibur Rahman. Released Hindi translation of Bangabandhu’s ‘Unfinished Memoirs’ pic.twitter.com/05xbmv0f7W
— Narendra Modi (@narendramodi) April 8, 2017
PM Sheikh Hasina’s visit marks a ‘शोनाली अध्याय’ (golden era) in the friendship between our people and our nations. https://t.co/vgxOEyJqCH
— Narendra Modi (@narendramodi) April 8, 2017