Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବସ୍ତୁ ଓ ସେବା କର ନେଟୱାର୍କରେ ସରକାରଙ୍କ ମାଲିକାନା ବୃଦ୍ଧି ଏବଂ ଟ୍ରାଞ୍ଜିସନାଲ ପ୍ଲାନର ବର୍ତ୍ତମାନ ଢାଞ୍ଚାରେ ପରିବର୍ତ୍ତନକୁ କ୍ୟାବିନେଟ ଅନୁମୋଦନ


ବସ୍ତୁ ଓ ସେବା କର ନେଟୱାର୍କରେ ସରକାରଙ୍କ ମାଲିକାନାସ୍ୱତ୍ତ୍ଵ ବୃଦ୍ଧି ଏବଂ ଟ୍ରାଞ୍ଜିସନାଲ ପ୍ଲାନର ବର୍ତ୍ତମାନ ଢାଞ୍ଚାରେ ନିମ୍ନୋକ୍ତ ପରିବର୍ତ୍ତନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଜିଏସଟିଏନରେ ଅଣସରକାରୀ ସଂସ୍ଥା ନିକଟରେ ରହିଥିବା 51% ଇକ୍ୟୁଟିର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସମାନ ପରିମାଣରେ ଅଧିଗ୍ରହଣ । ଘରୋଇ କମ୍ପାନୀ ନିକଟରେ ରହିଥିବା ଇକ୍ୟୁଟିର ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଜିଏସଟିଏନ ବୋର୍ଡକୁ ଅନୁମତି ।

ଜିଏସଟିଏନର ପୁନର୍ଗଠନ ଦ୍ୱାରା ସରକାରଙ୍କ ମାଲିକାନା 100%କୁ ବୃଦ୍ଧି ପାଇବ । ଏଥିରେ ଇକ୍ୟୁଟି ଅଂଶଧନ କେନ୍ଦ୍ର ନିକଟରେ 50% ଏବଂ ରାଜ୍ୟ ନିକଟରେ 50% ରହିବ ।

ଜିଏସଟିଏନ ବୋର୍ଡର ବର୍ତ୍ତମାନର ସ୍ଥିତିକୁ ପରିବର୍ତ୍ତନ କରାଯାଇ ଏଥିରେ କେନ୍ଦ୍ର ଏବଂ ରାଜ୍ୟରୁ ତିନି ଜଣ ନୂଆ ନିର୍ଦ୍ଦେଶକ ଏବଂ ଅନ୍ୟ ତିନି ଜଣ ସ୍ୱାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯିବ । ଏହି ସ୍ୱାଧୀନ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶକ ମଣ୍ଡଳୀଙ୍କ ଦ୍ୱାରା ମନୋନୀତ କରାଯିବ । ଜଣେ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ । ଏଥିସହିତ ସର୍ବମୋଟ ନିର୍ଦ୍ଦେଶକଙ୍କ ସଂଖ୍ୟା 11ରେ ପହଁଚିଯିବ ।

***