Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବସବ ଜୟନ୍ତୀ ଅବସରରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଭୁ ବସବେଶ୍ୱରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବସବ ଜୟନ୍ତୀ ଅବସରରେ ମହାପ୍ରଭୁ ବସବେଶ୍ୱରଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଜି ଏକ ଭିଡ଼ିଓ ବାର୍ତ୍ତାରେ ଦେଶର ଜନସାଧାରଣଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଦ୍ୱାଦଶ ଶତାବ୍ଦୀର ମହାନ ଦାର୍ଶନିକ ତଥା ସମାଜ ସଂସ୍କାରକ ବିଶ୍ୱଗୁରୁ ବସବେଶ୍ୱରଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ବସବ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଇଥାଏ ।

ବିଶ୍ୱ ବସବ ଜୟନ୍ତୀ- 2020 ଆଜି ସମଗ୍ର ବିଶ୍ୱରେ ଡ଼ିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଉଛି । ଡ଼ିଜିଟାଲ ଗଣମାଧ୍ୟମ ଜରିଆରେ ଭାରତ ତଥା ବିଶ୍ୱର ବିଭିନ୍ନ ଭାଗରେ ଥିବା ବସବେଶ୍ୱରଙ୍କ ଶ୍ରଦ୍ଧାଳୁମାନେ ପରସ୍ପର ସହ ଯୋଡ଼ି ହୋଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ସେ ବିଶ୍ୱବାସୀଙ୍କ ପାଇଁ ମହାପ୍ରଭୁ ବସବେଶ୍ୱରଙ୍କ ଠାରେ ତାଙ୍କର ଆଶୀର୍ବାଦ କାମନା କରିଛନ୍ତି । ବୈଶ୍ୱିକ ମହାମାରୀ କରୋନା ଦ୍ୱାରା ସମଗ୍ର ବିଶ୍ୱ ଏବେ ଆକ୍ରାନ୍ତ ହୋଇଥିବାରୁ ସେଥିରୁ ଉଦ୍ଧାର ପାଇବା ନିମନ୍ତେ ବସବେଶ୍ୱର ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମସ୍ତଙ୍କୁ ସ୍ମରଣ କରାଇଦେଇଛନ୍ତି ଯେ ପୂର୍ବରୁ ଅନେକ ଘଟଣାରେ ସେ ମହାପ୍ରଭୁ ବସବେଶ୍ୱରଙ୍କ ବଚନ ଓ ଦିବ୍ୟବାଣୀରୁ ବହୁତ କଥା ଶିକ୍ଷା କରିବାର ସୁଯୋଗ ଲାଭ କରିଛନ୍ତି । ତାହା ତାଙ୍କ ବଚନକୁ 23ଟି ଭାଷାରେ ଅନୁବାଦ କାର୍ଯ୍ୟ ବେଳେ ହୋଇଥାଉ ଅଥବା ଲଣ୍ଡନରେ ବସବେଶ୍ୱରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ହୋଇଥାଉ ।

ମହାପ୍ରଭୁ ବସବେଶ୍ୱରଙ୍କୁ ଜଣେ ମହାନ ସମାଜ ସଂସ୍କାରକ ତଥା ପ୍ରଶାସକ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ବ୍ୟକ୍ତି କିମ୍ବା ସମାଜରେ ସେ ଦେଉଥିବା ଉପଦେଶ ପ୍ରତିଫଳିତ ହେଉ ବୋଲି ସେ ପରାମର୍ଶ ଦେଉନଥିଲେ । ବରଂ ନିଜ ଜୀବନର କର୍ମ ଓ ଆଦର୍ଶ ସହ ସେମାନଙ୍କୁ ସାମିଲ କରିବା ନିମନ୍ତେ ପ୍ରୟାସ କରୁଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ବସବେଶ୍ୱରଙ୍କ ଅମରବାଣୀ ଓ ଶିକ୍ଷା ଆଧ୍ୟାତ୍ମିକ ଜ୍ଞାନ ବୃଦ୍ଧିର ଏକ ଚିରନ୍ତର ଉତ୍ସ । ତାହା ଆମମାନଙ୍କ ବାସ୍ତବ ଜୀବନରେ ସମସ୍ତଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସେ ମତ ପୋଷଣ କରିଛନ୍ତି । ମଣିଷ କିଭଳି ନିଜର ଚିନ୍ତନ ଓ କାର୍ଯ୍ୟ ବଳରେ ଜଣେ ମହାମାନବରେ ପରିଣତ ହୋଇପାରିବ ଏବଂ ସମାଜକୁ ସରଳ, ସହନଶୀଳ, ଦୟା ଓ ମାନବୀୟ କରୁଣାରେ ପରିପୂର୍ଣ୍ଣ କରିପାରିବ ତାହା ତାଙ୍କ ବାଣୀରୁ ଶିକ୍ଷା ମିଳିଥାଏ । ତେଣୁ ଆମର ସମାଜର ବିଭିନ୍ନ ସାମାଜିକ ସମସ୍ୟା ତଥା ଲିଙ୍ଗଗତ ସମାନତା ରକ୍ଷା ଦିଗରେ ତାଙ୍କର ବାଣୀ ଶତାବ୍ଦୀ ଶତାବ୍ଦୀ ଧରି ଆମମାନଙ୍କୁ ପଥ ପ୍ରଦର୍ଶନ କରିଆସିଛି ।

ପ୍ରଧାନମନ୍ତ୍ରୀ କହିଲେଯେ ପ୍ରଭୁ ବସବେଶ୍ୱର ଗଣତନ୍ତ୍ରର ମୂଳଦୁଆ ସ୍ଥାପନ କରିଥିଲେ ଯେଉଁଥିରେ ବ୍ୟକ୍ତି ସ୍ୱାଧୀନତାକୁ ସର୍ବାଧିକ ଗୁରୁତ୍ୱ ଓ ଏହାର ସୁରକ୍ଷା ପାଇଁ ପ୍ରେରଣା ମିଳୁଥିଲା । ସେହିଭଳି ସମାଜର ଶେଷତମ ବ୍ୟକ୍ତି ଯେଭଳି ସମସ୍ତ ସୁବିଧାସୁଯୋଗ ପାଇପାରିବ ସେଥିପାଇଁ ସେ ପରାମର୍ଶ ଦେଉଥିଲେ । ମାନବ ଜୀବନର ପ୍ରତ୍ୟେକ ସ୍ତରକୁ ପ୍ରଭୁ ବସବାନ୍ନା ଛୁଇଁଥିଲେ ଏବଂ ତାହାର ଉନ୍ନତି ପାଇଁ ସେ ନାନା ପ୍ରକାର ସମାଧାନ ପନ୍ଥା ପ୍ରଦର୍ଶନ କରିଥିଲେ ବୋଲି ପ୍ରଧାନମନତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ବସବାନ୍ନାଙ୍କ ବଚନର ବ୍ୟାବପ ଡିଜିଟାଇଜେସନ ହେବା ସୁଖର କଥା । 2017 ମସିହାରେ ଏଥିପାଇଁ ପ୍ରଧାନମନ୍ତ୍ରୀ ସ୍ୱୟଂ ପ୍ରସ୍ତାବ ଦେଇଥିଲେ ।

ବସବ ସମିତି ପକ୍ଷରୁ ଆଜିର ଏହି ଉତ୍ସବ ଆୟୋଜନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସାରା ବିଶ୍ୱରେ ଏହି ଡ଼ିଜିଟାଇଜେସନ ପହଞ୍ଚିପାରିଛି । ଏହା ଡ଼ିଜିଟାଇଜେସନ ମାଧ୍ୟମରେ ଉତ୍ସବ ଅନୁଷ୍ଠାନ ଆଦିର ଆୟୋଜନ କରିବାର ଏକ ପ୍ରକୃଷ୍ଟ ଉଦାହରଣ ଯାହାକି ଲକଡାଉନ ସମୟରେ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶିକା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ “ଆଜି ଭାରତୀୟମାନେ ସେମାନଙ୍କ ଭିତରେ ଘଟିଥିବା ପରିବର୍ତ୍ତନକୁ ଅନୁଭବ କରି ପାରୁଛନ୍ତି । ସେମାନଙ୍କର ଏହି ବିଶ୍ୱାସ ହିଁ ଏଭଳି ବିପଦର ଘଡ଼ିରେ ଦେଶକୁ ସେଥିରୁ ମୁକୁଳିବା ସକାଶେ ପଥ ପ୍ରଦର୍ଶନ କରୁଛି ।” ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇ କହିଛନ୍ତି ଯେ ଆଶା ଓ ଆସ୍ଥାର ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲାଗି ଏହାକୁ ଆହୁରି ଆଗକୁ ନେବା ଦରକାର । ତାହାଦ୍ୱାରା ଲୋକମାନଙ୍କ ମନୋବଳ ବୃଦ୍ଧି ପାଇବ । ଏହା ଆମମାନଙ୍କୁ ସମସ୍ତଙ୍କୁ ଅଧିକ କଠିନ କାର୍ଯ୍ୟ ସଂପାଦନ ଲାଗି ପ୍ରେରଣା ଯୋଗାଇବ ଏବଂ ଦେଶକୁ ଏକ ନୂଆ ଶୀର୍ଷରେ ପହଞ୍ଚାଇବ । ତେଣୁ ମହାପ୍ରଭୁ ବସବାନ୍ନାଙ୍କ କାର୍ଯ୍ୟ ଓ ଆଦର୍ଶକୁ ସାରା ବିଶ୍ୱରେ ସୁପରିଚିତ କରାଇବା ଲାଗି ସେ ଆହ୍ୱାନ ଜଣାଇଛନ୍ତି । ଏହାଦ୍ୱାରା ବିଶ୍ୱ ମାନବ ସମାଜ ସକାଶେ ଏକ ସୁନ୍ଦର ସ୍ଥାନ ହୋଇପାରିବ ।

ବସବ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭକାବନା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ ଦୁଇ ଗଜ ଦୂରତା” ରକ୍ଷା ନିୟମକୁ ସାମାଜିକ ଦୂରତା ରକ୍ଷାର ମହାମନ୍ତ୍ର ଭାବେ ସମସ୍ତ ଦେଶବାସୀ ପାଳନ କରିବା ଉଚିତ ।