Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବର୍ହିଶୁଳ୍କ ସଂକ୍ରାନ୍ତ ଭାରତ-ଉରୁଗୁଏ ବୁଝାମଣା, ଅନୁସମର୍ଥନ ପ୍ରସ୍ତାବକୁ କେନ୍ଦ୍ର କେବିନେଟର ସ୍ୱୀକୃତି


ବର୍ହିଶୁଳ୍କ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଏବଂ ସହାୟତା ପାଇଁ ଭାରତ – ଉରୁଗୁଏ ମଧ୍ୟରେ ବୁଝାମଣା ଏବଂ ଅନୁସମର୍ଥନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (04.01.2017) ଅନୁଷ୍ଠିତ କେବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ଏହି ବୁଝାମଣା ଫଳରେ ବର୍ହିଶୁଳ୍କ ସଂକ୍ରାନ୍ତ ଅପରାଧଗୁଡିକ ରୋକିବା ଏବଂ ଅନୁସନ୍ଧାନ ପାଇଁ ପ୍ରାସଂଗିକ ସୂଚନାର ଉପଲବ୍ଧତା କ୍ଷେତ୍ରରେ ସହଯୋଗ ମିଳିବ । ଏହା ଦୁଇ ଦେଶ ମଧ୍ୟରେ ବ୍ୟାପାରକୁ ସରଳ, ସୁବିଧାଜନକ ଏବଂ ସୁନିଶ୍ଚିତ କରିବାରେ ସହାୟକ ହେବ ।

ଚିଠା ବୁଝାମଣା ବିଶେଷ ଭାବେ ଦୁଇ ଦେଶ ମଧ୍ୟରେ ବିପଣନ କାରବାରର ବର୍ଣ୍ଣନା, ମାଲ କାରବାର ଉତ୍ସ ସଂକ୍ରାନ୍ତ ତଥ୍ୟର ପ୍ରାମାଣିକତା, ଘୋଷିତ ଦ୍ରବ୍ୟର ବର୍ହିଶୁଳ୍କ ମୂଲ୍ୟ ବିଷୟରେ ସୂଚନାର ଆଦାନ ପ୍ରଦାନ ଭଳି ଭାରତୀୟ ବର୍ହିଶୁଳ୍କ ବିଭାଗର ଚିନ୍ତା ଏବଂ ଆବଶ୍ୟକତାଗୁଡିକ ଉପରେ ନଜର ରଖିବ ।

***