Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବର୍ଗୀକରଣ ମାନକକୁ ବଦଳାଇବା ଲାଗି ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ, 2006ରେ ସଂଶୋଧନ ଏବଂ ଲୋକସଭାରେ ପଡ଼ିରହିଥିବା ଏମଏସଏମଇଡି (ସଂଶୋଧନ) ବିଧେୟକ, 2015ରୁ ପ୍ରତ୍ୟାହାର କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବର୍ଗୀକରଣ ଆଧାରରେ ପରିବର୍ତ୍ତନକୁ ମଞ୍ଜୁରି ପ୍ରଦାନ କରିଛନ୍ତି  । ଏହାକୁ ‘ପ୍ଳାଣ୍ଟ ଏବଂ ମେସିନାରୀ/ଉପକରଣରେ ନିବେଶ’ରୁ ବଦଳାଇ ‘ବାର୍ଷିକ କାରବାର’ କରାଯିବା ଲାଗି ପ୍ରସ୍ତାବ ରହିଛି ।

ଏହି ପଦକ୍ଷେପ ଦ୍ୱାରା ବ୍ୟବସାୟ କରିବା ସହଜ ହୋଇଯିବ ଏବଂ ବର୍ଗୀକୃତ ବୃଦ୍ଧିର ନିୟମ କରାଯିବ ଏବଂ ଜିଏସଟି ପରିସରରେ ନୂଆ ଟିକସ ବ୍ୟବସ୍ଥା ପ୍ରଚଳିତ ହେବ ।

ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ (ଏମଏସଏମଇଡି) ଅଧିନିୟମ, 2006ର ଧାରା 7ରେ ସଂଶୋଧନ ହେବ ଏବଂ ବସ୍ତୁ ଓ ସେବା ସମ୍ପର୍କରେ ବାର୍ଷିକ କାରବାରକୁ ଧ୍ୟାନରେ ରଖି ସଂସ୍ଥାଗୁଡ଼ିକୁ ନିମ୍ନ ପ୍ରକାରରେ ବିବେଚନା କରାଯିବ ।

-ଯେଉଁଠି 5 କୋଟି ଟଙ୍କାରୁ ଅଧିକ ବାର୍ଷିକ କାରବାର ନଥିବ, ସେଠାରେ ସୂକ୍ଷ୍ମ ଉପକ୍ରମଗୁଡ଼ିକୁ ଗୋଟିଏ ସଂସ୍ଥା ରୂପେ ବିବେଚନା କରାଯିବ ।

-ଯେଉଁଠି ବାର୍ଷିକ କାରବାର 5କୋଟି ଟଙ୍କାରୁ ଅଧିକ, କିନ୍ତୁ 75 କୋଟି ଟଙ୍କାରୁ ଅଧିକ ହେବ ନାହିଁ, ସେଠାରେ ଲଘୁ ଉଦ୍ୟୋଗକୁ ଗୋଟିଏ ସଂସ୍ଥା ରୂପେ ବିବେଚନା କରାଯିବ ।

-ଯେଉଁଠି ବାର୍ଷିକ କାରବାର 75 କୋଟି ଟଙ୍କାରୁ ଅଧିକ କିନ୍ତୁ 250 କୋଟି ଟଙ୍କାରୁ ଅଧିକ ନୁହେଁ, ସେଠାରେ ମଧ୍ୟମ ଉଦ୍ୟୋଗକୁ ଗୋଟିଏ ସଂସ୍ଥା ରୂପେ ବିବେଚନା କରାଯିବ ।

-ଏହାବ୍ୟତୀତ କେନ୍ଦ୍ର ସରକାର ଅଧିସୂଚନା ଜରିଆରେ କାରବାରର ସୀମାରେ ପରିବର୍ତ୍ତନ କରିପାରନ୍ତି, ତେବେ ଏହା ଏମଏସଏମଇଡି ଅଧିନିୟମର ଧାରା 7ରେ ଉଲ୍ଲେଖ ଥିବା ସୀମାର ତିନି ଗୁଣରୁ ଅଧିକ ହେବ ନାହିଁ  ।

 

ବର୍ତ୍ତମାନର ଏମଏସଏମଇଡି ଅଧିନିୟମ (ଧାରା 7)ରେ ନିର୍ମାଣ ସଂସ୍ଥା ସମ୍ପର୍କରେ ପ୍ଳାଣ୍ଟ ଏବଂ ଯନ୍ତ୍ରାଂଶରେ ନିବେଶ ଏବଂ ସେବା ଉଦ୍ୟୋଗ ଲାଗି ଉପକରଣରେ ନିବେଶ ଆଧାରରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବର୍ଗୀକରଣ କରାଯାଉଛି । ପ୍ଳାଣ୍ଟ ଏବଂ ଯନ୍ତ୍ରାଂଶରେ ନିବେଶର ମାନକ ସ୍ୱ-ଘୋଷଣା ଅଟେ ଯାହାପାଇଁ ପ୍ରମାଣୀକରଣ ଏବଂ ନେଣଦେଣର ବ୍ୟୟ ଆବଶ୍ୟକ ।

ଜିଏସଟି ନେଟୱାର୍କ ସମ୍ପର୍କରେ କାରବାରର ତଥ୍ୟକୁ ବିଶ୍ୱାସଯୋଗ୍ୟ ବୋଲି ଗ୍ରହଣ କରାଯାଇପାରେ । ଏଥିସହିତ ଅନ୍ୟ ଉପାୟ ଅନ୍ତର୍ଗତ ମଧ୍ୟ ପ୍ଳାଣ୍ଟ ଏବଂ ଯନ୍ତ୍ରାଂଶ/ଉପକରଣ, ନିଯୁକ୍ତି ସମ୍ପର୍କରେ ନିବେଶ ଆଧାରରେ ବର୍ଗୀକରଣ ସମ୍ଭବ ଅଟେ । ଏଥିରୁ ପାରଦର୍ଶୀତା ବଢ଼ିବ ଏବଂ ନିରୀକ୍ଷଣର ଆବଶ୍ୟକତା ଶେଷ ହୋଇଯିବ । ଏହାବ୍ୟତୀତ ବ୍ୟବସାୟ କରିବାର ସୁଗମତା ମଧ୍ୟ ବୃଦ୍ଧି ପାଇବ । ସଂଶୋଧନ ଦ୍ୱାରା ସରକାରଙ୍କୁ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବର୍ଗୀକରଣରେ ନମନୀୟ ଆଭିମୁଖ୍ୟ ଆପଣାଇବାରେ ସହାୟତା ମିଳିପାରିବ, ଯଦ୍ଦ୍ୱାରା ଆର୍ଥିକ ପରିଦୃଶ୍ୟରେ ବିକାଶ ହୋଇପାରିବ । ଏ ସମ୍ପର୍କରେ ଏମଏସଏମଇଡି ଅଧିନିୟମରେ ସଂଶୋଧନର ଆବଶ୍ୟକତା ରହିବ ନାହିଁ  ।

ବର୍ଗୀକରଣ ମାନକରେ ପରିବର୍ତ୍ତନ ଦ୍ୱାରା ବ୍ୟବସାୟ କରିବାରେ ହେଉଥିବା ସୁଗମତାକୁ ପ୍ରୋତ୍ସାହନ ମିଳିବ । ଫଳସ୍ୱରୂପ ଅଭିବୃଦ୍ଧି ହାସଲ ହେବ ଏବଂ ଦେଶର ଏମଏସଏମଇ କ୍ଷେତ୍ରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ବଢ଼ିବାର ମାର୍ଗ ପ୍ରଶସ୍ତ ହେବ ।

 

**********