ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବରିଷ୍ଠ ପେନସନ୍ ବୀମା ଯୋଜନା 2017 କୁ କାର୍ଜ୍ୟୋତର ଭାବେ ଅନୁମୋଦନ ମିଳିଛି । ବିତ୍ତୀୟ ସମାବେଶ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାର ଏହା ଏକ ଅଂଶବିଶେଷ ।
ବଜାରରେ ଅସ୍ଥିରତା କାରଣରୁ 60 ବର୍ଷ କିମ୍ବା ତଦୁର୍ଦ୍ଧ ବୟସର ବରିଷ୍ଠ ନାଗରିକମାନଙ୍କ ଭବିଷ୍ୟତ ସୁଧ ଏବଂ ଆୟ ପ୍ରଭାବିତ ନହେବା ଏବଂ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଲାଗି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ଦଶବର୍ଷ ପାଇଁ ବାର୍ଷିକ 8 ପ୍ରତିଶତ ସୁଧ ରିଟର୍ଣ୍ଣ ଗ୍ୟାରେଣ୍ଟି ସହ ବରିଷ୍ଠ ନାଗରିକଙ୍କୁ ସୁନିଶ୍ଚିତ ପେନସନ୍ ଯୋଗାଇ ଦିଆଯିବ । ଏଥିରେ ମାସିକ/ତୈ୍ରମାସିକ/6-ମାସିଆ କିମ୍ବା ବାର୍ଷିକ ପେନସନ୍ ଉଠାଇବାର ସୁବିଧା ମଧ୍ୟ ମିଳିବ । ଏଲ୍ଆଇସି ପକ୍ଷରୁ ମିଳୁଥିବା ରିଟର୍ଣ୍ଣ ଏବଂ 8 ପ୍ରତିଶତ ସୁନିଶ୍ଚିତ ରିଟର୍ଣ୍ଣ ମଧ୍ୟରେ ରହିଥିବା ଆର୍ଥିକ ତାରତମ୍ୟ ଭାରତ ସରକାର ବାର୍ଷିକ ସବସିଡି ଭିତ୍ତିରେ ବହନ କରିବେ ।
ଏହି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବରିଷ୍ଠ ନାଗରିକମାନେ ଏହାର ଗ୍ରାହକ ହୋଇପାରିବେ ।