Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବମ୍ବେ ଓ ମାଡ୍ରାସ ହାଇକୋର୍ଟଙ୍କ ନାମ ପରିବର୍ତ୍ତନ ସଂକ୍ରାନ୍ତ ବିଲକୁ କେବିନେଟର ଅନୁମୋଦନ


ବମ୍ବେ ହାଇକୋର୍ଟଙ୍କ ନାମ ମୁମ୍ବାଇ ହାଇକୋର୍ଟ ଏବଂ ମାଡ୍ରାସ ହାଇକୋର୍ଟଙ୍କ ନାମ ଚେନ୍ନାଇ ହାଇକୋର୍ଟ ହେବ । ଏ ସଂକ୍ରାନ୍ତରେ ସଂସଦରେ ଆଗତ ହେବାକୁ ଥିବା ଏକ ବିଧେୟକକୁ ମଙ୍ଗଳବାର (05.07.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି । ସେହି ବିଧେୟକଟିର ନାମ ହେଉଛି ଦି ହାଇକୋର୍ଟସ (ଅଲ୍ଟରେସନ ଅଫ ନେମ୍ସ) ବିଲ – 2016 ଯାହାକି ଏହି ଦୁଇ ହାଇକୋର୍ଟର ନାମ ପରିବର୍ତ୍ତନ ପାଇଁ ପଥ ପରିଷ୍କାର କରିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବମ୍ବେ ଏବଂ ମାଡ୍ରାସ ମହାନଗରୀ ଦ୍ୱୟର ନାମ ପରିବର୍ତ୍ତନ ହୋଇ ଯଥାକ୍ରମେ ମୁମ୍ବାଇ ଓ ଚେନ୍ନାଇ ହୋଇସାରିଛି । ତେବେ ସେହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ନାମ ପରିବର୍ତ୍ତନ ପାଇଁ ଆଇନ ନଥିବାରୁ ପ୍ରଥମ ଥର ପାଇଁ ନୂତନ ଆଇନ ପ୍ରଣୟନ ପାଇଁ ବିଧେୟକ ଅଣାଯାଉଛି ।