ଦେଶକୁ ସଠିକ୍ ଯୋଜନା ମାଧ୍ୟମରେ ଶକ୍ତିଶାଳୀ ରାଷ୍ଟ୍ର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏହି ବଜେଟରେ ମଧ୍ୟମବର୍ଗ ଠାରୁ ଆରମ୍ଭ କରି ଶ୍ରମିକମାନଙ୍କ ପର୍ଯ୍ୟନ୍ତ କୃଷକଙ୍କ ଉନ୍ନତି ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପ୍ରଗତି ପର୍ଯ୍ୟନ୍ତ ଆୟକର ରିହାତି ଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ଉତ୍ପାଦନ ଠାରୁ ଆରମ୍ଭ କରି ଏମଏସଏମଇ କ୍ଷେତ୍ର ପର୍ଯ୍ୟନ୍ତ ଆବାସ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ, ଅର୍ଥବ୍ୟବସ୍ଥାକୁ ନୂତନ ଗତି ଦେବା ଠାରୁ ଆରମ୍ଭ କରି ନୂତନ ଭାରତ ନିର୍ମାଣ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତି ଏହି ବଜେଟରେ ଧ୍ୟାନ ରଖାଯାଇଛି ।
ସାଥୀଗଣ, ଆମ ସରକାରଙ୍କ ଯୋଜନା ଏବେ ଦେଶର ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ସକାରାତ୍ମକ ପ୍ରଭାବ ପକାଉଛି । ଆୟୁଷ୍ମାନ ଭାରତ ଯୋଜନାର ଲାଭ 50 କୋଟି ଗରିବଙ୍କ ମିଳିବା ସୁନିଶ୍ଚିତ ହୋଇଛି । ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଏବଂ ସୁରକ୍ଷା ବୀମା ଯୋଜନାର ଲାଭ 50 କୋଟି ଗରିବଙ୍କ ମିଳିବା ସୁନିଶ୍ଚିତ ହୋଇଛି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ସୁରକ୍ଷା ବୀମା ଯୋଜନାର ଲାଭ 21 କୋଟି ଗରିବଙ୍କୁ ମିଳୁଛି । ସ୍ୱଚ୍ଛ ଭାରତ ମିଶନର ଲାଭ 9 କୋଟିରୁ ଅଧିକ ପରିବାର ପାଇପାରିଛନ୍ତି । ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ 6 କୋଟିରୁ ଅଧିକ ପରିବାରକୁ ମାଗଣାରେ ଗ୍ୟାସ ସଂଯୋଗ ମିଳିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାରଣରୁ 1.5 କୋଟି ପରିବାରକୁ ସେମାନଙ୍କର ନିଜସ୍ୱ ପକ୍କା ଘର ମିଳିଛି । ଏବେ ଏହି ବଜେଟରେ 12 କୋଟିରୁ ଅଧିକ କୃଷକମାନଙ୍କୁ 3 କୋଟିରୁ ଅଧିକ ମଧ୍ୟମବର୍ଗଙ୍କ ଟିକସଦାତା ପରିବାରକୁ ଏବଂ 30, 40 କୋଟି ଶ୍ରମିକମାନଙ୍କୁ ସିଧାସଳଖ ଲାଭ ମିଳିବା ନିର୍ଦ୍ଧାରଣ ହୋଇଛି । ସାଥୀଗଣ ସରକାରଙ୍କ ପ୍ରୟାସରୁ ଆଜି ଦେଶରେ ଦାରିଦ୍ର୍ୟ ରେକର୍ଡ ଗତିରେ କମ ହେଉଛି ଲକ୍ଷାଧିକ କୋଟି ଲୋକ ଗରିବକୁ ପରାସ୍ତ କରି ନୂତନ ମଧ୍ୟମବର୍ଗ, ମଧ୍ୟମ ବର୍ଗର ପ୍ରବେଶ କରୁଛନ୍ତି । ଦେଶର ଏହି ବହୁତ ବଡ଼ ବର୍ଗ ଆଜି ନିଜ ସ୍ୱପ୍ନ ସାକାର କରିବାରେ ଆହୁରି ଏଥିସହିତ ଦେଶର ବିକାଶକୁ ଗତି ଦେବାରେ ମଗ୍ନ ରହିଛନ୍ତି । ଏପରି ସମୟରେ ଏହି ବୃଦ୍ଧି ପାଉଥିବା ମଧ୍ୟମବର୍ଗର ଆଶା, ଆକାଂକ୍ଷାକୁ କିଛି କରି ଦେଖାଇବାର ଉତ୍ସାହକୁ ସାହସ ମିଳୁ ସେମାନଙ୍କୁ ସହାୟତା ମିଳୁ ସେଥିପାଇଁ ସରକାର ନିଜ ପ୍ରତିବଦ୍ଧତା ପ୍ରଦର୍ଶିତ କରିଛନ୍ତି । ମୁଁ ଦେଶର ମଧ୍ୟମବର୍ଗ, ଦରମାଭୋଗୀ ମଧ୍ୟମ ବର୍ଗଙ୍କୁ ଆୟକର ସୀମାରେ ମିଳିଥିବା ଛାଡ଼ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ଏହା ମଧ୍ୟବିତ ଏବଂ ଉଚ୍ଚ ମଧ୍ୟବିତ୍ତ ବର୍ଗର ଉଦାରତା ସେମାନଙ୍କ ସଚ୍ଚୋଟତା ଓ ଆଇନ ମାନି ଚାଲିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ସେଥିପାଇଁ ଦେଶକୁ ଟିକସ ମିଳୁଛି ଦେଶର ଯୋଜନା ନିର୍ମାଣ ହେଉଛି, ଗରିବଙ୍କ କଲ୍ୟାଣ ହେଉଛି । ବର୍ଷ ବର୍ଷ ଧରି ଏହି ଦାବି ରହିଥିଲା ଯେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଆୟକରରୁ ମୁକ୍ତ ଘୋଷଣା କରାଯାଉଛି । ଏତେ ବର୍ଷ ଧରି ରହିଆସିଥିବା ଏହି ଦାବିକୁ ପୂରଣ କରିବା କାମ ଆମ ସରକାର କରିଛନ୍ତି ।
ସାଥୀଗଣ, କୃଷକମାନଙ୍କ ପାଇଁ ସମୟ ବ୍ୟବଧାନରେ ଭିନ୍ନ ଭିନ୍ନ ଯୋଜନା ଭିନ୍ନ ଭିନ୍ନ ସରକାର କରିଛନ୍ତି କିନ୍ତୁ ଉପର ସ୍ତରକୁ ଦୁଇ, ତିନି କୋଟି କୃଷକଙ୍କ ଠାରୁ ଅଧିକ କୃଷକ ଏହି ଯୋଜନାର ପରିଧି ମଧ୍ୟକୁ ଆସିପାରିନଥିଲେ । ଏବେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅର୍ଥାତ ଯାହାକୁ ପିଏମ-କିସାନ ଯୋଜନା ବୋଲି କୁହାଯାଉଛି ତାହାର ଲାଭ 12 କୋଟିରୁ ଅଧିକ ସେପରି କୃଷକମାନଙ୍କୁ ମିଳିବ ଯେଉଁମାନଙ୍କ ପାଖରେ 5 ଏକର କିମ୍ବା 5 ଏକରରୁ କମ ଜମି ରହିଛି । ଏକ ପ୍ରକାରରେ ସ୍ୱାଧୀନତା ପରେ ଦେଶର ଇତିହାସରେ କୃଷକମାନଙ୍କ ପାଇଁ ନିର୍ମିତ ଏହା ସବୁଠୁ ବଡ଼ ଯୋଜନା । ଆମ ସରକାର କୃଷକମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଦୃଢ଼ ପଦକ୍ଷେପ ନେଉଛନ୍ତି । ପଶୁପାଳନ, ଗୋପାଳନ, ମତ୍ସ୍ୟଚାଷ ଭଳି ଗ୍ରାମୀଣ ଜୀବନ ଏବଂ କୃଷି ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପ୍ରତି ମଧ୍ୟ ଏହି ବଜେଟରେ ଦୃଷ୍ଟି ଦିଆଯାଇଛି । ରାଷ୍ଟ୍ରୀୟ କାମଧେନୁ ଆୟୋଗ, ଏବଂ ମତ୍ସ୍ୟପାଳନର ଭିନ୍ନ ବିଭାଗ କୋଟି କୋଟି କୃଷକମାନଙ୍କୁ ନିଜ ଜୀବିକା ନିର୍ବାହରେ ସହାୟତା କରିବ । ମତ୍ସ୍ୟଜୀବୀମାନଙ୍କୁ ସହାୟକ ହେବ । ଆମର ଏହି ସମ୍ପୂର୍ଣ୍ଣ ପ୍ରୟାସ ରହିଛି ଯେ କୃଷକମାନଙ୍କୁ ସଶକ୍ତ କରି ସେମାନଙ୍କୁ ସେସବୁ ସମ୍ବଳ ଯୋଗାଇ ଦେବା, ସମ୍ବଳ ଯୋଗାଇ ଦେବା ଯାହାଦ୍ୱାରା ସେମାନେ ନିଜ ଆୟକୁ ଦ୍ୱିଗୁଣିତ କରିପାରିବେ । ଆଜିର ନିଷ୍ପତ୍ତି ଦ୍ୱାରା ଏହି ମିଶନକୁ ଆହୁରି ଗତି ମିଳିବ ।
ସାଥୀଗଣ, ଆଜି ଭାରତରେ ଅନେକ କ୍ଷେତ୍ରରେ ବିକାଶ ହେଉଛି ନୂଆ ନୂଆ ପ୍ରକାରର କ୍ଷେତ୍ରରେ ନୂଆ ନୂଆ ସମ୍ପ୍ରସାରଣରେ ନୂଆ ନୂଆ ପ୍ରକାର ଯୋଜନାରେ ପ୍ରଗତି ହେଉଛି ଏବଂ ଏହି କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ନିରନ୍ତର ବଢ଼ିଚାଲିଛି । କିନ୍ତୁ ଅସଂଗଠିତ କ୍ଷେତ୍ରର ଶ୍ରମିକ, ମୂଲିଆ ଅସଂଗଠିତ କ୍ଷେତ୍ରର ଶ୍ରମିକ ଯେଉଁମାନଙ୍କ ମଧ୍ୟରେ ଘରେ କାମ କରୁଥିବା ଲୋକ ହୁଅନ୍ତୁ କିମ୍ବା କ୍ଷେତରେ କାମ କରୁଥିବା ଶ୍ରମିକ ହୁଅନ୍ତୁ କିମ୍ବା ଠେଲା ଗାଡ଼ି ଚଳାଉଥିବା ଲୋକମାନେ ହୁଅନ୍ତୁ ଏପରି ସମାଜର ବହୁତ ବଡ଼ ବର୍ଗ ଅଛନ୍ତି ମୋର ଭାଇ ଓ ଭଉଣୀମାନେ ଏହି ମୋର ବନ୍ଧୁମାନଙ୍କ ଚିନ୍ତା କେବେ କରାଯାଇନାହିଁ । ସେମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦିଆଯାଇଛି । ଆମ ଦେଶରେ ଏମାନଙ୍କ ସଂଖ୍ୟା ଅସଂଗଠିତ ଶ୍ରମିକଙ୍କ ସଂଖ୍ୟା ପାଖାପାଖି 40, 42 କୋଟି ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ସେମାନଙ୍କ ଜୀବନର ଉତ୍ତରାର୍ଦ୍ଧ 60 ବର୍ଷର ଆୟୁ ପରେ ଜୀବନ ପାଇଁ ବହୁତ ବଡ଼ ସମ୍ବଳ ହେବ ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନାର ଲାଭ ତ’ ମିଳିବ ହିଁ । ବୃଦ୍ଧାବସ୍ଥାରେ ଦୈନନ୍ଦିନ ଜୀବନ ବିତାଇବା ପାଇଁ ପେନସନ ମଧ୍ୟ ମିଳିବ ।
ଭାଇ ଓ ଭଉଣୀମାନେ, ଆମ ସରକାର ଦେଶର ପ୍ରତ୍ୟେକ ସେହି ନାଗରିକମାନଙ୍କୁ ବିକାଶର ମୁଖ୍ୟସ୍ରୋତ ସହ ଯୋଡ଼ିବାର ପ୍ରୟାସ କରୁଛି ଯେଉଁମାନେ ଏବେ ବି ଅନେକ କାରଣରୁ ବିକାଶର ସମ୍ପୂର୍ଣ୍ଣ ଲାଭ ପାଇପାରିନାହାନ୍ତି । ସମାଜର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ବ୍ୟକ୍ତି ନିକଟରେ ପହଁଚିବାର ଏହି ପ୍ରୟାସରେ ସରକାର ଯାଯାବର ସମ୍ପ୍ରଦାୟ ଯେପରିକି ମଦାରୀ, ସାପୁଆ କେଳା, ଯାଯାବର, ଗାଡ଼ିଆ ଲୋହାର ଆଦିଙ୍କ ପାଇଁ ଏକ କଲ୍ୟାଣ ବୋର୍ଡ ନିର୍ମାଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ମୋର ଆଶା ଯେ ଉଚିତ ପରିଚୟ ହେବା ପରେ ସରକାରଙ୍କ ବିକାଶ କାର୍ଯ୍ୟର ଲାଭ ଏହି ସମୁଦାୟକୁ ଆହୁରି ଦ୍ରୁତଗତିରେ ମିଳିପାରିବ ।
ସାଥୀଗଣ, ବ୍ୟବସାୟୀ ବର୍ଗଙ୍କ ପାଇଁ ବାଣିଜ୍ୟ ପାଇଁ କୌଣସି ମନ୍ତ୍ରଣାଳୟ ହେବ ସେହି ବିଚାର ସହିତ ଏକ ନୂଆ ବ୍ୟବସ୍ଥାକୁ ବିକଶିତ କରିବା ଦିଗରେ ଆମେ ଅଗାକୁ ବଢ଼ିଛୁ । ଦେଶର ବ୍ୟବସାୟୀ ବର୍ଗ, ଟ୍ରେଡର୍ସ ଏବଂ ଅନେକ କର୍ମଚାରୀଙ୍କ ଆବଶ୍ୟକତାକୁ ବୁଝି ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ଡିଆଇପିପିକୁ ପୁନର୍ଗଠନ କରି ଏହାକୁ ବିଶେଷ ଦାୟିତ୍ୱ ଦିଆଯାଇଛି । ଏବେ ଏହି ବିଭାଗ ଡିପାର୍ଟମେଂଟ ଫର ପ୍ରମୋଶନ ଅଫ ଇଣ୍ଡିଷ୍ଟ୍ରିଜ ଏଣ୍ଡ ଇଂଟରନ୍ୟାସନାଲ ଟ୍ରେଡର ନାମରେ ପରିଚିତ ହେବ । ମୁଁ ଆନନ୍ଦିତ ଯେ ପରବର୍ତୀ ଦଶକର ଶେଷ ସୁଦ୍ଧା ଆବଶ୍ୟକତାକୁ ଏବଂ ଲକ୍ଷ୍ୟକୁ ଧ୍ୟାନରେ ରଖି ମଧ୍ୟ ଏହି ବଜେଟରେ ଯୋଜନା ସମାହିତ କରାଯାଇଛି । ଏହି ବଜେଟ ଗରିବଙ୍କୁ ସଶକ୍ତ କରିବ, କୃଷକମାନଙ୍କୁ ଦୃଢ଼ କରିବ, ଶ୍ରମିକମାନଙ୍କୁ ସମ୍ମାନ ଦେବ, ମଧ୍ୟମବର୍ଗଙ୍କ ସ୍ୱପ୍ନ ସାକାର କରିବ, ସଚ୍ଚୋଟ ଟିକସଦାତାଙ୍କ ଗୌରବ କହିବ, ବ୍ୟବସାୟୀଙ୍କୁ ସଶକ୍ତ କରିବ, ଭିତ୍ତିଭୂମି ନିର୍ମାଣକୁ ତ୍ୱରାନ୍ୱିତ କରିବ, ଅର୍ଥବ୍ୟବସ୍ଥାକୁ ନୂଆ ବଳ ଦେବ । ଦେଶର ବିଶ୍ୱାସକୁ ଦୃଢ଼ କରିବ । ଏହି ବଜେଟ ନିଉ ଇଣ୍ଡିଆର ଲକ୍ଷ ହାସଲରେ ଦେଶର 130 କୋଟି ଲୋକମାନଙ୍କୁ ନୂଆ ଶକ୍ତି ଦେବ । ଏହି ବଜେଟ ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ସର୍ବସମାବେଶୀ ଅଟେ । ସର୍ବୋତ୍କୃଷ୍ଟ ପ୍ରତି ମଧ୍ୟ ସମର୍ପିତ ।
ମୁଁ ପୁଣିଥରେ ଆମର ବନ୍ଧୁ ଅରୁଣ ଜୀଙ୍କୁ ଏବଂ ପୀୟୂଷଜୀଙ୍କୁ ଏବଂ ତାଙ୍କ ଟିମକୁ ଏହି ଉତ୍ତମ ବଜେଟ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ଧନ୍ୟବାଦ!