ଭାରତ ମାତା କି – ଜୟ,
ଭାରତ ମାତା କି – ଜୟ,
ଭାରତ ମାତା କି – ଜୟ,
ଆଜି ଏକବିଂଶ ଶତାବ୍ଦୀର ଭାରତ, ସହରୀ ସଂଯୋଗୀକରଣ ପାଇଁ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ବହୁତ ବଡ଼ ଦିନ ଅଟେ । କିଛି ସମୟ ପୂର୍ବରୁ ମୁଁ ଗାନ୍ଧୀନଗର – ମୁମ୍ବାଇ, ବଂଦେ ଭାରତ ଏକ୍ସପ୍ରେସର ଦ୍ରୁତ ଗତିର ଯାତ୍ରାକୁ ଅନୁଭବ କଲି । କିଛି ମିନିଟର ଏହି ଯାତ୍ରା ଥିଲା; କିନ୍ତୁ ଏହା ମୋ ପାଇଁ ବହୁତ ଗୌରବପୂର୍ଣ୍ଣ କ୍ଷଣ ଥିଲା । ଏହା ଦେଶର ତୃତୀୟ ଏବଂ ଗୁଜରାଟର ପ୍ରଥମ ବଂଦେ ଭାରତ ଟ୍ରେନ ଅଟେ । କାଳୁପୁର ରେଲୱେ ଷ୍ଟେସନରୁ ମେଟ୍ରୋ ଷ୍ଟେସନ ଏବଂ ପୁଣି ସେଠାରୁ ଅହମ୍ମଦାବାଦ ମେଟ୍ରୋର ଯାତ୍ରା ସାରି ମୁଁ ଥଲତେଜ ପହଂଚିଲି । ଅର୍ଥାତ କେହି ବାହାରୁ ବଂଦେ ଭାରତ ମାଧ୍ୟମରେ ଆସୁଥିବେ ସେତେବେଳେ ତା’ପରେ ସିଧା ସିଧା ମେଟ୍ରୋରେ ଚଢ଼ି ସହରରେ ନିଜ ଘରକୁ ଯାଇପାରିବ କିମ୍ବା କାମ ପାଇଁ ସହରର ଅନ୍ୟ ସ୍ଥାନକୁ ଯାଇପାରିବ ଏବଂ ଗତି ଏତେ ଦ୍ରୁତ ଯେ ଯିଏ ନିର୍ଦ୍ଧାରିତ କାର୍ଯ୍ୟକ୍ରମ କରିଥିଲି, ସେଥିରୁ ୨ଠ ମିନିଟ ପୂର୍ବରୁ ମୁଁ ଥଲତେଜ ପହଂଚିଗଲି । ମୁଁ ଆଜି ଟ୍ରେନରେ ଯାତ୍ରା କରୁଥିଲି, ଡିପାର୍ଟମେଣ୍ଟର ଲୋକମାନେ ଅନେକ ସୁବିଧା ସମ୍ପର୍କରେ ସୂଚନା ଦେଉଥିଲେ, ବିଜ୍ଞାପନ ମଧ୍ୟ କରୁଥିଲେ । କେତେ ବେଗ ଥିଲା, କ’ଣ ଥିଲା, କ’ଣ ବ୍ୟବସ୍ଥାମାନ ଥିଲା ସବୁକିଛି; କିନ୍ତୁ ଆଉ ଗୋଟିଏ କଥା ଉପରେ ଟିପାର୍ଟମେଣ୍ଟର ଧ୍ୟାନ ଯାଇନାହିଁ । ମୋତେ ତାହା ଭଲ ଲାଗିଲା, ମୁଁ ଜଣାଇବାକୁ ଚାହୁଁଛି । ଏ ବଂଦେ ଭାରତ ଟ୍ରେନ, ମୁଁ କୌଣସି ଗଣିତଜ୍ଞ ନୁହେଁ, କୌଣସି ବୈଜ୍ଞାନିକ ନୁହେଁ; କିନ୍ତୁ ମୋଟାମୋଟି ଅନୁମାନ ଲଗାଇ ପାରିବି ଯେ ଉଡ଼ାଜାହାଜରେ ଯାତ୍ରା କରିବା ସମୟରେ ତା’ ଭିତରେ ଯେତିକି ଶବ୍ଦ ଆସିଥାଏ, ବଂଦେ ଭାରତ ଟ୍ରେନରେ ସେହି ଶବ୍ଦ ପ୍ରାୟ ଶହେ ଭାଗରେ ହୋଇଯାଏ । ଅର୍ଥାତ ଶହେ ଗୁଣା ଅଧିକ ଶବ୍ଦ ବିମାନରେ ହୋଇଥାଏ । ବିମାନରେ ଯଦି କଥାବାର୍ତ୍ତା କରିବାକୁ ହେବ, ସେତେବେଳେବହୁତ ହଇରାଣ ହେବାକୁ ପଡ଼ିଥାଏ । ମୁଁ ବଂଦେ ଭାରତ ଟ୍ରେନରେ ଦେଖୁଥିଲି ଆରାମରେ ମୁଁ ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲି । କାରଣ କୌଣସି ଶବ୍ଦ ହିଁ ନ ଥିଲା । ଏହାର ଅର୍ଥ ଯେଉଁ ଲୋକମାନେ ଉଡ଼ାଜାହାଜର ଅଭ୍ୟାସ ରହିଛି ତାଙ୍କୁ ଯଦି ଏହି ଶବ୍ଦ ବିଷୟରେ ଜ୍ଞାନ ଥିବ, ମୁଁ ସମ୍ପୂର୍ଣ୍ଣ ଭାବେ ମାନୁଛି ସେମାନେ ଉଡ଼ାଜାହାଜ ନୁହେଁ ବଂଦେ ଭାରତ ଟ୍ରେନ ପସନ୍ଦ କରିବେ ଏବଂ ମୋର ଅହମ୍ମଦାବାଦର ଲୋକମାନେ ମୋତେ ମୋର ଅହମ୍ମଦାବାଦକୁ ଶହେ ଶହେ ଥର ସଲାମ କରିବେ । ନବରାତ୍ରୀର ପବ୍ର ଥିବ, ରାତି ସାରା ଦାଣ୍ଡିଆ ଚାଲୁଥିବ, ଆମ ସହର, ଆମ ଗୁଜରାଟ ଶୋଇ ନ ଥିବ, ଏମିତି ନବରାତ୍ରୀ ଅବସରରେ, ଏମିତି ଗରମ ମଧ୍ୟରେ, ଏତେ ବଡ଼ ବିରାଟ ଜନସମୂହର ସାଗର ମୁଁ ପ୍ରଥମ ଥର ଦେଖିଲି ଭାଇ, ମୁଁ ଏଠାରେ ବଢ଼ିଛି, ଏମିତି ବଡ଼ କାର୍ଯ୍ୟକ୍ରମ ଅହମ୍ମଦାବାଦ କରିଛନ୍ତି, ଏହା ମୋର ପ୍ରଥମ ଅନୁଭବ ଅଟେ । ଏବଂ ସେଥିପାଇଁ ଅହମ୍ମଦାବାଦବାସୀଙ୍କୁ ମୋର ଶହେ ସଲାମ ଏବଂ ତାହାର ଅର୍ଥ ଏହା ହେଲା ଯେ ଅହମ୍ମଦାବାଦବାସୀଙ୍କୁ ମେଟ୍ରୋ କ’ଣ, ତାହାର ଜ୍ଞାନ ଅଛି । ମୁଁ ଥରେ ମୋର ସହରୀ ସଂଯୋଗୀକରଣ ମନ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିଥିଲି । ମୁଁ କହିଥିଲି ଆପଣଙ୍କୁ ମେଟ୍ରୋ, ଯାହାକି ସମଗ୍ର ଦେଶରେ କରିବା ଆବଶ୍ୟକ, ଏହା ଆମର ଦାୟିତ୍ୱ; କିନ୍ତୁ ଆପଣଙ୍କୁ ଅହମ୍ମଦାବାଦର ଲୋକମାନେ ସର୍ବାଧିକ ରିଟର୍ଣ୍ଣ ଦେବେ । ସେମାନେ ମୋତେ କହିଥିଲେ କିପରି, ମୁଁ କହିଲି ଆମର ଅହମ୍ମଦାବାଦୀ ହିସାବ କରିଥାନ୍ତି ଯେ ଯଦି ମୁଁ ଅଟୋ ରିକ୍ସାରେ ଯାଏ ତେବେ କେତେ ହେବ, କେତେ ସମୟ ଲାଗିବ, କେତେ ଗରମ ଲାଗିବ ଏବଂ ମେଟ୍ରୋରେ ମୁଁ ଗଲେ ତେବେ ଏତିକି ଲାଗିବ, ସଙ୍ଗେ ସଙ୍ଗେ ସେ ମେଟ୍ରୋକୁ ଆସିବେ । ସର୍ବାଧିକ ଆର୍ଥିକ ଲାଭ ହେବ, ତାହା ଅହମ୍ମଦାବାଦର ଯାତ୍ରୀମାନେ କରିବେ । ସେଥିପାଇଁ ଆମର ଅହମ୍ମଦାବାଦରେ ଏକ ସମୟରେ, ମୁଁ ଅହମ୍ମଦାବାଦର ଅଟୋ ରିକ୍ସାବାଲା ଏମିତି କରି ଗୀତ ଗାଉଥିଲେ । ବର୍ତ୍ତମାନ ମେଟ୍ରୋ ବାଲା ଏମିତି କହି ଗୀତ ଗାଇବେ । ମୁଁ ସର୍ବମୋଟରେ ଆଦି ଅହମ୍ମଦାବାଦକୁ ଯେତିକି ଅଭିନନ୍ଦନ ଦେବି, ଯେତିକି ସଲାମ କରିବି, ସେତିକି କମ ହେବ ସାଥୀମାନେ । ଆଜି ଅହମ୍ମଦାବାଦ ମୋର ହୃଦୟକୁ ଜିତିଯାଇଛି ।
ଭାଇ ଏବଂ ଭଉଣୀମାନେ
ଏକବିଂଶ ଶତାବ୍ଦୀର ଭାରତ ଦେଶର ସହରଗୁଡ଼ିକରୁ ନୂତନ ଗତି ପାଇବାକୁ ଯାଉଛି । ଆମକୁ ପରିବର୍ତ୍ତିତ ସମୟ ଏବଂ ଆବଶ୍ୟକତା ସହିତ ଆମ ସହରକୁ ମଧ୍ୟ ନିରନ୍ତର ଭାବରେ ଆଧୁନିକୀକରଣ କରିବା ଆବଶ୍ୟକ । ସହରରେ ପରିବହନ ବ୍ୟବସ୍ଥା ଆଧୁନିକ ହେବା ଉଚିତ । ସିମଲେସ ସଂଯୋଗ ରହିବା ଉଚିତ, ଯାତାୟତରେ ଏକ ସାଧନ ଅନ୍ୟକୁ ସମର୍ଥନ କରିବା ଉଚିତ, ଏହା କରିବା ଅତ୍ୟନ୍ତ ଆବଶ୍ୟକ ଏବଂ ଗୁଜରାଟରେ ମୋଦୀ ଉପରେ ତୀକ୍ଷ୍ଣ ନଜର ରଖିଥିବା ଲୋକମାନେ ଅଛନ୍ତି, ସେମାନେ ସେମିତି ଗୋଟିଏ ଭଲ ଗୋଷ୍ଠୀ ଅଛନ୍ତି ଏବଂ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀ ମଧ୍ୟ ଅଛନ୍ତି ଏବଂ ଗୋଟିଏ କ୍ଷୀପ୍ର ଜମାତ ମଧ୍ୟ ଅଛନ୍ତି ତାଙ୍କୁ ଧ୍ୟାନ ଥିବ, ଯେତେବେଳେ ମୁଁ ଏଠାରେ ମୁଖ୍ୟମନ୍ତ୍ରୀ ଥିଲି, ମୋର ବର୍ଷ ମନେ ନାହିଁ, ବହୁବର୍ଷ ପୂର୍ବେ ଅହମ୍ମଦାବାଦରେ ମଲ୍ଟି ମୋଡାଲ ପରିବହନ ଉପରେ ଆମର ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ହୋଇଥିଲା । ଅର୍ଥାତ ସେହି ସମୟରେ ମଧ୍ୟ ମୋର ମନେ ଚାଲୁଥିଲା । କିନ୍ତୁ କିଛି ବିଷୟ ଭାରତ ସରକାରଙ୍କ କାରଣରୁ ମୁଁ ସେତେବେଳେ କରିପାରିଲି ନାହିଁ । ବର୍ତ୍ତମାନ ଆପଣମାନେ ମୋତେ ସେଠାକୁ ପଠାଇଛନ୍ତି ତେଣୁ ମୁଁ ଏହା କରିପାରିଲି । କିନ୍ତୁ ଏହି ଦୃଷ୍ଟିକୋଣ ଆଜି କାର୍ଯ୍ୟକାରୀ ହେଉଛି ଏବଂ ଗତ ଆଠ ବର୍ଷରେ ସହରଗୁଡ଼ିକର ଭିତ୍ତିଭୂମି ଉପରେ ଏତେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରାଯାଉଛି । ଆଠ ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଦେଶରେ ଦୁଇ ଡର୍ଜନରୁ ଅଧିକ ସହରରେ ମୋଟ୍ରା ଆରମ୍ଭ ହୋଇଛି କିମ୍ବା ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ଦେଶର ଡର୍ଜନେ ଛୋଟ ସହରରେ ବିମାନ ସଂଯୋଗ ଦ୍ୱାରା ସଂଯୁକ୍ତ କରାଯାଇଛି । ଉଡାନ ଯୋଜନା ଛୋଟ ସହରରେ ବିମାନ ସୁବିଧା ଦେବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛି । ଆମର ଯେଉଁ ରେଳ ଷ୍ଟେସନଗୁଡ଼ିକ ଥିଲା, ତାହାର କ’ଣ ସ୍ଥିତି ଥିଲା, ଏହା ଆପଣ ଭଲଭାବେ ଜାଣିଛନ୍ତି । ଆଜି ଗାନ୍ଧୀ ନଗର ରେଳ ଷ୍ଟେସନ ବିଶ୍ୱର କୌଣସି ମଧ୍ୟ ବିମାନବନ୍ଦର ଠାରୁ କମରେ ନାହିଁ ଏବଂ ଦୁଇଦିନ ପୂର୍ବରୁ ଭାରତ ସରକାର ଅହମ୍ମଦାବାଦ ରେଳ ଷ୍ଟେସନକୁ ମଧ୍ୟ ଆଧୁନିକୀକରଣ କରିବା ପାଇଁ ସ୍ୱୀକୃତି ଦେଇଛନ୍ତି ।
ସାଥୀମାନେ,
ଦେଶର ସହରଗୁଡ଼ିକର ବିକାଶ ଉପରେ ବହୁତ ଅଧିକ ଧ୍ୟାନ ଦିଆଯାଉଛି, ଏତେ ବଡ଼ ପୁଞ୍ଜି ବିନିଯୋଗ କରାଯାଉଛି କାରଣ ଏହି ସହରଗୁଡ଼ିକ ଆସନ୍ତା ପଚିଶ ବର୍ଷ ମଧ୍ୟରେ ବିକଶିତ ଭାରତ ନିର୍ମାଣ କରିବାକୁ ନିଶ୍ଚିତ କରିବାକୁ ଯାଉଛନ୍ତି । ଏମାନେ ହେଉଛନ୍ତି ଅହମ୍ମଦାବାଦ, ସୁରଟ, ବରୋଦା, ଭୋପାଳ, ଇଂଦୋର, ଜୟପୁର । ଏମାନେ ହିଁ ଭାରତବର୍ଷର ୨୫ ବର୍ଷର ଭାଗ୍ୟକୁ ଗଢ଼ିବେ । ଏହି ବିନିଯୋଗଗୁଡ଼ିକ କେବଳ ସଂଯୋଗୀକରଣ ପର୍ଯ୍ୟନ୍ତ ସୀମିତ ନାହିଁ, ବରଂ ଡର୍ଜନ ଡର୍ଜନ ସହରମାନଙ୍କରେ ସ୍ମାର୍ଟ ସୁବିଧାମାନ ସୁଦୃଢ଼ ହେଉଛି, ମୌଳିକ ସୁବିଧାଗୁଡ଼ିକୁ ସୁଧୁରାଯାଉଛି । ମୁଖ୍ୟ ସହର ଆଖପାଖ ଅଞ୍ଚଳରେ, ଉପାନ୍ତ ଅଞ୍ଚଳଗୁଡ଼ିକ ବିକଶିତ କରାଯାଉଛି । ଟ୍ୱିନ ସିଟିର ବିକାଶ କିପରି ହୋଇଥାଏ ଗାନ୍ଧୀ ନଗର ଓ ଅହମ୍ମଦାବାଦ ଏହାର ଉତ୍ତମ ଉଦାହରଣ ଅଟେ । ଆଗାମୀ ଦିନରେ ଗୁଜରାଟରେ ଅନେକ ଟ୍ୱିନ ସିଟିର ବିକାଶର ଆଧାର ପ୍ରସ୍ତୁତ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କେବଳ ନିଉୟର୍କ – ନିଉଜର୍ସୀ ଟ୍ୱିନ ସିଟି ଶୁଣୁଥିଲେ । ମୋ ଭାରତ ବର୍ଷ କେବେ ପଛରେ ରହିପାରିବ ନାହିଁ ଏବଂ ଆପଣ ନିଜ ଆଖି ସମ୍ମୁଖରେ ଦେଖି ପାରୁଛନ୍ତି । ଅହମ୍ମଦାବାଦ ଗାନ୍ଧୀ ନଗରର ବିକାଶ ଟ୍ୱିନ ସିଟିର ସେହି ମୋଡେଲ, ସେହିଭଳି ଭାବରେ ଆମର ଅତି ନିକଟରେ ଆତାନ୍ଦ – ନଡ଼ିୟାଦ, ଉଧର ଭରୁଚ – ଅଙ୍କଲେଶ୍ୱର, ବଲସାଡ ଏବଂ ବାପୀ, ସୁରଟ ଏବଂ ନବସାରୀ, ବଡ଼ୋଦରା – ହାଲୋଳ କଲୋଳ, ମୋରବୀ – ବାଙ୍କାନେର ଏବଂ ମେହସାଣା – କଡ଼ି ଏଭଳି ବହୁତଗୁଡ଼ିଏ ଟ୍ୱିନ ସିଟି, ଗୁଜରାଟର ପରିଚୟକୁ ଆହୁରି ସଶକ୍ତ କରିବ । ପୁରାତନ ସହରରେ ସୁଧାର ଏବଂ ତାଙ୍କର ବିସ୍ତାର ଉପରେ ଧ୍ୟାନ ଦେବା ସହିତ ଏମିତି ନୂତନ ସହରଗୁଡ଼ିକର ନିର୍ମାଣ ମଧ୍ୟ କରାଯାଇଛି, ଯାହା ବିଶ୍ୱସ୍ତରୀୟ ବ୍ୟବସାୟ ଚାହିଦା ଅନୁଯାୟୀ ନିର୍ମାଣ ହେଉଛି । ଗିଫ୍ଟ ସିଟି ମଧ୍ୟ ଏହିଭଳି ଭାବରେ ପ୍ଲଗ ଏବଂ ପ୍ଲେ’ ସୁବିଧା ଥିବା ସହରମାନଙ୍କର ଉତ୍ତମ ଉଦାହରଣ ଅଟେ ।
ସାଥୀମାନେ,
ମୋର ମନେ ଅଛି, ବୋଧହୁଏ ମୁଁ ୨ଠଠ୫-ଠ୬ରେ ଗିଫ୍ଟ ସିଟି ବିଷୟରେ ଯେତେବେଳେ କଥାବାର୍ତ୍ତା କରିଥିଲି ଏବଂ ସେହି ସମୟରେ ମୋର ଯେଉଁ ଦୃଷ୍ଟିକୋଣ ଥିଲା, ତାହାର ଏକ ଭିଡିଓ ଉପସ୍ଥାପନ କରିଥିଲି । ଅନେକ ଲୋକମାନଙ୍କୁ ଲାଗୁଥିଲା ଯେ ୟେ କ’ଣ କରୁଛନ୍ତି, ଆମ ଦେଶରେ କିଛି ମଧ୍ୟ ହୋଇପାରେ । ମୁଁ ସେହି ସମୟର ଏପରି ଲେଖା ମଧ୍ୟ ପଢ଼ିଛି ଏବଂ ଶୁଣିଛି । ଆଜି ଗିଫ୍ଟ ସିଟି ଆପଣଙ୍କ ଆଖି ଆଗରେ ଠିଆ ହୋଇଛି ସାଥୀମାନେ, ଏବଂ ଦେଖୁ ଦେଖୁ ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଉଥିବା ଏକ କେନ୍ଦ୍ରରେ ମଧ୍ୟ ପରିଣତ ହେଉଛି ।
ସାଥୀମାନେ,
ଗୋଟିଏ ସମୟ ଥିଲା, ଯେତେବେଳେ ଅହମ୍ମଦାବାଦରେ ପରିବହନର ଅର୍ଥ କ’ଣ, ଆମର ଏଠାରେ ପରିବହନର ଅର୍ଥ କ’ଣ ଲାଲ ବସ । ଲାଲ କବାଟ ଏବଂ ଲାଲ ବସ ଏବଂ ବୁଲିବାଲି ଆସି ରିକ୍ସାବାଲା ।
ସାଥୀମାନେ,
ଯେତେବେଳେ ମୋତେ ଗୁଜରାଟ ନିଜର ସେବା କରିବାର ସୁଯୋଗ ଦେଲା ସେଇଟା ମୋର ସୌଭାଗ୍ୟ ଯେ ଆମେ ଏଠାରେ ବିଆରଟି କରିଡରରେ କାମ କରିବାକୁ ସମର୍ଥ ହୋଇପାରିବୁ । ଏହା ମଧ୍ୟ ଦେଶରେ ପ୍ରଥମ ଥିଲା । ମୋତେ ବିଆରଟି ବସରେ ପ୍ରଥମ ଯାତ୍ରା ସାକ୍ଷୀ ହେବାର ସୌଭାଗ୍ୟ ମଧ୍ୟ ମିଳିଥିଲା ଏବଂ ମୋର ମନେ ଅଛି ଲୋକମାନେ ବିଦେଶରୁ ଆସୁଥିଲେ ଏବଂ ନିଜ ପରିବାରକୁ କହୁଥିଲେ ଯେ ଏଥର ଯେତେବେଳେ ଗୁଜରାଟ ଯିବେ ସେତେବେଳେ କେବଳ ବିଆରଟିରେ ଯାତ୍ରା କରିବେ, ବହୁତ ପଢ଼ିଛନ୍ତି, ବହୁତ ଶୁଣିଛନ୍ତି ।
ସାଥୀମାନେ,
ସେତେବେଳେ ମଧ୍ୟ ପ୍ରୟାସ ଥିଲା ଯେ ସାଧାରଣ ନାଗରିକ, ସାଧାରଣ ଲୋକ ତାଙ୍କର ସୁବିଧା କିପରି ବଢ଼ିବ, ସେମାନେ ନିରବଚ୍ଛିନ୍ନ ସଂଯୋଗର ଲାଭ କିପରି ପାଇପାରିବେ । ଲୋକତନ୍ତ୍ର ଏବଂ ଶାସନ ଏହି କାମ ହୋଇଥାଏ ଯେ ସାଧାରଣ ନାଗରିକଙ୍କର ଆବଶ୍ୟକତା ଅନୁଯାୟୀ ତଥା ଦେଶକୁ ନୂତନ ଶିଖରକୁ ନେବାକୁ ସଂକଳ୍ପ ନେବା ସହିତ ବିକାଶର ଯାତ୍ରାକୁ ଏହି ଦୁଇଟି ଗତିପଥରେ ଚାଲଇବାକୁ ପଡ଼ିଥାଏ । ଆଜି ସେହି ସ୍ୱପ୍ନର ସ୍ୱରୂପକୁ ଆମେ ସାକାର ହେବାର ଦେଖୁଛୁ । ମୁଁ ଏହି ଅବସରରେ ହୃଦୟରୁ ଆପଣ ସମସ୍ତ ଲୋକମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ସାଥୀମାନେ,
ଆଜି ଅହମ୍ମଦାବାଦ ମେଟ୍ରୋର ପ୍ରାୟ ୩୨ କିଲୋମିଟର ବିଭାଗରେ ଯାତ୍ରା ଆରମ୍ଭ ହୋଇଛି ଏବଂ ଏହା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ଭାରତରେ ମେଟ୍ରୋ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ ଏପରି ରେକର୍ଡ ସୃଷ୍ଟି ହୋଇଛି ଯେ ଏହାର ଯାତ୍ରା ପ୍ରାୟ ୩୨ କିଲୋମିଟର ଏକା ସାଙ୍ଗରେ ଲୋକାର୍ପଣ ହୋଇଛି । ଏହାର ଅନ୍ୟ ଏକ ବୈଶିଷ୍ଟ୍ୟ ରହିଛି। ରେଳ ଲାଇନ ଉପରେ ମେଟ୍ରୋ ଟ୍ରାକ ନିର୍ମାଣ ଏକ କଷ୍ଟସାଧ୍ୟ ଆହ୍ୱାନ ଥିବା ସତ୍ତ୍ୱେ ଏହି କାର୍ଯ୍ୟ ଖୁବ ଶୀଘ୍ର ହୋଇଛି । ଏହାଦ୍ୱାରା ମେଟ୍ରୋ ପାଇଁ ଅତିରିକ୍ତ ଜମିର ଆବଶ୍ୟକତା ପଡ଼ିଲା ନାହିଁ । ଆଜି ମେଟ୍ରୋର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ହୋଇଛି, ଦ୍ୱିତୀୟ ପର୍ଯ୍ୟାୟ (ଫେଜ-୨)ରେ ଗାନ୍ଧୀ ନଗରକୁ ସଂଯୋଗ କରାଯାଉଛି ।
ଭାଇ ଓ ଭଉଣୀମାନେ,
ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ଆରମ୍ଭ ହୋଇଥିବା ବଂଦେ ଭାରତ ଟ୍ରେନ ଦେଶର ଦୁଇ ବଡ଼ ସହର ମଧ୍ୟରେ ଯାତ୍ରାକୁ ଆରାମଦାୟକ କରିବ ଏବଂ ଦୂରତା ମଧ୍ୟ ହ୍ରାସ କରିବ । ସାଧାରଣ ଏକ୍ସପ୍ରେସ ଟ୍ରେନ ଅହମ୍ମଦାବାଦରୁ ମୁମ୍ବାଇରେ ପହଂଚିବା ପାଇଁ ସାତ – ସାଢ଼େ ସାତ, ଆଠ – ସାଢ଼େ ଆଠ ଘଣ୍ଟା ସମୟ ଲାଗି ଯାଇଥାଏ । ବେଳେବେଳେ ଏହାଠାରୁ ଅଧିକ ସମୟ ଲାଗିଥାଏ । ଶତାବ୍ଦୀ ଟ୍ରେନ ମଧ୍ୟ ବେଳେବେଳେ ଛଅ – ସାଢ଼େ ଛଅ, ସାତ – ସାଢ଼େ ସାତ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇ ଯାଇଥାଏ । କିନ୍ତୁ ବଂଦେ ଭାରତ ଟ୍ରେନ ବର୍ତ୍ତମାନ ଅଧିକରୁ ଅଧିକ ସାଢ଼େ ପାଞ୍ଚ ଘଣ୍ଟାରେ ହିଁ ଅହମ୍ମଦାବାଦରୁ ମୁମ୍ବାଇ ପହଂଚାଇ ଦେବ । ଧୀରେ ଧୀରେ ଏହା ଆହୁର ଉନ୍ନତି କରିବାକୁ ଯାଉଛି, ଏବଂ ଆଜି ଯେତେବେଳେ ମୁଁ ବଂଦେ ଭାରତ ଟ୍ରେନକୁ ତିଆରି କରିବାବାଲା ଚେନ୍ନାଇରେ ତିଆରି ହେଉଥିଲା । ତାକୁ ନିର୍ମାଣ କରିଥିବା ସମସ୍ତ ଇଞ୍ଜିନିୟର୍ସ, ୱାୟରମ୍ୟାନ, ଫିଟର, ଇଲେକଟ୍ରିସିଆନ- ଏମାନେ ସମସ୍ତଙ୍କୁ ଭେଟିଲି ଏବଂ ମୁଁ ସେମାନଙ୍କୁ ପଚାରିଲି- “କହିଲି ସାର୍ ଆପଣ ଆମକୁ କାମ ଦିଅନ୍ତୁ, ଆମେ ଏହାଠାରୁ ଆହୁରି ଭଲ କରିବୁ, ଏହାଠାରୁ ଆହୁରି ଶୀଘ୍ର କରିବୁ ଏବଂ ଶୀଘ୍ର ତିଆରି କରିବୁ । ମୋ ଦେଶର ଇଞ୍ଜିନିୟର୍ସ, ଟେକ୍ନିସିଆନମାନଙ୍କ ଏହି ଆତ୍ମବିଶ୍ୱାସ । ସେମାନଙ୍କର ଏହି ଭରସା ମୋତେ ଏହି କଥା ଉପରେ ବିଶ୍ୱାସରେ କହିବା ପାଇଁ ପ୍ରେରଣା ଦେଉଛି ଯେ ଦେଶ ଏହାଠାରୁ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଯାଉଛି ।” କେବଳ ଏତିନି ନୁହେଁ, ଅନ୍ୟ ଟ୍ରେନ ତୁଳନାରେ ଅଧିକ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ । ମୁଁ ଥରେ କାଶୀ ଷ୍ଟେଚନରେ ପଚାରୁଥିଲି । ମୁଁ କହିଲି ଭାଇ ବଂଦେ ଭାରତ ଟ୍ରେନର କ’ଣ ଅଭିଜ୍ଞତା ରହିଛି? କହିଲେ ସବୁଠୁ ଅଧିକାଂଶ ଟିକେଟ ବଂଦେ ଭାରତକୁ ହିଁ ଯାଉଛି । ମୁଁ କହିଲି ଏହା କିପରି ସମ୍ଭବ? କହିଲେ ସାର, ଗରିବ ଲୋକମାନେ ଏଥିରେ ଯିବାକୁ ପସନ୍ଦ କରନ୍ତି, ଶ୍ରମିକମାନେ ଯିବାକୁ ପସନ୍ଦ କରନ୍ତି । ମୁଁ କହିଲି କାହିଁକି? କହିଲେ ସାର, ଦୁଇଟି ତର୍କ ଅଛି । ଗୋଟିଏ ଲଗେଜ ନେବା ପାଇଁ ଏହା ଭିତରେ ପର୍ଯ୍ୟାନ୍ତ ସ୍ଥାନ ଅଛି ଏବଂ ଦ୍ୱିତୀୟରେ ଏତେ ଶୀଘ୍ର ପହଂଚାଇ ଦେଉଛି ଯେ ଯଦି ସେମାନେ ଯାଇ କାମ କରନ୍ତି ତେବେ ସେତିକି ସମୟରେ ଟିକେଟର ଯେଉଁ ପଇସା ଅଛି ତାହା ମଧ୍ୟ ବାହାରି ଯାଇଥାଏ । ଏହା ହେଉଛି ବଂଦେ ଭାରତର ଶକ୍ତି ।
ଆଜି, ଏହି ଅବସରରେ ମୁଁ ଆପଣମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଅହମ୍ମଦାବାଦ ପ୍ରକଳ୍ପ କିପରି ଡବଲ ଇଞ୍ଜିନ ସରକାରଙ୍କର ଲାଭ ପାଇଲା । ଯେତେବେଳେ ବୋଟାଦ ରେଳ ଲାଇନର ଓ ଭରହେଡ ସ୍ପେଶ ମେଟ୍ରୋ ପ୍ରକଳ୍ପ ପାଇଁ ବ୍ୟବହାର କରିବାର ସମୟ ଆସିଲା, ସେତେବେଳେ କେନ୍ଦ୍ର ସରକାର ତୁରନ୍ତ ଏହାର ମଞ୍ଜୁରୀ ଦେଇଦେଲେ । ଏହାଦ୍ୱାରା ବାସଣା – ପୁରୁଣ ହାଇକୋର୍ଟ ମାର୍ଗରେ ମେଟ୍ରୋ କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ହେଲା । ଯେତେବେଳେ ଆମେ ଅହମ୍ମଦାବାଦ ମେଟ୍ରୋରେ କାମ କରିବା ଆରମ୍ଭ କଲୁ, ସେହି ମାର୍ଗରେ ଏପରି ଯୋଜନା କରାଯାଇଥିଲା ଯେ ଗରିବ ଲୋକମାନଙ୍କୁ ମଧ୍ୟ ଲାଭ ହେବ । ଏଥିପ୍ରତି ଧ୍ୟାନ ଦିଆଯାଇଥିଲା ଯେ ଯେଉଁଠାରେ ସାଧାରଣ ପରିବହନର ସବୁଠାରୁ ଅଧିକ ଆବଶ୍ୟକତା ଅଛି, ଯେଉଁଠାରେ ସଂକୀର୍ଣ୍ଣ ରାସ୍ତା ଅତିକ୍ରମ କରିବାକୁ ବହୁତ ସମୟ ଲାଗେ, ମେଟ୍ରୋ ସେଠାରୁ ଯାଇଥାଏ । ଅହମ୍ମଦାବାଦକୁ ମଲ୍ଟି ମୋଡାଲ ସଂଯୋଗର ଏକ ହବ କରିବା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଥିଲା। ଆଜି କାଳୁପୁରରେ ଏକ ମଲ୍ଟି ମୋଡାଲ ହବ ନିର୍ମାଣ କରାଯାଉଛି । ଏଠାରେ ସିଟି ବସଗୁଡ଼ିକ ବିଆରଟି ଷ୍ଟେସନ ସମ୍ମୁଖରେ ଏବଂ ତଳ ମହଲାରେ ପାର୍କିଂ ହେବ ।
ଟ୍ୟାକ୍ସି ଏବଂ ପ୍ରାଇଭେଟ କାର ପାଇଁ ଉପର ମହଲାରେ ସୁବିଧା ରହିବ । ସରସପୁର ପ୍ରବେଶ ଦିଗରେ ନୂତନ ମେଟ୍ରୋ ଷ୍ଟେସନ ଅଛି ଏବଂ ହାଇସ୍ପିଡ ରେଳ ଷ୍ଟେସନଗୁଡ଼ିକ ମଧ୍ୟ ଛାଡ଼ିବା ଓ ଆଣିବା ପାର୍କିଂ ଭଳି ସୁବିଧା ସଂଯୁକ୍ତ ହୋଇଛି । କାଳୁପୁର ରୋଡ ଓଭରବ୍ରିଜ ସହିତ ସରସପୁର ରୋଡ ଓଭରବ୍ରିଜ ସଂଯୋଗ କରିବା ପାଇଁ ଷ୍ଟେସନ ସମ୍ମୁଖରେ ୧୩ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । କାଳୁପୁର ବ୍ୟତୀତ ସାବରମତୀ ବୁଲେଟ ଟ୍ରେନ ଷ୍ଟେସନକୁ ମଧ୍ୟ ଏକ ମଲ୍ଟି ମୋଡାଲ ପରିବହନ ହବ ଭାବରେ ବିକଶିତ କରାଯାଉଛି ।
ସାଥୀମାନେ,
ସହରରେ ଆମର ଗରିବ, ଆମର ମଧ୍ୟବିତ୍ତ ପରିବାର, ମଧ୍ୟବିତ୍ତ ଶ୍ରେଣୀର ସାଥୀମାନଙ୍କ ପାଇଁ ଧୂଅାଁପୂର୍ଣ୍ଣ ବସରୁ ମୁକ୍ତି ପାଇବା ପାଇଁ ଭାରତ ସରକାର ବୈଦୁତିକ ବସ ଉତ୍ପାଦନ ଏବଂ ପରିଚାଳନା ପାଇଁ ଏଫଏଏମଇ (ଫେମ) ଯୋଜନା ଆରମ୍ଭ କରିଛନ୍ତି । ଯାହା ଫଳରେ ପରିବେଶ ମଧ୍ୟ ସୁରକ୍ଷିତ ରହିବ, ଲୋକମାନଙ୍କୁ ଶବ୍ଦରୁ ମଧ୍ୟ ମୁକ୍ତି ମିଳିବ, ସେମାନେ ଧୂଅାଁରୁ ମଧ୍ୟ ମୁକ୍ତି ପାଇବେ ଏବଂ ଗତି ଶୀଘ୍ର ହେବ । ଏହି ଯୋଜନା ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭ ହଜାରରୁ ଅଧିକ ବୈଦୁତିକ ବସଗୁଡ଼ିକୁ ଅନୁମୋଦନ ମିଳିସାରିଛି । ଏହି ବସଗୁଡ଼ିକରେ କେନ୍ଦ୍ର ସରକାର ପ୍ରାୟ ୩୫ଠଠ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗୁଜରାଟ ପାଇଁ ଏ ପର୍ଯ୍ୟନ୍ତ ସାଢ଼େ ଆଠ ଶହ ବୈଦୁତିକ ବସ ଅନୁମୋଦନ ହୋଇଛି, ସେଥିମଧ୍ୟରୁ ଅନେକ ବସ ଆଜି ଏଠାରେ ରାସ୍ତାକୁ ଆସି ମଧ୍ୟ ସାରିଚି ।
ଭାଇ ଏବଂ ଭଉଣୀମାନେ,
ଦୀର୍ଘ ସମୟ ପର୍ଯ୍ୟନ୍ତ ଆମର ଏଠାରେ ସହରଗୁଡ଼ିକୁ ଜାମରୁ ମୁକ୍ତି କରିବା, ଆମର ଟ୍ରେନର ଗତି ବଢ଼ାଇବା ପାଇଁ ଗମ୍ଭୀର ଉଦ୍ୟମ ନ ଥିଲା । କିନ୍ତୁ ଆଜି ଭାରତ ବେଗକୁ, ଗତିକୁ, ଗୁରୁତ୍ୱପୂର୍ଣ୍ଣ ଭାବୁଛି, ଦ୍ରୁତ ବିକାଶର ଗ୍ୟାରେଣ୍ଟି ଭାବରେ ବିବେଚନା କରୁଛି । ଗତି ଉପରେ ଏହି ଆଗ୍ରହ ଆଜି ଗତିଶକ୍ତି ନାସନାଲ ମାଷ୍ଟର ପ୍ଲାନରେ ମଧ୍ୟ ଦେଖାଯାଉଛି, ନାସନାଲ ଲଜିଷ୍ଟିକ୍ସ ପଲିସରେ ମଧ୍ୟ ପ୍ରତିଫଳିତ ହୋଇଛି । ଏବଂ ଆମର ରେଳବାଇର ଗତିକୁ ବଢ଼ାଇବାର ଅଭିଯାନରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି । ଆଜି ଦେଶର ରେଳ ନେଟୱର୍କ, ଆଜି ମେଡ ଇନ ଇଣ୍ଡିଆ, ବଂଦେ ଭାରତ ଟ୍ରେନ ଚଳାଇବାକୁ ଦ୍ରୁତ ଗତିରେ ପ୍ରସ୍ତୁତ ହେଉଛି । ୧୮ଠ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବେଗରେ ଗତି କରୁଥିବା ଏହି ଟ୍ରେନଗୁଡ଼ିକ ରେଳବାଇର ସ୍ଥିତି ବଦଳାଇବ, ଦିଗ ମଧ୍ୟ ବଦଳାଇବ, ଏହା ମୋର ସମ୍ପୂର୍ଣ୍ଣ ବିଶ୍ୱାସ । ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ୭୫ ବଂଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଇବା ଲକ୍ଷ୍ୟରେ ଆମେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ଭାରତର ବଂଦେ ଭାରତ ଟ୍ରେନର ବିଶେଷତ୍ୱ ହେଉଛି ଏହା ମାତ୍ର ୫୨ ସେକେଣ୍ଡରେ ୧ଠଠ କିଲୋମିଟର ପ୍ରତି ଘଣ୍ଟାର ଗତି ଧରି ନେଉଛି । ବର୍ତ୍ତମାନ ଯେତେବେଳେ ଚିତା ଆସିଲା, ବିଶେଷ ଭାବରେ ଗଣମାଧ୍ୟମରେ ତାହାର ଚର୍ଚ୍ଚା ହୋଇ ନ ଥିଲା ଯେ ଚିତାର ଚାଲିବାର ବେଗ କେତେ ସେକେଣ୍ଡରେ ଧରିଥାଏ । ଏହି ଟ୍ରେନର ଗତି ୫୨ ସେକେଣ୍ଡରେ ତ୍ୱରାନ୍ୱିତ ହୋଇଥାଏ।
ସାଥୀମାନେ,
ଆଜି ଦେଶର ରେଳ ନେଟୱର୍କର ଏକ ବହୁତ ବଡ଼ ଅଂଶ ମାନବ ବିହୀନ ଫାଟକରୁ ମୁକ୍ତ ହୋଇଛି । ଯେତେବେଳେ ପୂର୍ବାଞ୍ଚଳ ଏବଂ ପାଶ୍ଚାତ୍ୟ ଉତ୍ସର୍ଗୀକୃତ ମାଲ ପରିବହନ କରିଡ଼ର ପ୍ରସ୍ତୁତ ହୋଇଯିବ, ସାମଗ୍ରୀ ଟ୍ରେନର ଗତି ମଧ୍ୟ ବୃଦ୍ଧି ପାଇବ ଏବଂ ଯାତ୍ରୀବାହୀ ଟ୍ରେନରେ ବିଳମ୍ବ ମଧ୍ୟ ହ୍ରାସ ପାଇବ । ଏବଂ ସାଥୀମାନେ, ଯେତେବେଳେ ସାମଗ୍ରୀ ଟ୍ରେନର ଗତି ବଢ଼ିବ, ସେତେବେଳେ ଗୁଜରାଟର ଯେଉଁ ବନ୍ଦରମାନ ରହିଛି, ଯେଉଁ ପୋର୍ଟସ ଅଛି, ସେଗୁଡ଼ିକ ଏହାଠାରୁ ବହୁଗୁଣା ଅଧିକ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ । ଭାରତ ସମଗ୍ର ବିଶ୍ୱରେ ପହଂଚିବା ଆରମ୍ଭ କରିବ । ଆମର ସାମଗ୍ରୀ ରପ୍ତାନୀ ଆରମ୍ଭ ହେବ ଏବଂ ବିଦେଶରୁ ଆସୁଥିବା ସାମଗ୍ରୀ ମଧ୍ୟ ଆମକୁ ବହୁତ ଶୀଘ୍ର ଆଗକୁ ନେଇଯିବ । କାରଣ ଗୁଜରାଟ ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍ତର ଭାରତର ଅତି ନିକଟ ଅଟେ । ଏହା ଲ୍ୟାଣ୍ଡ ଲକ ଅଞ୍ଚଳର ନିକଟବର୍ତ୍ତୀ । ତେଣୁ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକ ଲାଭବାନ ହେବାର ସମ୍ଭାବନା ରହିଛି । ସମଗ୍ର ସୌରାଷ୍ଟ୍ର ଏବଂ କଚ୍ଛକୁ ବହୁତ ଭଲ ଲାଭ ହେବାକୁ ଯାଉଛି ।
ସାଥୀମାନେ,
ଗତି ସହିତ ଆଜି ଭିତ୍ତିଭୂମି ବିକାଶକୁ ନେଇ ଚିନ୍ତାଧାରାରେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆସିଛି । ଗତ ୮ ବର୍ଷ ମଧ୍ୟରେ ଆମେ ଲୋକଙ୍କ ଆକାଂକ୍ଷା ସହିତ ଭିତ୍ତିଭୂମିକୁ ଯୋଡ଼ିଛୁ । ଗୋଟିଏ ସମୟ ଥିଲା ଯେତେବେଳେ ଭିତ୍ତିଭୂମି ସମ୍ବନ୍ଧୀୟ ଘୋଷଣା କେବଳ ନିର୍ବାଚନର ଲାଭ ଏବଂ କ୍ଷତିକୁ ଧ୍ୟାନରେ ରଖି କରାଯାଉଥିଲା । ଟିକସଦାତାଙ୍କ ଆୟ କେବଳ ରାଜନୈତିକ ସ୍ୱାଇଁ ପାଇଁ ବ୍ୟବହୃତ ହେଉଥିଲା । ଡବଲ ଇଞ୍ଜିନ ସରକାର ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିଛନ୍ତି । ସ୍ଥାୟୀ ପ୍ରଗତିର ଆଧାର ହେଉଛି ଦୃଢ଼ ତଥା ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ସହିତ ନିର୍ମିତ ଭିତ୍ତିଭୂମି, ଆଜି ଭାରତ ଚିନ୍ତାଧାରା ସହିତ କାର୍ଯ୍ୟ କରୁଛି । ଭାରତ ବିଶ୍ୱରେ ନିଜର ସ୍ଥାନ ସୃଷ୍ଟି କରୁଛି ।
ସାଥୀମାନେ,
ସ୍ୱାଧୀନତାର ଅମୃତ କାଳରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆମକୁ ଆଧୁନିକ ଭିତ୍ତିଭୂମି ନିର୍ମାଣକୁ ଅଧିକ ଗତି ଦେବାକୁ ପଡ଼ିବ । ଗୁଜରାଟର ଡବଲ ଇଞ୍ଜିନ ସରକାର ମଧ୍ୟ ଏଥିପାଇଁ ଗମ୍ଭୀରତାପୂର୍ବକ ପ୍ରୟାସ କରୁଛନ୍ତି । ମୋତେ ବିଶ୍ୱାସ ଅଛି ଯେ ସମସ୍ତଙ୍କ ଉଦ୍ୟମରେ ଏହି କାର୍ଯ୍ୟ ଆମେ ଯେଉଁ ସମୟରେ ଚାହୁଁଛନ୍ତି, ସେହି ଅବଧି ପର୍ଯ୍ୟନ୍ତ ଆମେ ଭୂପୃଷ୍ଠକୁ ଆଣି ରଖିବୁ, ଏହା ମୁଁ ନିଶ୍ଚିତ କରୁଛି ।
ସାଥୀମାନେ,
ଆଜିର ଦିନ ମହତ୍ତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଆଜି ମୁଁ ଗୁଜରାଟର ଲୋକମାନଙ୍କୁ ଆଉ ଗୋଟିଏ କାମ ପାଇଁ ଅନୁରୋଧ କରିବାକୁ ଚାହୁଁଛି । ମୋତେ ଜଣାଅଛି ଏବେ ଦୁଇ ଚାରିଦିନ ମଧ୍ୟରେ ଯେତେବେଳେ ମେଟ୍ରୋ ସମସ୍ତଙ୍କ ପାଇଁ ଖୋଲାଯିବ ସେତେବେଳେ ଶୀଘ୍ର ଯିବେ, ଦେଖିବେ, ବହୁତ ଲୋକ ଯିବେ । କିନ୍ତୁ ମୁଁ ଚାହୁଁଛି ଆମର ନବମ, ଦଶମ, ଏକାଦଶ, ଦ୍ୱାଦଶର ପିଲାମାନେ, ଆମର ଇଞ୍ଜିନିୟରିଂର ଛାତ୍ରମାନେ, ରେଳପଥ ସହରାଞ୍ଚଳ ମନ୍ତ୍ରଣାଳୟ ସହିତ କଥା ହେବା, ମେଟ୍ରୋ ଲୋକଙ୍କ ସହିତ କଥାବାର୍ତ୍ତା କରାଯାଇ ଅଧ୍ୟୟନ କରନ୍ତୁ ଏହି ରେଳ ଷ୍ଟେସନ କିପରି ନିର୍ମାଣ ହୋଇଛି, ଏତେ ଗଭୀର ଭାବରେ ଖୋଳି କିପରି ଏହି ରେଳ ଷ୍ଟେସନ ତିଆରି ହୋଇଥିବ? କେତେ ଖର୍ଚ୍ଚ କରିବାକୁ ପଡ଼ିଥିବ? ଏ ପଇସା କାହାର? ଆମ ଦେଶବାସୀଙ୍କର ଅଟେ । ପୁଣିଥରେ ଆମେ ଏହି ଶିକ୍ଷା ଦେବୁ କି ଏହି କାର୍ଯ୍ୟ କିପରି ହେଲା? କେତେ ବଡ଼ ହେଲା? କେତେ ସମୟରେ ହେଲା? କେଉଁ କେଉଁ ପ୍ରକାରର ଟେକ୍ନୋଲୋଜୀ ଏଥିରେ ଲାଗିଛି? ତେବେ ଏହା ଆମର ପିଲାମାନଙ୍କର ବିକାଶ ପାଇଁ ମଧ୍ୟ ଉପଯୋଗୀ ହେବ ଏବଂ ସେଥିପାଇଁ ମୁଁ ଶିକ୍ଷା ବିଭାଗକୁ ଅନୁରୋଧ କରିବି ଯେ କେବଳ ମେଟ୍ରୋ ଟ୍ରେନରେ ଯାତ୍ରା କରିବା ପାଇଁ ନୁହେଁ, ବରଂ ଏହା କିପରି ତିଆରି ହୋଇଛି ସେମାନଙ୍କୁ ଦେଖାଇବେ କିପରି ଚାଲୁଛି? କ’ଣ କାମ କରୁଛି? ଏତେ ତଳେ ଟନେଲ କିପରି ନିର୍ମାଣ ହୋଇଥିବ? ଏତେ ଲମ୍ବା ଲମ୍ବା ଟନେଲ କିପରି ତିଆରି ହୋଇଥିବ? ତାଙ୍କୁ ଗୋଟିଏ ବିଶ୍ୱାସ ହେବ ଯେ ଟେକ୍ନୋଲୋଜୀ ଦ୍ୱାରା ଦେଶରେ କ’ଣ ପ୍ରଗତି ହେଉଛି ଏବଂ ତାହାର ମାଲିକାନା ମଧ୍ୟ ତିଆରି ହେବ । ଯେତେବେଳେ ଆପଣ ମୋର ଦେଶର ନୂତନ ପିଢ଼ିକୁ କହିବେ ଏହା ତୁମର ଅଟେ, ଏହା ତୁମର ଭବିଷ୍ୟତ ପାଇଁ ଅଟେ, ଯେତେବେଳେ ଥରେ ମୋର ଯୁବଗୋଷ୍ଠୀଙ୍କୁ ଏହି କଥାର ଅନୁଭବ ହେବ ସେମାନେ କେବେ ମଧ୍ୟ କୌଣସି ଆନେ୍ଦାଳନରେ ଏମିତି ସମ୍ପତ୍ତି ଉପରେ ହାତ ଲଗାଇବାକୁ ଚେଷ୍ଟା କରିବେ ନାହିଁ । ତାଙ୍କୁ ସେତିକି ହିଁ କଷ୍ଟ ହେବ, ଯେତିକି ତାଙ୍କର ନିଜର ଘର ସମ୍ପତ୍ତିର କ୍ଷତି ହୋଇଥାଏ । ଯଦି ତାଙ୍କର ସାଇକେଲକୁ ଟିକିଏ କ୍ଷତି ହୋଇଥାଏ ତାଙ୍କୁ ଯେଉଁ କଷ୍ଟ ହୋଇଥାଏ, ସେହି କଷ୍ଟ ମେଟ୍ରୋକୁ କ୍ଷତି ହେଲେ ତାଙ୍କୁ ଲାଗିବ। କିନ୍ତୁ ସେଥିପାଇଁ ଆମର ସମସ୍ତଙ୍କର ଦାୟିତ୍ୱ ଅଟେ, ଆମେ ଆମର ନୂତନ ପିଢ଼ିକୁ ପ୍ରଶିକ୍ଷିତ କରିବା । ସେମାନଙ୍କର ସମ୍ବେଦନଶୀଳତାକୁ ଜାଗ୍ରତ କରି ବଂଦେ ଭାରତ କହିବା ମାତ୍ରେ ମା’ ଭାରତୀଙ୍କର ଚିତ୍ର ମନ ମଧ୍ୟରେ ଆସିବା ଆବଶ୍ୟକ । ମୋର ଭାରତ ମା’ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବଂଦେ ଭାରତ ଚାଲୁଛି, ଯେଉଁ ବଂଦେ ଭାରତ ଦେଶକୁ ଚଳାଇବ । ସେହି ମନୋବଳ, ସେହି ସମ୍ବେଦନଶୀଳତା, ସେଇ ଶିକ୍ଷାର ନୂଆ ନୂଆ ମାଧ୍ୟମ, ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା ଅଛି ଯେ ଆପଣ ପିଲାମାନଙ୍କୁ ସେହି ସ୍ଥାନକୁ ନେଇ ସେଗୁଡ଼ିକୁ ଦେଖନ୍ତୁ, ଯଦି ଘରେ ମାଠିଆ ଅଛି ତେବେ ତାକୁ କୁହନ୍ତୁ କୁମ୍ଭାର ଘରକୁ ନେଇ ସେହି ମାଠିଆ କିପରି ତିଆରି ହେଉଛି । ତାକୁ ଏହି ମେଟ୍ରୋ ଷ୍ଟେସନ ମଧ୍ୟ ଦେଖାଇବା ଦରକାର । ମେଟ୍ରୋର ସମସ୍ତ ବ୍ୟବସ୍ଥାଗୁଡ଼ିକ ସମ୍ପର୍କରେ ବୁଝିବା ଦରକାର । ଆପଣ ଦେଖନ୍ତୁ ସେହି ପିଲାମାନଙ୍କ ମନରେ ସେହି ଭାବନା ସୃଷ୍ଟି ହେବ, ତାକୁ ମଧ୍ୟ କେତେବେଳେ ଲାଗିବ ମୁଁ ମଧ୍ୟ ଇଞ୍ଜିନିୟର ହେବି, ମୁଁ ମଧ୍ୟ ମୋ ଦେଶ ପାଇଁ କିଛି କାମ କରିବି । ଏମିତି ସ୍ୱପ୍ନ ତାଙ୍କ ମନ ମଧ୍ୟରେ ବୁଣାଯାଇ ପାରିବ ସାଥୀମାନେ । ଏଥିପାଇଁ ମେଟ୍ରୋ କେବଳ ଯାତ୍ରା ପାଇଁ ନୁହେଁ, ମେଟ୍ରୋ ସଫଳତା ପାଇଁ ମଧ୍ୟ କାର୍ଯ୍ୟରେ ଆସିବା ଆବଶ୍ୟକ । ଏହିଭଳି ଏକ ଅପେକ୍ଷା ସହିତ ମୁଁ ପୁଣିଥରେ ଆଜି ଅହମ୍ମଦାବାଦବାସୀଙ୍କୁ, ଗୁଜରାଟର ଲୋକମାନଙ୍କୁ ଏବଂ ଦେଶବାସୀଙ୍କୁ ଏହି ବହୁତ ବଡ଼ ଉପହାର ଦେଇ ଗର୍ବ ଅନୁଭବ କରୁଛି, ସନ୍ତୋଷ ଅନୁଭବ କରୁଛି ଏବଂ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ମୋ ସହିତ ପୁରା ହାତ ଉପରକୁ କରି ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ-
ଭାରତ ମାତା କି – ଜୟ,
ଭାରତ ମାତା କି – ଜୟ,
ଭାରତ ମାତା କି – ଜୟ,
ବହୁତ ବହୁତ ଧନ୍ୟବାଦ!
NS/MB
Launching railway projects for ensuring seamless connectivity and fast tracking growth. Watch from Ahmedabad... https://t.co/Qvr6o99a5B
— Narendra Modi (@narendramodi) September 30, 2022
आज 21वीं सदी के भारत के लिए, अर्बन कनेक्टिविटी के लिए और आत्मनिर्भर होते भारत के लिए बहुत बड़ा दिन है: PM @narendramodi
— PMO India (@PMOIndia) September 30, 2022
21वीं सदी के भारत को देश के शहरों से नई गति मिलने वाली है।
— PMO India (@PMOIndia) September 30, 2022
बदलते हुए समय, बदलती हुई जरूरतों के साथ अपने शहरों को भी निरंतर आधुनिक बनाना जरूरी है।
शहर में transport का system आधुनिक हो, seamless कनेक्टिविटी हो, यातायात का एक साधन दूसरे को सपोर्ट करे, ये किया जाना आवश्यक है: PM
पुराने शहरों में सुधार और उनके विस्तार पर फोकस के साथ-साथ ऐसे नए शहरों का निर्माण भी किया जा रहा है, जो ग्लोबल बिजनेस डिमांड के अनुसार तैयार हो रहे हैं।
— PMO India (@PMOIndia) September 30, 2022
गिफ्ट सिटी भी इस प्रकार के प्लग एंड प्ले सुविधाओं वाले शहरों का बहुत उत्तम उदाहरण हैं: PM @narendramodi
अहमदाबाद और मुंबई के बीच शुरु हुई वंदे भारत ट्रेन से देश के दो बड़े शहरों के बीच सफर को आरामदायक भी बनाएगी और दूरी को भी कम करेगी: PM @narendramodi
— PMO India (@PMOIndia) September 30, 2022
शहरों के हमारे गरीब, मिडिल क्लास के साथियों को धुएं वाली बसों से मुक्ति मिले, इसके लिए इलेक्ट्रिक बसों के निर्माण और संचालन के लिए हमने FAME योजना शुरु की।
— PMO India (@PMOIndia) September 30, 2022
इस योजना के तहत अभी तक देश में 7 हज़ार से अधिक इलेक्ट्रिक बसों को स्वीकृति दी जा चुकी है: PM @narendramodi
आज का भारत स्पीड को, गति को, ज़रूरी मानता है, तेज़ विकास की गारंटी मानता है।
— PMO India (@PMOIndia) September 30, 2022
गति को लेकर ये आग्रह आज गतिशक्ति नेशनल मास्टर प्लान में भी दिखता है,
नेशनल लॉजिस्टिक्स पॉलिसी में भी दिखता है,
और हमारे रेलवे की गति को बढ़ाने के अभियान में भी स्पष्ट होता है: PM @narendramodi
मेट्रो स्टेशन हो या वंदे भारत ट्रेन, आज यह जरूरी है कि नई पीढ़ी इनसे जुड़ी अहम बातें प्रत्यक्ष रूप से जानें। इससे जहां उनमें यह विश्वास पैदा होगा कि टेक्नोलॉजी से देश में कितनी प्रगति हो रही है, वहीं उनके अंदर Ownership की भी भावना जगेगी। pic.twitter.com/HEpeblr5NB
— Narendra Modi (@narendramodi) September 30, 2022