1. |
ଏହି ଚୁକ୍ତି ଦ୍ୱାରା ପ୍ରଯୁକ୍ତି କୌଶଳ ହସ୍ତାନ୍ତର ଏବଂ ସହଭାଗୀ କାର୍ଯ୍ୟକଳାପ ମାଧ୍ୟମରେ ଦୁଇ ଦେଶ ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ମିଳିତ ଭାବେ ସୌର ଶକ୍ତି (ସୌର ଫଟୋଭୋଲ୍ଟିକ, ଷ୍ଟୋରେଜ ପ୍ରଯୁକ୍ତି ଆଦି)ପ୍ରକଳ୍ପ କ୍ଷେତ୍ରରେ କାର୍ଯ୍ୟ କରିପାରିବେ । |
ଶ୍ରୀ ରାଜନାଥ ସିଂହ, ସ୍ଵରାଷ୍ଟ୍ର ମନ୍ତ୍ରୀ |
ମିଷ୍ଟର ଜାଁ-ୟେସ ଲି ଦ୍ରିଆନ, ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ |
ଏହି ବୁଝାମଣା ଦ୍ୱାରା ମାଦକ ଦ୍ରବ୍ୟ ବେଆଇନ କାରବାର ଏବଂ ଉପଯୋଗ ରୋକିବା ଲାଗି ଦୁଇ ଦେଶକୁ ସହାୟତା ମିଳିବା ସହିତ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ ପ୍ରଭାବ ପକାଇବ |
2. |
ଭାରତ-ଫ୍ରାନ୍ସ ଦେଶାନ୍ତରଣ ଏବଂ ସ୍ଥାନାନ୍ତର ସହଭାଗୀତା ଚୁକ୍ତି |
ଶ୍ରୀମତୀ ସୁଷମା ସ୍ଵରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ମିଷ୍ଟର ଜାଁ-ୟେସ ଲି ଦ୍ରିଆନ, ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ |
ସ୍ଥାନାନ୍ତର ଉପରେ ଆଧାରିତ ଅସ୍ଥାୟୀ ଦେଶାନ୍ତରଣର ପ୍ରଚଳନ ଏବଂ ଘରୋଇ ରାଷ୍ଟ୍ରକୁ ଦକ୍ଷତା ପ୍ରତ୍ୟାବର୍ତ୍ତନକୁ ପ୍ରୋତ୍ସାହନରେ ଏହି ଚୁକ୍ତି ସହାୟକ ହେବ । |
3. |
ଏକାଡେମିକ ଯୋଗ୍ୟତାର ପାରସ୍ପରିକ ମାନ୍ୟତା ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଚୁକ୍ତି |
ଶ୍ରୀ ପ୍ରକାଶ ଜାଭଡେକର, ମାନବ ସମ୍ବଳ ବିକାଶ ମନ୍ତ୍ରୀ |
ଶ୍ରୀମତୀ ଫ୍ରେଡେରିକ ଭିଡାଲ, ଉଚ୍ଚ ଶିକ୍ଷା, ଗବେଷଣା ଏବଂ ନବସୃଜନ ମନ୍ତ୍ରୀ |
ଶିକ୍ଷାଗତ ଯୋଗ୍ୟତାକୁ ଆପୋସ ମାନ୍ୟତା ପ୍ରଦାନ ଏହି ଚୁକ୍ତିର ଉଦ୍ଦେଶ୍ୟ । |
4. |
ରେଳବାଇ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ରେଳ ମନ୍ତ୍ରଣାଳୟ ଏବଂ ଫ୍ରାନ୍ସର ଏସଏନସିଏଫ ମୋଟିଲିଟିଜ ମଧ୍ୟରେ ବୁଝାମଣାପତ୍ର |
ଶ୍ରୀ ପୀୟୂଷ ଗୋଏଲ, ରେଳ ମନ୍ତ୍ରୀ |
ମିଷ୍ଟର ଜାଁ-ୟେସ ଲି ଦ୍ରିଆନ, ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ |
ହାଇସ୍ପିଡ ଏବଂ ସେମି ହାଇସ୍ପିଡ ରେଳ ଚଳାଚଳର ପ୍ରାଥମିକତା କ୍ଷେତ୍ର ଉପରେ ଦୃଷ୍ଟି ଦେବା ଏବଂ କାର୍ଯ୍ୟକ୍ଷମ ରେଳଷ୍ଟେସନ, ଭିତ୍ତିଭୂମି ଓ ସହରତଳି ଟ୍ରେନ ଚଳାଚଳ ବ୍ୟବସ୍ଥାର ଅତ୍ୟାଧୁନିକୀକରଣ ଲାଗି ସହଯୋଗ ପ୍ରତିଷ୍ଠା ଏବଂ ନିବିଡ଼ କରିବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ । |
5. |
ସ୍ଥାୟୀ ଭାରତ-ଫ୍ରାନ୍ସ ରେଳବାଇ ମଂଚ ପ୍ରତିଷ୍ଠା ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଉଦ୍ଦେଶ୍ୟପତ୍ର |
ଶ୍ରୀ ପୀୟୂଷ ଗୋଏଲ, ରେଳ ମନ୍ତ୍ରୀ |
ମିଷ୍ଟର ଜାଁ-ୟେସ ଲି ଦ୍ରିଆନ, ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ |
ସ୍ଥାୟୀ ଭାରତ-ଫ୍ରାନ୍ସ ରେଳବାଇ ମଂଚ ପ୍ରତିଷ୍ଠା କରି ପୂର୍ବରୁ ପ୍ରଚଳିତ ସହଯୋଗ ବୃଦ୍ଧି କରିବା ଏହି ଉଦ୍ଦେଶ୍ୟପତ୍ରର ଆଭିମୁଖ୍ୟ |
6. |
ଦୁଇ ଦେଶର ସଶସ୍ତ୍ର ସେନା ମଧ୍ୟରେ ପାରସ୍ପରିକ ଲଜିଷ୍ଟିକ୍ସ ସହଯୋଗ ଲାଗି ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଚୁକ୍ତି |
ଶ୍ରୀମତୀ ନିର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ
|
ଶ୍ରୀମତୀ ଫ୍ଲୋରେନ୍ସ ପାର୍ଲି, ସଶସ୍ତ୍ର ସେନା ମନ୍ତ୍ରୀ |
ଅଧିକୃତ ବନ୍ଦର ଗସ୍ତ, ମିଳିତ ସମରାଭ୍ୟାସ, ମିଳିତ ତାଲିମ, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ମୁକାବିଲା ଆଦି ସମୟରେ ଦୁଇ ଦେଶର ସେନା ମଧ୍ୟରେ ପାରସ୍ପରିକ ଲଜିଷ୍ଟିକ୍ସ ସହାୟତା, ଯୋଗାଣ ଏବଂ ସେବା ଲାଗି ଏହି ଚୁକ୍ତି ସହାୟକ ହେବ । |
7. |
ପରିବେଶ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୁଝାମଣାପତ୍ର |
ଡଃ ମହେଶ ଶର୍ମା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ
|
ଶ୍ରୀମତୀ ବୃନେ ପୋଏର୍ସନ, ପର୍ଯ୍ୟାବରଣ ଓ ଇନକ୍ଲୁସିଭ ଟ୍ରାଞ୍ଜିସନ ମନ୍ତ୍ରୀଙ୍କ ସଂଲଗ୍ନ ରାଷ୍ଟ୍ରମନ୍ତ୍ରୀ |
ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦୁଇ ଦେଶର ସରକାର ଏବଂ ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ସୂଚନା ଆଦାନପ୍ରଦାନରେ ଏହି ବୁଝାମଣାପତ୍ର ସହାୟକ ହେବ । |
8. |
ନିରନ୍ତର ସହରାଂଚଳ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଚୁକ୍ତି
|
ଶ୍ରୀ ହରଦୀପ ସିଂହ ପୁରୀ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ
|
ଶ୍ରୀମତୀ ବୃନେ ପୋଏର୍ସନ, ପର୍ଯ୍ୟାବରଣ ଓ ଇନକ୍ଲୁସିଭ ଟ୍ରାଞ୍ଜିସନ ମନ୍ତ୍ରୀଙ୍କ ସଂଲଗ୍ନ ରାଷ୍ଟ୍ରମନ୍ତ୍ରୀ |
ସ୍ପାର୍ଟ ସିଟି ବିକାଶ, ସହରାଂଚଳ ଗଣ ପରିବହନ ବ୍ୟବସ୍ଥାର ବିକାଶ, ସହରାଂଚଳ ବସତିସ୍ଥାପନ ଏବଂ ସରଞ୍ଜାମ ଆଦି କ୍ଷେତ୍ରରେ ସୂଚନାର ଆଦାନପ୍ରଦାନ ଲାଗି ଏହି ଚୁକ୍ତି ସହାୟକ ହେବ । |
9. |
ଗୋପନୀୟ ଏବଂ ସୁରକ୍ଷିତ ସୂଚନାର ପାରସ୍ପରିକ ସୁରକ୍ଷା ଏବଂ ବିନିମୟ ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଚୁକ୍ତି |
ଶ୍ରୀ ଅଜିତ ଡୋଭାଲ, ଏନଏସଏ
|
ମିଷ୍ଟର ଫିଲିପ ଏତିଏନେ, ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା |
କୌଣସି ଗୋପନୀୟ ଏବଂ ସୁରକ୍ଷିତ ସୂଚନାର ବିନିମୟ ଉପରେ ଲାଗି ହେଉଥିବା ସାଧାରଣ ସୁରକ୍ଷା ନିୟମନକୁ ଏହି ଚୁକ୍ତି ପରିଭାଷିତ କରୁଛି |
10. |
ଏକ ସାମୁଦ୍ରିକ ସଚେତନତା ମିଶନ ଗଠନପୂର୍ବବର୍ତ୍ତୀ ଅଧ୍ୟୟନ ଲାଗି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏବଂ ଫ୍ରାନ୍ସର କେନ୍ଦ୍ରୀୟ ଜାତୀୟ ଡି’ଏଟୁଡେସ ସ୍ପାଟିଆଲ୍ସ (ସିଏନଇଏସ) ମଧ୍ୟରେ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା |
ଶ୍ରୀ କେ. ଶିବନ, ସଚିବ, ମହାକାଶ ବିଭାଗ ଏବଂ ଇସ୍ରୋ ଅଧ୍ୟକ୍ଷ
|
ମିଷ୍ଟର ଜାଁ-ୟେସ ଲି ଗାଲ, ସିଏନଇଏସ ସଭାପତି |
ଫ୍ରାନ୍ସ ଏବଂ ଭାରତର ସ୍ୱାର୍ଥ ଥିବା ଅଂଚଳରେ ଜାହାଜଗୁଡ଼ିକର ଠାବ, ଚିହ୍ନଟ ଏବଂ ଅନୁଧ୍ୟାନ ଲାଗି ଏହି ଚୁକ୍ତି ଅନ୍ତିମ ସମାଧାନ ବ୍ୟବସ୍ଥା କରିବ ।
|
11. |
ଭାରତୀୟ ଆଣବିକ ଶକ୍ତି ନିଗମ ଏବଂ ଇଡିଏଫ, ଫ୍ରାନ୍ସ ମଧ୍ୟରେ ଶିଳ୍ପ ମାର୍ଗ ବିକାଶ ଚୁକ୍ତି
|
ଶ୍ରୀ ଶେଖର ବସୁ, ସଚିବ, ଆଣବିକ ଶକ୍ତି ବିଭାଗ
|
ମିଷ୍ଟର ଜାଁ ବେର୍ନାର୍ଡ ଲେଭୀ, ସିଇଓ, ଇଡିଏଫ |
ଜଇତାପୁର ଆଣବିକ ଶକ୍ତି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଲାଗି ଏହି ଚୁକ୍ତି ମାର୍ଗ ପ୍ରଶସ୍ତ କରିବ । |
12. |
ଜଳ ସର୍ବେକ୍ଷଣ ବିଜ୍ଞାନ ଏବଂ ସାମୁଦ୍ରିକ ମାନଚିତ୍ର ବିଜ୍ଞାନ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସ୍ଥା
|
ଶ୍ରୀ ବିନୟ କ୍ଵାତ୍ରା, ଭାରତର ରାଷ୍ଟ୍ରଦୂତ |
ମିଷ୍ଟର ଆଲେକଜାଣ୍ଡର ଜିଗ୍ଲେର, ଫ୍ରାନ୍ସ ରାଷ୍ଟ୍ରଦୂତ |
ଜଳ ସର୍ବେକ୍ଷଣ ବିଜ୍ଞାନ, ସାମୁଦ୍ରିକ ଗତିପଥ ଦସ୍ତାବିଜ ପ୍ରସ୍ତୁତି ଏବଂ ସାମୁଦ୍ରିକ ସୁରକ୍ଷା ସୂଚନା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗକୁ ଏହି ବ୍ୟବସ୍ଥା ପ୍ରୋତ୍ସାହିତ କରିବ । |
13. |
ଆହ୍ୱାନ ପ୍ରକ୍ରିୟାରେ ସ୍ମାର୍ଟ ସିଟି ପ୍ରକଳ୍ପକୁ ପାଣ୍ଠି ଯୋଗାଣ ଉଦ୍ଦେଶ୍ୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ 100 ନିୟୁତ ୟୁରୋର ଋଣ ଯୋଗାଣ ଚୁକ୍ତି |
ଶ୍ରୀ ବିନୟ କ୍ଵାତ୍ରା, ଭାରତର ରାଷ୍ଟ୍ରଦୂତ
|
ମିଷ୍ଟର ଆଲେକଜାଣ୍ଡର ଜିଗ୍ଲେର, ଫ୍ରାନ୍ସ ରାଷ୍ଟ୍ରଦୂତ |
ସ୍ପାର୍ଟ ସିଟି ପ୍ରକଳ୍ପ ଲାଗି ପାଣ୍ଠି ଯୋଗାଣ ଏବଂ ଏହି ଉଦ୍ଦେଶ୍ୟ ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଣ୍ଠିରେ ରହୁଥିବା ଶୂନ୍ୟସ୍ଥାନ ପୂରଣରେ ଏହି ଚୁକ୍ତି ସହାୟକ ହୋଇପାରିବ । |
14. |
ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜାତୀୟ ସୌର ଶକ୍ତି ସଂସ୍ଥାନ (ଏନଆଇଏସଇ) ଏବଂ ଫ୍ରାନ୍ସର ଜାତୀୟ ସୌର ଶକ୍ତି ସଂସ୍ଥାନ (ଆଇଏନଇଏସ) ମଧ୍ୟରେ ବୁଝାମଣାପତ୍ର
|
ଶ୍ରୀ ବିନୟ କ୍ଵାତ୍ରା, ଭାରତର ରାଷ୍ଟ୍ରଦୂତ
|
ମିଷ୍ଟର ଡାନିଏଲ ଭେରୱାର୍ଦେ, ପ୍ରଶାସକ, ଆଣବିକ ଏବଂ ବିକଳ୍ପ ଶକ୍ତି କମିଶନ(ସିଇଏ) |
ଏହି ଚୁକ୍ତି ଦ୍ୱାରା ପ୍ରଯୁକ୍ତି ହସ୍ତାନ୍ତର ଏବଂ ସହଭାଗୀ କାର୍ଯ୍ୟକଳାପ ମାଧ୍ୟମରେ ଦୁଇ ଦେଶ ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ମିଳିତ ଭାବେ ସୌର ଶକ୍ତି (ସୌର ଫଟୋଭୋଲଟିକ, ଷ୍ଟୋରେଜ ପ୍ରଯୁକ୍ତି ଆଦି)ପ୍ରକଳ୍ପ କ୍ଷେତ୍ରରେ କାର୍ଯ୍ୟ କରିପାରିବେ । |
କ୍ରମିକ ସଂଖ୍ୟା | ବୁଝାମଣା / ରାଜିନାମା | ଭାରତ ପକ୍ଷ | ଫ୍ରାନ୍ସ ପକ୍ଷ | ଉଦ୍ଦେଶ୍ୟ |
---|
****