Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫାର୍ମା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଚୁଡ଼ାନ୍ତ ବନ୍ଦ/ପୁଞ୍ଜି ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ 103ଟି ଔଷଧର ବର୍ତ୍ତମାନର ସୂଚୀରେ ଆଲ୍କୋହଲିକ ହ୍ୟାଣ୍ଡ ଡିସଇନେଫେକ୍ଟେଂଟ (ଏଏଚଡି) ନାମକ ଅତିରିକ୍ତ ଉତ୍ପାଦ ଯୋଡ଼ିବା ସହ ସମାନ ନିୟମ ଏବଂ ସର୍ତ୍ତ ସହିତ ଔଷଧ କ୍ରୟ ନୀତି (ପିପିପି)ର ସମ୍ପ୍ରସାରଣ/ନବୀକରଣକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଫାର୍ମାସ୍ୟୁଟିକାଲ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସୟୁ)ଗୁଡ଼ିକର ଚୁଡ଼ାନ୍ତ ବନ୍ଦ/ରଣନୈତିକ ପୁଞ୍ଜି ପ୍ରତ୍ୟାହାର ପର୍ଯ୍ୟନ୍ତ ସମ୍ପ୍ରସାରଣ/ନବୀକରଣକୁ ମଞ୍ଜୁରି ଦେଇଛନ୍ତି ।

ପ୍ରମୁଖ ପ୍ରଭାବ :

ନୀତି ସମ୍ପ୍ରସାରଣ/ନବୀକରଣ ଦ୍ୱାରା ଫାର୍ମା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ସେମାନଙ୍କର ବର୍ତ୍ତମାନର ସୁବିଧା ଅନୁରୂପ ବ୍ୟବହାରରେ ସହାୟତା ମିଳିପାରିବ, ସେମାନେ ନିଜ କର୍ମଚାରୀଙ୍କ ପାଇଁ ବେତନ ପଇଠ କରିବା ଲାଗି ଅର୍ଥ ଯୋଗାଣ କରିବାରେ ସମର୍ଥ ହୋଇପାରିବେ, ବନ୍ଦ ଅନ୍ତର୍ଗତ ଅଧିକ ବ୍ୟୟବହୁଳ ଅତ୍ୟାଧୁନିକ ମେସିନାରୀ ପରିଚାଳନାର ଫଳସ୍ୱରୂପ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରେ ବ୍ୟବସ୍ଥିତ କରିବା ସମୟରେ ଅଧିକ ଲାଭ ପାଇବା ଏବଂ ପୁଞ୍ଜି ପ୍ରତ୍ୟାହାର ଅନ୍ତର୍ଗତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରେ ଉନ୍ନତ ମୂଲ୍ୟାଙ୍କନ ସମ୍ଭବ ହୋଇପାରିବ ।

***