Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫଳାଫଳ ତାଲିକା : ନ୍ୟୁଜିଲ୍ୟାଣ୍ଡ୍‌ର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ଭାରତ ଗସ୍ତ

ଫଳାଫଳ ତାଲିକା : ନ୍ୟୁଜିଲ୍ୟାଣ୍ଡ୍‌ର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ଭାରତ ଗସ୍ତ


 

ଘୋଷଣା:

୧.     ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ଉପରେ ଆଲୋଚନା ଆରମ୍ଭ;

୨.     ବୃତ୍ତିଗତ ଏବଂ କୁଶଳୀ ଶ୍ରମିକଙ୍କ ଗତିଶୀଳତାକୁ ସୁଗମ କରିବା ପାଇଁ ଏକ ବ୍ୟବସ୍ଥା ଉପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଲୋଚନା ଆରମ୍ଭ;

୩.     ନ୍ୟୁଜିଲ୍ୟାଣ୍ଡ ହିନ୍ଦ-ପ୍ରଶାନ୍ତ ମହାସାଗର ପ୍ରୟାସ (ଆଇପିଓଆଇ)ରେ ଯୋଗ ଦେଲା;

୪.     ନ୍ୟୁଜିଲ୍ୟାଣ୍ଡ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି (ସିଡିଆର୍‌ଆଇ) ପାଇଁ ମିଳିତ ସଂଗଠନର ସଦସ୍ୟ ହେଲା ।

ଦ୍ୱିପାକ୍ଷିକ ଦସ୍ତାବିଜ:

୧.     ମିଳିତ ବିବୃତ୍ତି

୨.     ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ପ୍ରତିରକ୍ଷା ସହଯୋଗ ପାଇଁ ବୁଝାମଣାପତ୍ର;

୩.     କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ଭାରତୀୟ ସୀମା ଶୁଳ୍କ ବୋର୍ଡ (ସିବିଆଇ) ଏବଂ ନ୍ୟୁଜିଲ୍ୟାଣ୍ଡ ସୀମା ଶୁଳ୍କ ସେବା ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଇକୋନୋମିକ ଅପରେଟର – ପାରସ୍ପରିକ ସ୍ୱୀକୃତି ଚୁକ୍ତି (ଏଇଓ-ଏମ୍‌ଆର୍‌ଏ);

୪.     ଭାରତର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରାଥମିକ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ଉଦ୍ୟାନ କୃଷି ଉପରେ ସହଯୋଗର ବୁଝାମଣାପତ୍ର;

୫.     ଭାରତର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରାଥମିକ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ବନୀକରଣ ଉପରେ ଆଗ୍ରହ ପତ୍ର;

୬.     ଭାରତର ଶିକ୍ଷା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଶିକ୍ଷା ସହଯୋଗ ଚୁକ୍ତିନାମା ଏବଂ

୭.     ଭାରତର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ସ୍ପୋଟ୍‌ର୍ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ କ୍ରୀଡା କ୍ଷେତ୍ରରେ ସହଯୋଗର ବୁଝାମଣାପତ୍ର ।

 

 

SR