Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ : ନୂଆ ବିମାନ ବନ୍ଦର କମ୍ପ୍ଲେକ୍ସ, କୁମ୍ଭ ମେଳା ପାଇଁ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଉଦ୍ଘାଟନ ସହ ଶୁଭାରମ୍ଭ କଲେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜ ଠାରେ କୁମ୍ଭମେଳା ପାଇଁ ସମନ୍ୱିତ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ନୂତନ ବିମାନ ବନ୍ଦର କମ୍ପ୍ଲେକ୍ସର ଉଦଘାଟନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଗଙ୍ଗା ପୂଜା କରିବା ସହିତ ସ୍ୱଚ୍ଛ କୁମ୍ଭ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେ ପ୍ରୟାଗରାଜରେ ଅକ୍ଷୟ ବଟ ପରିଦର୍ଶନ କରିଥିଲେ । ସେ ଆହୁରି ମଧ୍ୟ ପ୍ରୟାଗରାଜର ଆନ୍ଦୱା ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଅର୍ଦ୍ଧକୁମ୍ଭ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଏଥର ଅକ୍ଷୟ ବଟ ଦର୍ଶନ କରିବାର ସୁଯୋଗ ପାଇବେ । ସେ କହିଥିଲେ ଯେ ପ୍ରୟାଗରାଜକୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ପାଇଁ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି । ଆଜି ଉତ୍ସର୍ଗ ହୋଇଥିବା ପ୍ରକଳ୍ପଗୁଡ଼ିକ ଉଭୟ ଭିତ୍ତିଭୂମି ଏବଂ ଯୋଗାଯୋଗ ପାଇଁ ସହାୟକ ହେବ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ ନୂତନ ବିମାନବନ୍ଦର ଟର୍ମିନାଲ ଏକ ବର୍ଷର ରେକର୍ଡ ସମୟସୀମା ମଧ୍ୟରେ ଶେଷ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅର୍ଦ୍ଧକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅଭିନବ ଅନୁଭୂତି ସୁନିଶ୍ଚିତ କରିବା ଲାଗି ବ୍ୟାପକ ପ୍ରୟାସ କରାଯାଉଛି । ସେ କହିଥିଲେ ଭାରତର ସମୃଦ୍ଧ ଅତୀତ ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ପ୍ରଦର୍ଶନ କରିବା ଲାଗି ପ୍ରୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଗଙ୍ଗା ସୁନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଏ ଦିଗରେ ବର୍ଜ୍ୟଜଳ ପରିଚାଳନା ପ୍ଲାଂଟ ଏବଂ ଘାଟଗୁଡ଼ିକର ସୌନ୍ଦର୍ଯ୍ୟକରଣ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ ।

କୁମ୍ଭମେଳା ଆମର ମହାନ ଭାରତ ଏବଂ ଭାରତୀୟତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଏହା ଆମକୁ ଏକତ୍ର କରିଥାଏ ଏବଂ ଏକ ଭାରତ, ଶ୍ରେଷ୍ଠ ଭାରତର ଝଲକ ପ୍ରଦାନ କରିଥାଏ । ସେ କହିଥିଲେ ଯେ କୁମ୍ଭର ଆୟୋଜନ କେବଳ ବିଶ୍ୱାସର କଥା ନୁହେଁ, ବରଂ ଏହା ସମ୍ମାନ ଏବଂ କୁମ୍ଭକୁ ଆସୁଥିବା ପ୍ରତ୍ୟେକ ତୀର୍ଥଯାତ୍ରୀକୁ ଉତ୍ତମ ଆତିଥ୍ୟ ପ୍ରଦାନର ବିଷୟ । ‘ନୂତନ ଭାରତ’ କିଭଳି ଉଭୟ ଐତିହ୍ୟ ଏବଂ ଆଧୁନିକତାକୁ ଗ୍ରହଣ କରିଛି ତାହା ଅଦ୍ଧକୁମ୍ଭ ପ୍ରଦର୍ଶନ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ଶକ୍ତି ନ୍ୟାୟପାଳିକା ଉପରେ ଚାପ ପକାଉଥିବା ନେଇ ସେ ଦେଶବାସୀଙ୍କୁ ସତର୍କ କରିଦେବାକୁ ଚାହୁଁଛନ୍ତି । ଏମାନେ ନିଜକୁ ସମସ୍ତ ସଂସ୍ଥାନ ଠାରୁ ଉର୍ଦ୍ଧ୍ଵରେ ବୋଲି ଭାବୁଥିବା ସେ କହିଥିଲେ ।

**********