Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ପ୍ରେସିଡେଣ୍ଟ ପ୍ରଣବ ମୁଖାର୍ଜୀ- ଏ ଷ୍ଟେଟ୍ସମ୍ୟାନ୍” ଫଟୋ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

“ପ୍ରେସିଡେଣ୍ଟ ପ୍ରଣବ ମୁଖାର୍ଜୀ- ଏ ଷ୍ଟେଟ୍ସମ୍ୟାନ୍” ଫଟୋ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

“ପ୍ରେସିଡେଣ୍ଟ ପ୍ରଣବ ମୁଖାର୍ଜୀ- ଏ ଷ୍ଟେଟ୍ସମ୍ୟାନ୍” ଫଟୋ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ “ପ୍ରେସିଡେଣ୍ଟ ପ୍ରଣବ ମୁଖାର୍ଜୀ- ଏ ଷ୍ଟେଟ୍ସମ୍ୟାନ୍” ଫଟୋ ସମ୍ବଳିତ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ପୁସ୍ତକର ପ୍ରଥମ କପି ସେ ରାଷ୍ଟ୍ରପତିଙ୍କୁ ଅର୍ପଣ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ମତରେ ସାମାଜିକ ଦୃଷ୍ଟିକୋଣରୁ ଆମେ ଇତିହାସ ବିଷୟରେ ଅଧିକ ସଚେତନ ହେବା ଉଚିତ୍ ଏବଂ ଇତିହାସକୁ ନେଇ ଆମର ଦୃଷ୍ଟିକୋଣକୁ ଆହୁରି ଭଲ ଭାବେ ସଂରକ୍ଷିତ କରି ରଖିବାକୁ ହେବ ।

ସେ କହିଥିଲେ ଯେ ରାଷ୍ଟ୍ରପତିତ୍ୱ ନିୟମାନୁଗତ ଶିଷ୍ଟାଚାର ଠାରୁ ଊର୍ଦ୍ଧ୍ଵରେ । ଏହି ପୁସ୍ତକରେ ଥିବା ଫଟୋଗ୍ରାଫରୁ ଆମେ ଆମ ରାଷ୍ଟ୍ରପତିଙ୍କ ମାନବୀୟ ଦିଗକୁ ଦେଖିବା ଏବଂ ଗର୍ବ ଅନୁଭବ କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ମହାତ୍ମାଗାନ୍ଧୀଙ୍କ ଦୁଇଟି ଫଟୋ ଗୋଟିଏ ଝାଡ଼ୁ ସହିତ ଏବଂ ଅନ୍ୟଟି, ଅଣୁବିକ୍ଷଣ ଯନ୍ତ୍ରରେ କିଛି ଦେଖୁଥିବା, ତାଙ୍କର ବହୁମୁଖି ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ ।

ସମ୍ବାଦପତ୍ରରେ ଜଣେ ନେତାଙ୍କ ବ୍ୟକ୍ତିତ୍ୱର ଏକ ଭିନ୍ନ ଦିଗ ଦେଖିବାକୁ ମିଳିଥାଏ, କିନ୍ତୁ ଜଣେ ନେତାର ଅନ୍ୟ ଏକ ଦିଗ ଥାଏ ଯାହା ସମ୍ବାଦପତ୍ରରେ ପ୍ରକାଶିତ ଦିଗ ଠାରୁ ଭିନ୍ନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସହ କାମ କରିବାର ସୌଭାଗ୍ୟ ତାଙ୍କୁ ମିଳିଥିଲା । ନିଜ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସମୟରେ ସମ୍ପୂର୍ଣ୍ଣ ଭିନ୍ନ ବିଚାରଧାରାର ନେତା ଏବଂ କର୍ମୀଙ୍କ ସହିତ କାମ କରିବା ଲାଗି ତାଙ୍କୁ ସୁଯୋଗ ମିଳିଥିଲା । ସେ ଆହୁରି କହିଥିଲେ ଯେ ଯେତେବେଳେ ସେ ଦିଲ୍ଲୀ ଆସିଲେ ସେ “ପ୍ରଣବ ଦା”ଙ୍କ ଭଳି ଜଣେ ମାର୍ଗଦର୍ଶକ ପାଇଥିଲେ ଯାହା ସେ କେବେହେଲେ ଭୁଲିପାରିବେ ନାହିଁ । ସେ କହିଥିଲେ ଯେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ପିତାସମାନ ମାର୍ଗଦର୍ଶନ କରିଥିଲେ । ଏପରିକି ରାଷ୍ଟ୍ରପତି ତାଙ୍କୁ ବିଶ୍ରାମ ନେବା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବା ଲାଗି ପରାମର୍ଶ ଦେଇଥିଲେ ।

**********