Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରିଟୋରିଆରେ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟବସାୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ପ୍ରିଟୋରିଆରେ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟବସାୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ପ୍ରିଟୋରିଆରେ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟବସାୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ


ମହାମହିମ ଶ୍ରୀଯୁକ୍ତ ଜାକୋବ ଜୁମା ଦକ୍ଷିଣ ଆଫ୍ରିକା ଗଣତନ୍ତ୍ରର ରାଷ୍ଟ୍ରପତି,

ମାନନୀୟ ମନ୍ତ୍ରୀ ଆନ୍ତର୍ଜାତିକ ସମ୍ପର୍କ ଓ ସହଯୋଗ

ମାନନୀୟ ମନ୍ତ୍ରୀ ବ୍ୟାପାର ଓ ଉଦ୍ୟୋଗ

ଦକ୍ଷିଣ ଆଫ୍ରିକା ଓ ଭାରତୀୟ ଉଦ୍ୟୋଗ ଜଗତର ମୁଖ୍ୟମାନେ

ଦେବୀ ଓ ସଜ୍ଜନମଣ୍ଡଳୀ !

ମୁଁ ଆଜି ଆପଣମାନଙ୍କ ସହ ଥିବାରୁ ଖୁସି ।

ଭାରତ-ଦକ୍ଷିଣ ଆଫ୍ରିକାର ସମ୍ପର୍କ ଇତିହାସର ସୁଦୃଢ଼ ଭିତ୍ତିଭୂମି ଉପରେ ଗଢ଼ା ହୋଇଛି ।

ଆମେ ପରସ୍ପର ଏକାଠି ହେବା ବିଧି ନିର୍ଦ୍ଦେଶିତ,

ଆମେ ପରସ୍ପର ଏକାଠି ସ୍ୱପ୍ନ ଦେଖି ଆଗକୁ ବଢ଼ିଛେ ।

ଆମର ଇତିହାସର ଅନେକ ଅଧ୍ୟାୟ ଏକା ଭଳି । ସଂଘର୍ଷ ଓ ତ୍ୟାଗ ସହ, ଆମେ ଇତିହାସର ଗତିକୁ ବଦଳାଇଛେ ।

ସୌଭାଗ୍ୟବଶତଃ ଏହି ପ୍ରକ୍ରିୟାରେ

ଆମ ପାଖରେ ମହାନତମ ନେତାଙ୍କ ମାଗଦର୍ଶନ ରହିଛି, ଯେଉଁମାନଙ୍କୁ ମାନବ ଜାତି ଦେଖିଛି ।


ବନ୍ଧୁଗଣ

ନେଲସନ୍ ମାଣ୍ଡେଲା ଓ ମହାତ୍ମା ଗାନ୍ଧିଙ୍କ ଭଳି ଆମର ନେତା ଯେଉଁମାନେ ଆମକୁ ରାଜନୀତିକ ସ୍ୱାଧୀନତା ଦେଇଛନ୍ତି ।

ଏବେ ସମୟ ଆସିଛି ଆର୍ଥିକ ସ୍ୱାଧୀନତା ପାଇଁ କାମ କରିବା ।

ତେଣୁ ଆମ ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବା ଆମ ସମ୍ପର୍କର ମିଳିତ ଇଚ୍ଛା ଉପରେ ନିର୍ଭର କରୁଛି ।

ଆମେ ଜଟିଳ ସମୟରେ ବନ୍ଧୁ ରହିଛେ,

ଏବେ ଆମେ ସୁଯୋଗର ବନ୍ଧୁ ହେବା ଉଚିତ୍ ।

ଆମର ମହାନ୍ ନେତାମାନଙ୍କ ଆଶୀର୍ବାଦରେ ଉଭୟ ରାଷ୍ଟ୍ର ବିକାଶ ମାର୍ଗରେ ଅଗ୍ରସର ହେଉଛୁ ।

ଉଭୟ ଦକ୍ଷିଣ ଆଫ୍ରିକା ଓ ଭାରତ ବ୍ରିକ୍ସ ଅର୍ଥବ୍ୟବସ୍ଥାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

ଦେଶ ଓ ବିଶ୍ୱରେ ରହୁଥିବା ଆମର ଲୋକମାନେ ଆମ ପ୍ରତି ବୃହତ୍ ଆଶା ରଖିଛନ୍ତି ।

ଏହି ଉଭୟ ଇଚ୍ଛା ପୂରଣ ପାଇଁ ଆମକୁ ହାତ ମିଳାଇବାକୁ ପଡ଼ିବ ।

ଏହା ଖୁସିର କଥା ଯେ ଆମର ସବୁ ସମ୍ଭାବ୍ୟ କ୍ଷେତ୍ରରେ ଅଧିକ ସକ୍ରିୟ ଓ ସାର୍ଥକ ଭାଗିଦାରୀ ରହିଛି ।

ଏହି ଚମକପୂର୍ଣ୍ଣ ଏକଜୁଟତା ମଧ୍ୟ ଉକ୍ତ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ।

ବନ୍ଧୁଗଣ

ମୁଁ ମାନୁଛି, ଏହି ମହାନ ରାଷ୍ଟ୍ରକୁ ଆସିବାରେ ଟିକେ ବିଳମ୍ବ କରିଛି ।

କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ରାଷ୍ଟ୍ରପତି ଜୁମା ଓ ମୁଁ ଅନେକ ସମୟରେ ଭେଟ ହୋଇଛୁ ।

ଦକ୍ଷିଣ ଆଫ୍ରିକା ହେଉଛି ଭାରତର ପ୍ରମୁଖ ବାଣିଜ୍ୟ ଓ ନିବେଶକ ସହଯୋଗୀ ।

ଗତ 10-ବର୍ଷ ମଧ୍ୟରେ ଆମର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପ୍ରାୟ 380% ବୃଦ୍ଧି ପାଇଛି ।

ନିବେଶର କାହାଣୀ ମଧ୍ୟ କ୍ରମାଗତ ଉଜ୍ୱଳମୟ ହେବାରେ ଲାଗିଛି ।

ଉଭୟ ପଟୁ ନିବେଶର ନିୟମିତ ପ୍ରବାହ ଜାରି ରହିଛି ।

150ରୁ ଉର୍ଦ୍ଧ୍ଵ ଭାରତୀୟ କମ୍ପାନୀ ଏବେ ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟ କରୁଛନ୍ତି ।

ସେହିପରି ଦକ୍ଷିଣ ଆଫ୍ରିକାର ଅନେକ କମ୍ପାନୀ ଭାରତରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ।

ତଥାପି ସମ୍ଭାବନା ବହୁତ ଅଧିକ ରହିଛି ।

ଦିନକୁ ଦିନ ସମ୍ଭାବନା ବି ବଢ଼ିଚାଲିଛି ।

ଏହାର ମୁଖ୍ୟ କାରଣ ହେଉଛି ଉଭୟ ଦେଶ ନିଜର ଆର୍ଥିକ ଭିତିଭୂମିକୁ ସୁଦୃଢ଼ କରିବାରେ ଲାଗିଛନ୍ତି ।

ତେଣୁ ଆମେ ଆମର ଆବଶ୍ୟକତା ଅନୁରୂପ ଓ ଲୋକଙ୍କ ସେବା ପାଇଁ ଆମର ବିବିଧତାପୂର୍ଣ୍ଣ ବ୍ୟବସାୟ ଉପରେ ଧ୍ୟାନକେନ୍ଦ୍ରିତ କରିବା ଜରୁରୀ ।

ବିଭିନ୍ନ କ୍ଷେତ୍ରରେ ଆମର ସକ୍ରିୟ ଭାଗିଦାରୀ ହିଁ ଏଭଳି ସମ୍ଭାବ୍ୟ ସହଯୋଗର ପ୍ରମାଣ ଦେଉଛି ।

ବନ୍ଧୁଗଣ

ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ଏହି ମହାଦ୍ୱୀପରେ ଦକ୍ଷିଣ ଆଫ୍ରିକା ହେଉଛି ଘର ।

ଅନେକ ଅଗ୍ରଣୀ ଭାରତୀୟ କମ୍ପାନୀର ଏଠାରେ ପଦଚିହ୍ନ ରହିଚି ।

ସେମାନେ ବ୍ୟାପକ ଗତିବିଧିରେ ନିୟୋଜିତ ଅଛନ୍ତି ।

ଅନେକ ଭାରତୀୟ କମ୍ପାନୀର ସିଇଓ ଏଠି ଆମ ସହ ଅଛନ୍ତି ।

ମୋର ସେମାନଙ୍କୁ ପରାମର୍ଶ ହେଉଛି ନିଜର ବ୍ୟବସାୟକୁ ସେମାନେ ଏହି ମହାନ ଦେଶର ସାମାଜିକ-ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣନ୍ତୁ ।

ମୁଁ ଭାରତ ପାଇଁ ତିନି ‘ପିଏସ୍’ର ଯୁକ୍ତି ବାଢ଼େ ।

(ପବ୍ଲିକ୍ ସେକ୍ଟର, ପ୍ରାଇଭେଟ୍ ସେକ୍ଟର ଓ ପିପୁଲସ୍ ପାର୍ଟନରସିପ୍)

ମୁଁ ବ୍ୟକ୍ତିଗତ କ୍ଷେତ୍ର ଉପରେ ଗୁରୁତ୍ୱ ଦିଏ

ଏହା ଏଠି ବି ଉପଯୋଗ କରିବାକୁ ଚାହୁଁଛି ।

ଦକ୍ଷତା ବିକାଶ ଓ ଗୋଷ୍ଠୀଗତ ସଶକ୍ତିକରଣ ଆପଣମାନଙ୍କ ବାଣିଜ୍ୟିକ ଯୋଜନାର କେନ୍ଦ୍ର ହେବା ଉଚିତ୍ ।

ଆପଣମାନଙ୍କ ବ୍ୟବସାୟିକ ସଦାଚାରରେ ଆଫ୍ରିକୀୟ ମାନବତାର ଭାବନା – ଉବୁନ୍ତୁ (UBUNTU) ପ୍ରଦର୍ଶିତ ହେବା ଉଚିତ୍ ।

ଏହା ଆମର ଦର୍ଶନ ଶାସ୍ତ୍ର ସହ ସମାନ ।

ସର୍ବେ ଭବନ୍ତୁ ସୁଖିନଃ:

ଏହା ହିଁ ମହାତ୍ମା ଗାନ୍ଧିଙ୍କ ପାଇଁ ଛିଡ଼ା ହୋଇଥିଲା ।

ଆମେ ଶୋଷଣ ନୁହେଁ ବରଂ ପାଳନ ଓ ପୋଷଣରେ ସର୍ବଦା ବିଶ୍ୱାସ କରୁ ।

ସବୁଠୁ ଉତ୍ସାହଜନକ ହେଉଛି ଆମର ବାଣିଜ୍ୟ ସମ୍ପର୍କ ଏକପାଖିଆ ନୁହେଁ ।

ଦକ୍ଷିଣ ଆଫ୍ରିକା କମ୍ପାନୀଗୁଡ଼ିକ ଭାରତରେ ବି ସକ୍ରିୟ ଅଛନ୍ତି ।

ସେମାନଙ୍କ ମଧ୍ୟରୁ ଅନେକ ତୃଣମୂଳସ୍ତରରେ ନିଜର ଉପସ୍ଥିତି ଦର୍ଶାଇଛନ୍ତି ।

ଆମେ ଆପଣମାନଙ୍କର ଜ୍ଞାନରୁ ଶିକ୍ଷା କରିଛୁ ଓ ଆପଣମାନଙ୍କ ଅଭିନବ ଉତ୍ପାଦରୁ ଉପକୃତ ହୋଇଛୁ ।

ଦୁଇ ଦେଶର ଅଭିବୃଦ୍ଧି ଓ ବିକାଶ ପାଇଁ ଦକ୍ଷିଣ ଆଫ୍ରିକାର ବ୍ୟବସାୟିକ ଉତ୍କର୍ଷ ଓ ଭାରତୀୟ କ୍ଷମତାରୁ ନିଶ୍ଚିତ ଭାବେ ପରସ୍ପର ଲାଭ ଉଠାଇବା ଉଚିତ୍ ।

ବନ୍ଧୁଗଣ,

ଅର୍ଥବ୍ୟବସ୍ଥାକୁ ସଠିକ୍ ଦିଗରେ ଆଣିବା ପାଇଁ ଗତ ଦୁଇବର୍ଷ ଭିତରେ ଆମେ ସବୁ କ୍ଷେତ୍ରରେ କଠିନ ପରିଶ୍ରମ କରୁଛୁ ।

ଆମର ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ଆମେ ଅତ୍ୟନ୍ତ ଉତ୍ସାହଜନକ ଫଳାଫଳ ମଧ୍ୟ ପାଉଛୁ ।

ଏବେ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାର ଉଦୀୟମାନ ତାରକା ।

ଆମକୁ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ଭାବେ ବିବେଚନା କରାଯାଉଛି ।

ବିଶ୍ୱର ସବୁଠୁ ଦ୍ରୁତ ଓ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିଛି ଭାରତ ।

ବିଶ୍ୱ ମାନ୍ଦାବସ୍ଥା ସମୟରେ ଆମେ ଜିଡିପିରେ 7.6 ପ୍ରତିଶତ ଅଭିବୃଦ୍ଧି ହାସଲ କରିଛୁ ।

ବିଶ୍ୱବ୍ୟାଙ୍କ, ଆଇଏମ୍ଏଫ୍ ଓ ଅନ୍ୟ ସଂସ୍ଥାନଗୁଡ଼ିକ ଆଗାମୀ ଦିନରେ ଭାରତ ଅଧିକ ଭଲ ବିକାଶ କରିବ ବୋଲି ଆକଳନ କରିଛନ୍ତି ।

କେବଳ ସେତିକି ନୁହେଁ, 2014-15 ରେ ବିଶ୍ୱ ଅର୍ଥବ୍ୟବସ୍ଥା ରେ ଭାରତ 12.5% ଯୋଗଦାନ ଦେଇଛି ।

ବିଶ୍ୱ ଅଭିବୃଦ୍ଧିରେ ଭାରତର ଯୋଗଦାନ 68% ଯାହାକି ବିଶ୍ୱ ଅର୍ଥବ୍ୟବସ୍ଥା ତୁଳନାରେ ଅଧିକ ।

ଚଳିତବର୍ଷ ଭାରତରେ ଅଦ୍ୟାବଧିର ସବୁଠୁ ଅଧିକ ବିଦେଶୀ ପୁଞ୍ଜିନିବେଶ ହୋଇଛି ।

ରେଟିଂ ଏଜେନ୍ସୀ ମୁଡ଼ି କହିଛି ଯେ 2016 ମସିହାରେ ଏହି ବିଦେଶୀ ପୁଞ୍ଜିନିବେଶ(FDI) ସର୍ବକାଳୀନ ସର୍ବାଧିକ, ଆମର ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପର ସଫଳତା ଉପରେ ଆଲୋକପାତ କରିଛି ।

ମେକ୍ ଇନ୍ ଇଣ୍ଡିଆ ଏବେ ଭାରତରେ ସର୍ବବୃହତ୍ ବ୍ରାଣ୍ଡ ପାଲଟିଛି ।

ଉଭୟ ଦେଶ ଭିତରେ ଓ ବାହାରେ ଏହା ଲୋକ. ସଂସ୍ଥା, ଉଦ୍ୟୋଗ, ବ୍ୟବସାୟ, ଗଣମାଧ୍ୟମ ଓ ରାଜନୀତିକ ନେତୃତ୍ୱର କଳ୍ପନାକୁ ବାନ୍ଧି ରଖିଛି ।

ମେକ୍ ଇନ୍ ଇଣ୍ଡିଆ ଗତିବିଧିର ଅଂଶ ଭାବେ ଆମେ ଇଜ ଅଫ ଡୁଇଙ୍ଗ୍ ବିଜିନେସ୍ ବା ସହଜ ବ୍ୟବସାୟ ପଦ୍ଧତି ଉପରେ ଗୁରୁତ୍ୱ ଦେଉଛୁ ।

ଆମେ ଲାଇସେନ୍ସିଂ ପ୍ରକ୍ରିୟାକୁ ସରଳ କରି ମଞ୍ଜୁରି, ରିଟର୍ଣ୍ଣ ଓ ତଦାରଖ ପ୍ରାବଧାନକୁ ସୁବ୍ୟବସ୍ଥିତ କରିବାର ନିର୍ଣ୍ଣାୟକ ନିଷ୍ପତି ନେଇଛୁ ।

ଯଦି ମୁଁ ଅନ୍ୟ କେତେକ ସାଙ୍କେତିକ ଉପରେ କହୁଛି :

– ଅନେକ ଆନ୍ତର୍ଜାତିକ ଏଜେନ୍ସୀ ଓ ସଂସ୍ଥା ଦ୍ୱାରା ଭାରତ କ୍ରମାଗତ ପୁଞ୍ଜିନିବେଶ ସ୍ଥଳୀ ଭାବେ ସର୍ବାଧିକ ଆକର୍ଷଣର କେନ୍ଦ୍ର ପାଲଟିଛି ।

– ଇଜ ଅଫ ଡୁଇଙ୍ଗ୍ ବିଜିନେସ କ୍ଷେତ୍ରରେ ବିଶ୍ୱ ବ୍ୟାଙ୍କର ସଦ୍ୟ ଆନ୍ତର୍ଜାତିକ ତାଲିକାରେ ଆମେ ଦ୍ଵାଦଶ ସ୍ଥାନକୁ ଲମ୍ପ ମାରିଛୁ ।

– ନିବେଶ ଆକର୍ଷଣ ତାଲିକାରେ ଭାରତ ନିଜର UNCTAD ପାହ୍ୟାରେ ମଧ୍ୟ ସୁଧାର କରିଛି ।

– ଏପର୍ଯ୍ୟନ୍ତ ମିଳିଥିବା 15ତମ ସ୍ଥାନ ବଦଳରେ ଆମେ ନବମ ସ୍ଥାନରେ ରହିଛୁ ।

– ବିଶ୍ୱ ଆର୍ଥିକ ଫୋରମ୍ ର ଆନ୍ତର୍ଜାତିକ ପ୍ରତିଯୋଗିତାମୂଳକ ସୂଚକାଙ୍କରେ ମଧ୍ୟ ଭାରତ 16ତମ ସ୍ଥାନକୁ ଲମ୍ଫ ମାରିଛି ।

ଆମର ନୀତି ଓ ପ୍ରଥାର ସକାରାତ୍ମକ ପ୍ରଭାବ ଯୋଗୁ ଆମର ଆତ୍ମବିଶ୍ୱାସ ଅଧିକ ବୃଦ୍ଧି ପାଇଛି ।

ବ୍ୟବସାୟ ପାଇଁ ସବୁଠୁ ସରଳ ଓ ସହଜ ସ୍ଥାନ ହେବା ଲାଗି ପ୍ରକ୍ରିୟାକୁ ଅଧିକ ସରଳ କରିବା ନିମନ୍ତେ ଏହା ଆମକୁ ପ୍ରେରଣା ଦେଉଛି ।

ଏକ ଅଭିନବ ଷ୍ଟାର୍ଟ-ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି ଯାହା ବିଚାରଧାରାକୁ ଏକଜୁଟ କରି ତାକୁ ଉଦ୍ୟୋଗ ନିମନ୍ତେ ବିକଶିତ କରିବ ।

ଏସବୁର ସକାରାତ୍ମକ ପ୍ରଭାବ ନିଯୁକ୍ତି ବଜାର ସମ୍ପ୍ରସାରଣ ଓ ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ଉପରେ ପଡ଼ିଛି ।

ଯାହାକି ଶେଷରେ ଭାରତକୁ ଗୁଣାତ୍ମକ ଜୀବନଶୈଳୀ ଓ ଉଚ୍ଚ ଜୀବନ ଧାରଣ ମାନରେ ସ୍ଥାନିତ କରାଇଛି ।

ଆମର ଅଭିବୃଦ୍ଧି ଉଭୟ ଗ୍ରାମାଂଚଳ ଓ ସହରାଂଚଳ ବର୍ଗକୁ ଆପଣାଉଥିବାକୁ ସୁନିଶ୍ଚିତ କରାଉଛି ।

ଆମେ ଉଭୟ ସାମାଜିକ କ୍ଷେତ୍ର ଓ ମୌଳିକ କ୍ଷେତ୍ରରେ ପରବର୍ତ୍ତି ପୀଢ଼ି ପାଇଁ ଭିତିଭୂମି ପ୍ରସ୍ତୁତ କ୍ଷେତ୍ରରେ ଏକ ଲମ୍ଫ ମାରିଛୁ ।

ବନ୍ଧୁଗୁଣ

ଆମ ଦୁଇ ଦେଶର ସାମାଜିକ-ଆର୍ଥିକ ଆହ୍ଵାନ ପ୍ରାୟତଃ ଅଳ୍ପ-ବହୁତେ ଏକା ଭଳି ।

ମୋର ପରାମର୍ଶ ହେଉଛି ବିକାଶର ଗତିକୁ ପୁଣିଥରେ ଆବିଷ୍କାର କରାଯିବା ଅନୁଚିତ ।

ଆମ ଦୁଇ ଦେଶ ପରସ୍ପରର ପରିପୂରକ ହେବା ପାଇଁ ବେଶ୍ ଭଲ ସ୍ଥିତିରେ ଅଛନ୍ତି ।

ଉଦାହରଣ ସ୍ୱରୂପ

ପ୍ରକୃତି ଆମ ଉଭୟଙ୍କ ଉପରେ ଦୟାଶୀଳ ।

ଆମ ପାଖରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି ।

ଏସବୁକୁ ଠିକ୍ ଭାବେ ସାଜସଜ୍ଜିତ କରିବା ଓ ସାଧାରଣ ଲୋକଙ୍କ ସ୍ଥାୟୀ ବିକାଶ ପାଇଁ ଏହାକୁ ଉପଯୋଗ କରିବାର ଆଶ୍ୟବତା ରହିଛି ।

ଆମେ ଏ କ୍ଷେତ୍ରରେ ପରସ୍ପରଠାରୁ ଅନେକ କିଛି ଶିକ୍ଷା କରିପାରିବା ।

ଆମେ ବିଶେଷକରି ଆପଣଙ୍କ ବିଶ୍ୱସ୍ତରୀୟ ଖଣି କମ୍ପାନୀଗୁଡ଼ିକ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛୁ ।

ଏମାନଙ୍କ ମଧ୍ୟରୁ କେତେକ ଭାରତରେ ଆଗରୁ ସକ୍ରିୟ ଅଛନ୍ତି ।

କିନ୍ତୁ ଆମେ ଚାହୁଁଛୁ ଏ କ୍ଷେତ୍ରରେ ରଣନୀତିକ ନିୟୋଜନ ।

ଏ କ୍ଷେତ୍ରରେ ଆମର ସ୍ୱାର୍ଥ ଏକତରଫା ବି ନୁହେଁ । ଦ୍ୱିତୀୟତଃ ଜଳବାୟୁ ପରିବର୍ତ୍ତନର ଚାଲେଞ୍ଜ ଓ ଦ୍ରୁତ ବିକାଶର ଆବଶ୍ୟକତା ଆମ ଉଭୟଙ୍କ ଆଗରେ ରହିଛି ।

ଆମେ ଉଭୟ ସ୍ୱଚ୍ଛ ଓ ସବୁଜ ଦିଗରେ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ ।

କିନ୍ତୁ ଏହା ସହିତ ଆମେ ଶକ୍ତି ସମ୍ପଦ ବି ଚାହୁଁଛୁ ।

ଅନେକ ସଂଖ୍ୟକ ରାଷ୍ଟ୍ର ସହାୟତାରେ ଆମେ ଆନ୍ତର୍ଜାତିକ ସୌର ସାମ୍ମୁଖ୍ୟ ଗଠନ କରିଛୁ ।

ମୁଁ ଆଶା କରୁଛି ଏହି ଫୋରମ୍ ରୁ ଆମେ ନିଜକୁ ସମୃଦ୍ଧ କରିପାରିବା ଓ ଏହାର ଫାଇଦା ନେଇପାରିବା ।

ଆମେ ଦୁଇ ରାଷ୍ଟ୍ର ବିପରୀତ ମୌସୁମୀର ଅଭିନବ ଫାଇଦା ଉଠାଇଛେ ।

ଯେତେବେଳେ ଭାରତରେ ଗ୍ରୀଷ୍ମ ଅବା ଆମ୍ବ ଋତୁ, ଏଠି ସେତେବେଳେ ଶୀତ ଋତୁ । ଠିକ୍ ଏହାର ଓଲଟା ।

ଆମେ ଏହି ଭୌଗଳିକ ଲାଭରୁ ଫାଇଦା ନେଇ ପରସ୍ପରର ଫଳ, ପନିପରିବା ଓ ଅନ୍ୟ ସାମଗ୍ରୀର ବଜାର ସୃଷ୍ଟି କରିପାରିବା । ଭାରତରେ ବୃହତ୍ ଘରୋଇ ବଜାର ରହିଛି ଓ ଏହା ଆପଣଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରିବ ।

ଏ କ୍ଷେତ୍ରରେ ଆମର ସହଯୋଗ ଆମ ଚାଷୀ ଓ ଗାଁ ଲୋକଙ୍କୁ ଉଚିତ୍ ମୂଲ୍ୟ ଦେବ ।

ଆମେ ଭାରତରେ ଅତ୍ୟନ୍ତ ମହତ୍ୱକାଂକ୍ଷୀ ଭିତ୍ତିଭୂମି ଯୋଜନା ଦିଗରେ କାର୍ଯ୍ୟ କରୁଛୁ ।

ସ୍ୱାଧୀନତା ପରଠାରୁ ପଡ଼ି ରହିଥିବା କାର୍ଯ୍ୟ ଏବେ ଦ୍ରୁତ ଗତିରେ ସରିବାକୁ ଯାଉଛି ।

ଆମେ ଏସବୁ ଅଭାବ ପୂରଣ ପାଇଁ ଏକାଠି ଅନେକ କିଛି କରିପାରିବା ।

ଜ୍ଞାନକୌଶଳ ଓ ଦକ୍ଷତା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ବେଶ୍ ଅନୁକୂଳ ।

ଏକ୍ଷେତ୍ରରେ ପ୍ରୟାସ ପୂର୍ବରୁ ହିଁ ଚାଲିଛି ।

ଗତବର୍ଷ ନୂଆଦିଲ୍ଲୀରେ ଭାରତ-ଆଫ୍ରିକା ଫୋରମ୍ ର ଶିଖର ବୈଠକ ବେଳେ ଆମେ 50ହଜାର ଆଫ୍ରିକୀୟଙ୍କୁ ଆସନ୍ତା 5ବର୍ଷ ମଧ୍ୟରେ ଶିକ୍ଷିତ ଓ ପ୍ରଶିକ୍ଷିତ କରିବାକୁ ନିଷ୍ପତ୍ତି ନେଇଥିଲୁ ।

ଏସବୁ ହେଉଛି କିଛି ଉଦାହରଣ ମାତ୍ର ।

ଆମେ ଏକାଠି ଅନେକ କ୍ଷେତ୍ରରେ କାମ କରିପାରିବା ।

– ଡିଫେନ୍ସରୁ ଡାଏରୀ ପର୍ଯ୍ୟନ୍ତ

– ହାର୍ଡୱେୟାରୁ ସଫ୍ଟୱେୟାର ପର୍ଯ୍ୟନ୍ତ

– ମେଡିସିନରୁ ମେଡ଼ିକାଲ ପର୍ଯ୍ୟଟନ ପର୍ଯ୍ୟନ୍ତ

– ସଫ୍ଟ ସ୍କିଲ୍ ରୁ ସାଇନ୍ସ ଓ ଟେକ୍ନୋଲଜି ପର୍ଯ୍ୟନ୍ତ

ଆମ ପାଇଁ ଅନେକ ସୁଯୋଗ ରହିଛି ।

ଭାରତ ଏବେ ସବୁଠୁ ଅଧିକ ଉନ୍ମୁକ୍ତ ଅର୍ଥବ୍ୟବସ୍ଥା ।

ଆମେ ଅଧିକାଂଶ କ୍ଷେତ୍ରରେ ଓ ସବୁ ସମ୍ଭାବ୍ୟ ଦିଗରେ ଆମର ଏଫଡିଆଇ(FDI) ବ୍ୟବସ୍ଥାକୁ ଉଦାର କରିଛୁ ।

ବ୍ୟବସାୟ ପ୍ରତିଷ୍ଠା ଓ ଅଭିବୃଦ୍ଧି ପାଇଁ ଆମେ ସର୍ତ୍ତାବଳୀକୁ ସରଳ ଓ ସୁବ୍ୟବସ୍ଥିତ କରିଛୁ ।

ବନ୍ଧୁଗଣ

ଶେଷରେ, ମୁଁ କହିବାକୁ ଚାହୁଁଛି ଯେ ଆମେ ଭାଗିଦାରୀ ପାଇଁ ସଂସ୍ଥାଗତ ଗଭୀରତାକୁ ସାମିଲ କରିଛୁ ।

ଆମର ବ୍ରିକ୍ସ ବ୍ୟବସାୟିକ ଗତିବିଧି ଓ ସିଇଓ ଫୋରମ୍ ଆମର ଭାଗିଦାରୀତାକୁ ସମ୍ପ୍ରସାରିତ ଓ ସମୃଦ୍ଧ କରିଛି ।

ଏବେ ଆମେ ଭାରତ-ଦକ୍ଷିଣ ଆଫ୍ରିକା ସିଇଓ ଫୋରମ୍ ର ତୃତୀୟ ବୈଠକ ସଫଳତାର ସହ କରିଥିଲୁ ।

ଆମେ ଆପଣମାନଙ୍କ ସୁପାରିଶକୁ ଗୁରୁତ୍ୱ ଦେଉ, ଆଉ ତାକୁ କାର୍ଯ୍ୟରେ ଲଗାଇବାକୁ ପଦକ୍ଷେପ ନେଇଥାଉ ।

ଦକ୍ଷିଣ ଆଫ୍ରିକା ସରକାରଙ୍କୁ ଧନ୍ୟବାଦ ଯେ ନିୟମିତ ବ୍ୟବସାୟିକ ଗସ୍ତ ପାଇଁ 10-ବର୍ଷିଆ ବ୍ରିକ୍ସ ଭିସା ପ୍ରଚଳନ କରିଛନ୍ତି ।

ଭାରତୀୟ ଉଦ୍ୟୋଗ ଏହି ପଦକ୍ଷେପ ଦ୍ୱାରା ବେଶ୍ ଉତ୍ସାହିତ ।

ଚଳିତବର୍ଷ ଫେବୃୟାରୀରେ ଆମେ ଦକ୍ଷିଣ ଆଫ୍ରିକା ପାଇଁ ଇ-ଭିସା କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।

ଏହା ସ୍ୱଳ୍ପକାଳୀନ ପର୍ଯ୍ୟଟକ ଓ ବ୍ୟବସାୟିକ ଗସ୍ତ ପାଇଁ ବୈଧ ।

ଆପଣ ଘରେ ବସି ଭାରତ ପାଇଁ ଇ-ମେଲ୍ ମାଧ୍ୟମରେ ମାଗଣାରେ ଭିସା ପାଇପାରିବେ ।

ବନ୍ଧୁଗଣ

. ଆସନ୍ତୁ ପୁଣିଥରେ ହାତ ମିଳାଇବା

. ଆସନ୍ତୁ ପୁଣିଥରେ ଆମେ ପରସ୍ପର ପ୍ରତି ପ୍ରତିଶ୍ରୁତିବଦ୍ଧ ହେବା

. ଦାରିଦ୍ର୍ୟ ରୂପକ ଶତ୍ରୁ ବିରୋଧରେ ଲଢ଼େଇ ପାଇଁ ଏହାର ଆବଶ୍ୟକତା ରହିଛି ।

. ଏହା ବୋଧହୁଏ ସବୁଠୁ ଅଧିକ ବଡ଼ ଆହ୍ଵାନ

. କିନ୍ତୁ ଆମକୁ ସଫଳ ହେବାକୁ ପଡ଼ିବ

. ଆଉ ଏହା ହିଁ ଆମ ମହାନ ନେତାମାନଙ୍କୁ ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ

ଧନ୍ୟବାଦ

**********