Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରସୂତୀକାଳୀନ ସୁବିଧାସୁଯୋଗ ଆଇନ୍ 1961ରେ ସଂଶୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (10.08.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ପ୍ରସୂତୀକାଳୀନ ସୁବିଧାସୁଯୋଗ ଆଇନ 1961 ରେ ପ୍ରସ୍ତାବିତ ସଂଶୋଧନକୁ କାର୍ଯୋତର ଅନୁମୋଦନ ମିଳିଛି । ପ୍ରସୂତୀକାଳୀନ ସୁବିଧାସୁଯୋଗ (ସଂଶୋଧନ) ବିଲ୍ 2016 ସଂସଦରେ ଆଗତ କରାଯାଇଛି ।

ପ୍ରସୂତୀକାଳୀନ ସୁବିଧାସୁଯୋଗ ଆଇନ 1961 ମହିଳା କର୍ମଚାରୀମାନଙ୍କୁ ପ୍ରସବ ସମୟରେ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ ଏବଂ ପ୍ରସୂତୀଙ୍କୁ “ପ୍ରସବକାଳୀନ ସୁବିଧାସୁଯୋଗ” ପ୍ରଦାନ କରିଥାଏ । ଏଥିରେ କାର୍ଯ୍ୟରୁ ଅନୁପସ୍ଥିତି ରହିବା ସମୟରେ ପୂର୍ଣ୍ଣବେତନ ମିଳେ ଯଦ୍ୱାରା ସେ ତାଙ୍କର ଜନ୍ମିତ ସନ୍ତାନର ଯତ୍ନ ନେଇପାରନ୍ତି । 10 ଜଣ ବା ତଦୁର୍ଦ୍ଧ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିବା ସମସ୍ତ ସଂସ୍ଥା ପ୍ରତି ଏହା ପ୍ରଯୁଜ୍ୟ । ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ (ପ୍ରାୟ) 1.8 ନିୟୁତ ମହିଳା କର୍ମଚାରୀଙ୍କୁ ଏହି ସଂଶୋଧନ ସହାୟକ ହେବ ।

ପ୍ରସୂତୀକାଳନୀ ସୁବିଧାସୁଯୋଗ ଆଇନ 1961 ରେ ଥିବା ସଂଶୋଧନ ନିମ୍ନରେ ପ୍ରଦାନ କରାଗଲା:

• ପ୍ରସବକାଳୀନ ସୁବିଧାକୁ 12 ସପ୍ତାହରୁ 26 ସପ୍ତାହକୁ ଦୁଇଟି ଜୀବିତ ସନ୍ତାନଙ୍କ କ୍ଷେତ୍ରରେ ଲାଗୁ ଏବଂ ଦୁଇରୁ ଅଧିକ ସନ୍ତାନଙ୍କ କ୍ଷେତ୍ରରେ ଏହା 12 ସପ୍ତାହ ପାଇଁ ପ୍ରଯୁଜ୍ୟ ହେବ ।

• ଜଣେ “କମିଶନିଂ ମାତା” ଏବଂ “ଗ୍ରହଣକାରୀ ମାତା” ଙ୍କ ପାଇଁ 12 ସପ୍ତାହ ପ୍ରସବକାଳୀନ ସୁବିଧା

• “ଘରେ ରହି କାର୍ଯ୍ୟ କରିବାର ସୁବ୍ୟବସ୍ଥା”

• 50 ଅଥବା ତଦୁର୍ଦ୍ଧ କର୍ମଚାରୀ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନରେ କ୍ରେଚ ବ୍ୟବସ୍ଥା ବାଧ୍ୟତାମୂଳକ

ଯଥାର୍ଥତା :

• ଶିଶୁକୁ ପ୍ରାଥମିକ ଅବସ୍ଥାରେ ମାତୃ ଯତ୍ନ ଯୋଗାଣ – ଯାହା ଶିଶୁର ଉନ୍ନତି ଓ ବିକାଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ।

• ଭାରତୀୟ ଶ୍ରମ ମନ୍ତ୍ରଣାଳୟର 44, 45 ଏବଂ 46 ତମ ଅଧିବେଶନରେ ପ୍ରସୂତୀକାଳୀନ ସୁବିଧାସୁଯୋଗର ଅବଧିକୁ 24 ସପ୍ତାହକୁ ବୃଦ୍ଧି କରିବା ଲାଗି ସୁପାରିଶ କରାଯାଇଥିଲା ।

• ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସୂତୀକାଳୀନ ସୁବିଧାସୁଯୋଗର ଅବଧିକୁ 8 ମାସକୁ ବଢ଼ାଇ ଦେବା ଲାଗି ପ୍ରସ୍ତାବ ଦିଆଯାଇଥିଲା ।

• ତ୍ରିପାକ୍ଷିକ ଆଲୋଚନାବେଳେ ସମସ୍ତ ଭାଗୀଦାର ପକ୍ଷ ସାଧାରଣରେ ଏହି ସଂଶୋଧନ ପ୍ରସ୍ତାବକୁ ସମର୍ଥନ କରିଥିଲେ ।