ପ୍ରଶାସନ, କାର୍ଯ୍ୟାନ୍ୱୟନ ଏବଂ ଅନୁଧ୍ୟାନ ଢାଂଚାକୁ ସୁଦୃଢ଼ କରିବା ଲାଗି ଜାତୀୟ ଦକ୍ଷତା ବିକାଶ ପାଣ୍ଠି(ଏନଏସଡିଏଫ) ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ(ଏନଏସଡିସି)ର ପୁନର୍ଗଠନ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ଏହି ପୁନର୍ଗଠନ ଦ୍ୱାରା ଏନସଡିସିର କାର୍ଯ୍ୟ ପ୍ରକ୍ରିୟାରେ ଉନ୍ନତ କର୍ପୋରେଟ ପ୍ରଶାସନ, ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ ହୋଇପାରିବ । ଏହାଛଡ଼ା ଏନଏସଡିଏଫର ନିରୀକ୍ଷଣ ଭୂମିକା ସୁଦୃଢ଼ ହୋଇପାରିବ । ଏହି ଅନୁମୋଦନ ଫଳରେ ଏନଏସଡିଏଫ ଏବଂ ଏନଏସଡିସିର ବୋର୍ଡର ପୁର୍ନଗଠନ ହେବ । ଏହା ପ୍ରଶାସନ, କାର୍ଯ୍ୟାନ୍ୱୟନ ଓ ଅନୁଧ୍ୟାନ ଢାଂଚା ସୁଦୃଢ଼ ହେବ ।
ସୂଚନାଯୋଗ୍ୟ ଯେ ଦକ୍ଷତା ବିକାଶ କ୍ଷେତ୍ରରେ ସମନ୍ୱିତ ପଦକ୍ଷେପ କାର୍ଯ୍ୟକାରୀ କରିବା ଲାଗି ଅର୍ଥମନ୍ତ୍ରଣାଳୟ ଦ୍ୱାରା ଏନଏସଡିସି ଏବଂ ଏନଏସଡିଏଫ ଯଥାକ୍ରମେ ଜୁଲାଇ 2008 ଏବଂ ଜାନୁଆରୀ 2009ରେ ପ୍ରତିଷ୍ଠା କରାଯାଇଥିଲା ।
**********