ଆଜି 7 ଲୋକକଲ୍ୟାଣ ମାର୍ଗରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରମୁଖ ସଚିବ ଶ୍ରୀ ନୃପେନ୍ଦ୍ର ମିଶ୍ରଙ୍କୁ ବିଦାୟ ଜଣାଇଛନ୍ତି । ଏହି ସମାରୋହରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।
ଶ୍ରୀ ମିଶ୍ରଙ୍କୁ ଅମୂଲ୍ୟ ରତ୍ନ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ତାଙ୍କ ସହିତ ନିଜର ଗତ ପାଞ୍ଚ ବର୍ଷର ଯାତ୍ରାକୁ ସ୍ମରଣ କରିଥିଲେ । ସେ ପ୍ରମୁଖ ସଚିବଙ୍କୁ କଠିନ ପରିଶ୍ରମ କରିବାର ପ୍ରକୃତି, କାମ ପ୍ରତି ସମର୍ପଣ ଓ ଜଣେ ପ୍ରଶାସକ ଭାବେ ତାଙ୍କ ଅନୁକରଣୀୟ କ୍ୟାରିଅର ପାଇଁ ପ୍ରଶଂସା କରିଥିଲେ । ସେ ଏପରି ଅନେକ ଉଦାହରଣ ଦେଇଥିଲେ ଯେଉଁଠାରେ କି ଶ୍ରୀ ମିଶ୍ର ଶାସନରେ ତାଙ୍କ ବ୍ୟାପକ ଅନୁଭବକୁ ପ୍ରଦର୍ଶିତ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରୀ ମିଶ୍ର ଜଣେ ଦକ୍ଷ ଓ ଅଭିଜ୍ଞ ଅଧିକାରୀ, ଯିଏକି ସମସ୍ୟାର ସମାଧାନରେ ନିପୁଣ । ଭବିଷ୍ୟତ ପାଇଁ ତାଙ୍କୁ ଅନେକ ଶୁଭକାମନା ପ୍ରଦାନ କରି ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ବିପୁଳ ଯୋଗଦାନ ପାଇଁ ପ୍ରମୁଖ ସଚିବଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
ନୂତନ ଭାରତ ନିର୍ମାଣ କରିବାର ସ୍ୱପ୍ନ ଦିଗରେ କାମ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରମୁଖ ସଚିବ ଧନ୍ୟବାଦ ପ୍ରଦାନ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରଯୁକ୍ତି ଜ୍ଞାନ, ଲକ୍ଷ୍ୟ ପ୍ରତି ସମର୍ପଣ ଭାବ ଏବଂ ମାନବୀୟ ଦୃଷ୍ଟିକୋଣ ପାଇଁ ପ୍ରଶଂସା କରିଥିଲେ । ସମଗ୍ର ସରକାରୀ ବ୍ୟବସ୍ଥା ନୂତନ ଭାରତ ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
******
We had a wonderful farewell programme for Shri Nripendra Misra Ji at my residence today. Nripendra Ji guided me when I was new to Delhi. He is an officer who understands how India’s democratic system works and is blessed with great conflict resolution skills with a human touch. pic.twitter.com/IRdMSIhTOW
— Narendra Modi (@narendramodi) September 9, 2019