ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନାକୁ ଅନୁମୋଦନ ମିଳିଛି , ଯେଉଁଥିରେ ଛାତ ଉପରେ ସୌର ସେଲ ସ୍ଥାପନ ଏବଂ ଏକ କୋଟି ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବା ପାଇଁ ମୋଟ ୭୫,୦୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୧୩ ଫେବୃଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।
ଏହି ଯୋଜନାର ମୁଖ୍ୟ ଆକର୍ଷଣ ଗୁଡ଼ିକ ହେଲା :
ଆବାସିକ ଛାତ ସୋଲାର ପାଇଁ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ)
ଯୋଜନାର ଅନ୍ୟାନ୍ୟ ବୈଶିଷ୍ଟ୍ୟ
ଫଳାଫଳ ଏବଂ ପ୍ରଭାବ
ଏହି ଯୋଜନା ଜରିଆରେ ପରିବାରଗୁଡ଼ିକ ବିଦ୍ୟୁତ ବିଲ୍ ସଞ୍ଚୟ କରିବା ସହ ଅତିରିକ୍ତ ବିଦ୍ୟୁତ୍ ଡିସ୍କୋମ୍ କୁ ବିକ୍ରି କରି ଅତିରିକ୍ତ ରୋଜଗାର କରିପାରିବେ। ୩ କିଲୋୱାଟ୍ ବ୍ୟବସ୍ଥା ଦ୍ୱାରା ଗୋଟିଏ ପରିବାର ପାଇଁ ମାସକୁ ହାରାହାରି ୩୦୦ ୟୁନିଟରୁ ଅଧିକ ଉତ୍ପାଦନ ହୋଇପାରିବ।
ପ୍ରସ୍ତାବିତ ଯୋଜନା ଫଳରେ ଆବାସିକ କ୍ଷେତ୍ରରେ ରୁଫଟପ୍ ସୋଲାର ମାଧ୍ୟମରେ ୩୦ ଗିଗାୱାଟ ସୌର କ୍ଷମତା ବୃଦ୍ଧି ପାଇବ, ୧୦୦୦ ବିୟୁ ବିଜୁଳି ଉତ୍ପାଦନ ହେବ ଏବଂ ଫଳରେ ୨୫ ବର୍ଷର ଜୀବନକାଳ ମଧ୍ୟରେ ୭୨୦ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ।
ଆକଳନ କରାଯାଇଛି ଯେ ଏହି ଯୋଜନା ଦ୍ୱାରା ଉତ୍ପାଦନ, ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳା, ବିକ୍ରି, ଇନଷ୍ଟଲେସନ, ଓଆଣ୍ଡଏମ ଏବଂ ଅନ୍ୟାନ୍ୟ ସେବାକ୍ଷେତ୍ରରେ ପ୍ରାୟ ୧୭ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ପ୍ରଧାନମନ୍ତ୍ରୀ-ସୂର୍ଯ୍ୟଘରର ଲାଭ ନେବା: ମାଗଣା ବିଜୁଳି ଯୋଜନା
ସରକାର ଏହି ଯୋଜନା ଆରମ୍ଭ ହେବା ପରଠାରୁ ସଚେତନତା ସୃଷ୍ଟି କରିବା ଏବଂ ଆଗ୍ରହୀ ପରିବାରମାନଙ୍କଠାରୁ ଆବେଦନ ସୃଷ୍ଟି କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଲାଭ ଉଠାଇବା ପାଇଁ ପରିବାର https://pmsuryaghar.gov.in ନିଜକୁ ପଞ୍ଜୀକରଣ କରିପାରିବେ ।
BS
PM-Surya Ghar: Muft Bijli Yojana, which has been approved by the Cabinet, is going to be a game changer for bringing sustainable energy solutions to every home. Harnessing solar power, this initiative promises to light up lives without burdening pockets, ensuring a brighter,… https://t.co/kSj0E40Ehf
— Narendra Modi (@narendramodi) February 29, 2024