Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲି ଦେଖିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲି ଦେଖିବାକୁ ଅନୁରୋଧ କରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଶ୍ରୀ ଚନ୍ଦ୍ରଶେଖରଙ୍କ ପୁତ୍ର ନୀରଜ ଶେଖରଙ୍କ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭ୍ରମଣ ସମ୍ପର୍କିତ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ମୋର ସୌଭାଗ୍ୟ ଯେ, ଚନ୍ଦ୍ରଶେଖର ଜୀଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ସହ ମୋତେ ସମୟ ବିତାଇବାର ସୁଯୋଗ ମିଳିଥିଲା ଓ ଅନେକ କିଛି ଶିଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଦେଶବାସୀ ଚନ୍ଦ୍ରଶେଖର ଜୀଙ୍କ ସମେତ ଆମର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଦେଖିପାରିବେ । ମୁଁ ସମସ୍ତଙ୍କୁ ସେଠାକୁ ଯିବାକୁ ଅନୁରୋଧ କରୁଛି ।”

SR