“ଅପରିଗ୍ରହ କେବଳ ତ୍ୟାଗ ନୁହେଁ ସମସ୍ତ ବନ୍ଧନର ନିୟନ୍ତ୍ରଣ”
“ଶାନ୍ତିର ପ୍ରତିମୂର୍ତ୍ତି ଓ ଏକତାର ପ୍ରତିମୂର୍ତ୍ତି କେବଳ ଦୀର୍ଘ ପ୍ରତିମୂର୍ତ୍ତି ନୁହଁ, ସେମାନେ ଏକ ଭାରତ, ଶ୍ରେଷ୍ଠ ଭାରତର ମହାନ୍ ପ୍ରତୀକ”
“ଏକ ଦେଶର ସମୃଦ୍ଧି ଏହାର ଆର୍ଥିକ ସମୃଦ୍ଧି ଉପରେ ନିର୍ଭରଶୀଳ ଓ ଦେଶୀୟ ସମଗ୍ରୀକୁ ଗ୍ରହଣ କଲେ ଜଣେ ଭାରତର କଳା,ସଂସ୍କୃତି ଓ ସଭ୍ୟତାକୁ ବଂଚାଇ ରଖିପାରିବେ”
“ଆଜାଦୀ କା ଅମ୍ରିତ କାଳରେ ସ୍ୱଦେଶୀ ଓ ଆତ୍ମନିର୍ଭରଶୀଳତାର ବାର୍ତ୍ତା ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ”
“ଆଜାତୀ କା ଅମ୍ରିତ କାଳରେ ଆମେ ଉନ୍ନତ ଭାରତ ଗଠନ ଦିଗରେ ଆଗେଇ ଚାଲିଛୁ”
“ନାଗରିକ କର୍ତ୍ତବ୍ୟ ପାଳନ ଓ ସଶକ୍ତ କରିବା କାଳରେ ମୁନି ଋଷିଗଣଙ୍କ ପ୍ରଦର୍ଶିତ ମାର୍ଗ ସବୁବେଳେ ଗୁରୁତ୍ୱପୂର୍ଣ୍ଣ”
|
---|
ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି(୨୬-୧୦-୨୦୨୨) ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ୱରଜୀଙ୍କ ୧୫୦ତମ ବାର୍ଷିକୀ ଅବସରରେ ଭିଡିଓ ବାର୍ତ୍ତା ଜରିଆରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଛନ୍ତି ।
ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ସନ୍ଥ ପରମ୍ପରାର ବର୍ତ୍ତାବହ ତଥା ବିଶ୍ୱବ୍ୟାପୀ ଜୈନ ପନ୍ଥୀରେ ବିଶ୍ୱାସୀ ବ୍ୟକ୍ତିମାନଙ୍କୁ ନତମସ୍ତକ ହୋଇଛନ୍ତି ।
ଅନେକ ସାଧୁ ହାତ୍ମାଙ୍କ ଗହଣରେ ରହିବାର ସୁଯୋଗ ପାଇବା ତଥା ସେମାନଙ୍କ ଆଶୀର୍ବାଦ ଲାଭ କରିବା ନେଇ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଗୁଜରାଟରେ ଥିବାବେଳେ ତାଙ୍କୁ ଭଦୋଦରା ଓ ଛୋଟା ଉଦୟପୁର କନୱାଡ ଗ୍ରାମରେ ସନ୍ଥବାଣୀ ଶୁଣିବାର ସୁଯୋଗ ମିଳିଥିବା ଘଟଣାର ସ୍ମୃତିଚାରଣ କରିଥିଲେ ।
ଆଚାର୍ଯ୍ୟ ବିଜୟ ବଲ୍ଲଭ ସୁରୀଶ୍ୱରଜୀଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ସ୍ମରଣ କରିଥିଲେ । “ଆଜି ମୁଁ ଆପଣ ସନ୍ଥମାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନ ଯୋଗୁଁ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଚାର୍ଯ୍ୟ ବିଜୟ ବଲ୍ଲଭ ସୁରୀଶ୍ୱରଜୀଙ୍କ ସମ୍ମାନାର୍ଥେ ଏକ ଡାକ ଟିକେଟ ଓ ମୁଦ୍ରା ମଧ୍ୟ ଉନ୍ମୋଚିତ ହୋଇଛି । ଏହାର ଲକ୍ଷ୍ୟ ଜନସାଧାରଣଙ୍କୁ ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ୱରୀ ମହାରାଜ ସାହିବଙ୍କ ଆଧ୍ୟାତ୍ମିକ ଚେତନା ଓ ଦର୍ଶନ ସହ ଯୋଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଦୁଇ ବର୍ଷ ବ୍ୟାପୀ ସମାରୋହ ପାଳନ ଶେଷ ହେବାକୁ ଯାଉଥିବାବେଳେ,ବିଶ୍ୱାସ, ଆଧ୍ୟାତ୍ମିକତା, ଦେଶପ୍ରେମ ଓ ଜାତୀୟ ଶକ୍ତି ସଞ୍ଚାର କ୍ଷେତ୍ରରେ କରାଯାଇଥିବା ଅଭିଯାନ ବେଶ୍ ପ୍ରଶଂସନୀୟ ବୋଲି ସେ କହିଥିଲେ ।
ସାଂପ୍ରତିକ ବିଶ୍ୱର ଭୌଗୋଳିକ ଦୃଶ୍ୟପଟ ଉପରେ ମନ୍ତ୍ରବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ବିଶ୍ୱ ଯୁଦ୍ଧଜନିତ ଜଟିଳ ପରିସ୍ଥିତି, ଆତଙ୍କ ଓ ହିଂସା ଇତ୍ୟାଦି ସାମ୍ନା କରିଥିବା ବେଳେ, ଏକ ଭୟଙ୍କର ଆବର୍ତ୍ତ ମଧ୍ୟରୁ ମୁକୁଳିବା ନିମନ୍ତେ ପ୍ରେରଣା ଆବଶ୍ୟକ କରୁଛି । ଏପରି ପରିସ୍ଥିତିରେ ଭାରତ ଅନୁସରଣ କରୁଥିବା ପ୍ରାଚୀନ ପରମ୍ପରା ଓ ଦର୍ଶନ ସମଗ୍ର ଜଗତ ପାଇଁ ଆଶାର କିରଣ ବୋଲି ସେ କହିଥିଲେ ।
ସେ ଆହୁରି କହିଛନ୍ତି ଯେ ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ୱର ଏବଂ ଜୈନ ଗୁରୁମାନଙ୍କ ବାଣୀ ଏହି ବୈଶ୍ୱିକ ଜଟିଳତାର ସମାଧାନ ସଦୃଶ । “ଆଚାର୍ଯ୍ୟ ଜୀ ଏକ ଅହିଂସା, ଏକାକୀତ୍ୱ ଓ ତ୍ୟାଗର ଜୀବନ ଅତିବାହିତ କରି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସଭାଜନ ହେବା ପାଇଁ ନିରବଚ୍ଛିନ୍ନ ପ୍ରୟାସ କରିଥିଲେ ଓ ସେହି ବାଣୀ ଆମ ପାଇଁ ପ୍ରେରଣାଦାୟୀ” ବୋଲି ଶ୍ରୀ ମୋଦୀ କହିଥିଲେ । ଆଚାର୍ଯ୍ୟ ଜୀଙ୍କ ଶାନ୍ତି ଓ ସୌହାର୍ଦ୍ଧ୍ୟ ଉପରେ ଗୁରୁତ୍ୱ ଏପରିକି ଦେଶ ବିଭାଜନରେ ଭୟାବହ ବିଭୀଷିକା କାଳରେ ମଧ୍ୟ ଦୃଶ୍ୟମାନ ଥିଲା । ଏଥିପାଇଁ ଆଚାର୍ଯ୍ୟଜୀଙ୍କୁ ଚତୁର୍ମାସ ବ୍ରତ ଭାଙ୍ଗିବାକୁ ପଡିଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସହ ମହାତ୍ମା ଗାନ୍ଧୀଙ୍କୁ ତୁଳନା କରି କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନ କାଳରେ, ମହାତ୍ମା ଗାନ୍ଧୀ ମଧ୍ୟ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଦର୍ଶିତ ‘ଅପରିଗ୍ରହ’ ରାସ୍ତାଗ୍ରହଣ କରିଥିଲେ । “ଅପରିଗ୍ରହ କେବଳ ସ୍ୱାର୍ଥ ତ୍ୟାଗ ନୁହେଁ ସମସ୍ତ ପ୍ରକାର ବନ୍ଧନକୁ ନିୟନ୍ତ୍ରଣାଧୀନ କରି ରଖିବା” ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଚ୍ଛାଧିପତି ଜୈନାଚାର୍ଯ୍ୟ ଶ୍ରୀ ବିଜୟ ନିତ୍ୟାନନ୍ଦ ସୁରୀଶ୍ୱରଜୀ କହନ୍ତି ଯେ ଗୁଜରାଟ ଦେଶକୁ ଦୁଇଜଣ ବଲ୍ଲଭଙ୍କୁ ଦେଇଛି । ସେ କହିଥିଲେ “ ଏହା ଏକ ସଂଯୋଗ ଯେ ଆଜି ଆଚାର୍ଯ୍ୟଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଶେଷ ହେଉଥିବା ବେଳେ , ଆଉ କିଛି ଦିନ ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଜାତୀୟ ଏକତା ଦିବସ ଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଶାନ୍ତିର ପ୍ରତିମୂର୍ତ୍ତି’ ସନ୍ଥମାନଙ୍କ ମଧ୍ୟରେ ବୃହତ୍ତମ ହୋଇଥିବାବେଳେ ‘ଏକତାର ପ୍ରତିମୂତ୍ତି’ ସାରା ବିଶ୍ୱରେ ଦୀର୍ଘତମ ପ୍ରତିମୂର୍ତ୍ତି । ଶ୍ରୀ ମୋଦୀ କହିଥିଲେ ଯେ “ଏଗୁଡିକ କେବଳ ଦୀର୍ଘ ପ୍ରତିମୂର୍ତ୍ତି ନୁହଁନ୍ତି, ବରଂ ଏକ ଭାରତ, ଶ୍ରେଷ୍ଠ ଭାରତର ମହାନ୍ ପ୍ରତୀକ ।”
ଦୁଇ ବଲ୍ଲଭଙ୍କ ଅବଦାନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ସର୍ଦ୍ଦାର ସାହିବ ଦେଶୀୟ ରାଜ୍ୟରେ ପରିଣତ ଭାରତ ବର୍ଷକୁ ଏକାଠି କରିଥିବାବେଳେ, ଆଚାର୍ଯ୍ୟ ଜୀ ଦେଶର ବିଭିନ୍ନ ଭାଗରେ ବୁଲି ଏକତା, ସଂହତି ଓ ଭାରତୀୟ ସଂସ୍କୃତିକୁ ମଜବୁତ କରିଥିଲେ ।
ଧାର୍ମିକ ପରମ୍ପରା ଓ ଦେଶୀୟ ସାମଗ୍ରୀ କିପରି ଏକାବେଳେ ପ୍ରବର୍ତ୍ତନ କରିହେବ, ତା’ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଆଚାର୍ଯ୍ୟ ଜୀଙ୍କ ଏକ ଉକ୍ତି ଉଦ୍ଧାର କରିଥିଲେ । “ ଏକ ଦେଶର ସମୃଦ୍ଧି ତାର ଆର୍ଥିକ ସମୃଦ୍ଧି ଉପରେ ନିର୍ଭରଶୀଳ ଓ ଦେଶୀୟ ସାମଗ୍ରୀ ଉପଯୋଗ କଲେ, ଜଣେ ଭାରତର କଳା, ସଂସ୍କୃତି ଓ ସଭ୍ୟତାକୁ ଜୀବନ୍ତ ରଖିପାରିବ । ଆଚାର୍ଯ୍ୟ ଜୀଙ୍କ କପଡା ସବୁବେଳେ ଧଳା ଓ ସେ ଖଦୀ ବ୍ୟବହାର କରୁଥିଲେ । ଆଜାଦୀ କାମ ଅମ୍ରିତ ମହୋତ୍ସବ କାଳରେ ସ୍ୱଦେଶୀ ଓ ଆତ୍ମ ନିର୍ଭରଶୀଳତାର ବାର୍ତ୍ତା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଥିଲେ । ସେ କହିଥିଲେ “ ଏହା ହିଁ ଆତ୍ମ ନିର୍ଭର ଭାରତ ଓ ପ୍ରଗତିର ମନ୍ତ୍ର । ସେ ଦୃଷ୍ଟିରୁ ଆଚାର୍ଯ୍ୟ ବିଜୟ ବଲ୍ଲଭ ସୁରୀଶ୍ୱର ଜୀଙ୍କ ଠାରୁ ଆରମ୍ଭ କରି ଆଚାର୍ଯ ଶ୍ରୀ ନିତ୍ୟାନନ୍ଦ ସୁରୀଶ୍ୱରୀଙ୍କ ପର୍ଯ୍ୟନ୍ତ ଏହି ପଥ ଶକ୍ତିଶାଳୀ ହୋଇଛି ଓ ଆମକୁ ଏହାକୁ ଆହୁରି ଶକ୍ତିଶାଳୀ କରିବାକୁ ପଡିବ ।”
ସମାଜ କଲ୍ୟାଣରେ ସମୃଦ୍ଧ ପରମ୍ପରା, ମାନବ ସେବା, ଶିକ୍ଷା ଓ ଜନସଚେତନତା ନେଇ ଅତୀତରେ ଆଚାର୍ଯ୍ୟଗଣ ଯାହା ସବୁ କରିଯାଇଛନ୍ତି , ସେଗୁଡିକ ଆହୁରି ସମ୍ପ୍ରସାରିତ ହେବା ଦରକାର । “ଆଜାଦୀ କା ଅମ୍ରିତ କାଳରେ ଆମେ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଗେଇଛୁ ।” ଶ୍ରୀ ମୋଦୀ କହିଥିଲେ ଯେ “ଏଥିପାଇଁ ଦେଶ ପାଞ୍ଚଟି ସଂକଳ୍ପ ନେଇଛି ଓ ଏହି ପଞ୍ଚପ୍ରାଣକୁ ସାକାର କରିବା ପାଇଁ ସନ୍ଥମାନଙ୍କ ଭୂମିକା ଆଗକୁ ବାଟ କଢାଇବ ।”
ଭୋକାଲ ଫର ଲୋକାଲ ପାଇଁ ଆଚାର୍ଯ୍ୟମାନଙ୍କ ଭୂମିକା ଦେଶ ଲାଗି ସେମାନଙ୍କ ପକ୍ଷରୁ ଏକ ମହାନ୍ ସେବା ହେବ । “ଆପଣଙ୍କର ଅଧିକାଂଶ ଅନୁଗାମୀ ବ୍ୟାବସାୟିକ କ୍ଷେତ୍ରରେ ଅଛନ୍ତି ।” ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ କେବଳ ଭାରତରେ ପ୍ରସ୍ତୁତ ସାମଗ୍ରୀକୁ ନେଇ ବ୍ୟବସାୟ କରିବା ପାଇଁ ଶପଥ ନେବାକୁ କହି ଏହା ମହାରାଜ ସାହିବଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ‘ଆଚାର୍ଯ୍ୟ ଶ୍ରୀ ପ୍ରଗତିର ବାଟ ଦେଖାଇଥିଲେ ଓ ସେହି ରାସ୍ତାର ଯାଇ ଆମେ ଭବିଷ୍ୟତ ପାଇଁ ବାଟ ଦେଖାଇବା ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।
*****
SM/SLP
Tributes to Shree Vijay Vallabh Surishwer Ji Maharaj on his Jayanti. https://t.co/KVMAB5JRmA
— Narendra Modi (@narendramodi) October 26, 2022