Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମାଲେସିଆ ସାଂସଦ ଦାତୁକ ସେରି ଅନୱାର ଇବ୍ରାହିମ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମାଲେସିଆ ସାଂସଦ ଦାତୁକ ସେରି ଅନୱାର ଇବ୍ରାହିମ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମାଲେସିଆ ସାଂସଦ ଦାତୁକ ସେରି ଅନୱାର ଇବ୍ରାହିମ


ମାଲେସିଆ ସାଂସଦ ଏବଂ ପତ୍ରି କେଆଦିଲାନ ରାୟକତ ଦଳର ନେତା ଦାତୁକ ସେରି ଅନୱାର ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

 PM India

 

ଇବ୍ରାହିମଙ୍କ ସହିତ ଆଉ ଦୁଇଜଣ ମାଲେସିଆ ସାଂସଦ ମାନ୍ୟବର କେଶବନ ସୁବ୍ରମଣିଅନ ଏବଂ ମାନ୍ୟବର ସନ୍ଥାରା କୁମାର ରାମନାଇଡୁ ମଧ୍ୟ ଯୋଗ ଦେଇଥିଲେ ।

ଏଇ ନିକଟରେ ପିକେଆର ଦଳର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଇବ୍ରାହିମଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । 2018ରେ ମାଲେସିଆଠାରେ ସେମାନଙ୍କ ସର୍ବଶେଷ ସାକ୍ଷାତକୁ ପ୍ରଧାନମନ୍ତ୍ରୀ ଆନ୍ତରିକତାର ସହ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ମାଲେସିଆର ପ୍ରଧାନମନ୍ତ୍ରୀ ଏଚଇ ତୁନ ଡଃ ମହାଥିର ମହମ୍ମଦଙ୍କୁ ସମ୍ମାନ ଜଣାଇଥିଲେ ।

ଉଭୟ ନେତା ପାରସ୍ପରିକ ଫଳପ୍ରଦ ଦ୍ଵୀପାକ୍ଷିକ, ଆଂଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

 

**********