Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ମହାମାନ୍ୟ ଉର୍ସୁଲା ଭନ ଡେର ଲେୟେନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ମହାମାନ୍ୟ ଉର୍ସୁଲା ଭନ ଡେର ଲେୟେନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଏବେ ବିଶ୍ୱରେ ଜାରି ରହିଥିବା କୋଭିଡ-19 (କରୋନା ଭୂତାଣୁ) ମହାମାରୀର ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

କୋଭିଡ୍‌-19 ଯୋଗୁ ୟୁରୋପୀୟ ୟୁନିଅନରେ ଜୀବନ ଯାଇଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନିଜର ସମବେଦନା ଜଣାଇଥିଲେ । ଏହି ମହାମାରୀର ମୁକାବିଲା କରିବା ପାଇଁ ସମସ୍ତ ରାଷ୍ଟ୍ର ମଧ୍ୟରେ ସମନ୍ୱୟ ଓ ସହଯୋଗିତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହଭଳି ଭାରତରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ୟୁନିଅନ କମିଶନ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ ।

ମିସ ଭନ ଡେର ଲେୟେନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାରତରେ ରୋଗର ଦ୍ରୁତ ସଂକ୍ରମଣ ରୋକିବା ପାଇଁ ବେଶ ଆଗୁଆ ପଦକ୍ଷେପ ନେଇଛି । ଏହାସହ ଏଭଳି ସ୍ଥିତିରେ ଭାରତରେ ଥିବା ୟୁରୋପୀୟ ୟୁନିଅନର ନାଗରିକଙ୍କୁ ଯୋଗାଇ ଦିଆଯାଇଥିବା ସହାୟତାକୁ ସେ ପ୍ରଶଂସା କରିଥିଲେ ।

ମିସ ଭନ ଡେର ଲେୟେନ ଜରୁରୀ ସାମଗ୍ରୀ ଓ ମେଡିସିନ ଯୋଗାଣରେ ନିରନ୍ତରତା ବଜାୟ ରଖିବା ସହ ରୋଗ ପ୍ରତିଷେଧକ ଟୀକାର ବିକାଶ ଉଦ୍ଦେଶ୍ୟରେ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ।

ବର୍ତ୍ତମାନର ସ୍ଥିତିରେ ଜି-20 ଫ୍ରେମୱର୍କ ମଧ୍ୟରେ ସମ୍ଭାବ୍ୟ ସହଯୋଗିତା ଏବଂ ଆଗାମୀ ଭିଡିଓ କନଫରେନ୍ସିଂ ସମ୍ପର୍କରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ ।

****