Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମର୍ପିତ କଲେ ଚେନାନୀ-ନଶ୍ରୀ ସୁଡଙ୍ଗ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମର୍ପିତ କଲେ ଚେନାନୀ-ନଶ୍ରୀ ସୁଡଙ୍ଗ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମର୍ପିତ କଲେ ଚେନାନୀ-ନଶ୍ରୀ ସୁଡଙ୍ଗ


9 କିମି ଟନେଲକୁ ବୁଲି ଦେଖିଲେ ଶ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀରର ଚେନାନୀ-ନଶ୍ରୀ ସୁଡଙ୍ଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ସୁଡଙ୍ଗର ଦୈର୍ଘ୍ୟ 9 କିଲୋମିଟର ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚାଲି ଚାଲି ଏହି ସୁଡଙ୍ଗର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିଦର୍ଶନ କରିଥିଲେ ଏବଂ ଏହି ସମୟରେ ଟନେଲ ବିଶେଷଜ୍ଞମାନେ ତାଙ୍କୁ ଏହାର ବୈଶିଷ୍ଟ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ଅବସରରେ ଉଦ୍ଧାମପୁରଠାରେ ଆୟୋଜିତ ଏକ ଜନସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ଚେନାନୀ-ନଶ୍ରୀ ସୁଡଙ୍ଗ ହେଉଛି ବିଶ୍ୱସ୍ତରର ଏବଂ ଏଥିରେ ଶ୍ରେଷ୍ଠ ଆନ୍ତର୍ଜାତିକ ମାନକ ବ୍ୟବହାର ହୋଇଛି । ସୁଡଙ୍ଗଟି ଅତ୍ୟନ୍ତ ପରିବେଶଧର୍ମୀ ଏବଂ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଦିଗରେ ମଧ୍ୟ ସହାୟକ ହେବ । ଗୋଟିଏ ପଟେ ରାଜ୍ୟର କେତେକ ବିପଥଗାମୀ ଯୁବକ ଟେକାପଥର ଫିଙ୍ଗୁଥିବା ବେଳେ ଅନ୍ୟ ପକ୍ଷରେ ଉଦ୍ଯୋଗୀ ଯୁବକମାନେ ପଥର କାଟି ସୁନ୍ଦର ଭିତ୍ତିଭୂମି ସୃଷ୍ଟି କରିବାରେ ଲାଗିଛନ୍ତି । ଏହି ସୁଡଙ୍ଗ କାର୍ଯ୍ୟକ୍ଷମ ହେବା ଫଳରେ ଜାମ୍ମୁ-କାଶ୍ମୀରରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ଏବଂ ଏଠାକାର ଆର୍ଥିକ ପ୍ରଗତି ଘଟିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହିଂସା ଓ ଆତଙ୍କବାଦ କେବେହେଲେ କାହାକୁ ସାହାଯ୍ୟ କରିନାହିଁ । ରାଜ୍ୟ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପେକେଜ ଉପରେ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମେହବୁବା ମୁଫତିଙ୍କୁ ଧନ୍ୟବାଦ ଦେଇଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟ ଏବଂ ଭବିଷ୍ୟ ଦୃଷ୍ଟି ସମ୍ପର୍କରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଏକମାତ୍ର ମନ୍ତ୍ର ହେଉଛି ବିକାଶ ଏବଂ ଜନସାଧାରଣଙ୍କ ଭାଗୀଦାରିତାରେ ବିକାଶର ପ୍ରକ୍ରିୟାକୁ ଅଧିକ ବଳ ମିଳିବ ।