ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟର ଏଟକୋଟ ସ୍ଥିତ ନବନିର୍ମିତ ମାତୁଶ୍ରୀ କେ.ଡି.ପି. ମଲ୍ଟିସ୍ପେସିଆଲିଟି ଡାକ୍ତରଖାନା ପରିଦର୍ଶନ କରିଛନ୍ତି । ଏହି ଡାକ୍ତରଖାନାର ପରିଚାଳନା ଶ୍ରୀ ପଟେଲ ସେବା ସମାଜ କରୁଛି । ଏହା ଉଚ୍ଚ ସ୍ତରୀୟ ଚିକିତ୍ସା ଉପକରଣ ଉପଲବ୍ଧ କରାଇବ ଏବଂ ଏହି ଅଂଚଳର ଲୋକ ମାନଙ୍କୁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଗୁଡିକ ପ୍ରଦାନ କରିବ । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୁଷୋତମ ରୂପାଲା, ଡାକ୍ତର ମନସୁଖ ମାଣ୍ଡବ୍ୟ, ଡାକ୍ତର ମହେନ୍ଦ୍ର ମୁଞ୍ଜାପାରା, ସଂସଦର ସଦସ୍ୟମାନେ, ଗୁଜରାଟ ସରକାରଙ୍କର ମନ୍ତ୍ରୀ ଗଣ ଏବଂ ସନ୍ଥ ସମାଜର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସଭାକୁ ସମ୍ବୋଧିତ କରିଥିଲେ । ତାଙ୍କର ସମ୍ବୋଧନରେ ସେ ଡାକ୍ତରଖାନା ଉଦ୍ଘାଟନ ଉପରେ ପ୍ରସନ୍ନତା ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଡାକ୍ତରଖାନା ସୌରାଷ୍ଟ୍ରରେ ସ୍ୱାସ୍ଥ୍ୟ ସେବାକୁ ଉନ୍ନତ କରାଇବା ନିମନ୍ତେ ଉଦ୍ଦିଷ୍ଟ ଅଟେ । ଏହି ଡାକ୍ତରଖାନା ଲୋକ ମାନଙ୍କର ଜୀବନକୁ ଉନ୍ନତ କରିବା ପ୍ରୟାସରେ ସରକାରୀ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ସମନ୍ୱୟର ଏକ ଉଦାହରଣ ଅଟେ ।
ଏନ୍ଡିଏ ସରକାର ସଫଳତାପୂର୍ବକ ୮ ବର୍ଷ ପୂରଣ କରିବା ଉପରେ ପ୍ରଧାନମନ୍ତ୍ରୀ ଦେଶର ସେବା କରିବା ନିମନ୍ତେ ସୁଯୋଗ ଦେଇଥିବାରୁ ଲୋକମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଏହା ଉତମ ଅଟେ ଯେ, ମାତୃଭୂମିର ସେବା କ୍ଷେତ୍ରରେ ୮ ବର୍ଷ ପୂରଣ ହେବାର ପୂର୍ବ ସନ୍ଧ୍ୟାରେ ସେ ଗୁଜରାଟର ମାଟି ଉପରେ ଠିଆ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗୁଜରାଟର ଲୋକମାନଙ୍କୁ ତାଙ୍କୁ ଦେଶର ସେବା କରିବାର ସୁଯୋଗ ଏବଂ ‘ସଂସ୍କାର’ ଦେଇ ଥିବାରୁ ପ୍ରଣାମ କରିଥଲେ । ସେ କହିଥିଲେ ଯେ, ଏହି ସେବା ଆମର ସଂସ୍କୃତିରେ ରହିଛି, ଆମର ମାଟିର ସଂସ୍କୃତିରେ ଏବଂ ବାପୁ ଏବଂ ପଟେଲ୍ଙ୍କର ସଂସ୍କୃତିରେ ରହିଛି । ସେ କହିଥିଲେ ଯେ, ଗତ ୮ ବର୍ଷ ମଧ୍ୟରେ ଏମିତି କିଛି ଭୁଲ୍ କାମ ହୋଇ ନାହିଁ, ଯାହା ଫଳରେ ଦେଶର ଜନତାଙ୍କୁ ଲଜ୍ଜାଜନକ ପରିସ୍ଥିତିକୁ ସାମନା କରିବାକୁ ପଡିପାରେ । ଏହି ବର୍ଷ ଗୁଡିକରେ ଗରିବ ଲୋକ ମାନଙ୍କର ‘ସେବା’, ‘ସୁଶାସନ’ ଏବଂ ‘ଗରିବ କଲ୍ୟାଣ’କୁ ସର୍ବୋଚ୍ଚ ପ୍ରାଥମିକତା ଦିଆ ଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ସବ୍କା ସାଥ – ସବ୍କା ବିକାଶ – ସବ୍କା ବିଶ୍ୱାସ – ସବ୍କା ପ୍ରୟାସ’ର ମନ୍ତ୍ର ଦେଶର ବିକାଶକୁ ଦ୍ରୁତ କରୁଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂଜ୍ୟ ବାପୁ ଏବଂ ସର୍ଦ୍ଦାର ପଟେଲ୍ ଗରିବ ମାନଙ୍କୁ, ଦଳିତ ମାନଙ୍କୁ, ବଂଚିତ ମାନଙ୍କୁ, ଜନଜାତି ଲୋକ ମାନଙ୍କୁ ଏବଂ ମହିଳା ଇତ୍ୟାଦିଙ୍କୁ ସଶକ୍ତ କରିବା ପାଇଁ ସ୍ୱପ୍ନ ଦେଖିଥିଲେ । ଏମିତି ଏକ ଭାରତ, ଯେଉଁଠାରେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ, ରାଷ୍ଟ୍ର ଚେତନାର ଏକ ଅଂଶ ହେବ ସେମିତି ସ୍ୱପ୍ନ ଦେଖିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାପୁ ଏକ ଏମିତି ଭାରତ ଚାହୁଁଥିଲେ, ଯେଉଁଠାରେ ସ୍ୱଦେଶୀ ସମାଧାନ ମାଧ୍ୟମରେ ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେବ । ସେ ଏହା ମଧ୍ୟ କହିଥିଲେ, ଏବେ ୩ କୋଟିରୁ ଅଧିକ ପରିବାର ଗୁଡିକୁ ପକ୍କା ଘର ମିଳି ସାରିଛି, ୧୦ କୋଟିରୁ ଅଧିକ ପରିବାର ଖୋଲାରେ ମଳତ୍ୟାଗ କରିବା ଅଭ୍ୟାସରୁ ମୁକ୍ତ ହୋଇ ସାରିଛନ୍ତି, ୯ କୋଟିରୁ ଅଧିକ ଭଉଣୀ ମାନଙ୍କୁ ରୋଷେଇ କରିବା ସମୟରେ ଧୂଆଁରୁ ମୁକ୍ତି ମିଳି ସାରିଛି, ୨.୫ କୋଟିରୁ ଅଧିକ ପରିବାର ଗୁଡିକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି, ୬ କୋଟିରୁ ଅଧିକ ପରିବାର ଗୁଡିକୁ ପାନୀୟ ଜଳ ଯୋଗାଣ କରା ଯାଇଛି ଏବଂ ୫୦ କୋଟିରୁ ଅଧିକ ହିତାଧିକାରୀ ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଃଶୁଳ୍କ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରା ଯାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, କେବଳ ସଂଖ୍ୟାରେ ନୁହେଁ, ଗରିବ ଲୋକ ମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ଏବଂ ଦେଶର ସେବା ନିମନ୍ତେ ଏହା ଆମର ସମର୍ପଣର ପ୍ରମାଣ ଅଟେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଶତାବ୍ଦୀର ଏକ ମହାମାରୀ ସମୟରେ ମଧ୍ୟ ସେ ଏହା ସୁନିଶ୍ଚିତ କରିଥିଲେ ଯେ, ଗରିବ ଲୋକ ମାନଙ୍କୁ ଯେପରି ସେମାନଙ୍କ ଜୀବନ ଯାପନ କ୍ଷେତ୍ରରେ କୌଣସି କଷ୍ଟର ଅନୁଭବ ନହୁଏ । ଜନ ଧନ ବ୍ୟାଙ୍କ ଖାତା ଗୁଡିକରେ ଧନରାଶି ଜମା କରା ଯାଇଥିଲା, ଗରିବ ଲୋକ ମାନଙ୍କୁ ନିଃଶୁଳ୍କ ସିଲିଣ୍ଡର ପ୍ରଦାନ କରା ଯାଇଥିଲା ଏବଂ ସମସ୍ତଙ୍କୁ ମାଗଣାରେ ପରୀକ୍ଷଣ ଏବଂ ଟୀକାକରଣ କରା ଯାଇଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଯେତେବେଳେ ଯୁଦ୍ଧ (ୟୁକ୍ରେନ୍ – ରୁଷ) ଚାଲିଛି, ତଥାପି ମଧ୍ୟ ଆମେ ଲୋକ ମାନଙ୍କର ଜୀବନକୁ ସହଜ କରିବା ପାଇଁ ପ୍ରୟାସ କରୁଛୁ । ସେ କହିଥିଲେ ଯେ, ତାଙ୍କ ସରକାର ଯୋଜନା ଗୁଡିକରେ ପରିପୂର୍ଣ୍ଣତା ପ୍ରାପ୍ତ କରିବା ନିମନ୍ତେ ଅଭିଯାନ ଆରମ୍ଭ କରିଛି । ସେ ଏହି କଥା ଉପରେ ଗୁରୁତ୍ୱ ଦେଇଥିଲେ ଯେ, ଯେତେବେଳେ ସମସ୍ତଙ୍କୁ ସେମାନଙ୍କର ଦେୟ ମିଳି ଯାଇଥାଏ, ସେତେବେଳେ ଭେଦଭାବ ଏବଂ ଭ୍ରଷ୍ଟାଚାରର କୌଣସି ପ୍ରଶ୍ନ ହିଁ ନଥାଏ । ସେ କହିଥିଲେ ଯେ, ଏହି ପ୍ରୟାସ ଯୋଗୁଁ ଗରିବ ଏବଂ ମଧ୍ୟମ ବର୍ଗର ଲୋକ ମାନଙ୍କର ଜୀବନ ସହଜ ହେବ ।
ପ୍ରଧାନମନ୍ତ୍ରୀ ଗୁଜରାଟୀ ଭାଷାରେ ଜନ ସେବାର ମହାନ୍ କାର୍ଯ୍ୟ ନିମନ୍ତେ ପଟେଲ୍ ସମୁଦାୟର ଭୁରି ଭୁରି ପ୍ରଶଂସା କରିଥିଲେ । ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ବିତାଇ ଥିବା ତାଙ୍କର ପୁରୁଣା ଦିନକୁ ମନେ ପକାଇ ଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୦୧ରେ ଯେତେବେଳେ ଗୁଜରାଟର ଲୋକ ମାନେ ତାଙ୍କୁ ସେମାନଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିଲେ, ସେତେବେଳେ ଏଠାରେ ମାତ୍ର ୯ଟି ମେଡିକାଲ୍ କଲେଜ ଥିଲା, ଏବେ ଗୁଜରାଟରେ ୩୦ଟି ମେଡିକାଲ୍ କଲେଜ ରହିଛି । ସେ କହିଥିଲେ ଯେ, “ମୁଁ ଗୁଜରାଟ ଏବଂ ଦେଶର ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ୍ କଲେଜ ଦେଖିବାକୁ ଚାହୁଁଛି । ଆମେ ନିୟମ ଗୁଡିକରେ ପରିବର୍ତନ କରିଛୁ, ଏବେ ମେଡିକାଲ୍ ଏବଂ ଇଞ୍ଜିନିୟରିଂ ଛାତ୍ର ନିଜ ମାତୃଭାଷାରେ ପାଠ ପଢ଼ି ପାରିବେ” ବୋଲି ସେ କହିଥିଲେ ।
ଶ୍ରୀ ମୋଦୀ ଉଦ୍ୟୋଗ ସମ୍ପର୍କରେ କହିଥିଲେ ଯେ, ପ୍ରଥମେ ଉଦ୍ୟୋଗ କେବଳ ବଡୋଦରା ଠାରୁ ବାପି ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା, ଏବେ ଏହା ଗୁଜରାଟରେ ସମସ୍ତ ସ୍ଥାନରେ ଗଢ଼ି ଉଠିଛି । ଗୁଜରାଟରେ ରାଜପଥ ଗୁଡିକର ବିସ୍ତାର ହୋଇଛି ଏବଂ ଏମ୍ଏସ୍ଏମ୍ଇ ଏହି ରାଜ୍ୟର ଏକ ବଡ ଶକ୍ତି ଭାବରେ ମୁଣ୍ଡ ଟେକିଛି । ଔଷଧ ଉଦ୍ୟୋଗ ମଧ୍ୟ ଗଢ଼ି ଉଠିଛି । ସେ କହିଥିଲେ ଯେ, ସୌରାଷ୍ଟ୍ରର ପରିଚୟ ହେଉଛି ଏଠାକାର ଲୋକ ମାନଙ୍କର ସାହାସୀ ଚରିତ୍ର ।
ତାଙ୍କ ଉପରେ କରା ଯାଇଥିବା ଏକ ବ୍ୟକ୍ତିଗତ ଟିପ୍ପଣୀର ଉତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଦାରିଦ୍ର୍ୟତାକୁ ଜାଣିଛନ୍ତି ଏବଂ ଏହି କଥାକୁ ବୁଝିଛନ୍ତି ଯେ, ପରିବାରର ମହିଳା ମାନେ କିଭଳି ଅସୁସ୍ଥ ହେବା ସତ୍ୱେ କାମ କରି ଚାଲିଥାନ୍ତି ଏବଂ ଚିକିତ୍ସା କରିବା ପ୍ରସଙ୍ଗକୁ ଟାଳି ଦେଇଥାନ୍ତି, ଯେପରି ତାଙ୍କ ପରିବାରକୁ କୌଣସି ଅସୁବିଧା ନ ହୁଏ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଆଜି ଦିଲ୍ଲୀରେ ଆପଣଙ୍କର ଏକ ପୁଅ ଅଛି, ଯିଏ କୌଣସି ମାଆ ଯେପରି ଚିକିତ୍ସା ବିନା ନ ଯାଆନ୍ତି ଯେଭଳି ସୁବିଧାକୁ ସୁନିଶ୍ଚିତ କରିଛି । ସେଥି ପାଇଁ ପିଏମ୍ଜେଏୱାଇ ଯୋଜନା ଆରମ୍ଭ କରା ଯାଇଛି ।” ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନର ଶେଷରେ କହିଥିଲେ ଯେ, ଶସ୍ତା ଔଷଧ ନିମନ୍ତେ ଜନ ଔଷଧି କେନ୍ଦ୍ର ରହିଛି ଏବଂ ସମସ୍ତଙ୍କର ଭଲ ସ୍ୱାସ୍ଥ୍ୟ ନିମନ୍ତେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରା ଯାଉଛି ।
***
SSP
Addressing a programme at Atkot. Watch. https://t.co/NiPfsl6Tq5
— Narendra Modi (@narendramodi) May 28, 2022
Glimpses from the programme in Atkot, Gujarat where a state-of-the-art hospital was inaugurated. In the last few years, Gujarat has made admirable progress in the health sector. pic.twitter.com/3d0WU9zIQy
— Narendra Modi (@narendramodi) May 28, 2022
આજે ગુજરાતમાં સ્વાસ્થ્ય ક્ષેત્રમાં ઉત્તમ કામ થઈ રહ્યુ છે. pic.twitter.com/TJRFcX67dY
— Narendra Modi (@narendramodi) May 28, 2022
2014 પહેલા દિલ્હીમાં એક એવી સરકાર હતી જે ગુજરાતની પ્રગતિને રોકતી હતી. છેલ્લા 8 વર્ષમાં વાત બદલાઈ છે…. pic.twitter.com/yLqAEh0yfv
— Narendra Modi (@narendramodi) May 28, 2022
અભૂતપૂર્વ ગતિ અને અભૂતપૂર્વ સ્કેલ પર ગુજરાતમાં માળખાકીય સુવિધાના ક્ષેત્રમાં કામ થઈ રહ્યુ છે... pic.twitter.com/HfYAiLlSwt
— Narendra Modi (@narendramodi) May 28, 2022
केंद्र में भाजपा के नेतृत्व वाली NDA सरकार ने राष्ट्रसेवा के 8 साल पूरे किए हैं। इस दौरान गरीब की गरिमा सुनिश्चित करने के हमारे कमिटमेंट के कुछ प्रमाण… pic.twitter.com/RMPnia78XX
— Narendra Modi (@narendramodi) May 28, 2022
100 साल के सबसे बड़े संकटकाल में, कोरोना महामारी के इस समय में भी देश ने ये लगातार अनुभव किया है कि गरीबों को सशक्त करने के लिए सरकार कैसे काम कर रही है। pic.twitter.com/2AXZwoPrGC
— Narendra Modi (@narendramodi) May 28, 2022