ମିଆଁମାର ପ୍ରତିରକ୍ଷା ସେବା ମୁଖ୍ୟ ବରିଷ୍ଠ ଜେନେରାଲ ଅଙ୍ଗ ଲାଇଙ୍ଗ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ନିକଟରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବରିଷ୍ଠ ଜେନେରାଲ ଅଭିନନ୍ଦନ ଜଣାଇଥିଲେ । ଗତ କିଛି ବର୍ଷ ମଧ୍ୟରେ ଭାରତରେ ହୋଇଥିବା ଦ୍ରୁତ ପ୍ରଗତି ଏବଂ ପ୍ରତିରକ୍ଷା ଓ ନିରାପତା ସହଯୋଗ କ୍ଷେତ୍ର ସମେତ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଥିବା ଅଭିନବ ସମ୍ପର୍କର ସାମଗ୍ରିକ ଗଭୀରତା ବିଷୟରେ ସେ ଉଲ୍ଲେଖ କରିଥିଲେ ।
ମିଆଁମାର ଗସ୍ତ ସମୟରେ ତାଙ୍କୁ ଦିଆଯାଇଥିବା ଉଦାର ଆତିଥେୟ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନ, ସାମର୍ଥ୍ୟ ବିକାଶ, ପ୍ରତିରକ୍ଷା ସମ୍ପର୍କ ଓ ସାମୁଦ୍ରିକ ସହଯୋଗ ସହିତ ଅର୍ଥନୈତିକ ଏବଂ ବିକାଶ ସହଯୋଗ ବିଷୟରେ ସେ ଉଲ୍ଲେଖ କରିଥିଲେ ।
ମିଆଁମାର ସହିତ ଅଭିନବ ଦ୍ୱିପାକ୍ଷିକ ସହଭାଗୀତାକୁ ଆହୁରି ନିବିଡ଼ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।
**********