ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧ ତାରିଖ ଦ୍ୱିପ୍ରହର ପ୍ରାୟ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘କୃଷି ଏବଂ ଗ୍ରାମୀଣ ସମୃଦ୍ଧି’ ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ଭାଗ ନେବେ । ଏହି ଅବସରରେ ସେ ସଭାକୁ ସମ୍ବୋଧିତ ମଧ୍ୟ କରିବେ ।
ଏହି ୱେବିନାରର ଉଦ୍ଦେଶ୍ୟ ଚଳିତ ବର୍ଷର ବଜେଟ ଘୋଷଣାକୁ ପ୍ରଭାବୀ କାର୍ଯ୍ୟାନ୍ୱୟନର ରଣନୀତି ଉପରେ କେନ୍ଦ୍ରିତ ଚର୍ଚ୍ଚାରେ ପ୍ରମୁଖ ସମ୍ବନ୍ଧିତ ପକ୍ଷଙ୍କୁ ଗୋଟିଏ ମଞ୍ଚକୁ ଆଣିବା । କୃଷି ଏବଂ ଗ୍ରାମୀଣ ସମୃଦ୍ଧି ଉପରେ ଜୋର୍ ଦେବା ସହ ଏହି ଅଧିବେଶନ ବଜେଟ ଦୃଷ୍ଟିକୋଣକୁ କାର୍ଯ୍ୟାନ୍ୱୟନ ଯୋଗ୍ୟ ପରିଣମାରେ ବଦଳାଇବା ପାଇଁ ସହଯୋଗକୁ ବଢ଼ାଇବ । ଏହି ୱେବିନାର ବିଭିନ୍ନ ପ୍ରୟାସକୁ ସଂରକ୍ଷିତ କରି ରଖିବା ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସଞ୍ଚାଳିତ କରିବା ପାଇଁ ଘରୋଇ କ୍ଷେତ୍ରର ବିଶେଷଜ୍ଞ, ଉଦ୍ୟୋଗ ପ୍ରତିନିଧି ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବ ।
SR