ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ସେପ୍ଟେମ୍ବର ୨୫ ପୂର୍ବାହ୍ନ ୧୧ଟା ପାଇଁ ଧାର୍ଯ୍ୟ ମନ୍ କୀ ବାତ୍ର ଆଗାମୀ ସଂସ୍କରଣ ନିମନ୍ତେ ଲୋକମାନଙ୍କଠାରୁ ବିଚାର ଓ ପରାମର୍ଶ ବିନିମୟ ଲାଗି ଆହ୍ୱାନ ଦେଇଛନ୍ତି । ମାଇଁଗଭ, ନମୋ ଆପରେ ବିଚାରଗୁଡ଼ିକ ବିନିମୟ କରାଯାଇ ପାରିବ ଅଥବା ବାର୍ତ୍ତା ରେକର୍ଡ ନିମନ୍ତେ ୧୮୦୦-୧୧-୭୮୦୦ ନମ୍ବରରେ ଡାଏଲ କରିହେବ । ଯେ କୌଣସି ବ୍ୟକ୍ତି ୧୯୨୨ରେ ମିସଡ କଲ୍ ଦେଇପାରିବେ ଏବଂ ଏସଏମଏସରେ ପ୍ରାପ୍ତ ଲିଙ୍କକୁ ଅନୁସରଣ କରି ସିଧାସଳଖ ଭାବେ ପ୍ରଧାନମନ୍ତ୍ରୀଙ୍କୁ ନିଜର ପରାମର୍ଶ ଦେଇପାରିବେ ।
ମାଇଁଗଭ ଆମନ୍ତ୍ରଣକୁ ବିନିମୟ କରି, ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
‘‘ମନ୍ କୀ ବାତ୍ ସାରା ଭାରତରେ ବିବିଧ ପରାମର୍ଶ ଓ ପ୍ରେରଣାମୂଳକ ସାମୂହିକ ପ୍ରଚେଷ୍ଟା ଦ୍ୱାରା ସମୃଦ୍ଧ ହୋଇଛି, ଯାହା କି ଆମ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଛି । ସବୁଥର ଭଳି, ମୁଁ ୨୫ ତାରିଖରେ ହେବାକୁ ଥିବା ଚଳିତମାସର ସଂସ୍କରଣ ନିମନ୍ତେ ଆପଣମାନଙ୍କ ପରାମର୍ଶ ପ୍ରାପ୍ତ କରିବା ପାଇଁ ଉତ୍ସୁକ ।’’
#MannKiBaat is enriched by diverse inputs and inspiring collective efforts across India which have brought positive changes in our society. Like always, I look forward to receiving your inputs for this month’s episode which will take place on the 25th. https://t.co/GZyrY61gpk
— Narendra Modi (@narendramodi) September 12, 2022
SR
#MannKiBaat is enriched by diverse inputs and inspiring collective efforts across India which have brought positive changes in our society. Like always, I look forward to receiving your inputs for this month's episode which will take place on the 25th. https://t.co/GZyrY61gpk
— Narendra Modi (@narendramodi) September 12, 2022