Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ହିତାଧିକାରୀ ଏବଂ ଜନୌଷଧି କେନ୍ଦ୍ରଗୁଡ଼ିକର ଷ୍ଟୋର ମାଲିକମାନଙ୍କ ସହିତ ମତ ବିନିମୟ କରିଥିଲେଜେନେରିକ ଔଷଧର ଉପଯୋଗ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ଏହାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ 7 ମାର୍ଚ୍ଚ, 2019କୁ ଜନୌଷଧି ଦିବସ ଭାବେ ପାଳନ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ।  

ପାଞ୍ଚ ହଜାରରୁ ଅଧିକ ସ୍ଥାନରୁ ହିତାଧିକାରୀ ଏବଂ ଷ୍ଟୋର ମାଲିକମାନଙ୍କ ସହିତ ମତ ବିନିମୟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କମ ମୂଲ୍ୟରେ ଉଚ୍ଚ ମାନର ଔଷଧ ଉପଲବ୍ଧ କରାଇବା ନିମନ୍ତେ ସରକାର ଦୁଇଟି ପ୍ରମୁଖ ପଦକ୍ଷେପ ନେଇଛନ୍ତିପ୍ରଥମତଃ, 850ଟି ଜରୁରି ଔଷଧର ମୂଲ୍ୟ ନିୟନ୍ତ୍ରଣ କରାଯାଇଛି ଏବଂ ହୃତପିଣ୍ଡ ଷ୍ଟେଂଟ ଆଣ୍ଠୁ ଅସ୍ତ୍ରୋପଚାର ସରଞ୍ଜାମ ମୂଲ୍ୟ ହ୍ରାସ କରାଯାଇଛିଦ୍ୱିତୀୟତଃ, ଦେଶବ୍ୟାପୀ ସଂଖ୍ୟାଧିକ ଜନୌଷଧି କେନ୍ଦ୍ର ଆରମ୍ଭ କରାଯାଇଛିଏସବୁ ପଦକ୍ଷେପ କେବଳ ଗରିବମାନଙ୍କୁ ନୁହେଁ, ବରଂ ମଧ୍ୟମବର୍ଗଙ୍କୁ ଲାଭାନ୍ୱିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନୌଷଧି କେନ୍ଦ୍ରଗୁଡ଼ିକରେ ବଜାର ଦର ତୁଳନାରେ 50ରୁ 90 ପ୍ରତିଶତ କମ ମୂଲ୍ୟରେ ଔଷଧ ମିଳିପାରୁଛିଗତ ସାଢ଼େ ଚାରି ବର୍ଷ ମଧ୍ୟରେ 5 ହଜାରରୁ ଅଧିକ ଜନୌଷଧି କେନ୍ଦ୍ର ଖୋଲାଯାଇଥିବା ସେ ଉଲ୍ଲେଖ କରିଥିଲେଏହି କେନ୍ଦ୍ରଗୁଡ଼ିକ କେବଳ ଉନ୍ନତମାନର ଔଷଧ ଯୋଗାଇ ଦେଉନାହାନ୍ତି ବରଂ ଆତ୍ମନିଯୁକ୍ତି ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମଗ୍ରୀକ ପରିବର୍ତ୍ତନ ଆଣିବା ଲାଗି ସଂକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଆଭିମୁଖ୍ୟ ହେଉଛି ଶୂନ୍ୟତା ନୁହେଁକେବଳ ସମାଧାନ  ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ସମସ୍ତ ଅଂଶୀଦାର ଏହି କ୍ଷେତ୍ରକୁ ପରିବର୍ତ୍ତିତ କରିବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେସେ କହିଥିଲେ ଯେ ଗତ ସାଢ଼େ ଚାରି ବର୍ଷ ମଧ୍ୟରେ 15ଟି ନୂଆ ଏମ୍ସ ଖୋଲାଯାଇଛି କିମ୍ବା ନିର୍ମାଣାଧୀନ ରହିଛିଏଥିସହିତ ମେଡ଼ିକାଲ କ୍ଷେତ୍ରରେ 31 ହଜାର ଏମବିବିଏସ ସ୍ନାତ୍ତୋକୋତର ଡାକ୍ତରୀ ସିଟ ବୃଦ୍ଧି କରାଯାଇଛି

ପ୍ରଧାନମନ୍ତ୍ରୀଙ୍କ ସହିତ ମତ ବିନିମୟ କରି, ଜନୌଷଧି କେନ୍ଦ୍ରରେ ଉନ୍ନତ ମାନର ଔଷଧ ଉପଲବ୍ଧ ହେଉଥିବା ନେଇ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଥିଲେହିତାଧିକାରୀମାନେ ଉଲ୍ଲେଖ କରିଥିଲେ ଯେ ଔଷଧଗୁଡ଼ିକର କମ ମୂଲ୍ୟ କାରଣରୁ ସେମାନେ ଉପଯୁକ୍ତ ଚିକିତ୍ସା ପାଇବା ସହିତ ଅର୍ଥ ସଂଚୟ କରିବାରେ ସକ୍ଷମ ହେଉଛନ୍ତି