Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ବୟୋ ବନ୍ଦନ ଯୋଜନା ଅନ୍ତର୍ଗତ ବରିଷ୍ଠ ନାଗରିକମାନଙ୍କ ପାଇଁ ନିବେଶ ସୀମା 7.5 ଲକ୍ଷରୁ 15 ଲକ୍ଷ ଟଙ୍କାକୁ ବୃଦ୍ଧି


ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ସଂକଳ୍ପର ପ୍ରତିଫଳନ ସ୍ୱରୂପ ପ୍ରଧାନମନ୍ତ୍ରୀ ବୟୋ ବନ୍ଦନ ଯୋଜନା (ପିଏମଭିଭିୱାଇ) ଅନ୍ତର୍ଗତ ବରିଷ୍ଠ ନାଗରିକମାନଙ୍କ ପାଇଁ ନିବେଶ ସୀମା 7.5 ଲକ୍ଷରୁ 15 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଏଥିସହିତ ପିଏମଭିଭିୱାଇ ଅଧୀନରେ ଗ୍ରାହକ ହେବାର ସମୟ ସୀମା 4 ମେ, 2018ରୁ ବଢ଼ାଯାଇ 31 ମାର୍ଚ୍ଚ, 2020 କରିଦିଆଯାଇଛି ।

ଆହୁରି ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବାର ପ୍ରୟାସ କ୍ରମେ ସଂଶୋଧିତ ପିଏମଭିଭିୱାଇ ଅନ୍ତର୍ଗତ ପ୍ରତ୍ୟେକ ପରିବାର ପାଇଁ ବର୍ତ୍ତମାନର ନିବେଶ ସୀମା 7.5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇ 15 ଲକ୍ଷ ଟଙ୍କା କରିଦିଆଯାଇଛି । ଏହାଦ୍ୱାରା ବରିଷ୍ଠ ନାଗରିକମାନଙ୍କୁ ଅଧିକ ସାମାଜିକ ସୁରକ୍ଷା କବଚ ମିଳିପାରିବ । ଏହା ବରିଷ୍ଠ ନାଗରିକଙ୍କ ପାଇଁ ମାସିକ 10 ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ସୁନିଶ୍ଚିତ କରିପାରିବ ।

ମାର୍ଚ୍ଚ 2018 ସୁଦ୍ଧା ସର୍ବମୋଟ 2.23 ଲକ୍ଷ ବରିଷ୍ଠ ନାଗରିକ ପିଏମଭିଭିୱାଇ ଦ୍ୱାରା ଲାଭାନ୍ୱିତ ହୋଇସାରିଛନ୍ତି । ପୂର୍ବରୁ ବରିଷ୍ଠ ପେନସନ ବୀମା ଯୋଜନା 2014 ଦ୍ୱାରା ମୋଟ 3.11 ଲକ୍ଷ ବରିଷ୍ଠ ନାଗରିକ ଲାଭାନ୍ୱିତ ହୋଇଥିଲେ ।

***