Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫବିୱାଇ) ଓ ପୁନର୍ଗଠିତ ପାଣିପାଗ ଭିତ୍ତିକ ଶସ୍ୟ ବୀମା ସ୍କିମ୍ (ଆରଡବ୍ଲ୍ୟୁବିସିଆଇଏସ)ରେ ସୁଧାରକୁ କ୍ୟାବିନେଟ୍ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଶସ୍ୟ ବୀମା ସ୍କିମ ଗୁଡ଼ିକରେ ରହୁଥିବା ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (FMFBY) ଓ ପୁନର୍ଗଠିତ ପାଣିପାଗ ଭିତ୍ତିକ ଶସ୍ୟ ବୀମା ସ୍କିମ୍ (RWBCIS)ରେ ସୁଧାର ଆଣିବା ପ୍ରସ୍ତାବକୁ ଅନୁମୋଦନ କରିଛି ।

ବର୍ତ୍ତମାନ ଚାଲୁଥିବା ପିଏମଏଫବିୱାଇ ଓ ଆରଡବ୍ଲ୍ୟୁବିସିଆଇଏସ ସ୍କିମରେ କେତେକ ନିର୍ଦ୍ଦଷ୍ଟ ମାନଦଣ୍ଡ ଓ ଧାରାରେ ପରିବର୍ତ୍ତନ ଆଣିବାକୁ ଏଥିରେ ନିମ୍ନଲିଖିତ ପ୍ରସ୍ତାବ ଦିଆଯାଇଛି ।

a. ବୀମା କମ୍ପାନିଙ୍କୁ 3 ବର୍ଷ ପାଇଁ (ଉଭୟ PMFBY/RWBCIS) ବ୍ୟବସାୟ ଆବଣ୍ଟନ କରାଯିବ ।

b. ଫାଇନାନ୍ସର ପରିମାଣ ବା ଆନୁମାନିକ ହାରାହାରି ଅମଳ (NAY)ର ଜିଲ୍ଲାସ୍ତରୀୟ ମୂଲ୍ୟ ବାଛିବାର ବିକଳ୍ପ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦିଆଯିବ । ଏନ୍ଏୱାଇ ହେଉଛି କୌଣସି ଜିଲ୍ଲାର ଶସ୍ୟ (ଉଭୟ PMFBY/RWBCIS) ବୀମାଭୁକ୍ତ ସର୍ବନିମ୍ନ ସହାୟତା ମୂଲ୍ୟ (MSP) । ଏମ୍ଏସପି ଘୋଷଣା ହୋଇ ନଥିବା ଅନ୍ୟ ଶସ୍ୟ ପାଇଁ କୃଷିଜାତର ବଜାର ମୂଲ୍ୟକୁ ବିଚାରକୁ ନିଆଯିବ ।

C. PMFBY/RWBCIS ଅଧୀନରେ କେନ୍ଦ୍ରୀୟ ସବସିଡି ପାଇଁ ପ୍ରିମିୟମ ହାରକୁ ଅଣ-ଜଳସେଚିତ ଅଞ୍ଚଳର 30% ଓ ଜଳସେଚିତ ଅଞ୍ଚଳର 25%ରେ ସୀମିତ ରଖାଯିବ । 50%ରୁ ଅଧିକ ଜଳସେଚିତ ଅଞ୍ଚଳ ଥିବା ଜିଲ୍ଲାକୁ ଜଳସେଚିତ ଅଞ୍ଚଳ/ଜିଲ୍ଲା ଭାବେ ବିଚାର କରାଯିବ (ଉଭୟ PMFBY/RWBCIS) ।

d. ପ୍ରତିବନ୍ଧକ ଚାଷ, ସ୍ଥାନୀୟ ବିପର୍ୟ୍ୟୟ, ମଧ୍ୟବର୍ତ୍ତୀ ପ୍ରତିକୂଳ ଓ ଅମଳ ପରବର୍ତ୍ତୀ କ୍ଷତି ଆଦି ରିସ୍କ କଭର/ବୈଶିଷ୍ଟ୍ୟ ବିକଳ୍ପ ସହ ସ୍କିମ୍ କାର୍ଯ୍ୟକାରୀ କରିବାର ନମନିୟତା ରାଜ୍ୟଗୁଡ଼ିକ ନିକଟରେ ରହିବ । ପୁନଶ୍ଚ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପିଏମ୍ଏଫବିୱାଇ ଅଧୀନରେ କୁଆପଥର ମାଡ଼ ଭଳି ସିଙ୍ଗଲ ରିସ୍କ ପାଇଁ ମଧ୍ୟ ବୀମା କଭର ସୁବିଧା ପ୍ରଦାନ କରିପାରିବେ ।

e. ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରାଜ୍ୟଗୁଡ଼ିକ ବୀମା କମ୍ପାନିଙ୍କୁ ଲଗାତର ଏକାଧିକ ଋତୁରେ ଆବଶ୍ୟକ ପ୍ରିମିୟମ ପ୍ରଦାନରେ ବିଳମ୍ବ କଲେ, ସେମାନଙ୍କୁ ସ୍କିମ୍ କାର୍ଯ୍ୟକାରୀ ପାଇଁ ଅନୁମତି ମିଳିବ ନାହିଁ । ଏହି ବ୍ୟବସ୍ଥା ପାଇଁ ଖରିଫ୍ ଓ ରବି ଋତୁର କଟ୍-ଅଫ୍ ତାରିଖ ଯଥାକ୍ରମେ 31 ମାର୍ଚ୍ଚ ଓ 30 ସେପ୍ଟେମ୍ବର ରହିବ (ଉଭୟ PMFBY/RWBCIS) ।

f. ଶସ୍ୟ କ୍ଷତି/ବିଚାରଯୋଗ୍ୟ କ୍ଲେମ୍ ଆକଳନ ପାଇଁ ପାଣିପାଗ ସୂଚକାଙ୍କ, ସାଟେଲାଇଟ୍ ସୂଚକାଙ୍କ ଇତ୍ୟାଦି ମାନଦଣ୍ଡ ଦ୍ୱାରା ନିର୍ଦ୍ଦିଷ୍ଟ ନିର୍ଦ୍ଧାରିତ ଡେଭିଏସନ୍ ମ୍ୟାଟ୍ରିକ୍ସ ବ୍ୟବହାର କରାଯାଇ 2-ଷ୍ଟେପ୍ ପ୍ରକ୍ରିୟାର ଗ୍ରହଣ କରାଯିବ । ଅମଳ କ୍ଷତି (ପିଏମ୍ଏଫବିୱାଇ) ଆକଳନ ପାଇଁ ଶସ୍ୟ କଟା ଅଭିଜ୍ଞତା (CCE)କୁ ବ୍ୟବହାର କରାଯିବ ।

g. ସିସିଇ ବେଳେ ସ୍ମାର୍ଟ ସାମ୍ପଲିଂ ଟେକ୍ନିକ୍ (ଏସ୍ଏସଟି) ଭଳି ଟେକ୍ନୋଲୋଜି ସଲ୍ୟୁସନ୍ ଓ ସିସିଇ ସଂଖ୍ୟା ଅନୁକୂଳତାକୁ ଗ୍ରହଣ କରାଯିବ ।

h. ଯଦି ରାଜ୍ୟ ସରକାର କଟ୍-ଅଫ୍ ତାରିଖ ସୁଦ୍ଧା ବୀମା କମ୍ପାନିଙ୍କୁ ଅମଳ ତଥ୍ୟ ପ୍ରଦାନରେ ବିଫଳ ହେବେ, ତେବେ ଟେକ୍ନୋଲୋଜି ସଲ୍ୟୁସନ୍ ବ୍ୟବହାର ଜରିଆରେ ମିଳିବାକୁ ଥିବା ଅମଳ ତଥ୍ୟ ଆଧାରରେ କ୍ଲେମ୍ ସେଟେଲ୍ ହେବ (କେବଳ ପିଏମ୍ଏଫବିୱାଇ) ।

i. ସମସ୍ତ ଚାଷୀଙ୍କ ପାଇଁ ସ୍କିମ୍ ଅଧୀନରେ ପଞ୍ଜୀକରଣ ସ୍ୱେଚ୍ଛାକୃତ ରହିବ । (ଉଭୟ PMFBY/RWBCIS)

j. ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ପ୍ରିମିୟମ ସବସିଡିରେ କେନ୍ଦ୍ରୀୟ ସେୟାରକୁ ପୂର୍ବର 50:50 ସେୟାର ପାଟର୍ନକୁ 90%କୁ ବଢ଼ାଯିବ । (ଉଭୟ PMFBY/RWBCIS)

k. ସ୍କିମ୍ ପାଇଁ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ମୋଟ ଆବଣ୍ଟନର ଅତିକମରେ 3% ପାଣ୍ଠି ଭାରତ ସରକାର ଓ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସରକାର ବ୍ୟବସ୍ଥା କରିବେ । ପ୍ରତି ରାଜ୍ୟ ପାଇଁ ଏହାର ସର୍ବୋଚ୍ଚ ସୀମା DAC&FW ନିର୍ଦ୍ଧାରଣ କରିବେ । (ଉଭୟ PMFBY/RWBCIS)

l. ଏସବୁ ବ୍ୟତୀତ କୃଷି, ସମବାୟ ଓ କୃଷକ ମଙ୍ଗଳ ବିଭାଗ ଅନ୍ୟ ଅଂଶୀଦାର/ଏଜେନ୍ସି ସହ ଆଲୋଚନା କରି ଉଚ୍ଚା ପ୍ରିମିୟମ ଥିବା ଅଞ୍ଚଳର ଶସ୍ୟ ପାଇଁ ରାଜ୍ୟ ସ୍ୱତନ୍ତ୍ର ବିକଳ୍ପ ରିସ୍କ ପ୍ରଶମନ ବିକଳ୍ପ ପ୍ରସ୍ତୁତ ଓ ବିକାଶ କରିବେ । ପୁନଶ୍ଚ ଏହି ସ୍କିମ୍ ସବୁ ଚାଷୀଙ୍କ ପାଇଁ ସ୍ୱେଚ୍ଛାକୃତ ରଖାଯାଇଛି, ଫଳରେ ନିମ୍ନ ଆୟ ଯୋଗୁ ଦେଶର 29ଟି ଦ୍ୱିଗୁଣା ଚାପଗ୍ରସ୍ତ ଜିଲ୍ଲା ସମେତ 151ଟି ଜଳ ସଙ୍କଟ ଜିଲ୍ଲାରେ ଚାଷୀମାନଙ୍କୁ ଶସ୍ୟ ବୀମା ଜରିଆରେ ଦକ୍ଷ ରିସ୍କ ପ୍ରଶମନ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ ଏବଂ ମରୁଡ଼ି ପାଇଁ ଏକ ସ୍ୱତନ୍ତ୍ର ସ୍କିମ୍ ପ୍ରସ୍ତୁତ କରାଯିବ ।

m. ସ୍କିମରେ ବ୍ୟବସ୍ଥା ଓ ମାନଦଣ୍ଡ ଏବଂ ପିଏମ୍ଏଫବିୱାଇ ଓ ଆରଡବ୍ଲ୍ୟୁବିସିଆଇଏସର ପରିଚାଳନା ନିୟମାବଳୀରେ ଉପରୋକ୍ତ ସଂଶୋଧନ ଅଣାଯିବ ଏବଂ 2020 ଖରିଫ୍ ଋତୁରୁ ଲାଗୁ କରାଯିବ ।