ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବନ୍ଧୁବତ୍ସଳ କତରବାସୀଙ୍କୁ ଇଦ-ଉଲ-ଫିତର ଶୁଭେଚ୍ଛା ଜଣାଇବା ପାଇଁ କତର ଅମୀର ମହାମହିମ ଶେଖ ତମିମ ବିନ ହମଦ ଅଲ-ଥାନିଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।
କୋଭିଡ-19 ମହାମାରୀ ସମୟରେ କତରରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ଦିଗରେ ମହାମହିମ ଅମୀରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ଲାଗି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ପ୍ରତିବଦଳରେ ମହାମହିମ ଅମୀର ମଧ୍ୟ କତରରେ ଭାରତୀୟଙ୍କ ଅବଦାନ ବିଶେଷ କରି ସ୍ୱାସ୍ଥ୍ୟ କର୍ମୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।
ବର୍ତ୍ତମାନର ପରିସ୍ଥିତିରେ ଭାରତରୁ କତରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେପରି କୌଣସି ବ୍ୟାଘାତ ନହୁଏ ସେଥିପାଇଁ ଭାରତୀୟ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ଦୃଷ୍ଟି ଦେଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।
ମହାମହିମ ଅମୀରଙ୍କ ଆଗାମୀ 40ତମ ଜନ୍ମଦିନ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତା ପାଇଁ କାମନା କରିଥିଲେ ।
Conveyed warm greetings for Eid to His Highness @TamimBinHamad and the people of Qatar. Appreciated His Highness's personal attention to the welfare of Indians in Qatar, including for their return to India under Vande Bharat Mission.
— Narendra Modi (@narendramodi) May 26, 2020