ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରିଆ ରାଷ୍ଟ୍ରପତି ମହାମହିମ ଡଃ ଆଲେକ୍ଜାଣ୍ଡର ଭାନ ଡର ବେଲେନଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଘୂର୍ଣ୍ଣିବାତ୍ୟା ଅମ୍ଫନ ଦ୍ୱାରା ଭାରତରେ ହୋଇଥିବା କ୍ଷୟକ୍ଷତି ନେଇ ଅଷ୍ଟ୍ରିଆ ରାଷ୍ଟ୍ରପତି ସମବେଦନା ଜଣାଇଥିଲେ । କୋଭିଡ-19 ମହାମାରୀର ଯୋଗୁଁ ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ଦେଖାଦେଇଥିବା ପ୍ରତିକୂଳ ପ୍ରଭାବକୁ ପରିଚାଳନା କରିବା ଦିଗରେ ଉଭୟ ଦେଶରେ ନିଆଯାଇଥିବା ପଦକ୍ଷେପ ଉପରେ ଦୁଇନେତା ମତ ବିନିମୟ କରିଥିଲେ । ବର୍ତ୍ତମାନର ଆହ୍ଵାନକୁ ମୁକାବିଲା କରିବା ଲାଗି ସେମାନେ ଅନ୍ତର୍ଜାତୀୟ ସହଯୋଗ ଉପରେ ଗୁରୁତ୍ଵାରୋପ କରିଥିଲେ ।
କୋଭିଡ ପରବର୍ତ୍ତୀ ସମୟରେ ଭାରତ-ଅଷ୍ଟ୍ରିଆ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଉଭୟ ନେତା ସେମାନଙ୍କର ସହଭାଗୀ ଇଚ୍ଛାକୁ ଦୋହରାଇଥିଲେ । ଭିତ୍ତିଭୂମି, ପ୍ରଯୁକ୍ତି, ଗବେଷଣା, ନବସୃଜନ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ରହିଥିବା ଉନ୍ନତ ସହଯୋଗର ସୁଯୋଗକୁ ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ ।
ବର୍ତ୍ତମାନର ସ୍ୱାସ୍ଥ୍ୟ ସଙ୍କଟକୁ ବିଶ୍ୱ ଶୀଘ୍ର ଦୂର କରିବ, ଯାହାଫଳରେ ପରିବେଶର ସ୍ୱାସ୍ଥ୍ୟ ଭଳି ଦୀର୍ଘମିଆଦୀ ଚିନ୍ତାଧାରା ଉପରେ ଧ୍ୟାନ ଦେଇ ହେବ ବୋଲି ଦୁଇ ନେତା ଆଶା ପ୍ରକଟ କରିଥିଲେ ।
Had a good discussion with President @vanderbellen about the measures adopted by India and Austria to respond to COVID-19. We agreed on the potential to expand India-Austia cooperation in many areas, as both our countries prepare for the post-COVID world.
— Narendra Modi (@narendramodi) May 26, 2020