Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତେ ଅଲ-ସିସିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ


ଆଜି ଏକ ଟେଲିଫୋନ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ-ଉଲ-ଫିତର ପାଇଁ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତେ ଅଲ-ସିସି ଏବଂ ଇଜିପ୍ଟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅଭିନନ୍ଦନ ଗ୍ରହଣ କରିବା ବେଳେ ଇଜିପ୍ଟ ଏବଂ ଭାରତକୁ ବିଶ୍ୱର ସର୍ବ ପୁରାତନ ସଭ୍ୟତା ବୋଲି ଇଜିପ୍ଟ ରାଷ୍ଟ୍ରପତି କହିଥିଲେ । ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଖୁସି ବ୍ୟକ୍ତ କରିଥିଲେ ।

କୋଭିଡ-19 ସଙ୍କଟ ସମୟରେ ଇଜିପ୍ଟରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ତଥା ସେମାନଙ୍କ କଲ୍ୟାଣ ପାଇଁ ଇଜିପ୍ଟ କର୍ତ୍ତୃପକ୍ଷଙ୍କ ସହାୟତା ଲାଗି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ ।

କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଇଜିପ୍ଟ ଗସ୍ତକୁ ସ୍ଥଗିତ ରଖିବା ବିଷୟ ଉଲ୍ଲେଖ କରିବା ସହିତ ପରିସ୍ଥିତି ଅନୁକୂଳ ହେବା ମାତ୍ରେ ରାଷ୍ଟ୍ରପତି ସିସିଙ୍କୁ ଭେଟିବାର ଇଚ୍ଛା ପ୍ରକାଶ କରିଥିଲେ ।