ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଦୁଇ ନେତା ଭାରତ ଏବଂ ୟୁରୋପୀୟ ସଂଘରେ ଉପୁଜିଥିବା କୋଭିଡ-19 ମହାମାରୀର ପରିସ୍ଥିତି ଏବଂ ପ୍ରତିକ୍ରିୟା ଉପରେ ଆଲୋଚନା କରିଥିଲେ । ମହାମାରୀକୁ ସାମନା କରିବା ଲାଗି ଅତ୍ୟାବଶ୍ୟକ ଫାର୍ମାସ୍ୟୁଟିକାଲ ଦ୍ରବ୍ୟର ଯୋଗାଣ ନିଶ୍ଚିତ କରିବା ନେଇ ପାରସ୍ପରିକ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ ।
ନେତାଦ୍ୱୟ କୋଭିଡ-19 ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଦେଖାଦେଇଥିବା ଜଟିଳ ପରିସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ପାଇଁ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ସମନ୍ୱୟର ଗୁରୁତ୍ୱକୁ ଜରୁରି ମନେକରିଥିଲେ ।
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ରଣନୈତିକ ଭାଗିଦାରୀକୁ ମଜବୁତ କରିବାକୁ ଉଭୟେ ସେମାନଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥିଲେ । ପରବର୍ତ୍ତୀ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ବୈଠକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ପ୍ରସ୍ତୁତ କରିବାକୁ ଉଭୟ ଦେଶର ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ ।
କୋଭିଡ-19 ସଙ୍କଟର ମୁକାବିଲା ଲାଗି ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ।
Had an excellent discussion with @eucopresident H.E. Charles Michel on how India and Europe can cooperate during the COVID-19 crisis for protecting global health and contributing to global economic recovery.
— Narendra Modi (@narendramodi) May 7, 2020
The India-EU partnership has tremendous potential in many areas, including scientific research & innovation.
— Narendra Modi (@narendramodi) May 7, 2020