ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଥିଓପିଆ ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ଆବି ଅହମ୍ମଦ ଅଲିଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ।
ଭାରତ ଏବଂ ଇଥିଓପିଆର ଘନିଷ୍ଠ ସମ୍ପର୍କ ଓ ଦୁଇ ଦେଶ ମଧ୍ୟରେ ଥିବା ଉନ୍ନତ ଭାଗିଦାରୀକୁ ପ୍ରଧାନମନ୍ତ୍ରୀ ସ୍ମରଣ କରାଇଥିଲେ ।
ଦୁଇ ନେତା କୋଭିଡ-19 ମହାମାରୀ ଦ୍ଵାରା ଦେଖାଦେଇଥିବା ଘରୋଇ, ଆଞ୍ଚଳିକ ତଥା ବିଶ୍ଵ ସ୍ତରୀୟ ଆହ୍ୱାନଗୁଡିକ ଉପରେ ଆଲୋଚନା କରିଥିଲେ ଏବଂ ସ୍ୱାସ୍ଥ୍ୟ ସଙ୍କଟ କାଳରେ ପରସ୍ପର ସହ ସଂହତି ପ୍ରକାଶ କରିଥିଲେ ।
ଅତ୍ୟାବଶ୍ୟକ ଔଷଧ ଯୋଗାଣ ତଥା ମହାମାରୀରେ ଦେଖାଦେଇଥିବା ଆର୍ଥିକ ସଙ୍କଟକୁ ସୁଧାରିବା ଲାଗି ଇଥିଓପିଆକୁ ଭାରତର ସମସ୍ତ ସହାୟତା ପ୍ରଦାନ କରିବା ନେଇ ଡକ୍ଟର ଆବି ଅହମ୍ମଦ ଅଲିଙ୍କୁ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିଥିଲେ ।
ପ୍ରଧାନମନ୍ତ୍ରୀ ଭାରତ ବାସୀ ଏବଂ ନିଜ ତରଫରୁ କୋଭିଡ-19 ବିରୋଧୀ ଲଢେଇରେ ଇଥିଓପିଆବାସୀଙ୍କ ସଫଳତା କାମନା କରିଥିଲେ ।
Spoke to PM Dr. Abiy Ahmed Ali. We discussed the COVID-19 situation. India stands in solidarity with our friends in Ethiopia as well as other countries in Africa, and will be a reliable partner to provide essential medical supplies and other assistance to handle the crisis.
— Narendra Modi (@narendramodi) May 6, 2020