Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ରାଜ୍ୟଗୋଷ୍ଠୀର ପ୍ରଧାନମନ୍ତ୍ରୀ ଏଚ.ଇ ସ୍କଟ ମୋରିସନଙ୍କ ସହିତ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ।
ଉଭୟ ନେତା ସାଂପ୍ରତିକ କୋଭିଡ-19 ମହାମାରୀର ମୁକାବିଲା ନେଇ ଦୁଇ ଦେଶର ନିଜସ୍ୱ ପ୍ରସ୍ତୁତି ଏବଂ ନିଜ ନିଜ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ରଣନୀତିକ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ଦୁଇନେତା ବର୍ତ୍ତମାନର ସ୍ୱାସ୍ଥ୍ୟ ସଂକଟ ସମୟରେ ଦ୍ୱିପାକ୍ଷିକ ସହଯୋଗ ଏବଂ ଗବେଷଣାରୁ ମିଳୁଥିବା ଅଭିଜ୍ଞତାର ମିଳିତ ଆଦାନ ପ୍ରଦାନର ଗୁରୁତ୍ୱ ଉପରେ ସହମତି ବ୍ୟକ୍ତ କରିଥିଲେ ।

ଯାତ୍ରା କଟକଣା ଯୋଗୁଁ ଭାରତରେ ଫସି ରହିଥିବା ଅଷ୍ଟ୍ରେଲିଆ ନାଗରିକଙ୍କୁ ଆବଶ୍ୟକ ସୁବିଧା ଓ ସହାୟତା ପ୍ରଦାନ କରିବା ପାଇଁ ଭାରତ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଏଚ.ଇ ମୋରିସନ ଆଶ୍ୱାସନା ଦେଇ କହିଥିଲେ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ସମୁଦାୟଙ୍କ ସମେତ ଭାରତୀୟ ଛାତ୍ରମାନଙ୍କୁ ଅଷ୍ଟ୍ରେଲିଆ ସମାଜର ଜୀବନ୍ତ ଓ ମୂଲ୍ୟବାନ ଅଂଶ ଭାବେ ଗୁରୁତ୍ୱ ଦିଆଯିବ । ଦୁଇ ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଭାରତ- ଅଷ୍ଟ୍ରେଲିଆ ଭାଗିଦାରୀର ବ୍ୟାପକ ଗୁରୁତ୍ୱ ଉପରେ ଏବଂ ସଂପ୍ରତି ଦେଖାଦେଇଥିବା ସ୍ୱାସ୍ଥ୍ୟ ସଂକଟ ପ୍ରତି ସତର୍କ ରହିବା ସହ ଧ୍ୟାନ କେନ୍ଦ୍ରିତ କରିବାକୁ ମହମତି ପ୍ରକାଶ କରିଥିଲେ ।