ନୂଆଦିଲ୍ଲୀର ସାଇ ଇନ୍ଦିରା ଗାନ୍ଧୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ନଭେମ୍ବର ୧୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବୋଡ଼ୋ ଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ମଧ୍ୟ ଦେବେ ।
ଏହି ଦୁଇ ଦିନିଆ ମହୋତ୍ସବ ନଭେମ୍ବର ୧୫ ଓ ୧୬ ତାରିଖରେ ଆୟୋଜନ କରାଯିବ । ଏକ ଉତ୍ସାହୀ ବୋଡ଼ୋ ସମାଜ ଗଠନ ପାଇଁ ଏବଂ ଶାନ୍ତି ରକ୍ଷା ନିମନ୍ତେ ଭାଷା, ସାହିତ୍ୟ ଓ ସଂସ୍କୃତିର ଏହା ମେଗା ମହୋତ୍ସବ । ମହୋତ୍ସବର ଉଦ୍ଦେଶ୍ୟ କେବଳ ବୋଡ଼ୋଲ୍ୟାଣ୍ଡ ନୁହେଁ, ବରଂ ଆସାମ, ପଶ୍ଚିମବଙ୍ଗ, ନେପାଳ ଏବଂ ଉତ୍ତର–ପୂର୍ବର ଆନ୍ତର୍ଜାତିକ ସୀମାବର୍ତ୍ତୀ ଇଲାକାରେ ରହୁଥିବା ବୋଡ଼ୋ ମାନଙ୍କୁ ଏକୀକୃତ କରିବା । ମହୋତ୍ସବର ବିଷୟବସ୍ତୁ ‘ସମୃଦ୍ଧ ଭାରତ ପାଇଁ ଶାନ୍ତି ଏବଂ ସଦଭାବ’ । ଏଥିରେ ବୋଡ଼ୋ ସମୁଦାୟଙ୍କ ସହିତ ବୋଡ଼ୋଲ୍ୟାଣ୍ଡ ପ୍ରାଦେଶିକ କ୍ଷେତ୍ର (ବିଟିଆର)ରେ ରହୁଥିବା ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ସମୃଦ୍ଧ ସଂସ୍କୃତି, ଶିକ୍ଷା ଏବଂ ଭାଷା ଉପରେ ମଧ୍ୟ ଫୋକସ୍ କରାଯିବ । ଏହାର ଉଦ୍ଦେଶ୍ୟ ବୋଡ଼ୋଲ୍ୟାଣ୍ଡର ସାସ୍କୃତିକ ଏବଂ ଭାଷା ଐତିହ୍ୟ ପରିସ୍ଥିତିକ ଜୈବ ବିବିଧତା ଏବଂ ପର୍ଯ୍ୟଟନ ସ୍ଥଳର ଉପଯୁକ୍ତ ଲାଭ ଉଠାଇବା ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗତିଶୀଳ ନେତୃତ୍ୱରେ ୨୦୨୦ ମସିହାରେ ବୋଡ଼ୋଲ୍ୟାଣ୍ଡ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ପରଠାରୁ ମିଳିଥିବା ଉତ୍ସାହଭରା ଉପଲବ୍ôଧର ଉତ୍ସବ ମନାଯିବ । ଏହି ଶାନ୍ତି ଚୁକ୍ତିନାମା ବିଗତ କେଇ ଦଶନ୍ଧି ଧରି ବୋଡ଼ୋଲ୍ୟାଣ୍ଡରେ ଚାଲି ଆସୁଥିବା ସଂଘର୍ଷ, ହିଂସା ଏବଂ ଜୀବନହାନୀରୁ ମୁକ୍ତି ଦେବା ସହ ଅନ୍ୟାନ୍ୟ ଶାନ୍ତି ଚୁକ୍ତିନାମା ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ହୋଇଥିଲା ।
ଭାରତୀୟ ଐତିହ୍ୟ ଏବଂ ପରମ୍ପରାରେ ଯୋଗଦାନ ଦେଉଥିବା ‘ସମୃଦ୍ଧ ବୋଡ଼ୋ ସଂସ୍କୃତି, ପରମ୍ପରା ଏବଂ ସାହିତ୍ୟ’ ଉପରେ ଆୟୋଜିତ ଅଧିବେଶନ ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ । ଏଥିରେ ସମୃଦ୍ଧ ବୋଡ଼ୋ ସଂସ୍କୃତି,ପରମ୍ପରା, ଭାଷା ଏବଂ ସାହିତ୍ୟ ଉପରେ ବିଚାରବିମର୍ଷ କରାଯିବ । ଅନ୍ୟ ଏକ ଅଧିବେଶନରେ ‘ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ମାତୃଭାଷା ମାଧ୍ୟମରେ ଶିକ୍ଷା ପାଇଁ ଆହ୍ୱାନ ଓ ଅବସର’ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ । ବୋଡ଼ୋଲ୍ୟାଣ୍ଡ କ୍ଷେତ୍ରର ସଂସ୍କୃତି ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସଂସ୍କୃତି ତଥା ପର୍ଯ୍ୟଟନ ମାଧ୍ୟମରେ ‘ସ୍ଥ୍ାନୀୟ ସାଂସ୍କୃତିକ ବୈଠକ’ ଏବଂ ‘ଉତ୍ସାହୀ ବୋଡ଼ୋଲ୍ୟାଣ୍ଡ’ର ନିର୍ମାଣ ଉପରେ ବିଷୟଗତ ଆଲୋଚନା ମଧ୍ୟ ଏକ ଅଧିବେଶନରେ କରାଯିବ ।
ଏହି ମହୋତ୍ସବରେ ବୋଡ଼ୋଲ୍ୟାଣ୍ଡ କ୍ଷେତ୍ର, ଆସାମ,ପଶ୍ଚିମବଙ୍ଗ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ଭାରତର ଅନ୍ୟାନ୍ୟ କ୍ଷେତ୍ର, ଓ ନେପାଳ, ଭୁଟାନରୁ ୫ ହଜାରରୁ ଅଧିକ ଭାଷାବିତ୍ ସଂସ୍କୃତିପ୍ରେମୀ ଏବଂ କଳାପ୍ରେମୀ ସାମିଲ ହେବେ ।
SR