ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଆଗାମୀ ଆମେରିକା ଗସ୍ତ ନିମନ୍ତେ ସମର୍ଥନ ଏବଂ ଉତ୍ସାହ ପାଇଁ ଆମେରିକା କଂଗ୍ରେସ ସଦସ୍ୟଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘କଂଗ୍ରେସ ସଦସ୍ୟଙ୍କ ସମେତ ବିଭିନ୍ନ ବର୍ଗ ତଥା ବିଚାରଧାରାର ନେତା ଏବଂ ଅନ୍ୟମାନେ ମୋର ଆଗାମୀ ଆମେରିକା ଗସ୍ତ ପାଇଁ ଉତ୍ସାହ ଦେଖାଇଛନ୍ତି । ମୁଁ ସେମାନଙ୍କ ଏପରି ଉତ୍ସାହପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ ଦେଉଛି । ଏପରି ବିବିଧ ସମର୍ଥନ ଭାରତ-ଆମେରିକାର ସମ୍ପର୍କର ଗଭୀରତାକୁ ଦର୍ଶାଉଛି ।’
SR
People from all walks of life including Members of Congress, thought leaders and others have been sharing their enthusiasm on my upcoming USA visit. I thank them for their kind words. Such diverse support underlines the depth of the India-USA relationship. https://t.co/lNXuQxtzJs
— Narendra Modi (@narendramodi) June 19, 2023