ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଭୂମିପୂଜନ ଜାନୁୟାରୀ 18 ତାରିଖ ସକାଳ 10ଟା 30ରେ ଭିଡିଓ କନଫରେନ୍ସି ମାଧ୍ୟମରେ କରିବେ । ଗୁଜୁରାଟ ରାଜ୍ୟପାଳ, କେନ୍ଦ୍ର ଗୃହ ମନ୍ତ୍ରୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ । ଏହି ରେଳ ପ୍ରକଳ୍ପଗୁଡିକ ସମ୍ପୃକ୍ତ ସହରମାନଙ୍କରେ ପରିବେଶ ଅନୁକୂଳ ‘ସର୍ବସାଧାରଣ ଦ୍ରୁତଗାମୀ ପରିବହନ ବ୍ୟବସ୍ଥା’ ଯୋଗାଇଦେବ ।
ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ବିଷୟରେ
ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ 28.25 କିଲୋମିଟର ଲମ୍ବ ହେବା ସହିତ ଦୁଇଟି କରିଡର ବିଶିଷ୍ଟ ହେବ । କରିଡର–1ର ଲମ୍ବ 22.8 କିଲୋମିଟର ଏବଂ ଏହା ମୋଟେରା ଷ୍ଟାଡିୟମ ଠାରୁ ମହାତ୍ମାମନ୍ଦିର ପର୍ଯ୍ୟନ୍ତ ଯିବ । କରିଡର–2ର ଲମ୍ବ 5.4 କିଲୋମିଟର ଏବଂ ଏହା ଜିଏନ୍ଏଲ୍ୟୁ ରୁ ଜିଆଇଏଫ୍ଟି ସହର ପର୍ଯ୍ୟନ୍ତ ଯିବ । ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ମୋଟ୍ ନିର୍ମାଣ ମୂଲ୍ୟ 5384 କୋଟି ଟଙ୍କା ।
ସୁରଟ ମେଟ୍ରୋ ରେଳ ପ୍ରକଳ୍ପ ବିଷୟରେ
ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଲମ୍ବ 40.35 କିଲୋମିଟର ଏବଂ ଦୁଇଟି କରିଡର ହେବ । କରିଡର–1 ର ଲମ୍ବ 21.61 କିଲୋମିଟର ଏବଂ ଏହା ସରଥାନା ଠାରୁ ଡ୍ରିମ୍ ସିଟି ପର୍ଯ୍ୟନ୍ତ ହେବ । କରିଡର–2ର ଲମ୍ବ 18.74 କିଲୋମିଟର ଏବଂ ଏହା ଭେସାନରୁ ସାରୋଲି ପର୍ଯ୍ୟନ୍ତ ହେବ । ପ୍ରକଳ୍ପର ମୋଟ୍ ନିର୍ମାଣ ମୂଲ୍ୟ 12,020 କୋଟି ଟଙ୍କା ।