Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର (ପିଏମବିଜେକେ) ଖୋଲିବା ନିମନ୍ତେ ପିଏସିଏସକୁ ଅନୁମତି ଦିଆଯିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଖୋଲିବା ନିମନ୍ତେ ,୦୦୦ ପ୍ରାଇମେରୀ ଏଗ୍ରିକଲଚର କ୍ରେଡିଟ୍ ସୋସାଇଟି(ପିଏସିଏସ)କୁ ଅନୁମତି ଦିଆଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ, ଦେଶରେ ମହଙ୍ଗା ଔଷଧକୁ ମଧ୍ୟ ସର୍ବନିମ୍ନ ମୂଲ୍ୟରେ ଉପଲବ୍ଧ କରାଇବା ଆମ ସରକାରଙ୍କ ପ୍ରାଥମିକତା ମଧ୍ୟରୁ ଅନ୍ୟତମ

କେନ୍ଦ୍ର ସମବାୟ ମନ୍ତ୍ରୀଙ୍କ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଦେଶରେ ମହଙ୍ଗା ଔଷଧ ମଧ୍ୟ ସର୍ବନିମ୍ନ ମୂଲ୍ୟରେ ଉପଲବ୍ଧ ହେବା ଆମ ସରକାରଙ୍କ ଅନ୍ୟତମ ପ୍ରାଥମିକତା ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ସମବାୟ କ୍ଷେତ୍ରରେ ଏହି ବଡ଼ ପଦକ୍ଷେପ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନକୁ ସହଜ କରିବ

SR