ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି(21.06.2016) ଚଣ୍ଡିଗଡଠାରେ ଦ୍ୱିତୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଛନ୍ତି । 30 ହଜାର ଲୋକଙ୍କର ଏହି ସାମୂହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ ।
ପ୍ରତିଷ୍ଠିତ କ୍ୟାପିଟଲ କପ୍ଲେକ୍ସ ରେ ଏକତ୍ରିତ ହୋଇଥିବା ଲୋକମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶର କୋଣ ଅନୁକୋଣରେ ଲୋକମାନେ ଯୋଗ ସହିତ ଜଡିତ ହୋଇପାରିଛନ୍ତି । ସେ କହିଥିଲେ ଯେ ଆନ୍ତର୍ଜାତିକ ଯୋଗ ଦିବସର ପରିକଳ୍ପନାକୁ ପୂରା ବିଶ୍ୱର ସମର୍ଥନ ମିଳିଛି ଏବଂ ସମାଜର ବିଭିନ୍ନ ଶ୍ରେଣୀର ଲୋକ ଏହି ପ୍ରୟାସ ପାଇଁ ଏକାଠି ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆନ୍ତର୍ଜାତିକ ଯୋଗ ଦିବସର ସୁପ୍ରଭାବ ସୁସ୍ଥ ଶରୀର ସହିତ ସଂପୃକ୍ତ ଏବଂ ଏହା ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ ହୋଇଗଲାଣି । ସେ କହିଥିଲେ ଯେ ଯୋଗାଭ୍ୟାସର ଅର୍ଥ ଆପଣ କଣ ପାଇଲେ ନୁହେଁ, ବରଂ ଏହାର ଅର୍ଥ ହେଉଛି କେଉଁ ବ୍ୟକ୍ତି କଣ ପରିତ୍ୟାଗ କରିପାରିବେ । ସେ କହିଥିଲେ ଯେ ଶୂନ ବଜେଟ ସହିତ ଯୋଗରୁ ସ୍ୱାସ୍ଥ୍ୟ ସୁରକ୍ଷା ଉପଲବ୍ଧ ହୋଇଥାଏ ଏବଂ ଏଥିରେ ଗରିବ ଏବଂ ବଡଲୋକୀର ଭେଦଭାବ ନାହିଁ ।
ଆଗାମୀ ଏକ ବର୍ଷରେ ଯୋଗାଭ୍ୟାସ ମାଧ୍ୟମରେ ମଧୁମେହ ରୋଗର ସମସ୍ୟାକୁ କମ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉପରେ ଅଧିକ ଗୁରତ୍ୱ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଯୋଗାଭ୍ୟାସକୁ ଲୋକପ୍ରିୟ କରିବା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ଆସନ୍ତା ବର୍ଷରୁ ରାଷ୍ଟ୍ରୀୟ ତଥା ଅନ୍ତର୍ରାଷ୍ଟ୍ରୀୟ ସ୍ତରର ଦୁଇଟି ପୁରସ୍କାର ବ୍ୟବସ୍ଥା ଆରମ୍ଭ କରାଯିବ ।
ଏହି ଅବସରରେ ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କ ପାଖକୁ ଯାଇ ତାଙ୍କ ସହିତ ପ୍ରଧାନମନ୍ତ୍ରୀ ମତ-ବିନିମୟ କରିଥିଲେ ।
Glimpses from the #IDY2016 celebrations in Chandigarh. #YogaDay pic.twitter.com/oAFiIfyKFG
— Narendra Modi (@narendramodi) June 21, 2016
Thank you Rashtrapati ji for your continuous support and encouragement to #IDY2016. #YogaDay https://t.co/kcOZTWJ5p4
— Narendra Modi (@narendramodi) June 21, 2016
These Divyang friends are the pride of the #IDY2016 celebrations. Spent time with them in Chandigarh. #YogaDay pic.twitter.com/gDTVKcSj5q
— Narendra Modi (@narendramodi) June 21, 2016